ଆଜିର ରାଶିଫଳ

କୋଳଥଡାଲି ଶରୀର ପାଇଁ ସଞ୍ଜିବନୀ.......

ଫେବୃଆରୀମାସ ୦୯ତାରିଖ ୨୦୨୫ମସିହା (ରବିବାର)ମାଘମାସ- ଶୁକ୍ଳପକ୍ଷ ,ତିଥି- ଦ୍ଵାଦଶୀ ରାତ୍ରି ଘ ୦୭/୩୯ ଗତେ ତ୍ରୟୋଦଶୀ ,ନକ୍ଷତ୍ର- ଆର୍ଦ୍ରା ସନ୍ଧ୍ୟା ଘ ୦୬/୪୨ଗତେ ପୁନର୍ବସୁ ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୩/୨୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୯/୨୨ ,ଯୋଗିନୀ ନୈରୁତେ ରାତ୍ରି ଘ୦୭/୩୯ ଗତେ ଦକ୍ଷିଣେ ,ଦ୍ୱାଦଶୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କନ୍ୟାରାଶିରଘାତଚନ୍ଦ୍ର ,ମେଷରାଶିର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୧୦/୩୫ ଗତେ ଘ୦୧/୨୫ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୮ଗତେ ଘ୧୦/୨୦ମଧ୍ୟେ ଓ ରାତ୍ରି ଘ୦୭/୧୭ ଗତେ ଘ୦୮/୫୫ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୭/୦୮ ମଧ୍ୟେ ଓ ଘ୦୧/୩୨ ଗତେ ଘ୦୩/୨୨ ମଧ୍ୟେ ,ଅଦ୍ୟ ପୋଇଭକ୍ଷଣ ନିଷେଧ।
ମେଷ:-ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ। ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମଭୋଜନ କରିବାର ସୁଯୋଗ ମିଳିବ। ଛୋଟଯାତ୍ରାର ଆୟୋଜନ ହୋଇପାରେ। ସ୍ଵାସ୍ଥ୍ୟ ଭଲରହିବ।ସ୍ନେହୀଜନମାନଙ୍କଠାରୁ ଶୁଭ ସମାଚାର ମିଳିପାରେ।
ବୃଷ:-ଆଜି ଆପଣଙ୍କ ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣହେବ ତଥା କାର୍ଯ୍ୟରେ ସଫଳତା ଏବଂ ଯଶପ୍ରାପ୍ତି ହେବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। ସ୍ଵାସ୍ଥ୍ୟ ଭଲ ରହିବ। ଆର୍ଥିକଲାଭ ହେବ। ଅଫିସ୍ ରେ ମନମାଳିନ୍ୟ ହୋଇପାରେ। ତେଣୁ ସାବଧାନ ରହିବା ଆବଶ୍ୟକ ଅଟେ।
ମିଥୁନ:-ଦିନର ଆରମ୍ଭ ଚିନ୍ତା ଏବଂ ଉଦ୍ଵେଗ ସହିତ ହେବ। ସ୍ଵାସ୍ଥ୍ୟକୁ ନେଇ କରି ମଧ୍ୟ ଅସୁବିଧା ହୋଇପାରେ। ଆକସ୍ମିକ ଧନ ଖର୍ଚ୍ଚ ହୋଇପାରେ। ପ୍ରେମ ପ୍ରସଂଗରେ ମନମାଳିନ୍ୟ ହୋଇପାରେ। ଯାତ୍ରାରେ ଅସୁବିଧା ଆସିପାରେ।
କର୍କଟ:-ନକାରାତ୍ମକ ବିଚାର ହତାଶା ସୃଷ୍ଟି କରିବ। ଶାରୀରିକ ଏବଂ ମାନସିକ ରୂପରେ ଅସୁସ୍ଥତା ଅନୁଭବ କରିବେ। ମାତା-ପିତାଙ୍କର ସହିତ ମତଭେଦ ହୋଇପାରେ। ଜମି, ବାସଗୃହ ତଥା ବାହନ ଆଦିର କାଗଜପତ୍ରରେ ସାବଧାନ ରହିବେ।
ସିଂହ:-ଆଜି ବିନା ଭାବିବିଚାରି କୌଣସି କାର୍ଯ୍ୟକରନ୍ତୁନାହିଁ। କାର୍ଯ୍ୟରେ ସଫଳତା ସେତେବେଳେ ଆପଣଙ୍କୁ ମିଳିବ ଯେତେବେଳେ, ପ୍ରତିଯୋଗୀମାନଙ୍କୁ ପରାସ୍ତ କରି ପାରିବେ। ଭାଇବନ୍ଧୁ ଏବଂ ପଡ଼ୋଶୀମାନଙ୍କ ସହିତ ଖୂବ ଭଲସମ୍ବନ୍ଧ ରହିବ। ଆର୍ଥିକ ଲାଭ ମଧ୍ୟ ହେବ।
