Browsing category

ମହାନଗର

ରାସ୍ତାରେ ଚାଲୁଛି ବଜ୍ରକାପ୍ତା

ବାରଙ୍ଗ,୬ା୨(ଏସଏସନିଉଜ)ରାଜଧାନୀ ଉପକଣ୍ଠ ଜରିପାଟଣା ନିକଟରୁ ଏକ ବଜ୍ରକାପ୍ତାକୁ ଉଦ୍ଧାର କରିଛି ବନବିଭାଗ। ଗୁରୁବାର ସକାଳୁ ପ୍ରାତଃ ଭ୍ରମଣ କରୁଥିବା ସ୍ଥାନୀୟଲୋକେ ପ୍ରାୟ ୩୫ କିଲୋ ଓଜନର ଏହି ଅଣ୍ଡିରା ବଜ୍ରକାପ୍ତାଟି ରାସ୍ତା ଉପରେ ବୁଲୁଥିବା ସମୟରେ ଏକ ଅଟୋ ସହ ଧକ୍କା ହୋଇଥିବା ଦେଖିବାକୁ ପାଇଥିଲେ। ବଜ୍ରକାପ୍ତାଟି ସଙ୍ଗେସଙ୍ଗେ ରାସ୍ତା ଉପରୁ ଚାଲିଯାଇ କେନାଲ କଡ଼ରେ ଥିବା ଗାତ ମଧ୍ୟରେ ପସି ଯାଇଥିଲା। ଉପସ୍ଥିତ ଲୋକେ ବନବିଭାଗକୁ ଖବର ଦେବାପରେ ମଞ୍ଚେଶ୍ୱର ବନାଞ୍ଚଳର କର୍ମଚାରୀ ସକାଳ ୯ଟାପାଖାପାଖି […]

ବିଦ୍ୟୁତ କର୍ମଚାରୀଙ୍କୁ ଆକ୍ରମଣ – ୩କୋର୍ଟଚାଳଣ

ବାରଙ୍ଗ,୬ା୨(ଏସଏସନିଉଜ)ବୁଧବାର ସନ୍ଧ୍ୟାରେ ବାରସିଂହାଗ୍ରାମରେ ଗୋଡିସାହି ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରାଯିବା ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରି ଗୁରୁବାରଦିନ କୋର୍ଟଚାଲାଣ କରିଛି। ଗିରଫ ୩ ଜଣ ହେଉଛନ୍ତି ସମୀର ରାଉତ, ପ୍ରଶାନ୍ତ ରାଉତ ଏବଂ ପିଣ୍ଟୁ ବେହେରା। ସମସ୍ତ ଅଭିଯୁକ୍ତ ଗୋଡିସାହି ଫାଣ୍ଡି ଅନ୍ତର୍ଗତ ବାରସିଂହା ଗ୍ରାମର ବାସିନ୍ଦା ହୋଇଥିବାର ଜଣାପଡିଛି । ସୂଚନା ମୁତାବକ ବୁଧବାର ସନ୍ଧ୍ୟାସମୟରେ ବାରସିଂହାଗ୍ରାମର ଜଣଙ୍କଘରୁ ବିଦ୍ୟୁତ ସଂଯୋଗ ବିଛିନ୍ନହୋଇଯାଇଥିବାରୁ ମରାମତି କାର୍ୟ୍ୟ କରିବାପାଇଁ ପାଇଁ ଗୋଡିସାହି ବିଦ୍ୟୁତ୍ […]

