Browsing category

ଅପରାଧ

ଧାନବସ୍ତା ରଖି ରାସ୍ତାରେ ବସିଲେ ଚାଷୀ

ମେଣ୍ଢାଶାଳ,୧୮ା୧(ଏସଏସନିଉଜ) ରାଜଧାନୀ ଉପକଣ୍ଠ କଣ୍ଟାବାଡର ଧାନ ମଣ୍ଡିରେ ମିଲର ମନମାନି ସାଙ୍ଗକୁ  ଚାଷିଙ୍କଠାରୁ ଧାନ ଗ୍ରହଣ କରୁଥିବା ମିଲର ମନଇଚ୍ଛା କ୍ଵିଣ୍ଟାଲ ପିଛ ୫ ରୁ ୭ କିଲୋ ଧାନ କଟି ନେବାପ୍ରତିବାଦରେ ନବ ନିର୍ମାଣ କୃଷକ ସଙ୍ଘଠନ ପକ୍ଷରୁ ଗୁରୁବାରଦିନ ରାସ୍ତାରୋକ କରାଯାଇଥିଲା । କଣ୍ଟାବାଡଛକରେ ରାସ୍ତା ଉପରେ ଧାନ ବସ୍ତା ରଖି ହାତରେ ବ୍ୟାନର ଧରି ରାଜ୍ୟ ଯୁବ ଛାତ୍ର ସଭାପତି ମନୱର ଅଲ୍ଲୀଙ୍କ ନେତୃତ୍ଵରେ କୃଷକମାନେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ରାସ୍ତାରୋକ […]

ଜନ୍ମଦିନରେ ମିଳିଥିବା ଉପହାର ଚୋରି

ବାରଙ୍ଗ,୧୮।୧ (ଏସଏସନିଉଜ) ପୁଅର ଜନ୍ମଦିନ ଉତ୍ସବରେ ଅତିଥିମାନଙ୍କଠାରୁ ମିଳିଥିବା ସୁନାଗହଣା,ଟଙ୍କାକୁ କେହି ଚୋରି କରିନେଇଥିବାର ବାରଙ୍ଗଥାନାରେ ଅଭିଯୋଗ ହୋଇଛି।ପୋଲିସ ଏକ ମକଦମା ରୁଜୁକରି ତଦନ୍ତ ଆରମ୍ଭ କରିଛି। ପ୍ରକାଶଯେ, ନରଣପୁର ଗ୍ରାମର ସୌମ୍ୟରଞ୍ଜନ ସ୍ବାଇଁଙ୍କ ପୁଅ ଶୁଭଙ୍କରଙ୍କ ୫ମ ବାର୍ଷିକ ଜନ୍ମଦିନ ଉତ୍ସବ ବୁଧବାର ରାତିରେ ବେଲଗଛିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଆୟୋଜନ କରିଥିଲେ।ଏଠାକୁ ନିମନ୍ତ୍ରଣ ପାଇଁ ଆସିଥିବା ବନ୍ଧୁବାନ୍ଧବ ମାନଙ୍କଠାରୁ ଆରମ୍ଭ କରି ସାଙ୍ଗସାଥିମାନଙ୍କ ଠାରୁ ଉପହାରରେ ମିଳିଥିବା ସୁନା ଅଳଙ୍କାର ଓ ଟଙ୍କାକୁ […]

