Browsing category

ମହାନଗର

ଏପ୍ରିଲରୁ ବଢ଼ିପାରେ ବିଜୁଳି ଦର…

ଭୁବନେଶ୍ଵର,୧୩।୨(ଏସଏସନିଉ ଜ)ଲଗାତାର ତିନିବର୍ଷ ହେଲା ରାଜ୍ୟରେ ବିଦ୍ୟୁତ ଶୁଳ୍କ ବଢ଼ିନଥିବା ବେଳେ ଆସନ୍ତା ଏପ୍ରିଲରୁ ବଢ଼ିପାରେ ବିଦ୍ୟୁତ ଶୁଳ୍କ। ଗତବର୍ଷ ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତି ସ୍ଲାବରେ ଖୁଚୁରା ଯୋଗାଣ ଦେୟ ୟୁନିଟ ପିଛା ୧୦ ପଇସା ହ୍ରାସ କରାଯାଇଥିଲା।କାରଣ ବିଦ୍ୟୁତ୍ ଦର ନିର୍ଦ୍ଧାରଣ ଲାଗି ବିଭିନ୍ନ ବିଦ୍ୟୁତ ବିତରଣକମ୍ପାନୀର ପ୍ରସ୍ତାବ ଉପରେ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି) ଶୁଣାଣି ଆସନ୍ତା ୧୭ରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। କମ୍ପାନୀ ଗୁଡ଼ିକର ଯୁକ୍ତିକୁ […]

୨୩୫ ଡିଏସପି ପଦବୀ ଖାଲି

ଭୁବନେଶ୍ଵର,୧୩।୨(ଏସଏସନିଉ ଜ)ପଦୋନ୍ନତି ଅପେକ୍ଷାରେ ଅଛନ୍ତି ଇନ୍ସପେକ୍ଟର।୫ ମାସ ଅତିକ୍ରମ ହୋଇଯାଇଥିଲେ ସୁଦ୍ଧା ନିର୍ଦ୍ଦେଶ ମୁତାବକ ଏହି ଖାଲି ପଦବୀଗୁଡ଼ିକ ପୂରଣ ହୋଇପାରିନାହିଁ। ପୋଲିସ୍ ମୁଖ୍ୟକାର୍ଯ୍ୟାଳୟରୁ ୩୩୩ ଯୋଗ୍ୟ ଇନ୍ସ୍ପେକ୍ଟରଙ୍କ ତାଲିକା ପଦୋନ୍ନତି ପାଇଁ ଜାରି କରାଯାଇଥିଲା। ମୁଖ୍ୟମନ୍ତ୍ରୀ ସମସ୍ତ ଖାଲି ଥିବା ପଦବୀ ଯୁଦ୍ଧକାଳୀନ ଭିତିରେ ଶୀଘ୍ର ପୂରଣ କରିବା ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଗୃହବିଭାଗ ପକ୍ଷରୁ ଅଦ୍ୟାବଧି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବାର ଜଣାପଡିଛି।

ଧରାପଡିଲା ହାଇପ୍ରୋଫାଇଲ ଲୁଟେରା

ଭୁବନେଶ୍ଵର,୧୩।୨(ଏସଏସନିଉଜ)ବରିଷ୍ଠ କଂଗ୍ରେସନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ୫୦ ଲକ୍ଷ ଟଙ୍କାର ସୁନାଅଳଙ୍କାର ଲୁଟ୍ ଘଟଣା ଉପରୁ ପରଦା ହଟାଇଛି ପୋଲିସ।କମିଶନରେଟ ପୋଲିସ କଳାକନା ବୁଲାଇଥିବା ଲୁଟେରାକୁ ବିଶାଖାପଟାଣାରୁ ଧରିବା ସହ ଚୋରି ଜିନିଷ ଜବତ ଚାଲିଛି । ଏହି ଲୁଟାର ସ୍ପାଇଡର ବୋଲି ଜଣାପଡିଛି । ବିଶାଖାପାଟଣାରେ ରହୁଥିବା ସ୍ପାଇଡର ପାଖରୁ ସୁନା ଗହଣା, ହୀରା ଓ ଟଙ୍କା ଜବତ କରିଛି ପୋଲିସ ।ତେବେ୨୦୨୩ ମସିହାରେ ନୟାପଲ୍ଲୀ ଅଂଚଳରେ ଜଣେ ବ୍ୟବସାୟୀଙ୍କ ଘରୁ ୨କୋଟି ଟଙ୍କାର ସୁନା […]

