Browsing category

ମହାନଗର

ବିଶ୍ୱ ବଜ୍ରକପ୍ତା ଦିବସ ପାଳିତ

ବାରଙ୍ଗ,୧୫।୨(ଏସଏସନିଉଜ)ଶନିବାର ଦିନ ୧୧ଟା ସମୟରେ ନନ୍ଦନକାନନରେ ବିଶ୍ୱ ବଜ୍ରକପ୍ତା ଦିବସ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର କର୍ମଶାଳା ରେ କଲେଜ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ବାଜ୍ରକପ୍ତାର ଆବଶ୍ୟକତା, ସେମାନଙ୍କ ସଂରକ୍ଷଣ ଉପରେ ବୁଝାଯାଇଥିଲା। ଏଥିରେ ପଟିଆରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜ, ବାରଙ୍ଗ କୁଞ୍ଜବିହାରୀ ଡିଗ୍ରୀ କଲେଜ, ସେଞ୍ଚୁରିଆନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜମେଣ୍ଟର ଛାତ୍ରଛାତ୍ରୀ ମାନଙ୍କ ସହ ବାଜ୍ରକାପ୍ତା ପ୍ରଜନନ କେନ୍ଦ୍ରର ପଶୁପାଳକମାନେ ଅଂଶଗ୍ରହଣ କରିଥିଲେ। ଭାରତରେ ଦେଖାଯାଉଥିବା […]

ଆର୍ ଆଇ ଅଫିସରେ ପଶିଲେ

ବାରଙ୍ଗ,୧୫।୨(ଏସଏସନିଉଜ)ପୂର୍ବ ଜମିବାଡି ବିବାଦକୁ କେନ୍ଦ୍ରକରି ଆରଆଇ ଅଫିସରେ ଜଣଙ୍କୁ ଉଠା ଇନେଇ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ୩ଜଣଙ୍କୁ ଗିରଫ କରିଛି ନନ୍ଦନକାନନଥାନା ପୋଲିସ । ପ୍ରକାଶଯେ,ଶନିବାର ଧରଣୀ ହରିଚନ୍ଦନ ନାମକ ବ୍ୟକ୍ତି ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ସେ ଶନିବାର ସକାଳେ ୧୧ ଟା ପାଖାପାଖି କାରରେ ଡ୍ରାଇଭରଙ୍କୁ ସାଥିରେ ନେଇ ଅନୁଗୁଳରୁ ବାଲିପଡା ଆରଆଇ ଅଫିସକୁ କୌଣସି ବ୍ୟକ୍ତିଗତ କାର୍ଯ୍ୟ ଲାଗି ଆସିଥିଲେ ।ସେ ଆରଆଇ ଅଫିସରେ ଥିବାବେଳେ ଗଣ୍ଡରପୁର ବ୍ରାହ୍ମଣସାହିର ଦୁର୍ଯୋଧନ ହରିଚନ୍ଦନ,ଦେବିପ୍ରସାଦ […]

ଦିନ ଦିହିପହରରେ ଲୁଟିନେଲେ ଦୁଇଲକ୍ଷ ଟଙ୍କା

ବାରଙ୍ଗ, ୧୫।୨(ଏସଏସନିଉଜ) ବାରଙ୍ଗଥାନାଠାରୁ ମାତ୍ର ଅଳ୍ପ ଦୂର ସିତାରାମ ବଜାରରୁ ଦିନ ଦିହି ପହରରେ ୨.୩୫ଲକ୍ଷ ଟଙ୍କା ଲୁଟ ହୋଇଥିବାର ଥାନାରେ ଅଭିଯୋଗ ହୋଇଛି। ପ୍ରକାଶଯେ,ବାରଙ୍ଗଥାନା ଅଧିନସ୍ତ ଚଣ୍ଡିପ୍ରସାଦ ଗ୍ରାମର ନିରଞ୍ଜନ ବେଉରା ନାମକ ବ୍ୟକ୍ତି ବାରଙ୍ଗ ବ୍ଲକ ସମ୍ମୁଖରେ ଥିବା ୟୁକୋବ୍ୟାଙ୍କରୁ ୨ ଲକ୍ଷ ୩୫ହଜାର ଟଙ୍କା ୧୨ଟା ସମୟରେ ଉଠାଇ ଥିଲେ। ଏହାପରେ ସେ ତାଙ୍କ ବାଇକରେ ଟଙ୍କାଭର୍ତି ବ୍ୟାଗକୁ ଟାଙ୍ଗୀ ସିତାରାମ ବଜାରରେ ଥିବା ଏକ ଗ୍ରୋସରି ଦୋକାନକୁ ଆସିଥିଲେ।ଦୋକାନରୁ ଏକ ତେଲଟିଣକିଣି […]

