Browsing category

ମହାନଗର

ଓଡ଼ିଶାରେ ମୃଦୁ ଭୂକମ୍ପ

ଭୁବନେଶ୍ବର,୨୫।୨(ଏସଏସନିଉଜ)ଓଡ଼ିଶାରେ ମୃଦୁ ଭୂକମ୍ପ ହୋଇଛି। ଆଜି ଓଡ଼ିଶାରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି।ଭୁବନେଶ୍ବର,ବାଲେଶ୍ବର, ପାରାଦୀପ ରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି।ବଙ୍ଗୋପସାଗରେ ରହିଛି ଭୂକମ୍ପର କେନ୍ଦ୍ରସ୍ଥଳ।ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୧ ରହିଥିବା ବେଳେ ପୁରୀରୁ ୨୮୬ ଓ ଭୁବନେଶ୍ବରରୁ ୨୯୭ କିମି ବ୍ରହ୍ମପୁରଠାରୁ ୩୯୪ କିମି ଦୂରରେ କେନ୍ଦ୍ରସ୍ଥଳ ରହିଛି।ଭାରତ ଓ ବାଂଲାଦେଶରେ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିବାର ଜଣାପଡିଛି।

ଧାନ ପାଇଁ ଡେଡଲାଇନ୍

ଭୁବନେଶ୍ବର,୨୫।୨(ଏସଏସନିଉଜ)ଧାନ କିଣାର ଡେଡଲାଇନ ଦେଲେ ରାଜ୍ୟ ସରକାର।ମାର୍ଚ୍ଚ ୩୧ ପରେ ଧାନ ନେବେନି ସରକାର ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା ଦେଇଛନ୍ତି।ବର୍ତ୍ତମାନ ସୁଦ୍ଧା ୬୫ ଲକ୍ଷ ମେଟ୍ରିକ ଟନ୍ ଧାନସଂଗ୍ରହ ହୋଇଥିବା ବେଳେ ଟାର୍ଗେଟରେ ୯୦% ଧାନସଂଗ୍ରହ ହୋଇ ସାରିଲାଣି। ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ।ଏନେଇ ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର ବୋଲି ସୂଚନାଦେଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।ଡୋର ଟୁ ଡୋର ବୁଲି ସର୍ଭେ […]

୨୮ରେ ୭ ଗ୍ରହଙ୍କ ପରେଡ

ଭୁବନେଶ୍ବର,୨୫।୨(ଏସଏସନିଉଜ)ଆସନ୍ତା ୨୮ତାରିଖରେ ମହାକାଶରେ ବିରଳ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ଏହିଦିନ ୭ଟିଗ୍ରହ ବୁଧ,ଶୁକ୍ର,ମଙ୍ଗଳ, ବୃହସ୍ପତି,ଶନି,ୟୁରେନ୍ସ ଏବଂ ନେପ୍‌ଚୁନ୍‌ ଗୋଟିଏ ଧାଡ଼ିରେ ଆସିବେ। ଗ୍ରହମାନଙ୍କ ଏଭଳି ସଂଯୋଗକୁ ‘ପ୍ଲାନେଟ ପରେଡ’ କୁହାଯାଉଛି। ଏହି ଦୃଶ୍ୟକୁ ଲୋକେ ଖାଲି ଆଖିରେ ମଧ୍ୟ ଦେଖିପାରିବେ। ତେବେ ୫ଟି ଗ୍ରହ ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି, ଶନି ଖାଲି ଆଖିରେ ଦେଖାଯିବ। କିନ୍ତୁ ୟୁରେନ୍ସ ଏବଂ ନେପ୍‌ଚୁନ୍‌କୁ ଦେଖିବା ପାଇଁ ଦୂରବୀକ୍ଷଣ ଯନ୍ତ୍ର କିମ୍ବା ଟେଲିସ୍କୋପ ବ୍ୟବହାର କରିବାକୁ ହେବ।ଗୋଧୂଳି ସମୟରେ […]