ରାତିଅଧରେ ଗୋରୁ ଚୋରା ଚାଲଣ

ଚନ୍ଦ୍ରଶେଖରପୁର,୧୦।୨(ଏସଏସନିଉଜ)ଅଭିଯୋଗକାରୀ ବିଭୁ ପ୍ରସାଦ ବାରିକଙ୍କ ଏତଲା ଆଧାରରେ ଇନ୍ଫୋସିଟି ଥାନା ପୁଲିସ ୪୩/୨୫କେସ ନମ୍ୱରରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରିବା ସହିତ ତିନିଜଣକୁ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି । ସେମାନେ ହେଲେ ଆଇଆରସି ଭିଲେଜ୍ ରେ ରହୁଥିବା ପୁରୀ ଅଞ୍ଚଳର ସଞ୍ଜୟ ବାରିକ(୨୮), ସାଲିଆସାହିରେ ରହୁଥିବା ଖୋର୍ଦ୍ଧାର ଦୁର‌୍ୟ୍ୟଧନ ବେହେରା(୫୮), ସାଲିଆ ସାହିରେ ରହୁଥିବା ଆସ୍କାର ଶିବରାମ ମିଶ୍ର(୫୧)।ସେମାନଙ୍କଠାରୁ ଏକ ଟାଟାଏସି ଗାଡି ସହ ୪ଟି ଗାଈ କୁ ଜବତ କରାଯାଇଛି। […]

ଗଛରେ ଝୁଲିପଡିଲେ ଯୁବକ

ବାରଙ୍ଗ,୯।୨(ଏସଏସନିଉଜ) ବାରଙ୍ଗଥାନା ପୋଲିସ ରବିବାର ସକାଳ୮ଟାରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଥିବା ଜଣେ ଯୁବକର ମୃତଦେହକୁ ଉଦ୍ଧାର କରିଛି।ମୃତ ଯୁବକ ହେଉଛନ୍ତି ପାଟପୁର ସାମଲ ସାହିର ବାଦଲ ଜେନାଙ୍କ ପୁଅ ଆଶିଷ ଜେନା(୨୩)।ପାରିବାରିକ କଳହ ଯୋଗୁ ମାନସିକ ଭାରସାମ୍ୟ ହରାଇ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବାର ପୋଲିସ ପ୍ରାଥମିକ ତଦନ୍ତ ବେଳେ ଜାଣିବାକୁ ପାଇଛି। ପ୍ରକାଶଯେ, ଶନିବାର ବିଳମ୍ବିତ ରାତିରେ ପାଟପୁର ଗ୍ରାମର କିଛି ଯୁବକ ପାଖ ଗ୍ରାମରୁ ବିବାହ କାର‌୍ୟ୍ୟରେ ଯୋଗଦେଇ ଫେରୁଥିଲେ।ଏହି ସମୟରେ […]

ହାତୀ ଭୟ…

ବାରଙ୍ଗ,୯।୨(ଏସଏସନିଉଜ) ପୁଣି ନନ୍ଦନକାନନରେ ପଶିଲା ଦନ୍ତାହାତୀ ।ରବିବାର ସକାଳେ ନନ୍ଦନକାନନରେ ଦୁଇଟି ଦନ୍ତାହାତୀ ପସିଥିବାର ଜଣାପଡିଥିଲା ।ହାତୀଦୁଇଟି ଚନ୍ଦକାଜଙ୍ଗଲରୁ ବାହାରି ନନ୍ଦନକାନନର ସୁରକ୍ଷା ପାଚେରର ପ୍ରାୟ ୧୨ଫୁଟ ଲମ୍ବର ପାଚେରୀ ଭାଙ୍ଗି ଶନିବାର ବିଲମ୍ଭିତ ରାତିରେ ଭିତରକୁ ପଶିଥିଲେ ।ହାତୀସଫାରୀର ହାତୀଶାଳକୁ ସଂଯୋଗ ଥିବା ସୁରକ୍ଷା ଗେଟପାଖ ଓ ମଇଁଷି କଟା ପଛପଟେ ଥିବା ସଫାରୀ ରାସ୍ତାରେ ହାତୀ ଝାଡା ବସିଥିବା କର୍ମଚାରୀମାନେ ରବିବାର ସକାଳେ ଦେଖିବାପରେ ନନ୍ଦନକାନନରେ ହାତୀ ପଶିଥିବାର ଜଣାପଡିଥିଲା ।ତେବେ ଏହି ଦନ୍ତାହାତୀଦ୍ୱୟ […]

ଉଦଯାପିତ ହେଲା ଓପସାର ୩୦ତମ ପ୍ରଦେଶ ସମ୍ମିଳନୀ

ଚନ୍ଦ୍ରଶେଖରପୁର,୯।୨(ଏସଏସନିଉଜ)୨ଦିନ ଧରି ପଟିଆ ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଚାଲିଥିବାଓଡ଼ିଶା ରାଜନୀତି ବିଜ୍ଞାନ(ଓପସା) ସଂଘର ୩୦ତମ ପ୍ରଦେଶ ସମ୍ମିଳନୀ ଓ ରାଷ୍ଟ୍ରୀୟ କର୍ମଶାଳା ରବିବାର ଦିନ ଅପରାହ୍ନ ୪ଟା ରେ ଉଦଯାପିତ ହୋଇଯାଇଛି।ପଟିଆ କଲେଜ ଅଧ୍ୟକ୍ଷ ତଥା ଆବାହକ ପ୍ରଶାନ୍ତ ରାଉତଙ୍କ ସଂଯୋଜନାରେ ଅନୁଷ୍ଟିତ ଏହି ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ବାଚସ୍ପତି ସୁରମା ପାଢ଼ୀ ଉଦ୍ଘାଟନ କରିଥିଲେ।ଶନିବାର ଓ ରବିବାର ଦୁଇଦିନ ଧରି ଚାଲିଥିବା ଏହି ସମ୍ମିଳନୀରେ ଶତାଧିକ ରାଜନୀତି ବିଜ୍ଞାନି ଓ ଗବେଷକ […]

