Browsing category

ମହାନଗର

ଶୀତରେ ଥରୁଛି ଓଡ଼ିଶା

ଭୁବନେଶ୍ୱର,୧୭/୧୨(ଏସଏସନିଉଜ)ରାଜ୍ୟରେ କିଛିଦିନ ହେବ ଅସହ୍ୟ ଜାଡ ଅନୁଭୂତ ହେଉଛି। । ୪ ଡିଗ୍ରୀକୁ ପାରଦ ଖସି ଆସିବାରୁ ଥଣ୍ଡାରେ ଥରୁଛି ସାରାରାଜ୍ୟ। କିଛି ସ୍ଥାନରେ ମଧ୍ୟ ତୁଷାରପାତ ହେଉଛି। ରାଜ୍ୟରେ ପ୍ରାୟ ସପ୍ତାହେ ଧରି ଜାରି ରହିଛି ଶୀତ ଲହରୀ।ବିଶେଷକରି ପାହାଡିଆ ଅଂଚଳରେ ଶୀତର ପ୍ରକୋପ ସାଙ୍ଗକୁ ଘନ କୁହୁଡି ଲାଗି ରହିଥିବାରୁ ଯାତାୟତରେ ବାଧକ ସୃଷ୍ଟି ହୋଇଛି।ଅନ୍ୟପଟେଦକ୍ଷିଣ ଆଣ୍ଡାମାନ ସାଗର ଓ ବଙ୍ଗୋପ ସାଗରରେ ଲଘୁଚାପ ସକ୍ରିୟ ରହିଛି । ଯଦିଓ ଓଡ଼ିଶା ଉପରେ ଏହାର […]

୬୯ତମ ପୋଲିସଡ୍ୟୁଟି ମିଟ୍‌ ୨୦୨୪

ଭୁବନେଶ୍ଵର,୧୬।୧୨(ଏସଏସନିଉଜ)ଆଜିକାଲି ଅପରାଧୀମାନେ ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି। ତେଣୁ, ପୋଲିସକୁ ମଧ୍ୟ ଅପରାଧୀଙ୍କ ଠାରୁ ପାଦେ ଆଗରେ ରହିବାକୁ ହେବ। ଆଜି କଟକରେ ୬୯ତମ ପୋଲିସ ଡ୍ୟୁଟି ମିଟ୍‌ ୨୦୨୪ର ଉଦଯାପନୀ ସମାରୋହରେ ପୋଲିସ ବାହିନୀକୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏଥିପାଇଁ ପୋଲିସ ବଳର ଆଧୁନିକୀକରଣ, ପୋଲିସ ବ୍ୟବସ୍ଥାରେ ସଂସ୍କାର, ପୋଲିସ ଅନୁସନ୍ଧାନ ପାଇଁ ଭିତ୍ତିଭୂମି ଏବଂ ପ୍ରଶିକ୍ଷିତ ମାନବ ସମ୍ବଳର ନିତାନ୍ତ […]

ରଥଯାତ୍ରା ୨୦୨୫ ପ୍ରସ୍ତୁତି

ପୁରୀ,୧୬ା୧୨(ଏସଏସନିଉଜ)ରଥଯାତ୍ରା ୨୦୨୫ପାଇଁ ପ୍ରସ୍ତୁତିପର୍ବ ଶୁଭାରମ୍ଭ ହୋଇଛି।ସୋମବାରଦିନ ୪ଜଣିଆ ପ୍ରତିନିଧିଦଳ ଶ୍ରୀକ୍ଷେତ୍ରରୁବାହାରି ନୟାଗଡ଼ ଯାତ୍ରା କରିଛନ୍ତି। ମଙ୍ଗଳବାରଦିନ , ନୟାଗଡ଼ର ବଡ଼ମୂଳସ୍ଥିତ ମା ବଡ଼ରାଉଳ ଠାକୁରାଣୀଙ୍କୁ ବିଶେଷ ପୂଜାର୍ଚ୍ଚନା କରାଯିବ।ସେଥିପାଇଁ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କମାଳ , ମାହାର୍ଦ୍ଧ ,ଶ୍ରୀଫଳ ଆଦି ପୂଜାସାମଗ୍ରୀ ସାଙ୍ଗରେ ନେଇଛନ୍ତି। ପାରମ୍ପରିକ ବିଧିମତେ ରଥକାଠ ଚିହ୍ନଟ ଅନୁକୂଳ ହେବ । ଶ୍ରୀପଞ୍ଚମୀ ପୂଜାପୂର୍ବରୁ ପ୍ରଥମପର୍ଯ୍ୟାୟର ରଥକାଠ ଶ୍ରୀକ୍ଷେତ୍ର ପହଞ୍ଚିବ ।

