ବାରଙ୍ଗ,୧୩।୨(ଏସଏସନିଉଜ)ଗୁରୁବାର ରାତି ୭ଟାରେପ୍ରଶାସନ ପକ୍ଷରୁ ବେଆଇନ ଭାବେ ଗଢି ଉଠିଥିବା ଏକ ବେଆଇନ ଉପର ଭାଟି ଇଟାଭାଟିକୁ ଭଙ୍ଗା ଯାଇଛି।ଭାଟିରେ ପ୍ରସ୍ତୁତ ହୋଇ ରହିଥିବା କଞ୍ଚା ଇଟାକୁ ନଷ୍ଟ କରାଯାଇଥିବା ବେଳେ ବିକ୍ରୀ ଉଦ୍ଦେଶ୍ୟରେ ଗଦା ହୋଇଥିବା ନାଲି ଇଟାକୁ ଯେଶିବିରେ ପେଲି ଦିଆଯାଇଛି ।ପ୍ରଶାସନର ଉପର ଦେଖାଣିଆ ଚଢାଉକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
ପ୍ରକାଶ ଯେ,ବାରଙ୍ଗ ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ସରକାରୀ ଜାଗା ମାନଙ୍କରେ ବେଆଇନ ଭାବେ ଉପର ଭାଟିଇଟା ନିର୍ମାଣ ଚାଲିଛି।ଗୋଟେ ପଟେ ଉତ୍ତାପ ବୃଦ୍ଧି ଓ ଅନ୍ୟପଟେ ବେଆଇନ ଭାବେ ଉପର ଇଟାଭାଟି ବନ୍ଦ ଉପରେ ପ୍ରଶାସନର ଅଙ୍କୁଶ ରହୁନଥିବାର ଦେଖିବାକୁ ମିଳିଛି।
ରାମଦାସପୁର ରାଜସ୍ୱ ନିରୀକ୍ଷକ କାର୍ଯ୍ୟଳୟ ଅଧୀନରେ ଥିବା ଅରିଲୋ ଗ୍ରାମର ସରକାରୀ ଜାଗାରେ ବେଆଇନଭାବେ ଏକ ଉପରଭାଟି ଇଟାଭାଟିଗଢି ଉଠିଥିବାର ଅଭିଯୋଗମାନ ତହସିଲ ପାଖକୁ ଆସୁଥିଲା।ଲୋକମାନଙ୍କ ଅଭିଯୋଗ ଆଧାରରେ ଗୁରୁବାର ରାତି ୭ଟାରେ କଟକ ଖଣିବିଭାଗ ଅଧିକାରୀ ସମ୍ୱିତ ସାହୁ ,ବାରଙ୍ଗ ତହସିଲଦାର ତୁଷାର ଜ୍ୟୋତି ରଞ୍ଜନ ଓ ବାରଙ୍ଗଥାନା ପୋଲିସର ମିଳିତ ଉଦ୍ୟମରେ ଚଢାଉ କରାଯାଇଥିଲା।ପ୍ରଶାସନ ପକ୍ଷରୁ ସାଙ୍ଗରେ ନିଆଯାଇଥିବା ଜେସିବି ଦ୍ଵାରା ଉକ୍ତ ଇଟାଭାଟିରେ ରଖାଯାଇଥିବା କଞ୍ଚାଇଟା ଗୁଡ଼ିକୁ ଯେସିବି ଚଢାଇ ନଷ୍ଟ କରାଯାଇଥିଲା।କିନ୍ତୁ ବିକ୍ରୀ ଉଦ୍ଦେଶ୍ୟରେ ରଖିଥିବା ଇଟାଗଦାକୁପେଲି ଦିଆଯାଇଥିଲେ ମଧ୍ୟ ଇଟା ଗୁଡ଼ିକ ନଷ୍ଟ ହେଲା ପରି ଜଣାପଡିଥିଲା।ପ୍ରଶାସନର ଉପର ଠାଉଣିଆ ଚଢାଉକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।