Browsing category

ମହାନଗର

ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପଶିଲା ଇଡି

ଭୁବନେଶ୍ୱର,୨୦।୧୨(ଏସଏସନିଉଜ)ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚଢ଼ାଉ କରାଯାଇଛି। ନିରଞ୍ଜନଙ୍କ ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ବାସଭବନରେ ଇଡିର ୮ରୁ ୧୦ଜଣ ଅଧିକାରୀ ସକାଳ ପ୍ରାୟ ୭ଟାରୁଚଢ଼ାଉ କରିଛନ୍ତି।କେଉଁ କାରଣ ଯୋଗୁ ଇଡି ନିରଞ୍ଜନଙ୍କ ଘରେ ରେଡ୍ କରିଛି ତାହା ଜଣାପଡ଼ି ନାହିଁ। ବେଆଇନ ଅର୍ଥ କାରବାର ନେଇ ନିରଞ୍ଜନଙ୍କ ଘରେ ଇଡି ରେଡ୍ କରିଥିବା ସୂଚନା ରହିଛି।ନିରଞ୍ଜନଙ୍କ ନୟାପଲ୍ଲୀ ଘର ସମେତ ତାଙ୍କ ଭାଇ ଓ ଜଣେ ସମ୍ପର୍କୀୟଙ୍କ ଘରେ […]

୩ଦିନ ବର୍ଷା!

ଭୁବନେଶ୍ୱର,୧୯।୧୨(ଏସଏସନିଉଜ)ଆସନ୍ତା ୩ଦିନ ପର୍ଯ୍ୟନ୍ତ ମେଘୁଆପାଗ ସହ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପର ସକ୍ରିୟତା ଯୋଗୁଁ ୩ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।ଆସନ୍ତାକାଲି ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟାରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଂଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ବୌଦ୍ଧ, […]

ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା

ପୁରୀ,୧୯।୧୨(ଏସଏସନିଉଜ) ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସୂଚନା ମୁତାବକ ନୂଆବର୍ଷରୁ ନାଟମଣ୍ଡପରେ ସ୍ୱତନ୍ତ୍ର ବେରିକେଡ଼ ଦେଇ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ।ବ୍ୟାରିକେଡ଼ ଭିତରେ ପୁରୁଷ, ମହିଳା, ଶିଶୁ, ବୟସ୍କ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ଲାଇନ ବ୍ୟବସ୍ଥା କରାଯିବ। ଓବିସିସି ଦ୍ୱାରା ଏହି ନୂତନ ବ୍ୟବସ୍ଥା କରାଯାଉଥିବା ବେଳେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ପଦକ୍ଷେପ ନିଆଯିବ। ତେବେ ଦିବ୍ୟାଙ୍ଗ ଭକ୍ତଙ୍କ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା […]

ଦିଲ୍ଲୀରେ ପ୍ରେସମିଟ୍‌ରେ ବର୍ଷିଲେ ସସ୍ମିତ

ଭୁବନେଶ୍ୱର,୧୭।୧୨(ଏସଏସନିଉଜ)ଦିଲ୍ଲୀରେ ପ୍ରେସମିଟ୍‌ କରି ବର୍ଷିଲେ ସସ୍ମିତ ପାତ୍ର।ସେ କହିଛନ୍ତି ଆମେ ୭ସାଂସଦ ଶେଷ ନିଶ୍ବାସ ଯାଏ BJD ସହ ଅଛୁ।ଓଡ଼ିଶାବାସୀ ଜାଣନ୍ତି ଆମେ କେବେ BJD ଛାଡ଼ିବୁନି।କିଛି ଗଣମାଧ୍ୟମ ମିଛ ଖବର ପ୍ରସାରଣ କରୁଛନ୍ତି।ଏଭଳି ଖବର ପ୍ରସାରଣରୁ ନିବୃତ୍ତ ନହେଲେ ଆକ୍ସନ ନେବୁ ବୋଲି କହିଛନ୍ତି ସସ୍ମିତ ପାତ୍ର।ରାଜ୍ୟସଭା ଅଧ୍ୟକ୍ଷଙ୍କ ସହ ଫଟୋକୁ ଭୁଲ ଢଙ୍ଗରେ ଉପସ୍ଥାପନା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି।

ଜାନୁଆରିରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୧୭।୧୨(ଏସଏସନିଉଜ)ଜାନୁଆରିରେ ୨ଥର ପ୍ରଧାନମନ୍ତ୍ରୀଓଡ଼ିଶା ଆସିବାନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।୮ରୁ ୧୦ ଯାଏ ଭୁବନେଶ୍ବରରେ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ ମୋଦି।ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ବି ଯୋଗଦେବେ ପ୍ରଧାନମନ୍ତ୍ରୀ।ଜାନୁଆରି ୨୮ ଓ ୨୯ରେ ହେବ ଉତ୍କର୍ଷ ଓଡ଼ିଶା କନକ୍ଲେଭ।

ଆଲୋଚନା କଲେ ସରକାର

ଭୁବନେଶ୍ୱର,୧୭।୧୨(ଏସଏସନିଉଜ)ଭୁବନେଶ୍ବର ଗାନ୍ଧି ମାର୍ଗରେ ଚାଲିଛି ଅଙ୍ଗନବାଡ଼ି କର୍ମୀଙ୍କ ପ୍ରତିବାଦ।୧୨ଦଫା ଦାବିରେ ଧାରଣା ଦେଇଛି ଅଙ୍ଗନବାଡ଼ି ମହିଳା କର୍ମୀସଂଘ।ତେବେ ଅଙ୍ଗନବାଡ଼ି ମହିଳା କର୍ମୀସଂଘର ନାର୍ଯ୍ୟଦାବି ପ୍ରତି ଗୁରୁତ୍ବ ଦିଆନଗଲେ ଧାରଣା ଚାଲୁ ରଖିବାକୁ କହିଛି ସଂଘ। ତେବେ ସଂଘର ୭ଜଣିଆ ପ୍ରତିନିଧି ଦଳ ଆସି ସରକାରଙ୍କ ସହ ଆଲୋଚନା କରିଛନ୍ତି।