କଟକରେ ମହିଳାଙ୍କୁ ଗଳା କାଟି ହତ୍ୟା

କଟକ,୧୩/୧୨(ଏସଏସନିଉଜ)ନଦୀପଠାରେ ପଡ଼ିଛି ମହିଳାଙ୍କ ମୃତଦେହ।ପରମହଂସ କାଠଯୋଡ଼ି ନଦୀପଠାରେ ପଡିଛି ମୃତଦେହ।ମହିଳାଙ୍କ ମୁହଁ ଓ ବେକରେ ରହିଛି ଗଭୀର କ୍ଷତ ।ଘଟଣାସ୍ଥଳରୁ ଧାରୁଆ ଅସ୍ତ୍ର ଚାପଡ଼ ଉଦ୍ଧାର କରିଛି ପୋଲିସ। ପ୍ରାଥମିକ ତଦନ୍ତରୁ ହତ୍ୟା ବୋଲି ଜଣାପଡ଼ିବା ପରେ ପୋଲିସ ସାଇଣ୍ଟଫିକ ଟିମ୍ ଧରି ଘଟଣାସ୍ଥଳରେ ପହଞ୍ଚିଛି ।ମହିଳାଙ୍କ ହାତରେ ଓଁ ବାବା ବଳିଆ ଲେଖା ଅଛି।ମହିଳାଙ୍କୁ ଜାଣିଥିଲେ ୮୨୮୦୩୩୮୩୦୩ ନମ୍ବରରେ କଲକରି ପୋଲିସକୁ ସୂଚନା ଦେବାକୁ ଅନୁରୋଧ କରାଯାଇଛି।

୫ହଜାର ଗୃହରକ୍ଷୀପଦବୀ ପୂରଣ ହେବ – ମୁଖ୍ୟମନ୍ତ୍ରୀଙ୍କ

  ଭୁବନେଶ୍ୱର,୧୨/୧୨(ଏସଏସନିଉ ଜ)ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କଟକ-ଭୁବନେଶ୍ୱର କମିଶନରେଟ ପୋଲିସ ପାଇଁ ‘Emergency Response Support System(ERSS)’ ଯୋଜନାରେ ୩୦ଟି ଜରୁରୀକାଳୀନ ପ୍ରଶମନ ସହାୟତା ଯାନର ଲୋକାର୍ପଣ କରିଛନ୍ତି।ERSS ଯୋଜନା ହେଉଛି ଏକ କେନ୍ଦ୍ର ସରକାରଙ୍କ ଯୋଜନା। ଦିଲ୍ଲୀର ନିର୍ଭୟାକାଣ୍ଡ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ୨୦୧୯ ମସିହାରେ ଜରୁରୀକାଳୀନ ପରିସ୍ଥିତିରେ ପୋଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ଯୋଜନା ଆରମ୍ଭ କରିଥିଲେ। ପୋଲିସ କମିଶନରେଟ କାର୍ଯ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ […]

ନନ୍ଦନକାନନକୁ ଆସିଲା ଉଦ୍ଧାର ବଜ୍ରକାପ୍ତା

ବାରଙ୍ଗ,୧୧/୧୨(ଏସଏସନିଉଜ)ଜୟପୁର ଡିଭିଜନ ନିକଟସ୍ଥ ଜଙ୍ଗଲରୁ ବନବିଭାଗ ଦ୍ବାରା ଉଦ୍ଧାର ହୋଇଥିବା ଏକ ୨ବର୍ଷର ବଜ୍ରକାପ୍ତାକୁ ବୁଧବାର ବିଳମ୍ବିତ ରାତିରେ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଅଣାଯାଇଛି। ନନ୍ଦନକାନନର ଡାକ୍ତରମାନଙ୍କ ତତ୍ତ୍ବାବଧାନରେ ବଜ୍ରକାପ୍ତାଟିକୁ ନନ୍ଦନକାନନର ବନ୍ୟପ୍ରାଣୀ ଚିକିତ୍ସାଳୟରେ ତାର ପ୍ରାଥମିକ ଚିକିତ୍ସା କରାଯାଇ ତାକୁ ବଜ୍ରକାପ୍ତା ପ୍ରଜନନ କେନ୍ଦ୍ରରେ ଛଡାଯାଇଛି।ଉଦ୍ଧାର ବଜ୍ରକାପ୍ତାର ଲିଙ୍ଗଚିହ୍ନଟ ହୋଇନଥିବାବେଳେ ନନ୍ଦନକାନନରେ ଏମାନଙ୍କ ସଂଖ୍ୟା ଆଶାଶୀତ ଭାବେ ବୃଦ୍ଧିପାଇ ୨୬କୁ ପହଁଚିଛି ।ତେବେ ଆସିଥିବା ବଜ୍ରକାପ୍ତାଟି ସୁସ୍ଥଥିବାର ଜଣାପଡିଛି।(ଜିତ ରାଉତଙ୍କ ରିପୋର୍ଟ)

