Browsing category

ମହାନଗର

ଆସୁଛି ମୌସୁମୀ

ଭୁବନେଶ୍ଵର,୬।୫(ଏସଏସନିୟୁଜ) ଆସନ୍ତା ସାତଦିନ ଭିତରେ ଅର୍ଥାତ ୧୩ ତାରିଖ ଭିତରେ ମୌସୁମୀ ଦକ୍ଷିଣ ଆଣ୍ଡାମାନ ଛୁଇଁବ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପକୂଳ ମୌସୁମୀ ଛୁଇଁବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ଦକ୍ଷିଣ ଆଣ୍ଡାମାନ ସାଗର,ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ନିକୋବର ଦ୍ୱୀପପୁଞ୍ଜର କିଛି ଅଂଶରେ ପ୍ରବେଶ କରିବ । ଯାହାର ପ୍ରଭାବରେ ମେ୨୨ ତାରିଖ ସୁଦ୍ଧା ହାଲୁକା ବର୍ଷା ହେବା ନେଇ ଆକଳନ କରାଯାଇଛି ।

ଅଚାନକ ଭାଙ୍ଗି ରାସ୍ତାରେ ପଡ଼ିଲା ବେଆଇନ ହୋଡିଂ

ବାରଙ୍ଗ, ୫।୫(ଏସଏସନିଉଜ) ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତାର ଷଣ୍ଢପୁର ଗ୍ରାମ ନିକଟରେ ବେଆଇନ ଭାବେ ହୋଇଥିବା ଏକ ହୋଡିଂ ଭାଙ୍ଗିଯାଇ ରାସ୍ତା ଉପରେ ପଡ଼ିଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପଥଚାରୀ। ପ୍ରକାଶଯେ, ବାରଙ୍ଗ ଅଂଚଳର ମୁଖ୍ୟରାସ୍ତା କଡରେ ବେଆଇନ ଭାବେ ନିର୍ମାଣ ହୋଇଥିବା ହୋଡିଂ ଅତି ବିପଦପୂର୍ଣ୍ଣ ଭାବରେ ରହିଛି। ସ୍ଥାନୀୟ ପ୍ରଶାସନର କୌଣସି କଟକଣା ରହୁନଥିବାରୁ ହୋଡିଂ ନିର୍ମାଣ କାରୀ ସଂସ୍ଥା ମୁଖ୍ୟରାସ୍ତା କଡରେ ଛତୁ ଫୁଟିବା ଭଳି ବେଆଇନ ନିର୍ମାଣ କରିଚାଲିଛନ୍ତି। ଷଣ୍ଢପୁର ଗ୍ରାମ ନିକଟରେ […]

ଦୀଘାରୁ ହଟିଲା ଜଗନ୍ନାଥଧାମ ନାମ !

ଭୁବନେଶ୍ଵର,୫।୫(ଏସଏସନିୟୁଜ)ଦୀଘା ମନ୍ଦିରରୁ ହଟିଲା ଜଗନ୍ନାଥ ଧାମ ନାମଫଳକ ବୋଲି Xରେ ସୂଚନା ଦେଲେ ବିଜେପି ମିଡିଆ ସେଲ୍‌ ଅଧ୍ୟକ୍ଷ ଅମିତ ମାଲବ୍ୟ।ଜଗନ୍ନାଥ ପ୍ରେମୀଙ୍କ ବିରୋଧ ପରେ ପଶ୍ଚିମବଙ୍ଗ ସରକାର କାଢ଼ିଥିବା ସୂଚନା ମିଳିଛି।ହିନ୍ଦୁ ଏକତାର ବିଜୟ ଓ ମମତାଙ୍କ ପ୍ରତି ଶକ୍ତ ଧକ୍କା ବୋଲି ଏକ୍ସରେ ଲେଖିଲେ ଅମିତ ମାଲବ୍ୟ।ଯେତେବେଳେ ହିନ୍ଦୁ ଏକାଠି ହେବେ, କୌଣସି ହୀନ ରାଜନୀତି ତିଷ୍ଠିବନି ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୫।୫(ଏସଏସନିୟୁଜ)ମହାନ ବିପ୍ଳବୀ ଧରଣୀଧର ନାଏକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଆଜି ତାଙ୍କ ଜନ୍ମଭୂମି କେନ୍ଦୁଝର ଜିଲ୍ଲାର କୁସୁମିତାଠାରେ ମହାସମାରୋହରେ ପାଳିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦାନ କରି ୫୦କୋଟି ଟଙ୍କା ବ୍ୟୟ ବରାଦରେ କୁସୁମୀତାଠାରେ ସ୍ମୃତି ସଂଗ୍ରହାଳୟ ଓ ଵ୍ୟାଖ୍ୟାନ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ଜିଲ୍ଲାରେ ପ୍ରାୟ ୧୧୫୫ କୋଟି ଟଙ୍କା ବ୍ୟୟ ବରାଦର ସମୁଦାୟ ୩୪୦ଗୋଟି ନୂତନ ପ୍ରକଳ୍ପର ଘୋଷଣା, ଶୁଭ ଉଦ୍ଘାଟନ ଓ […]

