ଦେଶୀମଦ ବୋଝେଇ କାର ସହ ଗିରଫ

ବାରଙ୍ଗ, ୧୫/୨(ଏସଏସନିଉଜ)ଦେଶୀମଦ ଚାଲାଣବେଳେ ଏକ କାରକୁ ଫିଲ୍ମ ଷ୍ଟାଇଲରେ ଧରିଛି ବାରଙ୍ଗ ପୋଲିସ। ଦାମୀକାର ଭିତରୁ ୨୧୦ ଲିଟର ମଦ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରୁଛି। ଗିରଫ ଦୁଇଜଣ ହେଉଛନ୍ତି ଆଠଗଡ଼ଥାନା ଅନ୍ତର୍ଗତ ଜେନାପଦା ଅଞ୍ଚଳର ପ୍ରକାଶ କୁମାର ନାୟକ ଓ ଅସିତ୍ ରଞ୍ଜନ ସ୍ବାଇଁ। ବେଆଇନ ଦେଶୀମଦ ଚୋରା ଚାଲାଣ ହେଉଥିବାର ବିଶେଷ ସୂତ୍ରରୁ ଖବର ପାଇ ବାରଙ୍ଗଥାନା ପୋଲିସ ଶନିବାର ଦିନ ୧ଟା ପାଖାପାଖି ମୁଣ୍ଡଳୀ ବ୍ରିଜନିକଟରେ ଜଗି ରହିଥିଲେ। ଏକ ଦାମୀ ଓଡି ୦୫ବିଆର ୧୪୧୪ କାରରେ ଦୁଇଜଣବ୍ୟକ୍ତି ଆସୁଥିବା ବେଳେ ପୋଲିସ ଫିଲ୍ମ ଷ୍ଟାଇଲରେ କାରଟିକୁ ଅଟକାଇଥିଲେ। କାର ଆସିବା ପୁର୍ବରୁ ମୁଣ୍ଡଳୀବ୍ରିଜ ଅପର ପାର୍ଶ୍ଵ ଓ କିଛିଦୂର ରାସ୍ତା ଉପରେ ଏକ ଟ୍ରାକ୍ଟର ରଖିଦେଇଥିଲେ ଫଳରେ କାରଟି ଆଗକୁ ଯାଇନପାରି ଅଟକି ରହିଥିଲା। ପୋଲିସ କାରକୁ ତଲାସିନେବା ସମୟରେ କାର ଭିତରୁ ୬ଟି ବ୍ଲାଡରରେ ଥିବା ୨୧୦ ଲିଟର ଦେଶୀମଦ ଜବତ କରିଥିଲା। କାରରେ ଥିବା ଦେଶୀମଦ ଆଠଗଡ଼ରୁ ଭୁବନେଶ୍ଵର ଚାଲାଣ ହେଉଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା। ପୋଲିସ କାରକୁ ଜବତ କରି ଦୁଇଜଣଙ୍କୁ ଗିରଫ କରିଛି। (ଜ୍ଞାନଜିତ ପ୍ରଧାନଙ୍କ ରିପୋର୍ଟ)

Comments (0)
Add Comment