କନ୍ୟା:-ଆପଣଙ୍କ ଅନିୟନ୍ତ୍ରିତବାଣୀ କାହା ସହିତ ମନମାଳିନ୍ୟ କରାଇପାରେ। ଦ୍ୱନ୍ଦ୍ୱରେ ଫସିଥିବାମନ ଆପଣଙ୍କୁ କୌଣସି ଠୋସ ନିର୍ଣ୍ଣୟ ନେବାକୁ ଦେବ ନାହିଁ। ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେବା ପୂର୍ବରୁ ଭାବି ବିଚାରି ନିଅନ୍ତୁ। ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ରଖିବେ।
ତୁଳା:-ମନରେ ଖୁସି ଏବଂ ପ୍ରଫୁଲ୍ଲିତ ରହିବେ। କୁଟୁମ୍ବ ଏବଂ ମିତ୍ରମାନଙ୍କ ସହିତ ଉତ୍ତମଭୋଜନ, ଯାତ୍ରା କିମ୍ବା ସାକ୍ଷାତର ସୁଯୋଗ ମିଳିବ। ଜୀବନସାଥୀଙ୍କ ସହିତ ଆତ୍ମୀୟତାର ସୁଯୋଗ ଆସିବ। ଆର୍ଥିକ ଲାଭ ହେବ। ଶୁଭ ସମାଚାର ପ୍ରାପ୍ତ ହେବ।
ବିଛା:-ଆଜିର ଦିନ ଆପଣଙ୍କପାଇଁ ଟିକେ କଷ୍ଟଦାୟକ ହୋଇପାରେ। ସ୍ଵାସ୍ଥ୍ୟ ଖରାପ ହୋଇପାରେ। ପାରିବାରିକ ସଦସ୍ୟମାନଙ୍କ ସହିତ କଳହ କାରଣରୁ ମନ ଦୁଃଖୀ ହେବ। କୋର୍ଟ-କଚେରୀ ମାମଲାରେ ସାବଧାନ ରହିବେ। ଅଧିକ ଖର୍ଚ୍ଚ ହେବାରୁ ଆର୍ଥିକ ଅସୁବିଧା ଆସିପାରେ।
ଧନୁ:-ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆଜିର ଦିନ ଲାଭକାରୀ ପ୍ରମାଣିତ ହେବ। ମିତ୍ର ତଥା ବନ୍ଧୁମାନଙ୍କ ସହିତ ବାହରକୁ ଯାତ୍ରା କରିପାରନ୍ତି। ମାଙ୍ଗଳିକ ପ୍ରସଙ୍ଗରେ ଉପସ୍ଥିତ ହେବେ। ମହିଳା ମିତ୍ର ତଥା ପତ୍ନୀ ଏବଂ ପୁତ୍ରଲାଭ ହେବ। ବୈବାହିକ ସମସ୍ୟାର ସମାଧାନ ହେବ।
ମକର:-ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ନିର୍ଵିଘ୍ନରେ ସମ୍ପୂର୍ଣ୍ଣ ହେବ, ଯେଉଁଥିରେ ଆପଣ ଖୁସି ରହିବେ। ଚାକିରି-ବ୍ୟବସାୟ କ୍ଷେତ୍ରରେ ପରିସ୍ଥିତି ଅନୁକୂଳ ରହିବ ଏବଂ କାର୍ଯ୍ୟରେ ସଫଳତା ମିଳିବ। ଗୃହସ୍ଥ ଜୀବନରେ ଆନନ୍ଦ ରହିବ। ଧନପ୍ରାପ୍ତି ଏବଂ ପଦୋନ୍ନତିର ଯୋଗଅଛି।
କୁମ୍ଭ:-ଆଜି ମାନସିକ ଅସୁସ୍ଥତା ଆପଣଙ୍କୁ ଅସୁବିଧା କରିପାରେ। ସ୍ଵାସ୍ଥ୍ୟ ସମ୍ବନ୍ଧରେ ଅଭିଯୋଗ ରହିବ। ଚାକିରିରେ ଉଚ୍ଚ ଅଧିକାରୀମାନଙ୍କ ସହିତ ସାବଧାନ ପୂର୍ବକ କାର୍ଯ୍ୟ କରନ୍ତୁ। ସନ୍ତାନମାନଙ୍କର ସମସ୍ୟା ଆପଣଙ୍କୁ ଚିନ୍ତିତ କରିପାରେ। ପ୍ରତିଦ୍ୱନ୍ଦୀ ନିଜର ଚାଲରେ ସଫଳ ହେବେ।
ମୀନ;-ଆଧ୍ୟାତ୍ମିକତା ପ୍ରତି ଆକର୍ଷଣବଢ଼ିବ। ବାଣୀ ତଥା ବ୍ୟବହାର ଉପରେ ନିୟନ୍ତ୍ରଣ ରଖିଲେ ବହୁତ ଭ୍ରମଧାରଣାରୁ ବଞ୍ଚିତ ହୋଇପାରିବେ। ଅଚାନକ ଧନ ଲାଭ ହେବ। ଶତ୍ରୁମାନଙ୍କଠାରୁ ବଞ୍ଚିକରି ରୁହନ୍ତୁ। ମହିଳା ଏବଂ ପାଣିକୁ ସଂଭାଳିକିରି ରୁହନ୍ତୁ।

କୋଳଥଡାଲି ଶରୀର ପାଇଁ ସଞ୍ଜିବନୀ…….