ୱାନ୍‌ ନେସନ ୱାନ ଇଲେକ୍ସନ ବିଲ୍‌ ଆଗତ

ଭୁବନେଶ୍ୱର,୧୭।୧୨(ଏସଏସନିଉଜ)ଲୋକସଭାରେ ଆଗତ ହେଲା ଏକକ ନିର୍ବାଚନ ବିଲ୍‌।ବିଲ୍‌ ଆଗତ କଲେ କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ମେଘୱାଲ।ବିଲ୍‌ ଆଗତ ପରେ ଲୋକସଭାରେ ଚାଲିଛି ବିତର୍କ। ବିଲ୍ କୁ ବିରୋଧୀ କଂଗ୍ରେସ ସାଂସଦଙ୍କ ଜୋରଦାର ବିରୋଧ କରିବା ଆରମ୍ଭ କରିଛନ୍ତି।

୧୭ରୁ ୩ଦିନ ହାଲୁକା ବର୍ଷା

ଭୁବନେଶ୍ୱର,୧୭।୧୨(ଏସଏସନିଉଜ)ଦକ୍ଷିଣ ଆଣ୍ଡାମାନ ଓ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ହୋଇଛି।ଏହାର ପ୍ରଭାବରେ ୧୭ ଓ ୧୮ରେ ମେଘୁଆ ପାଗ ସହ ବର୍ଷା ହେବାର ସମ୍ଭାବନା ରହିଛି। ୧୭ରେ ଗଜପତି, ଗଞ୍ଜାମରେ ହାଲୁକା ବର୍ଷା ସମ୍ଭାବନା୧୮ରେ ଗଜପତି, ଗଞ୍ଜାମ ଓ ପୁରୀରେ ହାଲୁକା ବର୍ଷା ରହିଛି।୧୯ରେ ୯ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବାର ପାଣି ପାଗ ବିଭାଗ ପୂର୍ବାନୁମାନ କରିଛି।

ରାସ୍ତାରେ ବୁଲୁଛି ୯ଫୁଟିଆ ଅଜଗରସାପ

ବାରଙ୍ଗ,୧୬|୧୨(ଏସଏସନିଉଜ)ଗୋଡିସାହି ଫାଣ୍ଡି ଅଧିନସ୍ତ ନରାଜ ଅରିଲୋ ଗ୍ରାମ ନିକଟସ୍ଥ ରାସ୍ତା କଡରୁ ସୋମବାର ସଂଧ୍ୟାରେ ପ୍ରାୟ ୯ଫୁଟ ଲମ୍ବର ଏକ ଅଜଗର ସାପକୁ ଉଦ୍ଧାର କରାଯାଇଛି। ପ୍ରାୟ ୮କେଜି ଓଜନର ଅଜଗର ସାପଟି ରାସ୍ତା ପାର ହେଉଥିବା ବେଳେ ସ୍ଥାନୀୟଯୁବକମାନେ ଦେଖିବାକୁ ପାଇଥିଲେ।ପରେ ସଂଘବଧହୋଇ ଗ୍ରାମର ଯୁବକମାନେ ସାପଟିକୁ ରୋକିବାକୁ ଚେଷ୍ଟା କରି ସ୍ନେକ୍ହେଲ୍ପଲାଇନ ସଦସ୍ୟ ସହ ବନବିଭାଗକୁ ଖବରଦେଇଥିଲେ। ସ୍ନେକ୍ ହେଲ୍ପ ଲାଇନ ସଦସ୍ୟମାନେ ଆସି ସାପଟିକୁ ଉଦ୍ଧାରକରି ବନବିଭାଗକୁ ହସ୍ତାନ୍ତର କରିଥିଲେ।(ଜିତ ରାଉତଙ୍କ ରିପୋର୍ଟ)

ମେଡ଼ିକାଲ ପଙ୍ଖାରେ ଝୁଲିଲେ ରୋଗୀ

ଭୁବନେଶ୍ବର,୧୭/୧୨(ଏସଏସନିଉଜ)ମେଡିକାଲ ବେଡ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ରୋଗୀଙ୍କ ଆତ୍ମହତ୍ୟା କରିଛନ୍ତି ।ଭୁବନେଶ୍ବର ଏମ୍ସରୁ ଆସିଛି ଏଭଳି ଚାଞ୍ଚଲ୍ୟକର ଖବର । ମୃତ ରୋଗୀ ଜଣଙ୍କ ହେଉଛନ୍ତି ୭୦ ବର୍ଷୀୟ ଦିଲିପ ସାହୁ ଯିଏକି ଯାଜପୁରର ବାସିନ୍ଦା । ଏମ୍ସରେ ଅର୍ଥୋପେଡିକ୍ ବିଭାଗରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଥିଲେ ।ହେଲେ ମେଡିକାଲ ବେଡରେ ଛିଡ଼ା ହୋଇ ପଙ୍ଖାରେ ଗାମୁଛା ସାହାଯ୍ୟରେ ଝୁଲି ପଡିଛନ୍ତି।ତାଙ୍କ ହାତରେ ସାଲାଇନ୍‌ ଛୁଞ୍ଚି ଲାଗିଥିବା ଦେଖିବାକୁ ମିଳିଛି । ଡାକ୍ତରଖାନାରେ କର୍ମଚାରୀ, ନର୍ସ, ସିକ୍ୟୁରିଟିଗାର୍ଡ […]