Browsing category

ମହାନଗର

ରାକ୍ଷୀ ହେଲା ମା

ବାରଙ୍ଗ,୨୯।୧୨(ଏସଏସନିଉଜ) ପ୍ରାଣୀ ଉଦ୍ୟାନ ନନ୍ଦନକାନନର ଜନ୍ମ ଦିନରେ ପର୍ଯ୍ୟଟକଙ୍କୁ ଭେଟି ଦେଇଛି ସିମ୍ପାଞ୍ଜୀ ରାକ୍ଷୀ । ଉଦ୍ୟାନର ୬୦(କ)ନମ୍ବର ଖୂଆଡରେ ରହି ପର୍ଯ୍ୟଟକଙ୍କ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ରାକ୍ଷୀ ଦ୍ୱିତୀୟଥର ପାଇଁ ମା ହୋଇଛି ।ରବିବାର ଦିନ ଗୋଟିଏ ଶାବକ ଜନ୍ମ ଦେଇଛି । ମା ହେବା ପରେ ତାର ଛୁଆକୁ ଟିକେ ହେଲେ ବି ଅଲଗା କରୁନାହିଁ ରାକ୍ଷୀ । କୋଳରେ ଜାବୁଡି ଧରି ଗୋଟିଏ ଜାଗାରେ ବସିରହିଥିବା ଦେଖିବାକୁ ମିଳିଛି । ପ୍ରକାଶଯେ […]

ଏଥର ନନ୍ଦନକାନନ ପାଳିବନି ଜନ୍ମଦିନ

ବାରଙ୍ଗ,୨୮/୧୨(ଏସଏସନିଉଜ)ରବିବାର ଦିନ ନନ୍ଦନକାନନ ପାଳିବନି ୬୫ତମ ପତିଷ୍ଠା ଦିବସ।ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ବିୟୋଗରେ ରାଜ୍ୟସରକାର ଜାନୁଆରୀ ପହିଲାପର୍ଯ୍ୟନ୍ତ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏହିସମୟ ମଧ୍ୟରେ ରାଜ୍ୟ ସରକାରଙ୍କ କୌଣସି ସରକାରୀ ଉତ୍ସବ ଆୟୋଜନ କରାଯିବନାହିଁ ।ଯାହାକୁ ନେଇ ସାରା ରାଜ୍ୟ ରାଷ୍ଟ୍ରୀୟ ଶୋକ ପାଳନ କରୁଥିବା ବେଳେ ଏଥିରୁ ବାଦ୍ ପଡିନି ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ପ୍ରାଣୀଉଦ୍ୟାନ ନନ୍ଦନକାନନ କୁ ୬୪ ପୁରୀ ୬୫ ଚାଲିବ । ରବିବାରଦିନ ଥିଲା […]

ଚୋରି କରୁଥିଲେ,ମାଡ଼ି ବସିଲା ପୋଲିସ

ଭୁବନେଶ୍ୱର,୨୭/୧୨(ଏସଏସନିଉଜ)ଚନ୍ଦକାଥାନା ଓ ଭୁବନେଶ୍ୱର ସିଟି ଫରେଷ୍ଟ ପାତ୍ରପଡାରେଞ୍ଜ ଅଧୀନ ପାଇକରାପୁର ଅଞ୍ଚଳରେ ବେଧଡକ ଭାବେ ମାଟି,ମୋରମ ଚୋରାଚାଲାଣ ଚାଲିଛି।କୌଣସି ସୂତ୍ରରୁ ଖବରପାଇ ପାଇକରାପୁର ପାହାଡ଼ ଅଞ୍ଚଳରେ ପାତ୍ରପଡା ସିଟି ଫରେଷ୍ଟର କର୍ମଚାରିମାନେରାତିଅଧିଆ ଚଢଉ କରି ଓଆର ୦୨- ବି ଡବ୍ଲୁ -୪୬୧୪ନଂ ଏକ ମାଟି ବୋଝେଇ ହାଇୱାକୁ ଜବତ କରିଛି। ଅନ୍ୟପଟେ ଇନ୍ଫୋଭ୍ୟାଲି ଥାନା ଅଧୀନ ଯାଆଁଳା, ମଦନପୁର ଆଖପାଖ ଅଞ୍ଚଳରେ ଚାଲିଥିଲା ବେଧଡ଼କ ମୋରମ ଓ଼ ମାଟି ଚୋରାଚାଲାଣ ବେଳେ ୩ଟି ମୋରମ ଓ ମାଟି […]

