Browsing category

ମହାନଗର

ଲୁଚିଥିଲେ , ଓଲ୍ଡଟାଉନ ଅଞ୍ଚଳରୁ ଧରିଲା ପୋଲିସ

ବାରଙ୍ଗ,୨୯।୪(ଏସଏସନିୟୁଜ)ଜବରଦସ୍ତ ଭଙ୍ଗା ବିୟର ବୋତଲ ଦେଖାଇ ମାରିଦେବାକୁ ଧମକ ଦେଇ ସୁନଚେନ୍ ଲୁଟିବା ଘଟନାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଥିବା ପରେ ଫେରାର ଥିବା ଅନ୍ୟ ଜଣଙ୍କୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି।ସିଏ ହେଉଛନ୍ତି ପାଇକେରାପୁରର ଅନିଲ୍ ରଣଜିତ୍ ଓରଫ ପାପୁଲ୍ । ପ୍ରକାଶ ଯେ,ଗତ ମାର୍ଚ୍ଚ ୨୯ତାରିଖ ସକାଳେ ରବି ସୋଭେଶ ନାମକ ବ୍ୟକ୍ତି ତାଙ୍କ କଲେଜକୁ କାରରେ ଯାଉଥିବା ସମୟରେ, ଗୋଠପାଟଣା ଛକ ନିକଟରେ ୩ଜଣ ଅଜଣା ବ୍ୟକ୍ତି ଏକ ମୋଟରସାଇକେଲରେ […]

ବାରଙ୍ଗ ଅଞ୍ଚଳରେ ଜଣାଶୁଣା ନାଁ ନବଘନ ରାଉତ

ବାରଙ୍ଗ,୨୯।୪(ଏସଏସନିୟୁଜ) ନବଘନ ରାଉତ ବାରଙ୍ଗ ଅଞ୍ଚଳରେ ଜଣେ ଜଣାଶୁଣା ନାଁ ।ଖାଲି ସାମ୍ବାଦିକତା କ୍ଷେତ୍ରରେ ନୁହେଁ ସମାଜସେବୀ ଭାବେ ବେଶ୍ ପରିଚିତ ଥିଲେ।ଆଜି ସେ ନାହାନ୍ତି କିନ୍ତୁ ତାଙ୍କର ସେହି ସ୍ମୃତି ମନେ ପଡିଯାଉଛି,ବାରଙ୍ଗ ଅଞ୍ଚଳର ପ୍ରଥମ ସାମ୍ବାଦିକ ଭାବେ ସେ ଅଞ୍ଚଳର ସୁଖ ଓ ଦୁଃଖକୁ ଖବରକାଗଜ ମାଧ୍ୟମରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସରକାରଙ୍କ ପାଖରେ ପହଞ୍ଚାଇ ପାରୁଥିଲେ ।ସାମ୍ବାଦିକତାକୁ ପେଶା ନୁହେଁ ନିଶା ଭାବେ ନେଇ ସେ ସାଧାରଣ ଲୋକଙ୍କୁ ସାହାଯ୍ୟ ଓ […]

ପହେଲଗାମ୍ ଆତଙ୍କବାଦୀ ଆକ୍ରମଣରେ ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ

ବାରଙ୍ଗ, ୨୮।୪(ଏସଏସନିୟୁଜ) ଭୁବନେଶ୍ୱର ଉତର ବିଜେପି ପକ୍ଷରୁପହେଲ୍‌ଗାମ୍ ଆତଙ୍କବାଦୀ ଆକ୍ରମଣରେ ମୃତକମାନଙ୍କ ପ୍ରତି ସୋମବାର ସଂନ୍ଧ୍ୟାରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ସେମାନଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରାଯାଇଛି । ବିଜେପିନେତ୍ରୀ ସଂଯୁକ୍ତା ପଢ଼ିହାରିଙ୍କ ନେତୃତ୍ବରେ ବିଜେପି କର୍ମୀମାନେ ଢାୱା ଗ୍ରାମମୁଣ୍ଡରୁ ଏକ କ୍ୟାଣ୍ଡଲ ଶୋଭାଯାତ୍ରାରେ ବାହାରି ସୋମନାଥ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ।ସୋମନାଥ ମନ୍ଦିର ପରିସରରେ ପହଂଚି ସେଠାରେମହମବତୀ ଜାଳି ନିରବ ପ୍ରାର୍ଥନା କରିଥିଲେ।କର୍ମୀମାନେ ଆତଙ୍କବାଦୀ ଆକ୍ରମଣରେ ନିହତ ବ୍ଯକ୍ତିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ […]

