ମହିଳାଙ୍କ ପାଇଁ ଖୁସି ଖବର

ଭୁବନେଶ୍ୱର,୨।୨(ଏସଏସନିଉଜ)ମହିଳାଙ୍କ ପାଇଁ ଖୁସି ଖବର। କାରଣ ଫେବ୍ରୁଆରୀ ୮ ତାରିଖରେ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା। ଯାଜପୁରରୁ ଏହାର ଶୁଭାରମ୍ଭ କରି ମହିଳାଙ୍କୁ ଆକାଉଣ୍ଟକୁ ପଠାଯିବ ଟଙ୍କା। ତେବେ ଏହି ପର୍ଯ୍ୟାୟରେ ୨୦ ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।
କିଛି ଟେକ୍ନିକାଲ ତ୍ରୁଟି ଯୋଗୁଁ ଅନେକ ମହିଳାଙ୍କୁ ଟଙ୍କା ମିଳିପାରିନାହିଁ। ବ୍ୟାଙ୍କର ଏନପିସିଆଇରେ ସମସ୍ୟାରେ ଥିବାରୁ ମଧ୍ୟ ସମସ୍ରା ହୋଇଛି। କିନ୍ତୁ ହେଉଁ ହତାଧିକାରୀଙ୍କ ଏନପିସିଆଇ ରେ ସମସ୍ୟା ଅଛି ସେମାନେ କିନ୍ତୁ ଟଙ୍କା ପାଇବାକୁ ଯୋଗ୍ୟ । ସେଥିପାଇଁ ଚିନ୍ତା କରିବାର କିଛି ଚିନ୍ତା ନାହିଁ ବୋଲି ସୁନିଶ୍ଚିତ କରିଛନ୍ତି ପ୍ରଭାତୀ ପରିଡା।

Comments (0)
Add Comment