ମାଗଣା ମୁଖଗହ୍ୱର ପରୀକ୍ଷା ଶିବିର

ବାରଙ୍ଗ,୬ା୨(ଏସଏସନିଉଜ) ଭୁବନପୁର ମାମଙ୍ଗଳାଯୁବପରିଷଦ ତରଫରୁ ଗ୍ରାମରତ୍ରିନାଥମନ୍ଦିର ପଡିଆ ନିକଟରେ ମାଗଣାରେ ମୁଖଗହ୍ୱର ପରୀକ୍ଷା ଶିବିର ଗୁରୁବାରଦିନ ସକାଳ ୧୧ଟାରେ ଆରମ୍ଭ ହୋଇଛି ।ଦିନିକିଆ ଏହି କାର୍ଯ୍ୟକ୍ରମରେ କିମ୍ସର ଡାକ୍ତରମାନେ ଡ.ଗୁଞନ କୁମାର ଓ ଡ.ସ୍ପନ୍ଦିତାଦାସଙ୍କ ନେତୃତ୍ୱରେ ୧୦ଜଣିଆ ଦଳ ଯୋଗଦେଇଥିଲୋ ।ଏଥିରେ ଭୁବନପୁର ଗ୍ରାମବାସୀମାନଙ୍କ ସହ ଆଖାପାଖ ଗ୍ରାମରୁ ଶତାଧିକ ଲୋକମାନେ ଯୋଗଦେଇ ସେମାନଙ୍କ ମାଗଣାରେ ପରୀକ୍ଷା କରାଇ ମାଗଣା ଔଷଧ ନେଇଥିଲେ ।ମାମଙ୍ଗଳାଯୁବପରିଷଦର ସଭାପତି ରଞନକୁମାରଭଟଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଏହାକୁ ପରିଚାଳନା କରିଥିଲେ ।

ବଟାନିକାର୍ଲଗାର୍ଡେନକୁ ୪୫ପୁରସ୍କାର

ବାରଙ୍ଗ,୪ା୨(ଏସଏସନିଉଜ)ନାଲକୋ ପକ୍ଷରୁ ୩ଓ୪ତାରିଖ ଦୁଇଦିନଧରି ଚାଲିଥିବା ପୁଷ୍ପ ପଦର୍ଶନୀରେ ରାଜ୍ୟଉଭିଦ ଉଦ୍ୟାନକୁ ୪୫ଟିପୁରସ୍କାର ମିଳିଛି ।ଏହି ପୁଷ୍ପ ପଦର୍ଶନୀରେ ରାଜ୍ୟର ବିଭିର୍ଣ ଅନୁଷ୍ଠାନ ଯୋଗଦାନକରି ଉଦ୍ୟାନ କୃଷି ଓ ଉଦ୍ଭିଦ ପ୍ରଜାତିର ବିବିଧତା ଉପରେ ପ୍ରଦର୍ଶନ କରିଥିଲେ ।ଏହି ପୁଷ୍ପପଦର୍ଶନୀରେ ଫୁଲପତ୍ରସହ ମିଶାଗଛର ସାଜସଜା,ପତ୍ରଥିବାଗଛ,ଫୁଲଗଛ ଆଦିକୁ ମିଶାଇ ସମୁଦାୟ ୫୨ପ୍ରକାରର ପ୍ରତିଯୋଗୀତା କରାଯାଇଥିଲା ।ଏଥିରେ ୪୫ଟି ପ୍ରତିଯୋଗୀତାରେ ବଟାନିକାର୍ଲ ଗାର୍ଡେନକୁ ସଫଳତା ମିଳିଛି ।ସେଥିମଧ୍ୟରେ ବିଭିର୍ଣବର୍ଗରେ ପ୍ରଥମସ୍ଥାନରେ ୨୪ଟି, ଦ୍ୱିତୀୟ ସ୍ଥାନରେ୧୬ଟି ଓ ୫ଟି ମେରିଟ ପୁରସ୍କାର […]

