ପୁଣି ମୋ ବସ ନେଲା ଜୀବନ

ବାରଙ୍ଗ,୪।୨(ଏସଏସନିଉଜ) ମଙ୍ଗଳବାର ସକାଳେ ଜଣେ ନାବାଳିକା ଉପରେ ଦ୍ରୁତଗାମୀ ବେପରୁଆ ମୋବସ ଚଢ଼ିଯାଇଛି। ଯାହାଫଳରେ ନାବାଳିକା ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।
ନାବାଳିକା ଜଣଙ୍କ ଫୁଲ ତୋଳି ରାସ୍ତା ପାର୍ଶ୍ବରେ ଥିବା ଏକ ନର୍ସରୀ ରେ ରହୁଥିବା ପରିବାର ପାଖକୁ ଯିବା ପାଇଁ ସାଇକେଲ ଧରି ଛିଡା ହୋଇଥିଲା।ଏହି ସମୟ ରେ ଭୁବନେଶ୍ୱର ପଟରୁ ଆସୁଥିବା ଦ୍ରୁତଗାମୀ ମୋ ବସ ଧକା ଦେଇଥିଲା।ଦୁର୍ଘଟନା ପରେ ରଘୁନାଥ ପୁର ଗ୍ରାମବାସୀ ଉତ୍ୟକ୍ତ ହୋଇ ରାସ୍ତାରେ ବାଉଁଶ ପକାଇ ଓ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।ଯାହାଫଳରେ ନନ୍ଦନ କାନନ ରାସ୍ତାରେ ଯାତାୟତ ବାଧା ସୃଷ୍ଟି ହୋଇଛି।ଅନ୍ୟପଟେ ଏହି ରାସ୍ତା ଦେଇ ଯାଉଥିବା ଲୋକମାନେ ମଧ୍ୟ ବେପରୁଆ ମୋ ବସ ପ୍ରଚଳନ ରେ ସେମାନଙ୍କ ଅସନ୍ତୋଷ ବ୍ୟକ୍ତ କରିବା ସହ ସ୍ୱତପୂର୍ତ୍ ଭାବେ ଗ୍ରାମବାସୀଙ୍କ ସହ ରାସ୍ତାରୋକରେ ସାମିଲ ହୋଇଛନ୍ତି।

Comments (0)
Add Comment