Browsing category

ଅପରାଧ

ଗଞ୍ଜେଇ ଟ୍ରକ ଜବତ,୨ଗିରଫ

ବୌଦ୍ଧ,୨୩।୨(ଏସଏସନିଉଜ)ବୌଦ୍ଧ ବ୍ରିଜ ଛକରୁ ଗଞ୍ଜେଇ ଭର୍ତ୍ତି ଟ୍ରକ ଜବତ ହେବାସହ ୨ଜଣ ଗିରଫ ହୋଇଛନ୍ତି।ମହାରାଷ୍ଟ୍ରକୁ ଚାଲାଣ ବେଳେ ଧରିଲା ଆଦର୍ଶ ଥାନା ପୋଲିସ।ମହାରାଷ୍ଟ୍ରର ଆଜାଦ ସର୍ଫରାଜ୍ ଖାନ ଓ ମିଲନ ଯାଦବଙ୍କୁ ଗିରଫ କରିଛି ପୋଲିସ।ଗତକାଲି ଚଢ଼ାଉ ବେଳେ ଖସିଯାଇଥିଲେ ଅଭିଯୁକ୍ତ।ଆମ୍ବଝରି-ଗୋଛାପଡ଼ା ଜଙ୍ଗଲରେ ଚଢ଼ାଉ କରିଥିଲା ପୋଲିସ।

ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ!

ଖଡ଼ିଆଳ,୨୩।୨(ଏସଏସନିଉଜ) ଗଛରେ ଯୁବକ ଯୁବତୀଙ୍କ ଝୁଲନ୍ତାମୃତଦେହ ଥିବାର ଦେଖିବାକୁ ମିଳିଛି।ଝରିଗାଁଥାନା ରଙ୍ଗମାଟିଗୁଡ଼ା ନଦୀକୂଳ ଗଛରେ ଝୁଲୁଛି ମୃତଦେହ।ମୃତକଦ୍ୱୟ ରଙ୍ଗମାଟି ଗୁଡ଼ାଗାଁର ହୋଇଥିବାବେଳେ ମୃତ୍ୟୁରକାରଣ ଅସ୍ପଷ୍ଟ ରହିଛି।ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚିଛି।

ପରୀକ୍ଷା ଦେବା ପୂର୍ବରୁ ଆତ୍ମହତ୍ୟା!

ଧାମନଗର,୨୩।୨(ଏସଏସନିଉଜ)ଆଜି ଜଣେ ମାଟ୍ରିକ ପରୀକ୍ଷାର୍ଥୀ ଅଭିଷେକ ପଣ୍ଡାପରୀକ୍ଷା ଦେବାକୁ ଯିବା ପୂର୍ବରୁ ଆତ୍ମହତ୍ୟା କରିଥିବା ଜଣାଯାଇଛି। ମୃତ ଛାତ୍ର ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲାର ଉଦଳାସ୍ଥିତ ରାଢ଼ ଗ୍ରାମର।ସେ ଭଦ୍ରକଜିଲ୍ଲା ଧାମନଗରଥାନା ଅଧୀନ ଜାହାଙ୍ଗୀର ଶାସନ ଗାଁରେ ନିଜ ମାଉସୀଙ୍କ ଘରେ ରହିପଢୁଥିଲେ।ଆଜି ମାଉସୀଙ୍କ ଶାଢ଼ୀରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ସୂଚନା ରହିଛି। ମୃତ ଅଭିଷେକ ପ୍ରଥମ ଦିନମାଟ୍ରିକପରୀକ୍ଷାର ସାହିତ୍ୟ ପରୀକ୍ଷା ଦେଇଥିଲେ। ଆଜି ସକାଳୁ କବାଟ ନ ଖୋଲିବାରୁ ଘର ଲୋକେ ପୁଲିସକୁ ସୂଚନା ଦେଇଥିଲେ। […]

ବନ୍ଦଘରୁ ୨ମୃତଦେହ ଉଦ୍ଧାର

ବ୍ରହ୍ମପୁର,୨୩।୨(ଏସଏସନିଉଜ) ଜରଡାଥାନା ଅନ୍ତର୍ଗତ ଚୁଡିଆଲାଞ୍ଜି ଗ୍ରାମରେ ମାପୁଅଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟିଥିବା ଜଣାପଡିଛି ।ମୃତକ ମହିଳା ଜଣକ ହେଉଛନ୍ତି ଦାଲି ନିଲାବେଣି (୨୫) ତାଙ୍କ ପୁଅ ଦାଲି ରିତିକ୍ (୦୭)ବୋଲି ଜଣାପଡିଛି । ଘଟଣା ସ୍ଥଳରେ ପୋଲିସପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।ବନ୍ଦଘରୁ ଆଜିସକାଳୁ ଦୁଇଜଣଙ୍କ ମୃତଦେହ ଉଦ୍ଧାରକରିଛି ପୋଲିସ ।ମହିଳା ଜଣଙ୍କ ଦୁବାଇରେ କାମକରନ୍ତି ବୋଲି ଜଣାପଡିଛି।ତେବେ ମୃତୁର ପକୃତକାରଣ ଜଣାପଡିନାହିଁ।

