Browsing category

ଅପରାଧ

ବନ୍ଧୁକଧାରୀକୁ ମାଡିବସିଲେ ଲୋକ

ବ୍ରହ୍ମପୁର,୨୬ା୧(ଏସଏସନିଉଜ) ବନ୍ଧୁକ ଧରି ଗୁଳି କରିଦେବେ କହି ଆତଙ୍କ ଖେଳାଇଥିବା ଯୁବକକୁ ସ୍ଥାନୀୟ ଲୋକମାନେ ଧରି ପୋଲିସକୁ ହସ୍ତାନ୍ତର କରିଛନ୍ତି ।ଏହି ଘଟଣା ଖଲିକୋଟ ଥାନା ଲଙ୍ଗଳେଶ୍ୱର ଗାଁ ୧୬ ନମ୍ବର ଜାତୀୟ ରାଜପଥରେ ଦେଖିବାକୁ ମିଳିଛି।ଦୀର୍ଘ ସମୟଧରି ଯୁବକଜଣଙ୍କ ଆତଙ୍କ ଖେଳାଇବାପରେ ସ୍ଥାନୀୟଲୋକମାନେ ଯୁବକକୁ କୈାଶଳକ୍ରମେ ଧରିପୋଲିସକୁ ସୁଚନା ଦେଇଥିଲେ ।ପରେ ଭେଜିପୁଟ ଫାଣ୍ଡି ପୋଲିସ ଆସି ଯୁବକକୁ ଫାଣ୍ଡିକୁ ନେଇ ପଚରାଉଚରା କରିବା ସହ ଯାଂଚ କରି ବନ୍ଧୁକଟି ଖେଳନା ବୋଲି ଜାଣିବାକୁ ପାଇଥିବାର […]

ଜଳିଗଲା ଟ୍ରକ

ସୁନ୍ଦରଗଡ଼,୨୬ା୧(ଏସଏସନିଉଜ) କୁଣ୍ଡରାଘାଟିରେ ଏକ ଟ୍ରକରେ ହଠାତ ନିଆଁ ଲାଗିଯାଇଛି । ସଟ ସର୍କିଟ ଯୋଗୁଁ ଟ୍ରକ୍ ଜଳିଯାଇଥିବା ସନ୍ଦେହ କରାଯାଉଥିବାବେଳେ ଏମସିଏଲରୁ କୋଇଲା ବୋଝେଇ କରି ଆସୁଥିବାବେଳେ ଘାଟିରେ ଏହିଭଳି ଅଘଟଣ ଘଟିଥିବାର ଜଣାପଡିଛି ।ଖବରପାଇ ହେମଗିରଥାନା ପୋଲିସ ସହ ଦମକଳବାହିନୀ ଘଟଣାସ୍ଥଳରେ ପହଁଚି ନିଆଁ ଲିଭାଇବାକୁ ଉଦ୍ୟମ ଆରମ୍ଭ କରିଥିବାର ଜଣାପଡିଛି ।

ସାଙ୍ଗକୁ ମାରିଲା ସାଙ୍ଗ

ଖୋର୍ଦ୍ଧା,୨୬ା୧(ଏସଏସନିଉଜ) ଆଜି ସକାଳେ ଖମାରସାହିଠାରୁ ମାତ୍ର ଅଢେ଼ଇ କିଲୋମିଟର ଦୂର ଖଣାତ–ଦୀକ୍ଷିତପଡ଼ାଛକ ନିକଟ ଏକ ଅର୍ଦ୍ଧନିର୍ମିତ ଘର ପଛପଟ କୂଅରୁ ଆଶୁତୋଷ ମହାପାତ୍ର ନାମକ ଛାତ୍ରଙ୍କ ମୃତଦେହ ମିଳିଛି। ବାଣପୁରଥାନା ଅନ୍ତର୍ଗତ ଦୀକ୍ଷିତପଡ଼ାର ଆଶୁତୋଷ ୨୩‌ ତାରିଖରେ କଲେଜକୁ ଯାଇ ଆଉ ଫେରିନଥିଲୋ୫ଲକ୍ଷଟଙ୍କାଦେଲେ ପୁଅକୁ ଜିବିତ ଅବସ୍ଥାରେ ପାଇବାନେଇ ଆଶୁତୋଷଙ୍କ ବାପାଙ୍କ ପାଖକୁ ଅପରାହ୍ନ୪ଟାପାଖାପାଖି ମୋବାଇଲ୍‌ରେ ମେସେଜ୍ ଆସିଥିଲା।ଏହି ଖବର ପୋଲିସକୁ ଜଣାଇଲେ ପୁଅର ଜୀବନକୁ ହରାଇବେବୋଲି ମଧ୍ୟ ପରବର୍ତିସମୟରେ ମେସେଜ ଆସିଥିଲା । ଆଶୁ‌‌ତୋଷଙ୍କ ପରିବାରପକ୍ଷରୁ […]