ପାକ୍‌ ୟୁଟ୍ୟୁବ୍‌ ଚ୍ୟାନେଲ ବ୍ୟାନ

ଭୁବନେଶ୍ଵର,୨୮।୪(ଏସଏସନୀୟୂଜ୍)ଭାରତରେ ପାକିସ୍ତାନ ୟୁଟୁବ୍‌ ଚ୍ୟାନେଲ ବ୍ୟାନ୍‌ କରାଯାଇଛି।୧୬ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କରୁଛି ଭାରତ ସରକାର।ଶୋଏବ ଅଖତର, ଆର୍‌ଜୁ କାଜ୍‌ମୀ, ସୟଦ ମୁଜାମ୍ମିଲ ଶାହ ଭଳି ଚ୍ୟାନେଲ ବ୍ୟାନ ହୋଇଛି।ସମା ଟିଭି, ଏରି ନ୍ୟୁଜ୍‌, ଜିଓ ନ୍ୟୁଜ୍‌, ଡନ୍‌ ନ୍ୟୁଜ୍‌ ଚାନେଲ ମଧ୍ୟ ବ୍ୟାନ୍‌ ହୋଇଛି।ମିଥ୍ୟା ଖବର ପ୍ରସାରଣ କରିବା ନେଇ ପଦକ୍ଷେପ ନିଆଯାଇଥିବାର ଜଣାପଡିଛି।

ଅନ୍ଧାରରେ ଅଧା ୟୁରୋପ

ଭୁବନେଶ୍ଵର,୨୮।୪(ଏସଏସ ନୀୟୂଜ୍)ଅନ୍ଧାରରେ ଅଧା ୟୁରୋପ ରହିଛି। ୟୁରୋପର ସ୍ପେନ୍‌, ପର୍ତ୍ତୁଗାଲ, ବେଲଜିୟମ୍‌ ଅନ୍ଧାରରେ ରହିଛି।ଦକ୍ଷିଣ ଫ୍ରାନ୍ସ ମଧ୍ୟ ଅନ୍ଧକାର ଆଚ୍ଛାଦିତ ହୋଇଛି।ଯାହାଫଳରେବିମାନ ଓ ଟ୍ରେନ୍‌ ସେବା ବାଧାପ୍ରାପ୍ତ ହେବା ସହ କାମ କରୁନି ଟେଲିଫୋନ୍‌।ଏତେବଡ଼ ବିଦ୍ୟୁତ ବିଭ୍ରାଟର ପ୍ରକୃତ କାରଣ ଅଦ୍ୟାବଧି ଜଣାପଡ଼ିନି।

LOCରେ ପାକ୍‌ସେନାର ଫାୟାରିଂ

ଭୁବନେଶ୍ଵର,୨୫।୪(ଏସଏସନିୟୁଜ)LOCରେ ପାକିସ୍ତାନ ସେନା ପକ୍ଷରୁ ଫାୟାରିଂ ଆରମ୍ଭ ହୋଇଛି। ପାକ୍‌ ସେନାକୁ ଜବାବ ଦେଇଛି ଭାରତୀୟ ସେନା।ଉଭୟ ପକ୍ଷରୁ ଜାରି ରହିଛି ଗୁଳି ବିନିମୟ।ଅନ୍ୟପଟେ ଆତଙ୍କୀର ଘର ଉଡ଼ାଇଛନ୍ତି ସୁରକ୍ଷାକର୍ମୀ।ପହଲଗାମ ଷଡ଼ଯନ୍ତ୍ରରେ ସାମିଲ ସନ୍ଦେହରେ ବୁଲିଛି ବୁଲ୍‌ ଡୋଜର।ଜମ୍ମୁକାଶ୍ମୀର ପହଲଗାମର ଜଣେ ଆତଙ୍କୀଙ୍କ ଘରେ ବୁଲିଲା ବୁଲଡୋଜର।ବୁଲ୍‌ ଡୋଜର ବୁଲିବା ସହ ବ୍ଲାଷ୍ଟ କରି ଘର ଉଡ଼ାଇଲେ ସୁରକ୍ଷାକର୍ମୀ।ସ୍ଥାନୀୟ ଅଞ୍ଚଳର ଆସିଫ ସେଖ୍‌ ତଥା ଆଦିଲ୍‌ର ଘର ଉଡ଼ାଇଲେ।ଆକ୍ରମଣ ଷଡ଼ଯନ୍ତ୍ରରେ ଆଦିଲ ସାମିଲ ନେଇ ସନ୍ଦେହ ହୋଇଥିଲା।

