ମା ଲକ୍ଷ୍ମୀଙ୍କ ମନ୍ଦିର ପ୍ରତିଷ୍ଠା

ମେଣ୍ଢାଶାଳ,୧୨ା୫(ଏସଏସନିୟୁଜ) ମେଣ୍ଢାଶାଳ ଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀ ଭଗବତ୍ ବାସୁଦେବଙ୍କ ପବିତ୍ର ପୀଠରେ ନବନିର୍ମିତ ମା ଲକ୍ଷ୍ମୀଙ୍କ ମନ୍ଦିର ପ୍ରତିଷ୍ଠା , ମାଙ୍କ ଶ୍ରୀବିଗ୍ରହର ପ୍ରାଣ ପ୍ରତିଷ୍ଠା ଉତ୍ସବ ଓ ବିଶ୍ଵଶାନ୍ତି ମହାଯଞ୍ଜ୍ୟ ସୋମବାର ଦିନ ଅନୁଷ୍ଟିତ ହୋଇଯାଇଛି।ଏହି ଉପଲକ୍ଷେ ପ୍ରଭୁଙ୍କ ପୀଠରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଅଙ୍କୁରା ରୋପଣ,ଜଳ ଯାତ୍ରା,ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା,ମନ୍ଦିର ପ୍ରତିଷ୍ଠା,ମାଙ୍କ ମନ୍ଦିର ପ୍ରବେଶ,ପୂର୍ଣ୍ଣାହୁତି,ନଗର କୀର୍ତ୍ତନ ଆଦି କାର୍ୟ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି।ସୋମବାର ସନ୍ଧ୍ୟାରେ ଆୟୋଜିତ ପୂର୍ଣ୍ଣାହୁତିରେ ଆଖପାଖ ଗ୍ରାମର ସହସହ ଶ୍ରଦ୍ଧାଳୁମାନେ ଯୋଗଦେଇଥିଲେ।ମେଣ୍ଢାଶାଳ ଗ୍ରାମବାସୀମାନେ ଏହାକୁ ପରିଚଳନା କରିଥିଲେ।(ପଦ୍ମଚରଣ ବଡଜେନାଙ୍କ ରିପୋର୍ଟ)

Comments (0)
Add Comment