ବସ୍-ଭ୍ୟାନ୍ ମୁହାଁମୁହିଁ ଧକ୍କା

ଆସିକା,୨୬ା୧(ଏସଏସନିଉଜ) ଆଜି ଖଡ଼ଭାଗ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍- ଭ୍ୟାନ୍ ମୁହାଁମୁହିଁ ଧକ୍କା ହେବାର ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ୨ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି।ଧକ୍କା ହୋଇସାରିବାପରେ ମୃତଦେହ ପିକଅପ୍ ଭ୍ୟାନରେ ଚାପି ହୋଇ କିଛି ସମୟ ରହିଥିଲା ।ଖବରପାଇ ଆସିକା ପୁଲିସ ଓ ଅଗ୍ନିଶମବାହିନୀ ଘଟଣାସ୍ଥଳରୁ ପିକଅପ୍ ଭ୍ୟାନ କାଟି ମୃତକମାନଙ୍କୁ ଉଦ୍ଧାର କରିଥିଲେ। ବସଟି ଯାତ୍ରୀନେଇ […]

ଘାଟିରେ ଓଲଟିଲା ଯାତ୍ରାପାର୍ଟି ଟ୍ରକ୍‌

ମୟୂରଭଞ୍ଜ,୨୪।୧(ଏସଏସନିଉଜ) ବାଙ୍ଗିରିପୋଷି ଦ୍ଵାରଶୁଣି ଘାଟିରେ ଦୁର୍ଘଟଣା ଘଟିଛି।ଏଥିରେ ୫ଜଣଙ୍କର ମୃତୁ ଘଟିଛି।ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡିଛି ଧଉଳି ଯାତ୍ରାପାର୍ଟି ଟ୍ରକ୍ ।ଟ୍ରକ୍‌ରେ ଥିବା ୧୨ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବାବେଳେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଟ୍ରକ୍ ତଳେ କିଛି ଲୋକ ଚାପି ହୋଇ ରହିଥିବା ସୂଚନା ରହିଛି।ଏହି ସଡକ ଦୁର୍ଘଟଣାରେ ୬ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୩ ଲକ୍ଷ ଟଙ୍କା ଲେଖାଏ […]

ଏସ୍‌ଟିଏଫ୍ ଚଢ଼ଉ

ବୌଦ୍ଧ,୨୧ା୧(ଏସଏସନିଉଜ) ଶନିବାର ସକାଳୁ ରାଣୀପଥର ଗ୍ରାମରୁ ଏସ୍‌ଟିଏଫ୍ ଟିମ୍ ଚଢ଼ଉ କରି ଗୋଟିଏ ବାଘଛାଲ ଜବତ କରିଛି। ବୌଦ୍ଧ-କନ୍ଧମାଳ ସୀମାନ୍ତ ରାଣୀପଥରରେ ୨୫ ଲକ୍ଷ ଟଙ୍କାରେ ବାଘ ଛାଲ ବିକ୍ରି ପାଇଁ ମୂଲଚାଲ କରୁଥିବାବେଳେ ଏସ୍‌ଟିଏଫ୍ ଟିମ୍ ହାତରେ ଧରାପଡିଛନ୍ତି ସୁଡ଼୍ରୁକୁମ୍ପାର ଗୌତମ ବେହେରା ।ଏସ୍‌ଟିଏଫ୍ ଟିମ୍ ଗୌତମ ପାଖରୁ ଗୋଟିଏ କଳରାପତରିଆ ଛାଲ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।  

ଭାଲୁ ନେଲା ବୃଦ୍ଧଙ୍କ ଜୀବନ

ନବରଙ୍ଗପୁର ,୨୧ା୧(ଏସଏସନିଉଜ) ପାପଡାହାଣ୍ଡି ବ୍ଲକ ସିରିସୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଳପୁର ନଦୀ ନିକଟରେ ଭାଲୁ ଆକ୍ରମଣରେ ପାଳପୁର ଗ୍ରାମର ସମଧୁ ଅମନତ୍ୟା (୬୦)ନାମକ ବୃଦ୍ଧଙ୍କର ମୃତ୍ୟୁ ଘଟିଛି ।ବୃଦ୍ଧ ଜଣଙ୍କ ଗତକାଲିରାତିରେ ଗାଁପାଖ ଚାଷଜମିକୁ ଶୋଇବାକୁଯାଉଥିବା ସମୟରେ ପାଳପୁର ନଦୀ ନିକଟରେ ଭାଲୁଟି ଅତର୍କିତ ଭାବେ ଆକ୍ରମଣ କରିଥିଲା।ନିଜ ଜୀବନ ବଂଚାଇବାକୁଯାଇ ଚିତ୍କାର କରିଥିଲେ। କିଛି ଗ୍ରାମବାସୀ ତାଙ୍କ ଚିତ୍କାର ଶୁଣି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ […]