କଳାରଙ୍ଗ କାଳିରେ ଲେଖିବେ ପରୀକ୍ଷାର୍ଥୀ

ଭୁବନେଶ୍ୱର,୯।୨(ଏସଏସନିଉଜ)ଆସନ୍ତା ୧୮ ରୁ ମାର୍ଚ୍ଚ ୨୭ତାରିଖ ପର୍ଯ୍ୟନ୍ତ +୨ ଥିଓରୀ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ରୋକିବା ପାଇଁପରିଷଦ ପକ୍ଷରୁ ନିଆଯାଇଥିବା ସ୍ବତନ୍ତ୍ର ନିୟମାବଳୀ ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ପରୀକ୍ଷା କେନ୍ଦ୍ର ଅଧ୍ୟୀକ୍ଷକଙ୍କ ନିକଟକୁ ପଠାଯାଇଛି।ପରୀକ୍ଷାରେ ଏଥର ସମସ୍ତ ପରୀକ୍ଷାର୍ଥୀ କେବଳ କଳାରଙ୍ଗ କାଳିରେ ଲେଖିପାରିବେ। ପୂର୍ବରୁ ନୀଳ(ବ୍ଲୁ) ରଙ୍ଗରେ ଲେଖାଯିବା ରୁ ପରୀକ୍ଷା ଖାତା ସ୍କାନ ବେଳେ ବ୍ଲୁ କାଳି ଅସୁବିଧା ହେଉଛି।ଏଥର ଛାତ୍ରଛାତ୍ରୀ କେବଳ କଳାରଙ୍ଗ କାଳିରେ ଲେଖିପାରିବେ।ପରୀକ୍ଷା ୯ଟାରେ […]

ଆଜିର ରାଶିଫଳ

ଫେବୃଆରୀମାସ ୦୯ତାରିଖ ୨୦୨୫ମସିହା (ରବିବାର)ମାଘମାସ- ଶୁକ୍ଳପକ୍ଷ ,ତିଥି- ଦ୍ଵାଦଶୀ ରାତ୍ରି ଘ ୦୭/୩୯ ଗତେ ତ୍ରୟୋଦଶୀ ,ନକ୍ଷତ୍ର- ଆର୍ଦ୍ରା ସନ୍ଧ୍ୟା ଘ ୦୬/୪୨ଗତେ ପୁନର୍ବସୁ ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୩/୨୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୯/୨୨ ,ଯୋଗିନୀ ନୈରୁତେ ରାତ୍ରି ଘ୦୭/୩୯ ଗତେ ଦକ୍ଷିଣେ ,ଦ୍ୱାଦଶୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କନ୍ୟାରାଶିରଘାତଚନ୍ଦ୍ର ,ମେଷରାଶିର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୧୦/୩୫ ଗତେ ଘ୦୧/୨୫ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୮ଗତେ ଘ୧୦/୨୦ମଧ୍ୟେ ଓ ରାତ୍ରି ଘ୦୭/୧୭ ଗତେ […]

ଦିଲ୍ଲୀ ନିର୍ବାଚନ – ବିଜେପିର ପ୍ରତ୍ୟାବର୍ତ୍ତନ

  ଭୁବନେଶ୍ୱର ,୮।୨(ଏସଏସନିଉଜ)ଦିଲ୍ଲୀ ନିର୍ବାଚନରେ ଆମ୍ ଆଦମୀ ପାର୍ଟିକୁ ଲାଗିଛି ହାଇଭୋଲ୍ଟ ଝଟକା। ଗୋଟିଏ ପଟେ ବିଜେପି ପକ୍ଷରୁ ଲଢ଼ୁଥିବା ପ୍ରାଥି ମାନେ ଗୋଟେ ପରେ ଗୋଟେ ଆସନରେ ବିଜୟ ଲାଭ କରୁଥିବା ବେଳେ ଆମ୍ ଆଦମୀ ପାର୍ଟିର ଟାଣୁଆ ନେତାମାନେ ପରାଜୟର ସ୍ବାଦ ଚାଖି ଛନ୍ତି।ନୂଆଦିଲ୍ଲୀ ଆସନରୁ ଭାଗ୍ୟ ପରୀକ୍ଷା କରୁଥିବା ଆପର ସୁପ୍ରିମୋକେଜ୍ରିୱାଲ ୩୧୮୨ ଭୋଟରେ ବିଜେପି ପ୍ରାର୍ଥୀ ପରବେଶ ଵର୍ମାଙ୍କ ଠାରୁ ପରାସ୍ତ ହୋଇଛନ୍ତି। ସେହିପରି ପୂର୍ବତନ ମନ୍ତ୍ରୀ ମନୀଷ ସିଶୋଦିଆ ମଧ୍ୟ […]