ପେଟ୍ରୋଲ ପମ୍ପ ନିକଟରେ ନବଜାତ ଶିଶୁକନ୍ୟା

ଭଦ୍ରକ ,୧୬ା୧(ଏସଏସନିଉଜ) ଧାମରା ନିକଟସ୍ଥ ପେଟ୍ରୋଲପମ୍ପ ନିକଟରୁ ଏକ ନବଜାତ ଶିଶୁକନ୍ୟା ଗତକାଲିରାତିରେ ଉଦ୍ଧାର ହୋଇଛି ।ଉକ୍ତଶିଶୁକନ୍ୟାଟି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିସ୍‌ିତ ହେଉଥିବାବେଳେ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଥିବାର ଜଣାପଡିଛି । ଧାମରାର ଅଧିଷ୍ଠାତ୍ରୀ ଦେବୀ ମାଧାମରାଇଙ୍କ ପବିତ୍ରପର୍ବ ତଥା ମକର ସଂକ୍ରାନ୍ତି ଉପଲକ୍ଷେ ପୀଠରେ ନାହିଁନଥିବା ଭକ୍ତମାନଙ୍କ ଭୀଡ ହୋଇଥିଲା ଏହି ସୁଯୋଗରେ କେହି ନିଜ ପାପ ଲୁଚାଇବାକୁ ଯାଇ ଶିଶୁକନ୍ୟାକୁ ଛାଡ଼ି ପଳାଇ ଯାଇଥିବାର ଆଲୋଚନା ହେଉଛି ।ଜଣେ ବ୍ୟକ୍ତି ବିଳମ୍ଭିତରାତିରେ […]

ଖଣିମାଫିଆଙ୍କ ଆତଙ୍କ

ଖୋର୍ଦ୍ଧା,୧୬ା୧(ଏସଏସନିଉଜ)ଖୋର୍ଦ୍ଧାରେ ବେଆଇନ ଖଣି ଖନନ ଉପରେ ରାତି ଅଧିଆ ଚଢ଼ଉ ପାଇଁ ଯାଇଥିବା ବେଳେ ଖୋର୍ଦ୍ଧାର ମାଇନିଂ ଅଫିସର ଜଗନ ବେହେରାଙ୍କ ଉପରେ ମାଫିଆମାନେ ସଂଗଠିତ ଆକ୍ରମଣ କରିଛନ୍ତି। ଖୋର୍ଦ୍ଧା ଆଦର୍ଶ ଥାନା ଜକରା ଖଣି ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହିଭଳିଘଟଣା ଘଟିଛି ।ମାଫିଆଙ୍କ ମାଡ଼ରେ ମାଇନିଂ ଅଫିସର ଗୁରୁତର ଆହତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି।ଆଦର୍ଶ ଥାନାଜକରା ଅଞ୍ଚଳରେ ଦୁଇଟା ଜେସିବିରେ ବେଆଇନ୍ ଭାବେ ଖଣି ଖନନ ହୋଇ ଚାରିଟା […]

ମୋବାଇଲ ପାଇଁ ବାପାମାକୁ ପନିକିଚୋଟ

ବାଲେଶ୍ବର,୧୬ା୧(ଏସଏସନିଉଜ)ବାପାବୋଉ ଖାଉଥିବା ସମୟରେ ବଡଝିଆ ମୋବାଇଲରେ କଥାହେବାକୁନେଇ ବାପାମାଆ ବିରକ୍ତ ହେବାରୁ ଜନ୍ମଦେଇଥିବା ଝିଅର ପନିକିଚୋଟରେ ଗୁରୁତରଆହତ ହୋଇଛନ୍ତି ।ଏହିଭଳିଘଟଣା ସୋର ଥାନା ସରସଙ୍ଖ ପଞ୍ଚାୟତ ହାତିଗଡ଼ିଆ ଗ୍ରାମରେ ଘଟିଛି ।ଗତକାଲି ରାତିରେ ରଞ୍ଜିତ ଓ ତାଙ୍କ ସ୍ତ୍ରୀ ବୁଦୁନି ଖାଇବାକୁ ବସିଥିବା ବେଳେ ତାଙ୍କ ବଡ଼ ଝିଅ କୁନି ସିଂ ମୋବାଇଲରେ କଥା ହେଉଥିବାରୁ ମା ବିରକ୍ତ ହୋଇ ସାନ ଝିଅକୁ ପ୍ରଶଂସା କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଝିଅ କୁନି ତାଙ୍କୁ ଏକ ପନିକିରେ […]

