ସରକାରୀ ଜାଗାରେ କରିଥିଲେ ଦୋକାନ, ଭାଙ୍ଗିଲା ତହସିଲ

ସରକାରୀ ଜାଗାରେ କରିଥିଲେ ଦୋକାନ, ଭାଙ୍ଗିଲା ତହସିଲ

କଟକ,୬।୯(ଏସଏସନିଉଜ) ଶନିବାରଦିନ ବାରଙ୍ଗ ତହସିଲ ପକ୍ଷରୁ ନରାଜ ପାଖ ଆରଟିଓ ଅଫିସ ସମ୍ମୁଖ କାଠଯୋଡ଼ି ନଦୀପଠାରେ ହୋଇଥିବା ଜବରଦଖଲକୁ ବାରଙ୍ଗ ତହସିଲ ପକ୍ଷରୁ ଉଚ୍ଛେଦ କରାଯାଇଛି।ବାରଙ୍ଗ ତହସିଲଦାର ଡଃ ତୃଷାର ଜ୍ୟୋତି ରଞ୍ଜନ, ରାମଦାସପୁର ରାଜସ୍ଵ ଅଧିକାରୀ ସନ୍ତୋଷ କୁମାର ସାହୁଙ୍କ ନେତୃତ୍ବରେ କଟକ ମହାନଗର ନିଗମର ଏନଫୋସ ମେଣ୍ଟ ଫୋର୍ସ, ଗୋଡିସାହି ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ ସୂର୍ଯ୍ୟପ୍ରକାଶ ବେଉରା ଙ୍କ ସମେତ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହି ଏହି ଜବର ଦଖଲ ଉଚ୍ଛେଦ କରିଥିଲେ।ଆରଟିଓ ଅଫିସ ସମ୍ମୁଖ କାଠଯୋଡ଼ି ନଦୀ ପଠାରେ ବେଆଇନଭାବେ ସରକାରୀଜାଗାରେ କେତେକ ମାଫିଆ ବେଆଇନଘର ନିର୍ମାଣ କରି ସେଠାରେ ନିଜର ବ୍ୟବସାୟିକ ପ୍ରତିଷ୍ଠାନ କରିଥିଲେ।ଯାହାଫଳରେ ସନ୍ଧ୍ୟାହେବା ମାତ୍ରେ ଅସାମାଜିକ କାର୍ଯ୍ୟକଲାପ ବଢୁଥିଲା।ସାଧାରଣ ଲୋକ ଉକ୍ତ ରାସ୍ତା ଦେଇ ଯାତାୟାତ କରିବା ଅନୁପଯୁକ୍ତ ଭାବୁଥିଲେ। ଏ ବିଷୟରେ ସ୍ଥାନୀୟ ସଚେତନଶିଳ ନାଗରିକମାନେ ବହୁବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ।ଶନିବାର ଦିନ ତହସିଲ ପକ୍ଷରୁ କରାଯାଇଥିବା ଉଚ୍ଛେଦ ବେଳେ ବେଆଇନ ବିଦ୍ୟୁତ୍ ସଂଯୋଗ ହୋଇଥିବାର ନଜର କୁ ଆସିବା ସହ ଏକ ଜଳଖିଆ ଦୋକାନରେ ରଖାଯାଇଥିବା ଗୋଟିଏ ପାଣିକଇଁଛକୁ ଉଦ୍ଧାର କରି ଉଚ୍ଛେଦ ଟିମ୍ ବନବିଭାଗକୁ ହସ୍ତାନ୍ତର କରାଯାଇଥିବାର ଜଣାପଡିଛି।

Comments (0)
Add Comment