Browsing category

ମହାନଗର

ପାଇପଲାଇନ୍ ବିଛାଇବାପାଇଁ ଅନୁମତି ପତ୍ର

ଭୁବନେଶ୍ୱର,୯।୯(ଏସଏସନିଜ)ନଦୀ କିମ୍ବା ଜଳାଶୟରେ ପାଇପ୍ ଲାଇନ୍ ବିଛାଇବା ଉପରେ କଟକଣା ଜାରି କରାଯାଇଛି।ଏଥିପାଇ ଗାଇଡଲାଇନ୍ ସହ କଡ଼ା ନିର୍ଦ୍ଦେଶନାମା ଜାରି କରିଛି ଜଳ ସମ୍ପଦବିଭାଗ।ପାଇପଲାଇନ୍ବି ଛାଇବା ପାଇଁ ୱାଟର୍‌ ବଡି କ୍ରସିଂ ଅନୁମତିପତ୍ର ଦେବା ବାଧ୍ୟତାମୂଳକ ବୋଲି କୁହାଯାଇଛି।ପାଇପଲାଇନ୍ କରିଡର୍ ପାଇଁ ROW ଅନୁମତି ପାଇଁ ଜାରି ହୋଇଛି SOP।ଏଥିନିମନ୍ତେ ବିଭାଗୀୟ ଅଧିକାରୀ ପ୍ରସ୍ତାବଟି ଯାଞ୍ଚ କରିବା ସହ କ୍ଷେତ୍ର ପରିଦର୍ଶନ କରିବେ।ରାସ୍ତାରେ DoWR ସମ୍ପତ୍ତି ସମେତ ସମସ୍ତ ଜଳଭଣ୍ଡାର କ୍ରସିଂ ବେଳେ ଯାଞ୍ଚ କରାଯିବ ବୋଲି […]

ମାଟିରେ ମିଶିଲା ଗଞ୍ଜେଇ ମାଫିଆ ଘର

ଭୁବନେଶ୍ବର,୯।୯(ଏସଏସନିଉଜ) ମାଟିରେ ମିଶିଲା ଗଞ୍ଜେଇ ମାଫିଆ ଘର।ନୟାପଲ୍ଲୀ ଥାନା ଅଞ୍ଚଳରେ ଘର ଭାଙ୍ଗିଲା ପୋଲିସ।ଜଣେ ମହିଳା ଗଞ୍ଜେଇ ବେପାରୀର ଘର ଭାଙ୍ଗିଲା ପୋଲିସ।

ନାବାଳିକା ଉପରେ ଚଢ଼ିଗଲା ଆମ ବସ୍‌

କଟକ,୯।୯(ଏସଏସନିଉଜ)ନାବାଳିକାର ଗୋଡ଼ ଉପରେ ଚଢ଼ିଗଲା ଆମବସ୍‌।ଗଣେଶ ଘାଟ ଅଞ୍ଚଳରେ ଚଢ଼ିଗଲା ଆମବସ୍‌। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ଲୋକଙ୍କ ଦ୍ୱାରା ବସ୍‌ ଅଟକ ରଖିବା ସହ ଗୁରୁତର ନାବାଳିକାକୁ ମେଡିକାଲକୁ ପଠାଯାଇଛି।

ଆରପାରିରେ ନୂଆପଡ଼ା ବିଧାୟକ

ଭୁବନେଶ୍ୱର,୮ା୯(ଏସଏସନିଉଜ) ପୂର୍ବତନ ମନ୍ତ୍ରୀ ତଥା ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କର ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ହୋଇଥିବା ଜଣାଯାଇଛି।ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ନୂଆପଡ଼ା ବିଧାନସଭା ଆସନରୁ ରାଜେନ୍ଦ୍ର ୨୦୦୪ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଓ ୨୦୦୯ ମସିହାରେ ବିଜେଡି ପ୍ରାର୍ଥୀ ହୋଇ ନିର୍ବାଚିତ ହୋଇଥିଲେ। ୨୦୧୯ରେ ପୁଣି ବିଜେଡି ଟିକେଟରେ ନିର୍ବାଚିତ ହୋଇ ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନା ବିଭାଗର କ୍ୟାବିନେଟ୍‌ ମନ୍ତ୍ରୀ ହୋଇଥିଲେ। […]