ଦେଶୀମଦ ବୋଝେଇ କାର ସହ ଗିରଫ

ବାରଙ୍ଗ, ୧୫/୨(ଏସଏସନିଉଜ)ଦେଶୀମଦ ଚାଲାଣବେଳେ ଏକ କାରକୁ ଫିଲ୍ମ ଷ୍ଟାଇଲରେ ଧରିଛି ବାରଙ୍ଗ ପୋଲିସ। ଦାମୀକାର ଭିତରୁ ୨୧୦ ଲିଟର ମଦ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରୁଛି। ଗିରଫ ଦୁଇଜଣ ହେଉଛନ୍ତି ଆଠଗଡ଼ଥାନା ଅନ୍ତର୍ଗତ ଜେନାପଦା ଅଞ୍ଚଳର ପ୍ରକାଶ କୁମାର ନାୟକ ଓ ଅସିତ୍ ରଞ୍ଜନ ସ୍ବାଇଁ। ବେଆଇନ ଦେଶୀମଦ ଚୋରା ଚାଲାଣ ହେଉଥିବାର ବିଶେଷ ସୂତ୍ରରୁ ଖବର ପାଇ ବାରଙ୍ଗଥାନା ପୋଲିସ ଶନିବାର ଦିନ ୧ଟା ପାଖାପାଖି ମୁଣ୍ଡଳୀ ବ୍ରିଜନିକଟରେ ଜଗି ରହିଥିଲେ। ଏକ […]

ବଢିଲା E-KYC ଅବଧି

ଭୁବନେଶ୍ଵର ,୧୫।୨(ଏସଏସନିଉ ଜ)E-KYC ଅବଧି ବଢିବା ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।ସେ କହିଛନ୍ତିଯେଉଁମାନେ ଏପର୍ଯ୍ୟନ୍ତ ଇ-କେୱାଇସି କରିନାହାନ୍ତି,ସେମାନଙ୍କ ପାଇଁ ଏହାର ଅବଧିକୁ ବୃଦ୍ଧି କରାଯାଇଛି। ମାର୍ଚ୍ଚ ୩୧ ତାରିଖ ଯାଏଁ ଇ-କେୱାଇସି ଅବଧିକୁ ବୃଦ୍ଧି କରାଯାଇଛି।ଏ ଯାଏଁ୯୦ ପ୍ରତିଶତ ପଞ୍ଜିକରଣ ସରିଛି। ରାଜ୍ୟବାହାରେ ରହୁଥିବା ୧ଲକ୍ଷ ୩୫ ହଜାର ୨୫୮ଲୋକଙ୍କ ପଞ୍ଜିକରଣ ହୋଇଛି। ଗାଁରେ ଏ ଯାଏଁ ୧୨ ଲକ୍ଷ ଲୋକଙ୍କ EKYC ସମ୍ପାଦନ ହୋଇ ପାରିନାହିଁ। ରାଜ୍ୟରେ ସମୁଦାୟ ୧୧୮୪୦ ଟି […]

ଜୀବନ ନେଲା ମୋ ବସ

ଭୁବନେଶ୍ବର,୧୪।୨(ଏସଏସନିଉଜ)ପୁଣି ଜୀବନ ନେଇଛି ମୋ ବସ।ଭାଇ ଆଗରେ ଚାଲିଯାଇଛି ଭଉଣିରଜୀବନ।ଭୁବନେଶ୍ବର ପାତ୍ରପଡା ନିର୍ମାଣଧିନ ଫୁଟ ଓଭର୍ ବ୍ରିଜ ନିକଟରେ ଘଟିଛି ଭୟଙ୍କର ଦୁର୍ଘଟଣା । OD 34K9877 ନମ୍ବର ସ୍କୁଟି ଯୋଗେ ଭାଇ ଓ ଭଉଣୀ ଯାଉଥିଲେ । ଏହି ସମୟରେ OD 02 BJ 9410 ନମ୍ବର ଥିବା ଏକ ମୋବସ ଦ୍ରୁତ ଗତିରେ ଆସି ସେମାନଙ୍କୁ ଧକ୍କା ଦେଇ ମହିଳାଙ୍କୁ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ […]

ପ୍ରଶାସନ ଧମକ କାମ କଲାନି

ବାରଙ୍ଗ,୧୪।୨(ଏସଏସନିଉଜ) ବନ୍ଦ ହୋଇଯାଇ ଥିବା ମାର୍ଥାପୁର ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ପୁନ କାର୍ଯ୍ୟକ୍ଷମକରିବା ଦାବୀରେ ଅଭିଭାବକମାନେ ୧୨ଦିନ ହେବ ଧାରଣା ଦେଇଛନ୍ତି।ଏହି ଧାରଣାକୁ ବନ୍ଦ କରିବାପାଇ ଶୁକ୍ରବାର ଦିନ ପ୍ରଶାସନପକ୍ଷରୁ ଧାରଣାରତ ଅଭିଭାବକମାନଙ୍କୁ ଗିରଫର ଭୟ ଦିଆଯାଇଥିଲେ ସୁଦ୍ଧା କୌଣସି ପ୍ରଭାବ ପଡ଼ିପାରିନାହି। ଯାହାଫଳରେ ଅଭିଭାବକମାନେ ନିଜ ଜିଦ୍ ରେ ଅଟଳରହି ପ୍ରତିବାଦ ଚଳାଇଥିବାରୁ ପ୍ରଶାସନକୁ ଫେରିବାକୁ ପଡ଼ିଛି। ପ୍ରକାଶ ଯେ,ପିଲାସଂଖ୍ୟା କମଥିବାର ଦର୍ଶାଯାଇ ମାର୍ଥାପୁର ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ପାଖ ବିଦ୍ୟାଳୟରେ ମିଶ୍ରଣ କରାଯାଇଥିଲା ।କିନ୍ତୁ […]