ବିଦ୍ୟାଳୟର ଗର୍ବ ଯୋର୍ତିମୟୀ ଦାସ

ମେଣ୍ଢାଶାଳ,୪।୫(ଏସଏସନିୟୁଜ) ଚଳିତବର୍ଷ ମେଟ୍ରିକ୍ ପରୀକ୍ଷାରେ ମେଣ୍ଢାଶାଳ ସରକାରୀ ଉଚ୍ଚ ବିଦ୍ୟାଳୟ ଶତପ୍ରତିଶତ ପରୀକ୍ଷା ଫଳ ହୋଇଛି।ସମୁଦାୟ ୭୯ଜଣ ପିଲା ପାସ କରିଥିବା ବେଳେ ଯୋର୍ତିମୟୀ ଦାସ ନାମକ ଛାତ୍ରୀ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି।୫୨୯ ନମ୍ୱର ମେଟ୍ରିକ୍ ପରୀକ୍ଷାରେ ଆଣିଥିବାରୁ ସବୁଆଡୁ ତାଙ୍କ ପାଖକୁ ଶୁଭେଛାର ସୁଅ ଛୁଟିଛି।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

ତଦନ୍ତ କରିବ ୩ ଜଣିଆ ବୈଷୟିକ କମିଟି -ପୂର୍ତ୍ତ ମନ୍ତ୍ରୀ

ଭୁବନେଶ୍ୱର,୪୩।୫(ଏସଏସନିୟୁଜ) କଟକ ରିଙ୍ଗରୋଡ଼ ସଂପ୍ରସାରଣ କାର୍ଯ୍ୟ ଚାଲୁଥିବା ବେଳେ ଘଟିଥିବା ଦୁଃଖଦ ଦୁର୍ଘଟଣାରେ ଦୁଇଜଣ ଯନ୍ତ୍ରୀଙ୍କ ସମେତ ତିନି ଜଣଙ୍କର ପ୍ରାଣ ହାନି ଘଟିଛି ଏବଂ ଦୁଇଜଣ ଆହତ ହୋଇ ଏସ ସି ବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି I ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁମ୍ବାଇରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଥିବାବେଳେ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ତାଙ୍କ ଆର୍ଥିକ ସହାୟତା […]

ବ୍ରିଜ୍‌ର ସ୍ଲାବଖସି ଗଲା ୩ ଜୀବନ, ୨ ଗୁରୁତର

କଟକ,୩।୫(ଏସଏସ ନିୟୁଜ)କଟକର ଖାନ୍‌ନଗରସ୍ଥିତ ବ୍ରିଜ ନିର୍ମାଣ ବେଳେ ସ୍ଲାବ୍‌ ଖସିପଡ଼ିବାରୁ ୩ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି ଓ ୨ ଜଣ ଗୁରୁତର ଆହତ ଅରୁଣ ବାରିକ ଓ ବିକଳ ଜେନାଙ୍କର ଚିକିତ୍ସା ଜାରି ରହିଛି। ମୃତ ଶ୍ରମିକମାନେ ହେଲେ ସୌମ୍ୟରଂଜନ ବେହରା, ଶିବଶଙ୍କର ପଟ୍ଟନାୟକ ଓ ସୁବାଷ ଭକ୍ତ।ପୂର୍ତ୍ତବିଭାଗ ପକ୍ଷରୁ ଖାନନଗରରେ କାଠଯୋଡ଼ିରେ ବ୍ରିଜ୍‌ କାମ ପାଇ ଏକ ଘରୋଇ କଂପାନିକୁ ଦାୟିତ୍ବ ଦିଆଯାଇଛି। ଆଜି ନିର୍ମାଣ କାମ ଚାଲିଥିବାବେଳେ ଅପରାହଣ୍‌ ସମୟରେ ବ୍ରିଜ୍‌ ଉପରେ କିଛି […]