ଆରମ୍ଭ ହେଲା ୪ଦିନିଆ ଶିକ୍ଷକ ପ୍ରଶିକ୍ଷଣ ଶିବିର

ବାରଙ୍ଗ,୨୭/୧୨(ଏସଏସନିଉଜ) କାନନବିହାର ଫେଜ୍-୨ ସ୍ଥିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ର ପରିସରରେ ଶୁକ୍ରବାର ଦିନ ଭାରତୀୟ ଶିକ୍ଷା ପରିଷଦ ଦ୍ବାରା ରାଜ୍ଯସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି। ରାଜ୍ୟର କୋଣ ଅନୁକୋଣ ତଥା ବହୁ ଉପାନ୍ତ ଅଞ୍ଚଳରେ ଭାରତୀୟ ଶିକ୍ଷା ପରିଷଦ ଦ୍ବାରା ଅନୁବନ୍ଧିତ ବିଦ୍ୟାଳୟମାନଙ୍କରେ ଶତାଧିକ ଗୁରୁଜୀ ଗୁରୁମାମାନେ ଚାରିଦିନ ବ୍ୟାପି ହେବାକୁ ଥିବା ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପରିଷଦର ସଭାପତି ସୁଧିର କୁମାର ଦାସ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ସୁଧିର […]

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ଶୋକ

ଭୁବନେଶ୍ୱର,୨୬/୧୨(ଏସଏସନିଉଜ)ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ୱର୍ଗତଃ ମନମୋହନ ସିଂହ ଦେଶର ଜଣେ ମହାନ୍ ବରପୁତ୍ର ଥିଲେ । ଅର୍ଥନୀତି କ୍ଷେତ୍ରରେ ତାଙ୍କର ଜ୍ଞାନ ଓ ଦକ୍ଷତା ପାଇଁ ସେ ସାରା ବିଶ୍ବରେ ସମ୍ମାନର ଅଧିକାରୀ ହୋଇ ପାରିଥିଲେ। ଅର୍ଥ ମନ୍ତ୍ରୀ ଭାବରେ ଦେଶର ଅର୍ଥନୀତିକୁ ସେ ଏକ ନୂଆ ଦିଗ ଦେଇଥିଲେ। ତାଙ୍କର ଉଦାର […]

୨୦୨୫ଡେସ୍କ୍ କ୍ୟାଲେଣ୍ଡର୍ ଲୋକାର୍ପିତ

ଭୁବନେଶ୍ୱର,୨୬/୧୨(ଏସଏସନିଉଜ)ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୫ ଇଂରାଜୀ ନୂଆବର୍ଷ ଅବସରରେ ମହାପ୍ରଭୁଙ୍କ ଫଟୋଚିତ୍ର ଥାଇ ସୁଦୃଶ୍ୟ କ୍ୟାଲେଣ୍ଡର (ଉଭୟ ୱାଲ୍ ଏବଂ ଡେସ୍କ୍) ପ୍ରକାଶ ପାଇଛି । କ୍ୟାଲେଣ୍ଡର ଗୁଡିକର ପ୍ରଥମ କପିକୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି । ଏହି ଦେବାର୍ପଣ ପରେ ଆଜି ଉଭୟ କ୍ୟାଲେଣ୍ଡରକୁ ବିଧିବଦ୍ଧ ଭାବେ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ଡେସ୍କ୍ କ୍ୟାଲେଣ୍ଡର ରେ ରାଜ୍ୟର ବିଭିନ୍ନ ଶିଳ୍ପୀଙ୍କ ଚିତ୍ର ଏବଂ ବାଲୁକା କଳା ସ୍ଥାନିତ […]

କଲେଜରେ ହେବ ନିର୍ବାଚନ

ଭୁବନେଶ୍ୱର,୨୬/୧୨(ଏସଏସନିଉଜ)କମ୍ପିବ କଲେଜ୍‌ କ୍ୟାମ୍ପସ୍‌ । ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବା ଛାତ୍ର ସଂସଦ ନିର୍ବାଚନ ପୁଣି ହେବାକୁ ଯାଉଛି। ଏଥିପାଇଁ କଲେଜ କ୍ୟାମ୍ପସ୍‌ ସରଗରମ୍‌ ହେବ । କଲେଜ ନିର୍ବାଚନକୁ ନେଇ ଗୁରୁବାର ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଆସନ୍ତା ଶିକ୍ଷା ବର୍ଷରେ କଲେଜ ଛାତ୍ର ସଂସଦ ନିର୍ବାଚନ ହେବ । କଟକ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ଏବିଭିପି କାର୍ଯ୍ୟକ୍ରମରେ ଯୋଗନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ […]