ତୃତୀୟଥର ପାଇଁ ମା ହେଲା ଅଙ୍କିତା

ବାରଙ୍ଗ,୨୪।୨(ଏସଏସନିଉଜ)ନନ୍ଦନକାନନ ପାଇଁ ଖୁସିଖବର। ନନ୍ଦନକାନନର ଅନ୍ୟତମ ଆକର୍ଷଣୀୟ ୧୩ ବର୍ଷ ୧ମାସ ବୟସର ସାଧାରଣରଙ୍ଗର ବାଘୁଣୀ ଅଙ୍କିତା ସୋମବାର ସକାଳେ ଏକ ଛୁଆ ଜନ୍ମ ଦେଇଛି।ତୃତୀୟଥର ପାଇଁ ମା ହେବାର ଷୌଭାଗ୍ୟ ଅର୍ଜ୍ଜନ କରିଛି ଅଙ୍କିତା।୧୩ ନଭେମ୍ବର ୨୦୨୪ରେ ସୈଫ୍ ସହ ଅଙ୍କିତାର ମିଳନ ଗୋଟିଏ ଦିନ ପାଇଁ ଚାଲିଥିଲା।ଏହି ଯୋଡ଼ିଙ୍କର ମିଳନ ହୋଇ ୧୦୩ ଦିନ ଗର୍ଭଧାରଣ ପରେ ଆଜି ଅଙ୍କିତା ଏକ ଛୁଆକୁ ଜନ୍ମ କରିଛି। ଏହି ନବଜାତକକୁ ମିଶାଇନନ୍ଦନକାନନରେ ବାଘ ସଂଖ୍ୟା ୨୮କୁ […]

ମାର୍ଚ୍ଚ ୧ରେ ଦହିବରା ଆଳୁଦମ ଦିବସ

କଟକ,୨୪. ୦୨(ଏସଏସନିଉଜ) ଦହିବରା କେବଳ ଏକ ଖାଦ୍ୟ ନୁହେଁ, ଏହା ହେଉଛି ଏକ ଆବେଗ। ଅନନ୍ୟ ସ୍ୱାଦିଷ୍ଟ ଏହି ଦହିବରାକୁ ନେଇ ପ୍ରତ୍ୟେକ ଓଡ଼ିଆ ବିଶେଷକରି କଟକିଆଙ୍କର ଭାବାବେଗ ଜଡିତ ରହିଛି। ଏହି ଭାବାବେଗକୁ ଆଉ ପାଦେ ଆଗକୁ ନେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ମାର୍ଚ୍ଚ ୧ ତାରିଖରେ ଦହିବରା ଆଳୁଦମ ଦିବସ ପାଳନ କରାଯିବ। ଏଥିପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ମାର୍ଚ୍ଚ ୧ ତାରିଖରେ ସିଲଭର ସିଟି ବୋଟ […]

ଚାଷୀଙ୍କ ଖାତାକୁ ଟଙ୍କା ପଠାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୨୪ା୨(ଏସଏସନିଉଜ) ଆଜିଚାଷୀଙ୍କ ଖାତାକୁ ଆସିଛି ପିଏମ କିଷାନ ସମ୍ମାନ ନିଧି କିସ୍ତି ଟଙ୍କାା ପିଏମ କିଷାନ’ ଯୋଜନା ହେଉଛି ଏକ କେନ୍ଦ୍ରୀୟ କୃଷି କଲ୍ୟାଣ ଯୋଜନାାଯାହାକୁ ମୋଦୀ ସରକାର ୨୦୧୯ ଫେବୃଆରୀରେ ଆରମ୍ଭ କରିଥିଲେ।ଯୋଜନାରେ ଦେଶର କୃଷକଙ୍କୁ ଆର୍ଥିକ ସ୍ଥିରତା ପ୍ରଦାନ କରୁଛିାସିଧାସଳଖ ବେନିଫିଟ ଟ୍ରାନ୍ସଫରମୋଡରେ ଯୋଗ୍ୟଚାଷୀଙ୍କ ଖାତାକୁ ଏହିରାଶି ହସ୍ତାନ୍ତର ହେଉଛି।ଅକ୍ଟୋବର୫ରେ ଏହିଯୋଜନାର ୧୮ତମକିସ୍ତି ୨୦୨୪ ମହାରାଷ୍ଟ୍ରରୁ ପ୍ରଧାନମନ୍ତ୍ରୀ ଜାରି କରିଥିଲେ ।ଏହି ଯୋଜନାରେ ଚାଷୀଙ୍କୁ ପ୍ରତିବର୍ଷ ୩ଟି କିସ୍ତିରେ ୬ହଜାର ଟଙ୍କା ପ୍ରଦାନ କରୁଛନ୍ତି […]

