ବାରଙ୍ଗ, ୧୩।୫(ଏସଏସନିୟୁଜ) କୁହ୍ନେଇଁପଡା ପଂଚାୟତର ବାଲିଚନ୍ଦ୍ରପୁର ଗ୍ରାମରେ ମଙ୍ଗଳବାର ଦିନ ମା ସାହାଡ଼ା ସୁନ୍ଦରୀ ଠାକୁରାଣୀଙ୍କର ତୃତୀୟ ବାର୍ଷିକ ଉତ୍ସବ ପାଳନ କରାଯାଇଛି I ମଙ୍ଗଳବାର ସକାଳ ସାଢ଼େ ୬ ଟା ସମୟରେ ୧୦୧ ଜଣ ମହିଳା ଓ ୫୧ ଜଣ ପୁରୁଷମାନଙ୍କ ଦ୍ବାରା ମଧୁବନଗ୍ରାମ ନିକଟ ପୁରୀ ମୁଖ୍ୟ କେନାଲରୁ ପାଣି ଉଥାଯାଇ ବିରାଟ ପଟୁଆରରେ କଳସଯାତ୍ରା କରାଯାଇଥିଲା। କଳସ ଯାତ୍ରା ପରେ ମାଙ୍କର ମାର୍ଜଣା ନୀତି, ହୋମ ଯଜ୍ଞ ଆରମ୍ଭ କରାଯାଇଛି । ଏହି ପୂଜାରେ ପଠାଣି ଜେନା ଓ ତାଙ୍କର ସହଧର୍ମୀଣୀ ହେମଲତା ଜେନା ମା କର୍ତାକର୍ତୀ ହୋଇଥିଲେ। ବାଲିଚତୁରୀ ଗ୍ରାମ କମିଟିର ସମସ୍ତ କର୍ମକର୍ତାମାନଙ୍କ ସହ ବିଜୟ କୁମାର ରାଉତ, ଶ୍ରୀକାନ୍ତ ମିଶ୍ର, ମନୋଜ ରାଉତ, ଅସିତ କୁମାର ରାଉତ, ରବିନ୍ଦ୍ର ରାଉତ, ମନୋଜ ରାଉତ, ଗୁରୁ ଚରଣ ବାରିକ ପ୍ରମୁଖ ଏହି ଉତ୍ସବ ଓ ପୂଜାର୍ଜନାରେ ସହଯୋଗ କରିଥିଲେ।(ଜ୍ଞାନଜିତ ପ୍ରଧାନଙ୍କ ରିପୋର୍ଟ)