ଓଡ଼ିଶା ମିଡିଆ କଲ୍ୟାଣ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର, ୭।୯(ଏସଏସନିଉଜ) ରବିବାର ଦିନ ଓଡ଼ିଶା ମିଡିଆ କଲ୍ୟାଣ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାର ଦିନ ଭୁବନେଶ୍ୱର ସତ୍ୟନଗରସ୍ଥିତ ପୂର୍ତବିଭାଗ ଡ଼ାକ ବଙ୍ଗଳାଠାରେ ଅନୁଷ୍ଟିତ ହୋଇଯାଇଛି ।ଓଡ଼ିଶା ମିଡିଆ କଲ୍ୟାଣ ସଂଘର ଚେୟାରମ୍ୟାନ ସତ୍ୟ ନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ୧ବର୍ଷ ପାଇଁ ସଂଘର ଏକ ଯୋଜନା ଚୂଡ଼ାନ୍ତ ହୋଇଥିଲା।ଏଥିରେ ସୁବୁ ଜିଲାରେ ସାଂଗଠାନିକ ସ୍ଥିତି ସୁଦୃଢ଼ କରିବା ,ଏକ ପୂର୍ଣ୍ଣ କାର୍ଯ୍ୟକ୍ଷମ ଜିଲ୍ଲା କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ଓ ସାମ୍ବାଦିକମାନେ ଖବର […]

ନନ୍ଦନକାନନ ପାଲିଲା ଅନ୍ତର୍ଜାତୀୟ ଶାଗୁଣା ସଚେତନତା ଦିବସ

ଭୁବନେଶ୍ୱର,୬।୯(ଏସଏସନିଉଜ) ବିଶ୍ୱବ୍ୟାପୀ ଶାଗୁଣାଙ୍କ ସଂଖ୍ୟାର ଉଦବେଗଜନକ ହ୍ରାସ, ସେମାନଙ୍କର ସଂରକ୍ଷଣର ଜରୁରୀ ଆବଶ୍ୟକତା ଏବଂ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ପରିବେଶଗତ ଭୂମିକାକୁ ଉଜାଗର କରିବା ପାଇଁ ଶନିବାରଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅନ୍ତର୍ଜାତୀୟ ଶାଗୁଣା ସଚେତନତା ଦିବସ ପାଳିତ ହୋଇଯାଇଛି ।ଏଥିନିମନ୍ତେ ନନ୍ଦନକାନନ ସରକାରୀ ଉଚ୍ଚ ବିଦ୍ୟାଳୟର ଷଷ୍ଠରୁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ୧୦୦ ରୁ ଅଧିକ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଚିତ୍ରାଙ୍କନ ପ୍ରତିଯୋଗିତା, କୁଇଜ୍ ପ୍ରତିଯୋଗୀତା ବିଦ୍ୟାଳୟରେ କରାଯାଇଥିଲା ।ଏହାସହ ଶାଗୁଣା ସଂରକ୍ଷଣ ଉପରେ ଏକ ପାୱାର […]

ଗାଡ଼ି ଧକ୍କାରେ ଯୁବକ ଗୁରୁତର

କଟକ,୬।୯(ଏସଏସନିଉଜ) ଶନିବାର ରାତିରେ ଗୋଡିସାହି ଫାଣ୍ଡି ଅନ୍ତର୍ଗତ ଓମଫେଡ କମ୍ପାନୀ କ୍ୱାର୍ଟର ସମ୍ମୁଖରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଯୁବକ ଜଣଙ୍କ ଠିକ୍ଭାବେ କିଛି କହିପାରୁନଥିବାରୁ ତାଙ୍କର ପରିଚୟ ମିଳିପାରିନାହିଁ ।ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଗୁରୁତରଆହତ ଯୁବକକୁ ଉଦ୍ଧାର କରି ଚିକିସ୍ାପାଇଁ କଟକବଡ ଡାକ୍ତରଖାନାକୁ ପଠାଇଛି ।