ଓଲଟିଲା ଅଟୋ:,ଚାଲିଗଲା ଜୀବନ

ବାଲେଶ୍ବର,୧୬ା୧(ଏସଏସନିଉଜ) ସୋର-ଅନନ୍ତପୁର ରାସ୍ତା କମାଣପୁରଠାରେ ଏକ ଅଟୋ ଭାରସାମ୍ୟ ହରାଇ ଓଲଟିବା ଫଳରେ ଘଟଣାସ୍ଥଳରେ ଅଟୋ ଚାଳକ କଳମଙ୍ଗା ଗ୍ରାମର ଭଗବାନ ପାଣିଗ୍ରାହୀ ଙ୍କ ମୃତ୍ୟୁ ହେବାସହ ବସିଥିବା ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ଆଜି ସକାଳେ ଭଗବାନ ଅଟୋରେ ଜଣେ ଯାତ୍ରୀଙ୍କୁ ନେଇ ସୋର ଅଭିମୁଖେ ଆସୁଥିବାବେଳେ ସୋର ଅନନ୍ତପୁର ରାସ୍ତା କମାଣପୁର ଦାଣ୍ଡକାଳୀ ମନ୍ଦିର ସମ୍ମୁଖରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଚାଳକ ଜଣଙ୍କ ଚାପି ହୋଇଥିବା ବେଳେ ବସିଥିବା […]

ଭିଜିଲାନ୍ସଏସ୍‌ପିର ପରିଚୟ ଦେଉଥିବା ଅଧ୍ୟାପକ ହେଲେ ଗିରଫ

ଭୁବନେଶ୍ବର,୧୪ା୧(ଏସଏସନିଉଜ)ଭିଜିଲାନ୍ସଏସ୍‌ପି ଭାବେ ପରିଚୟ ଦେଇ ଠିକାଦାରଙ୍କ ଠାରୁ ୭ ଲକ୍ଷ ୬୦ ହଜାର ଟଙ୍କା ଚୂନ ଲଗାଇବା ଅଭିଯୋଗରେ ମନୋଜ କୁମାର ମାଝୀ ନାମକ ଅଧ୍ୟାପକ ଗିରଫ ହୋଇଛନ୍ତି। ମନୋଜ ମୟୂରଭଞ୍ଜ ଜିଲ୍ଲା ଉଦଳାସ୍ଥିତ ଝାଡେଶ୍ୱରୀ କଲେଜରେ ମନସ୍ତତ୍ତ୍ୱ ବିଭାଗର ଅଧ୍ୟାପକ ଅଟନ୍ତି।ଗତ ମେ୩୧ତାରିଖରେ ରାୟଗଡ଼ା ଅଞ୍ଚଳର ମନୋଜ କୁମାର ଚୌଧୁରୀ ନାମକ ଜଣେ ଠିକାଦାରଙ୍କୁ ଭିଜିଲାନ୍ସ ଏସପି ଭାବେ ପରିଚୟ ଦେଇ ଭିଜିଲାନ୍ସକାର୍ଯ୍ୟାଳୟର କନଷ୍ଟ୍ରକସନ କାମ ଦେବାପାଇଁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବାନେଇ ଅଭିଯୋଗରେ […]

