କମିସନରେଟ୍‌ ପୁଲିସକୁ ଲଜ୍ଜା

ଭୁବନେଶ୍ବର,୨୧।୨(ଏସଏସନିଉଜ) କମିସନରେଟ୍‌ ପୁଲିସ ପାଇଁ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ଘଟିଛି।ନ୍ୟାୟ ପାଇ ଥାନାକୁ ଆସି ପୋଲିସ ବାବୁଙ୍କ ଦ୍ଵାରା ଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ମହିଳା।ଏହି ଘଟଣାରେ ଆଜି ମହିଳାଥାନା ପୋଲିସ ନୂଆପଲ୍ଲୀ ଥାନାର ଏଏସ୍‌ଆଇ ରଞ୍ଜିତଦାସଙ୍କୁ ବାନ୍ଧି ଜେଲ୍‌ ପଠାଇଛି। ଏଭଳି ଅଭାବନୀୟ ଘଟଣାକୁ ନେଇ ସବୁଆଡୁ ପୋଲିସକୁ ନିନ୍ଦା ମିଳିଛି।
ନ୍ୟାୟ ଆଶାରେ ଥାନାକୁ ଆସିଥିବା ଜଣେ ଅସହାୟ ମହିଳାଙ୍କୁ ଫସାଇ ପୋଲିସବାବୁ ଦୁଷ୍କର୍ମ କରିବାକୁ ପଛାଇନଥିବାର ଅଭିଯୋଗ ଆସିଛି।

Comments (0)
Add Comment