ମେଣ୍ଢାଶାଳ,୧୨ା୫(ଏସଏସନିୟୁଜ) ଭୁବନେଶ୍ୱର ଉପକଣ୍ଠ ମଳିପଡ଼ା ପଣ୍ଡାକୁଦିଆ ସରକାରୀଜମି ଜବର ଦଖଲ ଓ ବୋମାମାଡ ସହ ହୋଇଥିବା ଗୁଳିକାଣ୍ଡ ଘଟଣାରେ ପୋଲିସ ଷୋମବାର ଦିନ ଆଉ ଜଣଙ୍କୁ ଗିରଫ କରିଛି।ସେ ହେଉଛନ୍ତି ଭରତପୁର ହନୁମାନ ବସ୍ତି ରେ ରହୁଥିବା ସୁଧୀର କୁମାର ଜେନା ଓରଫ ନନ୍ଦ(୩୮)ା
ସୂଚନା ମୁତାବକ ଗତ ମାର୍ଚ୍ଚ ମାସ ୯ତାରିଖରେ ପଣ୍ଡାକୁଦିଆ ସରକାରୀ ଜମି କିଣା ବିକାକୁ ନେଇ ଦୁଇଗୋଷ୍ଠୀ ମୁଁହା ମୁଁହି ହୋଇଥିଲେ ।ଗୁଳି ଚାଳନା ସହ ବୋମାମାଡ ବି ହୋଇଥିଲା। ଗୁଳିମାଡରେ ଭରତପୁର ଅଂଚଳର ସୋମନାଥ ସାହୁଙ୍କ ଜଙ୍ଘରେ ଗୁଳି ବାଜିଥିଲା ଏନେଇ ପୋଲିସ ପର୍ୟ୍ୟାୟକ୍ରମେ ୩ଜଣଙ୍କୁ ଗିରଫ କରିଥିବା ବେଳେ ସୋମବାର ଆଉ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ଏବେ ବି ଆଉ ୨ଜଣ ଫେରାର ଥିବାର ଜଣାପଡିଛି। ଭରତପୁର ହନୁମାନ ବସ୍ତି ରେ ରହୁଥିବା ସୁଧୀର କୁମାର ଜେନା ଓରଫ ନନ୍ଦ(୩୮)ଙ୍କୁ ଗିରଫକରିବାସହ ତାଙ୍କଠାରୁ ଏକ ମୋବାଇଲଫୋନ ଜବତ କରି ସୋମବାରକୋର୍ଟଚାଳଣ କରିଛିାପୋଲିସ ତଦନ୍ତବେଲେ ସୁଧୀରଙ୍କ ନାମରେ ତିନୋଟି ଫୌଜଦାରୀ ମାମଲା ଥିବାର ଜାଣିବାକୁ ପାଇଛି । ଏମାନେ ମଳିପଡ଼ା ଏବଂ ସାମ୍ପୁର ମୌଜା ଅନ୍ତର୍ଗତ ଜଙ୍ଗଲ ଜମିକୁ ସିମେଣ୍ଟ ପୋଲ ଚିହ୍ନିତ କରି ଏବଂ ଭୂମିହୀନ ଶ୍ରମିକ ଏବଂ ଅନ୍ୟମାନଙ୍କୁ ଉଚ୍ଚ ମୂଲ୍ୟରେ ପ୍ଲଟ୍ ବିକ୍ରି କରି ବେଆଇନ ଭାବରେ ଦଖଲ କରୁଥିଲେ। ସେମାନେ ଅନଧିକୃତ ନିର୍ମାଣ କାର୍ୟ୍ୟରେ ଲିପ୍ତ ଥିଲେ, ବ୍ୟକ୍ତିଗତ ଆର୍ଥିକ ଲାଭ ପାଇଁ ଅପରାଧୀ ଗୋଷ୍ଠୀ ଗଠନ କରି ଆଇନ ଶୃଙ୍ଖଳା ପ୍ରତି ଗୁରୁତର ବିପଦ ସୃଷ୍ଟି କରିଥିଲେ ବୋଲି ଜାଣିବାକୁ ପାଇଛି ।(ପଦ୍ମଚରଣ ବଡଜେନାଙ୍କ ରିପୋର୍ଟ)