ତିନି ଆଇଆଇସିଙ୍କୁ ବାରଙ୍ଗପ୍ରେସକ୍ଲବ ପକ୍ଷରୁ ଶେଭେଛା

ବାରଙ୍ଗ,୨୦ା୨(ଏସଏସନିଉଜ)ବାରଙ୍ଗପ୍ରେସକ୍ଲବ ତରଫରୁ ସୋମବାରରାତିରେ ନନ୍ଦନକାନନ ,ବାରଙ୍ଗ ଓ ଚନ୍ଦକାଥାନାରେ ନୁଆକରି ଯୋଗଦେଇଥିବା ଥାନାଅଧିକାରୀଙ୍କୁ ସୈାଜନ୍ୟମୁଳକଭାବେ ସାକ୍ଷାତ କରାଯାଇଥିଲା ।ତିନି ଆଇଆଇସିଙ୍କୁ କ୍ଲବ ପକ୍ଷରୁ ଶୁଭେଛା ଜଣାଇବା ସହ ଖବରଦାତା ଓ ପୋଲିସ ସହ ଥିବା ସୁସର୍ମ୍ପକ କିପରି ସୁଦୃଢ ହୋଇପାରିବ ସେଥିପାଇଁ ଆଲୋଚନା କରାଯାଇଥିଲା ।   ଏହା ସହ ନନ୍ଦନକାନନଆଇଆଇସି ସମିତାମିଶ୍ର , ବାରଙ୍ଗଆଇଆଇସି ବିଶ୍ୱରଞନନାୟକ ,ଚନ୍ଦକା ଆଇଆଇସି ପ୍ରଦୀପକୁମାରଜେନାଙ୍କୁ ସେମାନଙ୍କଥାନା ଅଧିନସ୍ଥ ବିଭିର୍ଣଗ୍ରାମରେ ଥିବା ସମସ୍ୟା ଓ ପୋଲିସ ଭୁମିକାର ଆବଶ୍ୟକତାକୁନେଇ ଦୃଷ୍ଟିଆକର୍ଷଣ କରାଯାଇଥିଲା […]

ପରୀକ୍ଷାପୂର୍ବରୁ ଝୁଲିପଡ଼ିଲେ ମାଟ୍ରିକଛାତ୍ର

ବଲାଙ୍ଗିର,୨୦।୧୨(ଏସଏସନିଉଜ)ପରୀକ୍ଷା ପୂର୍ବରୁ ଝୁଲି ପଡ଼ିଲେ ମାଟ୍ରିକ ଛାତ୍ର। କାମାକ୍ଷୀନଗର ବିଶ୍ବାତ୍ମା ବିଦ୍ୟାଳୟ ହଷ୍ଟେଲରେ ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଛନ୍ତି।ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ଦେଇଥାନ୍ତେ ମାଟ୍ରିକ ପରୀକ୍ଷା, ଚାପରେ ଆତ୍ମହତ୍ୟା ସନ୍ଦେହ କରାଯାଉ ଥିବାବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ଅଭିଯୋଗ ପରେ ସଦର ଥାନା ପୋଲିସର ତଦନ୍ତ ଆରମ୍ଭ ହୋଇଛି।