ଅଧା ରହିଗଲା ଠାକୁର ପୂଜା

ବାରଙ୍ଗ,୪।୨(ଏସଏସନିଉଜ)ଅଧା ରହିଗଲା ଠାକୁର ପୂଜା।ଝିଅ ଆସିଥିଲା ଫୁଲ ଆଣିବା ପାଇଁ।କିନ୍ତୁ ବାଟରେ ଜଗିରହିଥିଲା ଯମ ରୁପି ମୋ ବସ।ସାଇକେଲ ନେଇ ଆସୁଥିବା ବେଳେ ଛୋଟ ଝିଅକୁ ପଛରୁ ଧକା ଦେଇଥିଲା।ଯାହାଫଳରେ ସେହିଠାରେ ଚାଲିଯାଇଥିଲା ଝିଅର ଜୀବନ।ଏହି ଭଳି ଘଟଣା ମଙ୍ଗଳବାର ସକାଳେ ରଘୁନାଥପୁର ଗାଁ ମୁଣ୍ଡରେ ଘଟିଥିଲା। ଦୁର୍ଘଟନା ଘଟାଇଥିବା ଚାଳକକୁ ଗିରଫ କରି ପୋଲିସ କୋର୍ଟଚାଲଣ କରିଛି। ପ୍ରକାଶଯେ, ସାବିତ୍ରୀ ଜୁଆଡ଼ି ନାମକ ମହିଳା ନନ୍ଦନକାନନ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀସେ ପରିବାର ସହ ନନ୍ଦନକାନନ […]

ପୁଣି ମୋ ବସ ନେଲା ଜୀବନ

ବାରଙ୍ଗ,୪।୨(ଏସଏସନିଉଜ) ମଙ୍ଗଳବାର ସକାଳେ ଜଣେ ନାବାଳିକା ଉପରେ ଦ୍ରୁତଗାମୀ ବେପରୁଆ ମୋବସ ଚଢ଼ିଯାଇଛି। ଯାହାଫଳରେ ନାବାଳିକା ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ନାବାଳିକା ଜଣଙ୍କ ଫୁଲ ତୋଳି ରାସ୍ତା ପାର୍ଶ୍ବରେ ଥିବା ଏକ ନର୍ସରୀ ରେ ରହୁଥିବା ପରିବାର ପାଖକୁ ଯିବା ପାଇଁ ସାଇକେଲ ଧରି ଛିଡା ହୋଇଥିଲା।ଏହି ସମୟ ରେ ଭୁବନେଶ୍ୱର ପଟରୁ ଆସୁଥିବା ଦ୍ରୁତଗାମୀ ମୋ ବସ ଧକା ଦେଇଥିଲା।ଦୁର୍ଘଟନା ପରେ ରଘୁନାଥ ପୁର ଗ୍ରାମବାସୀ ଉତ୍ୟକ୍ତ ହୋଇ ରାସ୍ତାରେ ବାଉଁଶ ପକାଇ ଓ […]

ଡକାୟତି ପାଇଁ କରୁଥିଲେ ଯୋଜନା

  ବାରଙ୍ଗ,୨।୨(ଏସଏସନିଉଜ)ଦାଦାବଟି ଓ ରାସ୍ତାରେ ଡକାୟତି କରିବାକୁ ଯୋଜନା କରୁଥିବାବେଳେ ଏକ ୩ଜଣିଆ ଡକାୟତି ଗ୍ୟାଙ୍ଗକୁ ଧରିବାରେ ବାରଙ୍ଗ ପୋଲିସକୁ ସଫଳତା ମିଳିଛି। ପୋଲିସ ଏମାନଙ୍କ ଠାରୁ ଗୋଟିଏ ବନ୍ଧୁକ ସହିତ , ଦୁଇଟି ଜୀବନ୍ତ ବୋମା ଓ ଗୋଟିଏ ଭୁଜାଲି ଓ କାରକୁ ଜବତ କରିଛି। ସୁଚନା ଅନୁଯାୟୀ ଶନିବାର ରାତିରେ ଓମ୍ଫେଡ଼ ରାସ୍ତାରେ ପାଞ୍ଚଜଣ ଯୁବକ ଦାଦାବଟି ଓ ଡକାୟତି କରିବା ପାଇଁ ଯୋଜନା କରୁଥିଲେ।ଏହି ସମୟରେ ପେଟ୍ରୋଲିଂରେ ଯାଉଥିବା ପୋଲିସ ଙ୍କ ନଜର […]