ଆମେ ଦୈନନ୍ଦିନଜୀବନରେ ଡାଲିଜାତୀୟ ଖାଦ୍ୟକୁ ଏକ ସ୍ୱତନ୍ତ୍ରସ୍ଥାନ ଦେଇùଛû ବିଶେଷକରି ଓଡ଼ିଶାରଲୋକ ଭାତସହ ଡାଲିକୁ ବେଶ ପସନ୍ଦ କରନ୍ତି। ହେଲେ ଆମେ ବ୍ୟବହାରକରୁଥିବା ଡାଲି, ବିଶେଷକରି କୋଳଥ ଡାଲିରେ କିପ୍ରକାର ଫାଇଦାରହିଛି ଜାଣିନେ। ଯାହାକୁ ଅନେକଲୋକ ପସନ୍ଦ କରୁଥିବାବେଳେ, କିଛିଲୋକ ଏହାକୁ ଖାଇବାବେଳେ ନାକ ଟେକନ୍ତି।ହେଲେ ଆପଣମାନେ ଜାଣିନାହାନ୍ତି ଏହି କୋଳଥ ଡାଲି ଅନେକ ବଡ଼ବଡ଼ ରୋଗକୁ ହରାଇବାର କ୍ଷମତା ରଖିଛି।
ବୈଜ୍ଞାନିକଙ୍କମତରେ: କୋଳଥଡାଲିକୁ ଦକ୍ଷିଣଭାରତର ଲୋକମାନେ ତାଙ୍କ ବ୍ୟଞ୍ଜନରେ ପ୍ରମୁଖ ଡାଲିଭାବରେ ବ୍ୟବହାରକରିଥାନ୍ତି।କର୍ଣ୍ଣାଟକ ,ଆନ୍ଧ୍ରପ୍ରଦେଶ ,ତାମିଲନାଡୁ ବ୍ୟତୀତ ଓଡିଶା ପଶ୍ଚିମବଙ୍ଗ,ମଧ୍ୟପ୍ରଦେଶ,ବିହାର ଓ ହିମାଚଳ ପ୍ରଦେଶ ଇତ୍ୟାଦିରେ କୋଳଥଡାଲି ଚାଷ କରାଯାଏ।କୋଳଥ ଡାଲିର ବୈଜ୍ଞାନିକ ନାମ ହେଲା (macrotyloma uniflorum)କୋଳଥଡାଲିùe ଅନେକ ଔଷଧୀୟଗୁଣ ଥିବାରୁ ଏହାକୁ ଖାଇବାପାଇଁ ବୈଜ୍ଞାନିକମାନେ ପରାମର୍ଶ ଦେଇଥାନ୍ତି। ଯାହାକି ଡାଇବେଟିସ୍ ଓ ମେଦବହୁଳଭଳି ରୋଗକୁ କଣ୍ଟ୍ରୋଲ କରିଥାଏ।କୋଳଥଡାଲି କିଡ୍ନୀଷ୍ଟୋନ ପାଇଁ ଲାଭଦାୟକ। କିଡ୍ନୀଷ୍ଟୋନରେ ପୀଡିତଥିବା ଲୋକମାନଙ୍କୁ ପ୍ରତିଦିନ କୋଳଥଡାଲି ସେବନ କରିବାକୁ କୁହାଯାଏ।
କୋଳଥଡାଲି ଅଣ୍ଟିଆକ୍ସିଡେଣ୍ଟ ଓ ଶରୀରରୁ ବର୍ଜ୍ୟବସ୍ତୁ ବାହାରକରିବାରେ ସମୃଦ୍ଧ ଅଟେ। ତେଣୁ ଡାକ୍ତରମାନଙ୍କ ମତରେ କୋଳଥଡାଲି କିଡ୍ନୀରୁ ଷ୍ଟୋନକୁ ବାହାର କରିବା ପାଇଁ ସକ୍ଷମ ଅଟେ।ମଧୁମେହରୋଗ ବା ଡାଇବେଟିସ୍ ସହିତ ସଂଘର୍ଷ କରୁଥିବାବ୍ୟକ୍ତି ମାନଙ୍କପାଇଁ କୋଳଥଡାଲି ଲାଭଦାୟକ। ଏକ ଅଧୟନ ଅନୁସାରେ ଜଣାପଡିଛିଯେ, କୋଳଥଡାଲିର ଅଣ୍ଟିଆକ୍ସିଡେଣ୍ଟ ଥିବାହେତୁ ମଧୁମେହକୁ ନିୟନ୍ତ୍ରଣ କରିଥାଏ।