ଅର୍ଦ୍ଧନିର୍ମିତ ଘରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କନ୍ଧମାଳ,୨୧ା୧(ଏସଏସନିଉଜ) ପଣସପୋଡ଼ି ଗ୍ରାମରୁ ବୁଡ଼ୁ ଓରଫ ପ୍ରଶାନ୍ତ ପୂଜାରୀ ନାମକ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଜଣେ ମିସ୍ତ୍ରୀ କାମକରୁଥିବା ପୂଜାରୀ ଗତକାଲି ସନ୍ଧ୍ୟାରେ ବୁଲୁଥିବାର କିଛିଲୋକ ଦେଖିବାକୁ ପାଇଥିଲେ। କିନ୍ତୁ ସନ୍ଧ୍ୟା ସାଢ଼େ ୭ଟା ପରେ ଆଉ ତାଙ୍କର ଦେଖା ମିଳି ନଥିଲା। ଆଜି ସକାଳୁ ଏକ ଅର୍ଦ୍ଧନିର୍ମିତ ଘରୁ ତାର ଶବ ମିଳିଛି। ତାର ବେକ ମୁହଁରେ ଶକ୍ତ ଆଘାତ ରହିଛି।ଧାରୁଆ ଅସ୍ତ୍ରରେ ତାଙ୍କୁ କେହି ହତ୍ୟା କରିଥିବାର ସନ୍ଦେହ କରାଯାଉଛି ।ଖବରପାଇ ପୋଲିସ […]

ବାଇକକୁ ପଛପଟରୁ ଦେଲା ଧକ୍କା

ଭଦ୍ରକ,୨୧ା୧(ଏସଏସନିଉଜ) ଭଦ୍ରକର ରାଣୀତାଲ ହାଇଟେକ କଲେଜ ନିକଟରେ ଏକ ଟ୍ରକ୍ ୩ ଜଣ ବାଇକ ଆରୋହୀଙ୍କୁ ପଛପଟୁ ଧକ୍କା ଦେଇଛି ।ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ବାଇକ ଆରୋହୀମାନେ ମାର୍କୋଣା ଆଡ଼କୁ ଯାଉଥିବା ବେଳେ ପଛରୁ ବାଲେଶ୍ଵର ଆଡ଼ୁ ଆସୁଥିବା ଏକ ଟ୍ରକ୍ ବାଇକକୁ ଧକ୍କା ଦେଇଥିଲା ।ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ବାଇକଚାଳକ ବାବୁଲା ପ୍ରଧାନ(୩୫) ବୋଲି ଜଣାଯାଇଛି। ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ […]

କ୍ୟାପିଟାଲରେ ନୂଆଷ୍ଟାଇଲ ନିଶାବେପାର

ଭୁବନେଶ୍ୱର,୧୮।୧(ଏସଏସନିଉଜ)ରାଜଧାନୀର ଛାତି ଉପରେ ବେଧଡକ୍ ଚାଲୁଛି ହ୍ୟାଣ୍ଡମେଡ୍ ଗଞ୍ଜେଇ ସିଗାରେଟର ବେପାର।ଏହାର ମେକର୍ ସାଜିଛନ୍ତି ମହିଳା।ପୁରୁଣାଭୁବନେଶ୍ୱର କପିଳେଶ୍ୱରଅଞ୍ଚଳର ଏମିତି ଜଣେମହିଳାଙ୍କୁ ବାନ୍ଧିଛି ପୋଲିସ। ଯାହାଙ୍କ ନାମ କମଳା ସାହୁ ।ତାଠୁ ୧୨କେଜିରୁ ଅଧିକ ଗଞ୍ଜେଇ ଏବଂ ପୁଳାପୁଳା ଗଞ୍ଜେଇ ସିଗାରେଟ୍ ଜବତ କରାଯାଇଛି । ଅବକାରୀ ଡେପୁଟି ସୁପରିଟେଣ୍ଡେଣ୍ଟଙ୍କ କହିବାକଥା ଅନୁଯାଇ, କନ୍ଧମାଳରୁ ଗଂଜେଇ ଆଣି, ଘରେ ସ୍ୱାମୀ ସହ ମିଶି ତିଆରି କରୁଥିଲେ ଗଂଜେଇ ସିଗାରେଟ୍‌ । ଆଉ ସେସବୁକୁ ମାର୍କେଟକୁ ଛାଡୁଥିଲେ । ଏହା […]