ଏୟାରଟେଲଟାୱାରରୁ ମେସିନ ଚୋରିକରି ୨ଗିରଫ

ବାରଙ୍ଗ,୧୭।୨(ଏସଏସନିଉଜ)ବୁଧବାର ରାତିରେ ମଧୁବନ ଗ୍ରାମରେଥିବା ଏୟାରଟେଲ ଟାୱାରରୁ ଦୁଇଟି ମେସିନ ଚୋରି ହୋଇଥିବାନେଇ ଗୁରୁବାର ଦିନ କଟକ ଚାଉଳିଆ ଗଞ୍ଜର ସୋମ୍ୟାକାନ୍ତ ମହାନ୍ତି ନାମକ ବ୍ୟକ୍ତି ବାରଙ୍ଗ ଥାନାରେ ଅଭିଯୋଗ କରିଥିଲେ।ପୋଲିସ ୮୨/୨୪ କେଶ ନମ୍ବରରେ ଏକ ମକଦମା ରୁଜୁକରି ତଦନ୍ତ ଆରମ୍ଭ କରିଥିଲେ।ଶୁକ୍ରବାରରାତିରେ ଚୋରି ହୋଇଥିବା ୨ଟିମେସିନକୁ ବିକ୍ରିକରିବା ଉଦ୍ଧେଶ୍ୟରେ ଓଡ଼ି୦୨-ପି- ୩୭୨୬ ନମ୍ବର ବାଇକ ଯୋଗେ ୨ଜଣ ଆସୁଥିବା ବେଳେ ପୋଲିସ ସେମାନଙ୍କୁ ଷଣ୍ଢପୁରଗାଁ ପାଖରୁ ଧରିବାରେ ସକ୍ଷମ ହୋଇଥିଲେ।ସେମାନଙ୍କୁ ଥାନାକୁଆଣି ପଚରାଉଚରା କରିବାପରେ […]

ଟ୍ରକ ଚାପିଦେଲା,ଚାଲିଗଲା ଜୀବନ

ଜଟଣୀ,୧୭।୨(ଏସଏସନିଉଜ) ହରିଭାଇନା ଛକରେ ସଡକ ଦୁର୍ଘଟଣାରେ ରଣପୁର ଥାନା ଅଧୁନସ୍ତ ହଟସାହି ଗ୍ରାମର ଅରୁଣ ନାହାକ ନାମକ ବ୍ୟକ୍ତିଙ୍କର ମୃତୁ ଘଟିଛି।ସେ ଏକ ବାଇକ ଯୋଗେ ପତ୍ନୀଙ୍କୁ ନେଇ ଖୋର୍ଦ୍ଧା ପଟରୁ ଏକ ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବାକୁ ଆସୁଥିଲେ।ରାସ୍ତାରେ ଥିବା ଡିଭାଇଡରରେ ପିଟିହୋଇ ରାସ୍ତା ଆରପଟକୁ ପଡିଯାଇ ଥିଲେ।ଆରପଟୁ ଆସୁଥିବା ଏକ ଟ୍ରକ ତାଙ୍କ ମୁଣ୍ଡ ଉପରେ ଚଢି ଯାଇଥିବାରୁ ଘଟଣାସ୍ଥଳରେ ତାଙ୍କର ମୃତୁ ହୋଇଥିଲା।କିନ୍ତୁ ସୌଭାଗ୍ୟବସତ ତାଙ୍କ ପତ୍ନୀ ରାସ୍ତା ମଝିରେ ପଡ଼ିଥିଲେ ମଧ୍ୟ […]

ପ୍ରଶାସନ ଉପସ୍ଥିତିରେ ବିଷପିଇଲେ ମହିଳା

ଖୋର୍ଦ୍ଧା,୧୭ା୨(ଏସଏସନିଉଜ) ପ୍ରଶାସନ ଉପସ୍ଥିତିରେ ବିଷପିଇ ଜଣେ ମହିଳା ଗୁରୁତରହୋଇଛନ୍ତି ।ସରକାରୀ ଜମିରେ ଥିବା ଜବରଦଖଲ ଘର ଉଚ୍ଛେଦ ବେଳେ ଏହିଭଳି ଅଘଟଣ ଘଟିଛି ।ବେଗୁନିଆଥାନା ପୋଚାଖାଲଗାଁରେ ଉଚ୍ଛେଦ ବେଳେ ଅଘଟଣ ଘଟିଛି ।ବହୁ ନିବେଦନ ପରେ ଉଚ୍ଛେଦ ବନ୍ଦ ନହେବାରୁ ବିଷ ପିଇଦେଇଥିଲେ ମହିଳା ବୋଲି ଜଣାପଡିଛି ।

ସ୍ୱାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ

ବ୍ରହ୍ମଗିରି,୧୭।୨(ଏସଏସନିଉଜ) ସ୍ୱାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗରେ ଥାନାରେ ଜଣେ ଅଟକ ରହିଛି।ଅରଖକୁଦ ମେରାଇନ ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି।ସ୍ୱାମୀକୁ ମଦ ପିଆଇବା ସହ ହାତ ଗୋଡ଼ ବାନ୍ଧି ଦେଇଥିଲେ ଦୁର୍ବୃତ୍ତ।୨ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବାନେଇ ଥାନାରେ ଏତଲା ଦେଲେ ପୀଡ଼ିତାଙ୍କ ସ୍ୱାମୀ।ବ୍ରହ୍ମଗିରି ମେଡିକାଲରେ ମହିଳାଙ୍କ ଡାକ୍ତରୀ ମାଇନା କରାଯିବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ।