କଟକ,୬।୯(ଏସଏସନିଉଜ) ଶନିବାର ରାତିରେ ଗୋଡିସାହି ଫାଣ୍ଡି ଅନ୍ତର୍ଗତ ଓମଫେଡ କମ୍ପାନୀ କ୍ୱାର୍ଟର ସମ୍ମୁଖରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଯୁବକ ଜଣଙ୍କ ଠିକ୍ଭାବେ କିଛି କହିପାରୁନଥିବାରୁ ତାଙ୍କର ପରିଚୟ ମିଳିପାରିନାହିଁ ।ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଗୁରୁତରଆହତ ଯୁବକକୁ ଉଦ୍ଧାର କରି ଚିକିସ୍ାପାଇଁ କଟକବଡ ଡାକ୍ତରଖାନାକୁ ପଠାଇଛି ।