ବ୍ଲକିଂବେଳେ ଧରାପଡିଲା

ବାରଙ୍ଗ,୨୫/୧୨(ଏସଏସନିଉଜ)ମଙ୍ଗଳବାର ରାତିରେ ଚନ୍ଦକା ପୋଲିସ ବ୍ଲକିଂ କରିଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ କାରକୁ ରୋକିବା ପରେ ସେଥିରେ ଥିବା ୫ଜଣଙ୍କୁ ଗିରଫ କରିଛନ୍ତି ।ସେମାନଙ୍କଠାରୁ ପୋଲିସ ଏକ କାର ,ତିନୋଟି ମାଉଜର, ଦୁଇଟି ରିଭଲଭର,୧୫ଟି ଜୀବନ୍ତ ଗୁଳି,୭ଟି ମୋବାଇଲ୍ ଫୋନ୍ ଓ ନଗଦ୮୪ହଜାରେ ଟଙ୍କା ଜବତ କରିଛି।ତଦନ୍ତ ବେଳେ ଏହି ୫ଜଣ ଯୁବକ ଖଣିଜଦ୍ରବ୍ୟ ଚୋରା ଚାଲଣ ସହ ଗୋରୁଚାଲଣ କାରବାର କରୁଥିବାର ପୋଲିସ ଜାଣିବାକୁ ପାଇଥିବା ବେଳେ ଏମାନଙ୍କ ନାମରେ ବିଭିନ୍ନଥାନାରେ ୧୬ଟି […]

ବଡ଼ଦିନକୁ ବିଗାଡିଦେଲା ବର୍ଷା 

ବାରଙ୍ଗ ୨୫/୧୨ (ଏସଏସନିଉଜ)ଆରମ୍ଭ ହୋଇଛି ପର୍ଯ୍ୟଟନ ରୁତୁ ।ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ଭିଡ ଲାଗିରହିଥିବା ବେଳେ ବଡ ଦିନରେ ଅଧିକ ପର୍ଯ୍ୟଟକ ଆସିବାର ଆକଲନ କରାଯାଇଥିଲା।କିନ୍ତୁଲଘୁଚାପଜନିତ ବର୍ଷା ଯୋଗୁ ବଡ଼ ଦିନ ଫିକା ପଡ଼ିଯାଇଛି।ସବୁ ବିଗାଡି ଦେଇଥିଲା ବର୍ଷା। ଚନ୍ଦକା ଅଭୟାରଣ୍ୟର ଡେରାସ , ଗୋଡିବାରିର ପକୃତିକ ଶୋଭାରାଜି ମନଭରି ଉପଭୋଗ କରିବା ଓ ବଣଭୋଜି କରି ମଜା ଉଠାଇବା ପାଇଁ ଏଠାରେ ବଡଦିନରେ ପ୍ରବଳ ଭିଡ଼ ହୋଇଥାଏ।କିନ୍ତୁ ବୁଧବାର ଦିନ ତମାମ ଝିପିଝିପି ବର୍ଷା […]

କଂଗ୍ରେସର ସାମ୍ବାଦିକ ସମ୍ମିଳନୀ…

ଭୁବନେଶ୍ୱର,୨୩ା୧୨(ଏସଏସନିଉଜ)ଆମ୍ବେଦକରଙ୍କୁ ଅପମାନ ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ଆସନ୍ତାକାଲି ଦେଶର ସବୁ ଜିଲ୍ଲାରେ ରାଲି କରିବ କଂଗ୍ରେସ ।ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବ କଂଗ୍ରେସ ।କେନ୍ଦ୍ର ଗୃହମନ୍ତ୍ରୀ ଇସ୍ତଫା ନଦେବା ପର୍ଯ୍ୟନ୍ତ କଂଗ୍ରେସ ପ୍ରତିବାଦ କରିବ ବୋଲି ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କଲା କଂଗ୍ରେସା