ସରି ସରି ଆସୁଛି ମହାକୁମ୍ଭ…

ଭୁବନେଶ୍ୱର,୨୩।୨(ଏସଏସନିଉଜ)୨୬ ତାରିଖରେ ସରୁଛି ମହାକୁମ୍ଭ।ଏହିଦିନ ମଧ୍ୟ ଶିବରାତ୍ରୀ ପଡୁଛି।ତେଣୁ ଏହି ଦୁର୍ଲଭ ଦିବସ ଅବସରରେ ସଙ୍ଗମରେ ପବିତ୍ର ବୁଡ ପକାଇବାକୁ ପ୍ରୟାଗରାଜ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ ।ଏବେ ପ୍ରୟାଗରାଜ ମୁହାଁ ହୋଇଛନ୍ତି ଶ୍ରଦ୍ଧାଳୁ।ବିଭିନ୍ନ ରାଜ୍ୟରୁ ନିଜନିଜ ଗାଡି ଧରି ଆସୁଥିବାରୁ ରାସ୍ତାରେ ଭିଡ ସାଙ୍ଗକୁ ଟ୍ରାଫିକ୍ ସମସ୍ୟା ଦେଖାଦେଇଛି।ଟ୍ରାଫିକ ସମସ୍ୟା ଜାମ୍ ଏତେ ପରିମାଣର ହେଉଛି ଯେ, ପାଖାପାଖି ୨୫ କିଲୋମିଟର ଯାଏଁ ଭିଡ ଲମ୍ବି ରହୁଛି।ଭିଡକୁ ଆଖି ପାଉନାହିଁ, କେବଳ ଗାଡିର ଲମ୍ବା ଧାଡି ଦେଖିବାକୁ […]

ମହାକୁମ୍ଭରେ ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର,୨୩।୧(ଏସଏସନିଉଜ)ଆଜି ମଧ୍ୟାହ୍ନରେ ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ୟୁପି ପ୍ରୟାଗରାଜ ସଙ୍ଗମସ୍ଥଳରେ ବୁଡ଼ ପକାଇ ରାତିରେ ପ୍ରୟାଗରାଜରେ ରହିବେ ମୁଖ୍ୟମନ୍ତ୍ରୀ।କାଲି ଅଯୋଧ୍ୟା ରାମମନ୍ଦିର ଓ ବାରାଣସୀ ଯିବେ।୨୫ରେ ଦିଲ୍ଲୀର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡିଛି।

ସାବଧାନ!ମାଡ଼ି ଆସୁଛି ନୂଆ ଭୂତାଣୁ

ଭୁବନେଶ୍ଵର,୨୩।୧(ଏସଏସନିଉଜ)ପୁଣି ବିପଦ ସୃଷ୍ଟି କରିବାକୁ ଯାଉଛି ନୂଆ ଭୂତାଣୁ HKU5-CoV-2।କରୋନାର ତାଣ୍ଡବ ଏଯାଏଁ ମନରୁ ଲିଭିନଥିବା ବେଳେ ଆଉ ଏକ HKU5-CoV-2 ମହାମାରୀ ଆସିବାକୁ ପ୍ରସ୍ତୁତ ହେଲାଣି।ଚୀନ୍‌ରେ କାୟା ବିସ୍ତାର କଲାଣି ନୂଆ ଭାଇସର। ଏହି ନୂଆ ଭୂତାଣୁ କୋଭିଡ-୧୯ ଭଳି ମଣିଷକୁ ସଂକ୍ରମଣ କରିବାର ଆଶଙ୍କା ଦେଖାଦେଇଛି।ଏହି ଭାଇରସ ମଧ୍ୟ ବାଦୁଡି ଦେହରୁ ମିଳିଛି। ଏହା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି।ଚୀନର ୱୁହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ଅନୁସନ୍ଧାନ କାରୀମାନେ ଏହି ନୂଆ ଭୂତାଣୁକୁ ଠାବ […]

ମୋ ବସ୍‌ରେ ଲାଗିଲା ନିଆଁ

  କଟକ,୨୨।୨(ଏସଏସନିଉଜ)ପୁଣି ମୋ ବସ୍‌ରେ ଘଟିଛି ଅଘଟଣ ।ଜଗତପୁର ବିରୂପା ବ୍ୟାରେଜ ନିକଟରେ ‘ମୋ ବସ୍‌ରେ’ ଅଚାନକ ନିଆଁ ଲାଗିଯାଇଥିଲା। ବସ୍‌ରେ ସେହିସମୟରେ ସେନ୍ସର ଗେଟ୍‌ରେ ଲକ୍ ପଡି ଖୋଲିବାରୁ ବସ୍‌ ଭିତରେ ଥିବା ସମସ୍ତଯାତ୍ରୀ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ ।ଯାହାଫଳରେ ବସର ଝରକାକାଚ ଭାଙ୍ଗି ଯାତ୍ରୀ ବାହାରକୁ ବାହାରିଥିଲେ ।