ପୁଣି ଭାଙ୍ଗିଲା ରେଳ ସୁରକ୍ଷା ବାଡ଼

ବାରଙ୍ଗ, ୧୪/୨ (ଏସଏସନିଉଜ)ଶୁକ୍ରବାର ସଂଧ୍ୟା୬ଟାରେ ଏପି ୩୧ଟିଡି ୨୨୫୧ନମ୍ୱର ଗାଡ଼ିଟି ରେଳ ସୁରକ୍ଷା ବାଡ଼କୁ ଧକା ଦେଇ ରାସ୍ତା ଉପରେ ରହିଥିବାରୁ ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା।ପରେ ରେଳବିଭାଗ ଘଟଣାସ୍ଥଳରେ ପହଂଚି ଭାରିଯାନକୁ ଜବତ କରି ରାସ୍ତାରୁ ଉଠାଇବା ପରେ ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତାରେ ଦେଖାଦେଇଥିବା ଟ୍ରାଫିକ ସମସ୍ୟା ଦୂର ହୋଇଥିଲା। ପ୍ରକାଶ ଯେ,ଗୋଡିସାହି ଫାଣ୍ଡି ଅନ୍ତର୍ଗତ ଷଣ୍ଢପୁର ନିକଟରେ ମୁଖ୍ୟରାସ୍ତା ଉପରେ ରହିଥିବା ରେଳ ସୁରକ୍ଷା ବାଡକୁ ଏପି ୩୧ଟିଡି ୨୨୫୧ନମ୍ୱର ଗାଡ଼ିଟି ଧକା ଦେଇ […]

ରାତି ଅଧରେ ବେଆଇନ ଇଟା ଭେଟି ଉପରେ ଚଢାଉ

ବାରଙ୍ଗ,୧୩।୨(ଏସଏସନିଉଜ)ଗୁରୁବାର ରାତି ୭ଟାରେପ୍ରଶାସନ ପକ୍ଷରୁ ବେଆଇନ ଭାବେ ଗଢି ଉଠିଥିବା ଏକ ବେଆଇନ ଉପର ଭାଟି ଇଟାଭାଟିକୁ ଭଙ୍ଗା ଯାଇଛି।ଭାଟିରେ ପ୍ରସ୍ତୁତ ହୋଇ ରହିଥିବା କଞ୍ଚା ଇଟାକୁ ନଷ୍ଟ କରାଯାଇଥିବା ବେଳେ ବିକ୍ରୀ ଉଦ୍ଦେଶ୍ୟରେ ଗଦା ହୋଇଥିବା ନାଲି ଇଟାକୁ ଯେଶିବିରେ ପେଲି ଦିଆଯାଇଛି ।ପ୍ରଶାସନର ଉପର ଦେଖାଣିଆ ଚଢାଉକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ପ୍ରକାଶ ଯେ,ବାରଙ୍ଗ ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ସରକାରୀ ଜାଗା ମାନଙ୍କରେ ବେଆଇନ ଭାବେ ଉପର ଭାଟିଇଟା ନିର୍ମାଣ […]

ବନ୍ଦ ହେଲା ପୁରୁଣା, ଖୋଲିଲା ନୂଆ ପ୍ରବେଶ ଏବଂ ପ୍ରସ୍ଥାନ ଗେଟ୍

ବାରଙ୍ଗ,୧୩।୨ (ଏସଏସନିଉଜ) ବନ୍ଦ ହେଲା ନନ୍ଦନକାନନର ପୁରୁଣା ମୁଖ୍ୟଫାଟକ । ସେ ପୁଣି ଏକ ମାସ ପର୍ଯ୍ୟନ୍ତ। ପୁଣି କାର୍ଯ୍ୟକ୍ଷମ ହେଲା ୨୦୨୨ ମସିହା ପ୍ରତିଷ୍ଠା ଦିବସରେ ଉଦ୍ଘାଟନ ହୋଇ ବନ୍ଦ ରହିଥିବା ପ୍ରସ୍ତାନପଥ । ଏହି ପ୍ରସ୍ଥାନ ପଥ ଦେଇ ଅସ୍ଥାୟୀ ଭାବେ ପ୍ରବେଶ ଓ ପ୍ରସ୍ଥାନ କରି ପାରିବେ ପର୍ଯ୍ୟଟକ। ଏନେଇ ନନ୍ଦନକାନନ ପକ୍ଷରୁ ଗୁରୁବାରଦିନ ସୂଚନା ଦିଆଯାଇଛି।ତେବେ ନନ୍ଦନକାନନକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଗୁରୁବାର ଠାରୁ ଅସ୍ଥାୟୀ ଭାବେ ପ୍ରବେଶ ଏବଂ ପ୍ରସ୍ଥାନ […]