ବାପା ଆଗରେ ପୁଅକୁ ହତ୍ୟା କଲେ ବସ୍ତିବାସିନ୍ଦା

କଟକ,୧୧/୧୨(ଏସଏସନିଉଜ) କଟକଜିଲ୍ଲା ବାରଙ୍ଗ ନରଣପୁର ଅଞ୍ଚଳରେ ପୁଅଆଗରେ ବାପାକୁ ଇଟାରେ ଛେଚି ଗତକାଲି ରାତିରେ ହତ୍ୟା କରିଛନ୍ତି ବସ୍ତିବାସିନ୍ଦା।ମୃତକ କଣ୍ଟ୍ରାକ୍ଟର ତୋଫାନ ସାମଲ ବୋଲି ଜଣାପଡ଼ିଛି । ଏହି ଘଟଣାରେ ପୋଲିସ ଘଟଣାରେ ସଂପୃକ୍ତ ବ୍ୟକ୍ତି ମାନଙ୍କୁ ଧରିବାରେ ଉଦ୍ୟମ ଆରମ୍ଭ କରିଛି। ପ୍ରକାଶ ଯେ, ବସ୍ତିରେ ଟେକା ପକାକୁ ନେଇ ଆରମ୍ଭ ହୋଇଥିଲା ବିବାଦ।ତୋଫାନ ପ୍ରତିବାଦ କରିବାରୁ ବସ୍ତିର ଯୁବକମାନେ ତୋଫାନଙ୍କ ମୁଣ୍ଡକୁ ଇଟାରେ ଛେଚି ଫେରାର ହୋଇଯାଇଥିଲେ।ବାପାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ଏକାଠି […]

ଭୁବନେଶ୍ବରରେ ହେବ ଫ୍ଲାଇଓଭର, ରିଙ୍ଗରୋଡ

ଭୁବନେଶ୍ୱର,୧୦/୧୧(ଏସଏସନିଉଜ)ଭୁବନେଶ୍ବର ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଆବଶ୍ୟକତା ଦୃଷ୍ଟିରୁ ଗାଡି ଚଳାଚଳ ଓ ଟ୍ରାଫିକ ବ୍ୟବସ୍ଥାକୁ ଉପଯୋଗୀ ଓ ସହଜ କରିବା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୁରୁତ୍ଵ ଆରୋପ କରିଛନ୍ତି। ଭୁବନେଶ୍ବର ସହରର ଗାଡି ଚଳାଚଳ ଓ ଟ୍ରାଫିକ୍‌ ସମସ୍ୟାକୁ ଦୂର କରିବା ପାଇଁ ପୂର୍ତ୍ତ ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସହର ପାଇଁ ବିଭିନ୍ନ ସଡ଼କ ପ୍ରକଳ୍ପ ଯୋଜନା ଉପରେ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏକ […]

କୂଅ ଭିତରେ ଗାଈ

ବାରଙ୍ଗ,୯/୧୨(ଏସଏସନିଉଜ) ନରାଜ ତଳଗଡସ୍ଥିତ ଫାଇରିଂ ରେଞ୍ଜ ନିକଟରେ ଥିବା ପରିତ୍ୟକ୍ତ କୂଅରୁ ସୋମବାର ଦିନ ଏକ ବୁଲା ଗାଈକୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି।ସୋମବାର ପୂର୍ବାହ୍ନରେ ଭୁବନେଶ୍ୱର କଟକ କମିସନରେଟର କିଛି ଯବାନ ତଳଗଡ ଫାଇରିଂ ରେଞ୍ଜକୁ ଫାଇରିଂ ପରୀକ୍ଷଣ ପାଇଁ ଆସିଥିଲେ। ଏହି ସମୟର ପରିତ୍ୟକ୍ତ କୂଅରେ ଗାଈଟି ପଡ଼ିଥିବାର ଦେଖି ଯବାନମାନେ ବାରଙ୍ଗ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ବାରଙ୍ଗ ଅଗ୍ନିଶମ ବାହିନୀର ଏକ ୬ଜଣିଆଦଳ ଆସି କୂଅ ଭିତରୁ ଗାଇଟିକୁ […]

ଫେବୃଆରୀ ୧୦ରୁ ସାମୁହିକ ଫାଇଲେରିଆ ଔଷଧ ସେବନ କାର୍ଯ୍ୟକ୍ରମ

କଟକ, ୯।୧୨(ଏସଏସନିଉଜ) କଟକ ଜିଲ୍ଲାରେ ଫାଇଲେରିଆ ରୋଗର ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ ଲାଗି ସମନ୍ୱୟ କମିଟି ବୈଠକ ଜିଲ୍ଲା ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଫେବୃଆରୀ ମାସ ୧୦ତାରିଖ ରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ବାତଜ୍ୱର ସାମୁହିକ ଔଷଧ ସେବନ କାର୍ଯକ୍ରମ ଚାଲୁରହିବ। ଏହି କାର୍ଯକ୍ରମ କେବଳ ଆଠଗଡ଼, ତିଗିରିଆ, ସୁବର୍ଣ୍ଣପୁର, ବଡମ୍ବା ଏବଂ ସାଲେପୁର ବ୍ଲକରେ କାର୍ଯକାରୀ ହେବ। ଏଥିରେ ସମୁଦାୟ […]