ଶ୍ରୀଜୟଦେବ ଶିକ୍ଷା କେନ୍ଦ୍ରରେ ସବୁ ପିଲା ପାସ  

ବାରଙ୍ଗ,୨।୫(ଏସଏସନିୟୁଜ)ଚଳିତ ବର୍ଷର ମେଟ୍ରିକ୍ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି।ଏଥିରେ ପଟିଆ କାନନବିହାର ସ୍ଥିତ ଶ୍ରୀଜୟଦେବ ଶିକ୍ଷା କେନ୍ଦ୍ରର ପରୀକ୍ଷାଫଳ ଶତପ୍ରତିଶତ ହୋଇଛି।ଶିକ୍ଷା କେନ୍ଦ୍ରରସମସ୍ତ ପିଲା ପାସ କରିଛନ୍ତି।ସମୁଦାୟ ମେଟ୍ରିକ୍ ପରୀକ୍ଷା ଦେଇଥିବା ୧୦୪ଜଣ ପିଲା ପାସ କରିଥିବା ବେଳେ ସେଥିମଧ୍ୟରୁ ଏ- ୧ରେ ୩ଜଣ, ଏ-୨ରେ ୭ଜଣ,ବି -୧ ରେ ୨୩,ବି – ୨ଗ୍ରେଡରେ ୩୨ଜଣ ପିଲା ପାସ କରିଛନ୍ତି।ଶିକ୍ଷା କେନ୍ଦ୍ରର ଶତକଡା ୧୦୦ଭାଗ ପିଲା ଉତ୍ତୀର୍ଣ୍ଣ ହୋଇଥିବାରୁ ପ୍ରଧାନ ଆଚାର୍ଯ୍ୟ ପ୍ରଦୀପ କୁମାର ପାଣି […]

୧୦ରେ ଆସୁଛନ୍ତି ଶାହ

ଭୁବନେଶ୍ଵର,୨।୫(ଏସଏସ ନିୟୁଯ)ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ।ଆସନ୍ତା ୧୦ରେ ଦୁଇଦିନିଆ ଗସ୍ତରେ ଆସୁଛନ୍ତି ଅମିତ ଶାହ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସୂଚନା ଦେଇଛନ୍ତି।ସେ କହିଛନ୍ତି ୧୦ରେ ଭୁବନେଶ୍ୱରରେ ପହଞ୍ଚି ଜଟଣୀ ଯିବେ।ଜଟଣୀରେ ଫରେନ୍‌ସିକ୍‌ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବେ।୧୦ ସଂଧ୍ୟାରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ।୧୧ରେ ସମ୍ବଲପୁରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ।ପରେ ଭୁବନେଶ୍ୱର ଜନତା ମଇଦାନରେ ଶିଳାନ୍ୟାସ କରିବା ସହ ଅଭିଭାଷଣ ଦେବେ ବୋଲି ବିଜେପି ସଭାପତି […]

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ

ଭୁବନେଶ୍ଵର,୨।୫(ଏସଏସନୀୟୂଜ୍)ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି।ଚଳିତ ବର୍ଷ ପାସ୍‌ହାର ରହିଛି ୯୪.୯୩%।ଚଳିତ ବର୍ଷ ମାଟ୍ରିକପରୀକ୍ଷା ଦେଇଥିଲେ ୫ ଲକ୍ଷ ୨ ହଜାର ୪୧୭ ଜଣ ।ସେଥିମଧ୍ୟରୁ ପାସ୍ କରିଛନ୍ତି ୪ ଲକ୍ଷ ୮୪ ହଜାର ୫୬୩ ଜଣ ।ସେମାନଙ୍କ ମଧ୍ୟରୁ ୧୮୧୨ ଜଣ A1 ଗ୍ରେଡ ପାଇଥିବାବେଳେ, ୧୨ ହଜାର ୨୦୦ ଜଣ ଛାତ୍ରଛାତ୍ରୀ A2 ଗ୍ରେଡ ପାଇଛନ୍ତି । ସେହିପରି B1 ଗ୍ରେଡ ପାଇଛନ୍ତି ୩୮ ହଜାର ୮୩୧ ଜଣ ଛାତ୍ରଛାତ୍ରୀ […]