ଏହାବ୍ୟତୀତ କୋଳଥଡାଲିରେ ରେଜିଷ୍ଟେନ୍ସଷ୍ଟାର୍ଚ୍ଚ ଥିବାହେତୁ ରକ୍ତସର୍କରାକୁ ସନ୍ତୁଳିତ ରଖିଥାଏ। ତେଣୁ ମଧୁମେହରୋଗୀମାନେ କୋଳଥଡାଲି ଖାଇବା ଆବଶ୍ୟକ।ଆଜିକାଲି ଓଜନବଢିବା ସମସ୍ୟା ସମସ୍ତଙ୍କପାଖରେ ଦେଖାଯାଉଛି। କୋଳଥଡାଲି ବଢୁଥିବା ଓଜନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। କାରଣ କୋଳଥ ଡାଲିର ପ୍ରଚୁର ପରିମାଣରେ ଫାଇବର ରହିଛି।
ଏକ ଅଧୟନରୁ ଜଣାପଡିଛିଯେ , ଫାଇବରଯୁକ୍ତ ଖାଦ୍ୟପଦାର୍ଥ ମୋଟାପଣକୁ କମାଇ ଓଜନକୁ ନିୟନ୍ତ୍ରଣ କରିଥାଏ।ଓଜନକୁନେଇ ବ୍ୟସ୍ତହେଉଥିବା ବ୍ୟକ୍ତିମାନେ ସକାଳୁ ଖାଲି ପେଟରେ କୋଳଥଡାଲିର ସିଝାପାଣି ପିଅନ୍ତୁ।ଥଣ୍ଡା ଓ ଜ୍ୱରଭଳି ଶାରୀରିକ ସମସ୍ୟାରେ କଷ୍ଟ ପାଉଥିବାବେଳେ କୋଳଥଡାଲି ଶରୀରକୁ ଲାଭଦେଇଥାଏ। ଜ୍ୱର ଓ ଥଣ୍ଡାପାଇଁ କୋଳଥଡାଲିର ପ୍ରୟୋଗ ଏକ ପାରମ୍ପରିକଔଷଧଭାବରେ ବହୁବର୍ଷରୁ କରାଯାଉଛି।କେବଳ ଜ୍ୱରଥଣ୍ଡାରୁ ସୁସ୍ଥ କରିନଥାଏ ,କୋଳଥଡାଲି ଥଣ୍ଡାଦ୍ୱାରା ଗଳା ସଂକ୍ରମଣରୁ ମଧ୍ୟ ଅରାମଦେଇଥାଏ।
ପ୍ରାୟ ଅଧିକାଂଶଲୋକ ଅଲ୍ସରଯୋଗୁ କଷ୍ଟ ପାଇଥାନ୍ତି। ଏହିକଷ୍ଟରୁ କୋଳଥଡାଲିରେ ଥିବା ଫ୍ଲେବୋନୋୟଡ଼ ଦୂରକରିଥା।ଫ୍ଲେବୋନୋୟଡ଼ ଏକ ଆଣ୍ଟିଅଲ୍ସରପରି କାମ କରେ। ନିୟମିତ କୋଳଥଡାଲି ଖାଇବାଦ୍ୱାରା ଅଲ୍ସର ଦୂର ହୋଇଯାଏ।କୋଳଥ ଡାଲିରେ ଫାଇବର ମଧ୍ୟ ରହିଛି। ଯାହା ଅଲ୍ସରକୁ ଠିକକରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ପେଟର ଅଲ୍ସରପାଇଁ ଫାଇବରଯୁକ୍ତ ଖାଦ୍ୟ ଖାଇବାକୁ ଉପଦେଶ ଦେଇଛନ୍ତି। ତେଣୁ ଭାରତୀୟ ଡାକ୍ତରମାନେ ଅଲ୍ସର ରୋଗୀ ମାନଙ୍କୁ କୋଳଥଡାଲି ଖାଇବାକୁ କହିଥାନ୍ତି।!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

Comments (0)
Add Comment