କଟାମୁଣ୍ଡ ପଛର କାରଣ କଣ

ଯାଜପୁର,୧୪ା୧(ଏସଏସନିଉଜ)ଆଜି ଯାଜପୁରରୋଡ୍ ପୁଲିସ ଜଣଙ୍କ ବାଡିରେ ପଡିଥିବା ଜଣେଶିଶୁର କଟାମୁଣ୍ଡକୁ ଉଦ୍ଧାର କରିଛି ।ତେବେ ଶିଶୁଟିକୁ ବଳିପକାଇଦେବାପରେ କଟାମୁଣ୍ଡକୁ ପକାଇ ଦେଇଥିବାର ଗ୍ରାମବାସୀମାନେ ଆଶଙ୍କା କରୁଛନ୍ତି । ଲକ୍ଷ୍ମୀନଗର ପଞ୍ଚାୟତ ରାଧାନଗର ଗାଁର ଜଣଙ୍କ ବାଡିରେ ଏକ ଶିଶୁର କଟାମୁଣ୍ଡ ପଡିଥିବାର ଗତକାଲି ବିଳମ୍ବିତ ରାତିରେ ଦେଖିବାକୁ ମିଳିଥିଲା ।ତେବେ ପୋଲିସ କଟାମୁଣଦଡକୁ ଜବତ କରି ତଦନ୍ତଆରମ୍ଭ କରିଥିବାବେଳେ ଶିଶୁଟିର ଅଦ୍ୟାବଧି ପରିଚୟ ମିଳିପାରିନଥିବାର ଜଣାପଡିଛି ।

କମ୍ବଳ ତଳେ  ରକ୍ତଜୁଡୁବୁଡୁ ମୃତଦେହ

ବାଲିଅନ୍ତା,୧୪ା୧(ଏସଏସନିଉଜ)ଗତକାଲି ରାତିରେ ବାଳକାଟି ଫାଣ୍ଡି ଅନ୍ତର୍ଗତ ସାଗୁଆ ଗ୍ରା‌ମରୁ ବିଶ୍ବଜିତ ନାୟକ(୪୩) ଓରଫ ବାବୁ ନାମକ ଯୁବକଙ୍କ ମୃତଦେହକୁ ଜବତ କରିଛି ପୋଲିସ । ବାବୁଙ୍କ ତଂଟିକୁ ଧାରୁଅଅସ୍ତ୍ରରେ କେହି କାଟି କମ୍ବଳଘୋଡାଇ ଦେଇଥିବାର ଜଣାପଡିଛି ।ତେବେ ଏହି ବୀଭତ୍ସ ହତ୍ୟା ପ୍ରାୟ ୨ ଦିନ ତଳେ ଘଟିଥିବା ଅନୁମାନ କରାଯାଉଛି। ବାବୁକୁ କିଏ ହତ୍ୟାକଲା ଓ ତାର ଉଦ୍ଦେଶ୍ୟ କଣା ତାହା ସ୍ପଷ୍ଟ ହୋଇପାରିନାହିଁ । ବାବୁ ଅଧିକାଂଶ ସମୟରେ ଭୁବନେଶ୍ବରରେ ରହୁଥିବାବେଳେ ଗତ ଦୁଇ […]

ଜାହାଜରୁ ଡେଇଁଲେ କ୍ରିଉ ସଦସ୍ୟ

ଜଗତସିଂହପୁର,୧୪ା୧(ଏସଏସନିଉଜ) ଜାହାଜରୁ ଜଣେ କ୍ରିଉ ସଦସ୍ୟ ସମୁଦ୍ରକୁ ଡେଇଁପଡିଲୋ ଆଜି ସକାଳେ ଏଭଳି ଘଟଣା ପାରାଦୀପ ବନ୍ଦରରୁ କୋକେନ୍ ଜବତ ହୋଇଥିବା ଜାହାଜରେ ଘଟିଛି।ତାଙ୍କୁ ଗୁରୁତରଅବସ୍ଥାରେ ଉଦ୍ଧାରକରାଯାଇ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛିା ଏହି ସଦସ୍ୟ ଭିଏତନାମର ନାଗରିକ ହୋଇଥିବାବେଳେ ତାଙ୍କ ନାମ ବୁଇ କଂ ହୁ। ଗତ ଡିସେମ୍ବର ୧ ତାରିଖ ରେ ଜାହାଜ ରୁ ୨୨୦ କୋଟି ଟଙ୍କାର କୋକେନ ଜବତ ହେବାପରେ ଏବେ ୨୧ କ୍ରିଉ ସଦସ୍ୟଙ୍କୁ ଅଟକ ରଖାଯିବା ସହ ଜାହାଜକୁ ଜବତ […]