ଛୁଆ ବିଲେଇ ପାଇଁ ନକେଦମ୍

ବାରଙ୍ଗ, ୨/୨(ଏସଏସନିଉଜ) ନରାଜ ବ୍ୟାରେଜ ଖୁଣ୍ଟ ଉପରୁ ଗୋଟିଏ ବିଲେଇ ଛୁଆକୁ ଉଦ୍ଧାର କରିଛି ବାରଙ୍ଗ ଅଗ୍ନିଶମ ବାହିନୀ। ସୂଚନା ଅନୁଯାୟୀ ରବିବାର ପୂର୍ବାହ୍ନ ୧୧ଟା ସୁଦ୍ଧା କାଠଯୋଡି ନଦୀର ନରାଜବ୍ୟାରେଜ ମଝିରେ ଗୋଟିଏ ଖୁଣ୍ଟଉପରେ ଛୋଟ ବିଲେଇ ଖସିପଡ଼ିଥିଲ।ବିଲେଇ ଛୁଆଟି ଖାଦ୍ୟଅନ୍ୱେଷଣରେ ଯାଇ ଖସି ପଡ଼ିଥିବାର ଅନୁମାନ କରାଯାଇଥିଲା। ସ୍ଥାନୀୟ ଲୋକମାନେ ଏହା ଦେଖିଛୁଆବିଲେଇକୁ ଉଧାର କରିବାକୁ ବହୁ ଚେଷ୍ଟା କରିଥିଲେ। ବିଫଳ ହେବାରୁ ବାରଙ୍ଗ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।ଖବରପାଇ ବାରଙ୍ଗ ଅଗ୍ନିଶମ ବାହିନୀର […]

ମହିଳାଙ୍କ ପାଇଁ ଖୁସି ଖବର

ଭୁବନେଶ୍ୱର,୨।୨(ଏସଏସନିଉଜ)ମହିଳାଙ୍କ ପାଇଁ ଖୁସି ଖବର। କାରଣ ଫେବ୍ରୁଆରୀ ୮ ତାରିଖରେ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା। ଯାଜପୁରରୁ ଏହାର ଶୁଭାରମ୍ଭ କରି ମହିଳାଙ୍କୁ ଆକାଉଣ୍ଟକୁ ପଠାଯିବ ଟଙ୍କା। ତେବେ ଏହି ପର୍ଯ୍ୟାୟରେ ୨୦ ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। କିଛି ଟେକ୍ନିକାଲ ତ୍ରୁଟି ଯୋଗୁଁ ଅନେକ ମହିଳାଙ୍କୁ ଟଙ୍କା ମିଳିପାରିନାହିଁ। ବ୍ୟାଙ୍କର ଏନପିସିଆଇରେ ସମସ୍ୟାରେ ଥିବାରୁ ମଧ୍ୟ ସମସ୍ରା ହୋଇଛି। କିନ୍ତୁ […]

ଚୋରା ମୋରମ ଚାଲାଣ,ବିଜେଡି ପକ୍ଷରୁ ଦାବିପତ୍ର

ବାରଙ୍ଗ,୩୦।୧(ଏସଏସନିଉଜ)ବାରଙ୍ଗ ଅଞ୍ଚଳରେ ଗତ କିଛିଦିନ ହେବ ବେଆଇନଭାବେ ଚୋରାରେ ମୋରମ ଚାଲାଣ ହେଉଛି।ଏଥିରେ ଅଙ୍କୁଶ ଲଗାଇବା ପାଇଁ ଗୁରୁବାର ଦିନ ବାରଙ୍ଗ ବ୍ଲକର ୮ପଞ୍ଚାୟତରେ ଥିବା ବିଜେଡି କର୍ମୀମାନେ ଏକ ଦାବିପତ୍ର ବାରଙ୍ଗ ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି। ପ୍ରକାଶ ଯେ,ବିଜେଡି କର୍ମୀମାନଙ୍କ କହିବା କଥା ହେଲା କିଛି ମୁଷ୍ଟିମେୟ ତଥା ସରକାରୀ ଦଳର କୁହାଯାଉଥିବା କୁଜିନେତାଙ୍କ ଇଙ୍ଗିତରେ ଦିନ ଦିହିପହରରେ ଗୋଡିସାହି ଅଞ୍ଚଳରୁ ଜେଶିବି ଲଗାଜାଇ ମୋରମ ଓ ମାଟି ଚୋରାଚାଲାଣ ହେଉଛି। ଯାହାଫଳରେ ପାକୃତିକ ସମ୍ପଦ […]