ମଦ ବିକିବାବେଳେ ମାଡ଼ିବସିଲା ପୋଲିସ

କଟକ, ୬।୯(ଏସଏସନିଉଜ) ବାରଙ୍ଗ ଥାନା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦେଶୀ ମଦ ଜବତ କରିବା ସହ ଦୁଇଜଣ ବେପାରୀଙ୍କୁ ଗିରଫ କରି ଶନିବାରକୋର୍ଟ ଚାଲାଣ କରିଛି। ସେମାନେ ହେଲେ ଭାଲୁଙ୍କା ଗ୍ରାମର ଗ୍ରାମର ରାମ ସିଂ (୪୬) ଓ ସୁକଦେବ ସିଂ (୪୩)। ପ୍ରକାଶଯେ, ଗୋଡିସାହି ଫାଣ୍ଡି ଅନ୍ତର୍ଗତ ଭାଲୁଙ୍କା ଗ୍ରାମରେ ଦେଶୀ ମଦ ବିକ୍ରି ହେଉଥିବାର ସୂଚନା ପାଇ ଶୁକ୍ରବାର ରାତିରେ ପୋଲିସ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଗ୍ରାମର ରାମ ସିଂ […]

ସରକାରୀ ଜାଗାରେ କରିଥିଲେ ଦୋକାନ, ଭାଙ୍ଗିଲା ତହସିଲ

କଟକ,୬।୯(ଏସଏସନିଉଜ) ଶନିବାରଦିନ ବାରଙ୍ଗ ତହସିଲ ପକ୍ଷରୁ ନରାଜ ପାଖ ଆରଟିଓ ଅଫିସ ସମ୍ମୁଖ କାଠଯୋଡ଼ି ନଦୀପଠାରେ ହୋଇଥିବା ଜବରଦଖଲକୁ ବାରଙ୍ଗ ତହସିଲ ପକ୍ଷରୁ ଉଚ୍ଛେଦ କରାଯାଇଛି।ବାରଙ୍ଗ ତହସିଲଦାର ଡଃ ତୃଷାର ଜ୍ୟୋତି ରଞ୍ଜନ, ରାମଦାସପୁର ରାଜସ୍ଵ ଅଧିକାରୀ ସନ୍ତୋଷ କୁମାର ସାହୁଙ୍କ ନେତୃତ୍ବରେ କଟକ ମହାନଗର ନିଗମର ଏନଫୋସ ମେଣ୍ଟ ଫୋର୍ସ, ଗୋଡିସାହି ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ ସୂର୍ଯ୍ୟପ୍ରକାଶ ବେଉରା ଙ୍କ ସମେତ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହି ଏହି ଜବର ଦଖଲ ଉଚ୍ଛେଦ […]

ନଦୀପଠାରେ ଫସିଲେ ଗୋରୁପଲ

କଟକ,୬।୯(ଏସଏସନିଉଜ)କାଠଯୋଡ଼ିର କାଜିପାଟଣା ପାଖ ନଦୀ ପଠାରେ ଏକ ଗୋରୁପଲ ଫସିରହିଥିବାର ଶନିବାର ସକାଳେ ଦେଖିବାକୁ ମିଳିଛି।କାଠଯୋଡ଼ିର ଜଳସ୍ତର ହଠାତ ବୃଦ୍ଧି ପାଇଥିବାରୁ ଚରିବାକୁ ଯାଇଥିବା ଗୋରୁପଲ ଆଉ ଫେରିପରିନଥିଲେ।ଖବରପାଇ ବାରଙ୍ଗରୁ ଏକ ଦମକଳ ବାହିନୀ ଯାଇ ଗୋରୁପଲଙ୍କୁ ବାଡେଇବାରୁ ପ୍ରାୟ ୨୦ରୁ ଉର୍ଦ୍ଧ ଗାଈ ପହଁରିକି କାଜିପାଟଣା ଆଡ଼କୁ ଆସିଥିଲେ।