ବଢ଼ିଲା ପୋଲିସ କର୍ମଚାରୀଙ୍କ ଭତ୍ତା

ଭୁବନେଶ୍ଵର,୨୪।୪(ଏସଏସନିୟୁଜ)ପୋଲିସ କର୍ମଚାରୀଙ୍କ ଭତ୍ତା ଓ ପ୍ରୋତ୍ସାହନ ରାଶି ବୃଦ୍ଧି ହୋଇଛି। କନଷ୍ଟେବଲଙ୍କ ଠାରୁ ଇନ୍ସପେକ୍ଟର ଯାଏଁ ପୋଷାକ ଭତ୍ତା ଦୁଇ ଗୁଣ ବୃଦ୍ଧି ହୋଇଛି।ଇନ୍ସପେକ୍ଟରଙ୍କ ପୋଷାକ ଭତ୍ତା ୪୩୦୦ରୁ ୮୬୦୦ ଟଙ୍କାକୁ ବଢ଼ିଲା ।SI, ASIଙ୍କ ପୋଷାକ ଭତ୍ତା ୪୨୦୦ରୁ ୮୪୦୦ ଟଙ୍କା,ହାବିଲଦାର, କନଷ୍ଟେବଲ ଓ ସିପାହୀଙ୍କ ୫ ହଜାରରୁ ୧୦ ହଜାର, ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସର ଏକ୍ସ ଆର୍ମି କର୍ମଚାରୀଙ୍କ ୧୧୮୦୦, କନଷ୍ଟେବଲ, ସିପାହୀଙ୍କ ବାର୍ଷିକ ପ୍ରୋତ୍ସାହନ ରାଶି ୨୫ ହଜାର,ହାବିଲଦାରଙ୍କ ପ୍ରୋତ୍ସାହନ ରାଶି ୩୦ […]

ପହଲଗାମ୍‌ ନରସଂହାରକୁ ନେଇ ବଡ଼ ଘୋଷଣା

ଭୁବନେଶ୍ଵର,୨୩।୪(ଏସଏସନୀୟୂଜ) ପହଲଗାମ୍‌ ନରସଂହାରକୁ ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ବଡ଼ ଘୋଷଣା କରାଯାଇଛି।ଏହି ଘୋଷଣା ଅନୁଯାୟୀ ଅଟାରୀ-ୱାଘା ସୀମାକୁ ବନ୍ଦ ଘୋଷଣା କରିଛି ଭାରତ।ସପ୍ତାହେ ମଧ୍ୟରେ ପାକିସ୍ତାନ ନାଗରିକ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।ପାକିସ୍ତାନ ସହ ସିନ୍ଧୁ ନଦୀ ଚୁକ୍ତି ମଧ୍ୟ ବାତିଲ ହୋଇଛି।ଦୂତାବାସ କର୍ମଚାରୀ ସଂଖ୍ୟା ୩୦କୁ ହ୍ରାସ ନିଷ୍ପତ୍ତି ହୋଇଛି।କୌଣସି ପାକିସ୍ତାନୀ ନାଗରିକଙ୍କୁ ଭାରତୀୟ ଭିସା ମନା କରାଯାଇଛି।ଅନ୍ୟପଟେଆତଙ୍କୀଙ୍କ ସୂଚନା ଦେଲେ ୨୦ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିବାକୁ କୁହାଯାଇଛି।ପହଲଗାମ୍‌ ନରସଂହାରରେ ସମ୍ପୃକ୍ତ […]

ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ

ଭୁବନେଶ୍ବର,୨୩।୪(ଏସଏସନୀୟୂଜ)ରାଜ୍ୟରେ ଗଠିତ ହୋଇଛି ୩ଟି ନୂଆ ସିଭିଲ୍ ଜଜ୍ କୋର୍ଟ (ଜୁନିୟର ଡିଭିଜନ୍)। ଏହି କୋର୍ଟ ଗୁଡିକ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ସୁନ୍ଦରଗଡ ଜିଲ୍ଲାର ଲେଫ୍ରିପଡା, ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଠାରେ ସ୍ଥାପନ କରାଯାଇଛି। ଓଡିଶା ଉଚ୍ଚ ନ୍ୟାୟାଳୟ ସହିତ ପରାମର୍ଶ କ୍ରମେ ରାଜ୍ୟ ସରକାର ଏହି କୋର୍ଟ ଗୁଡିକ ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେବା ପରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ତିନୋଟି କୋର୍ଟ […]

କାଲିଠାରୁ ସ୍କୁଲପିଲାଙ୍କ ପାଇଁ ଖରାଛୁଟି

ଭୁବନେଶ୍ବର,୨୨।୪(ଏସଏସନୀୟୂଜ)ଆସନ୍ତାକାଲି ଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି ଘୋଷଣା। ଅପ୍ରେଲ ୨୩ ତାରିଖ ଠାରୁ ଅଙ୍ଗନବାଡି, ଶିଶୁବାଟିକା ଠାରୁ ଆରମ୍ଭ କରି ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ, ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ରାଜ୍ୟରେ ବର୍ତ୍ତମାନ ଚାଲିଥିବା ଭିଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପିଲାମାନଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଏ ସଂପର୍କରେ ସମୀକ୍ଷା କରିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି […]