ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ:-୩ ଗିରଫ
ଭୁବନେଶ୍ୱର,୭ା୨(ଏସଏସନିଉଜ) ମଧ୍ୟପ୍ରଦେଶର ହର୍ଦା ଜିଲ୍ଲାରେ ଥିବା ଏକ ବାଣ ଫ୍ୟାକ୍ଟ୍ରିରେ ହୋଇଥିବା ବିସ୍ଫୋରଣ ଘଟଣାରେ ବାଣ କାରଖାନା ମାଲିକ ସହ ୩ଜଣଙ୍କୁ ଗିରଫ କରିଛି ପୋଲିସ ।ବିସ୍ଫୋରଣରେ ୧୧ ଜଣଙ୍କ ମୃତ୍ୟୁ ସହ ୨୦୦ ଆହତ ହୋଇଥିବାର ଜଣାପଡିଥିଲା ।
Browsing category
ଭୁବନେଶ୍ୱର,୭ା୨(ଏସଏସନିଉଜ) ମଧ୍ୟପ୍ରଦେଶର ହର୍ଦା ଜିଲ୍ଲାରେ ଥିବା ଏକ ବାଣ ଫ୍ୟାକ୍ଟ୍ରିରେ ହୋଇଥିବା ବିସ୍ଫୋରଣ ଘଟଣାରେ ବାଣ କାରଖାନା ମାଲିକ ସହ ୩ଜଣଙ୍କୁ ଗିରଫ କରିଛି ପୋଲିସ ।ବିସ୍ଫୋରଣରେ ୧୧ ଜଣଙ୍କ ମୃତ୍ୟୁ ସହ ୨୦୦ ଆହତ ହୋଇଥିବାର ଜଣାପଡିଥିଲା ।
ଭୁବନେଶ୍ୱର,୬ା୨(ଏସଏସନିଉଜ) ପରୀକୁ ମିଳିଲା ନ୍ୟାୟ। ବହୁଚର୍ଚ୍ଚିତ ପରୀ ଦୁଷ୍କର୍ମ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ନୟାଗଡ଼ ଚିଲ୍ଡ୍ରେନ୍ସ କୋର୍ଟରେ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡା ମିଳିଛି। ଏଥି ସହିତ ଅଦାଲତ ଦୋଷୀକୁ ୬ ହଜାର ଟଙ୍କା ଦଣ୍ଡାଦେଶ ଦେଇଛନ୍ତି। ସରକାରୀ ଓକିଲ କହିଛନ୍ତି ଦୋଷୀ ନାବାଳକ ଥିଲା। ଯଦି ସେ ସାବାଳକ ଥାଆନ୍ତା, ତାହେଲେ ମୃତ୍ୟୁଦଣ୍ଡ ମିଳିଥାନ୍ତା।ଉଲ୍ଲେଖଯୋଗ୍ୟ,୨୦୨୦ ଜୁଲାଇ ୧୪ ତାରିଖରେ ବର୍ଷ ବୟସର ଶିଶୁକନ୍ୟା ପରୀ ଗାଁ ଦାଣ୍ଡରେ ଖେଳୁଥିଲା। କୋର୍ଟରେ ଦୋଷୀ […]
ଭୁବନେଶ୍ୱର,୬ା୨(ଏସଏସନିଉଜ)ମାଓ କ୍ୟାମ୍ପରେ ମହିଳା ମାଓବାଦୀଙ୍କୁ ଦିଆଯାଉଛି ଯୌନ ନିର୍ଯାତନା । ଯୌନନିର୍ଯାତନା ଅଭିଯୋଗ ଆଣି ବୌଦ୍ଧ ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୨ ମହିଳା ମାଓବାଦୀ ।ଆତ୍ମସମର୍ପଣ କରିଥିବା ମାଓବାଦୀ କକଈଘ ମାଓ ଡିଭିଜନର ବୋଲି ଜଣାପଡିଛି ।୨ଜଣ ହେଉଛନ୍ତି ଛତିଶଗଡ଼ ବିଜାପୁରର ମନିଷା ଥାଟି ଓ ଚମ୍ପା କୋରାମ । ଉଭୟ ବିଗତ ୫ ବର୍ଷ ହେବ ସକ୍ରିୟ ଥିଲେ ।୬ମାସ ହେବ ବୌଦ୍ଧ-କନ୍ଧମାଳରେ କକଈଘ ଡିଭିଜନ ସକ୍ରିୟ ଥିଲେ ବୋଲି ସୂଚନା ଦେଲେ ଦକ୍ଷିଣାଞ୍ଚଳ […]
ଭବାନୀପାଟଣା,୫।୨(ଏସଏସନିଉଜ)ଟ୍ରକ ଓଲଟି ୨ବାଇକ ଆରୋହୀ ମୃତ୍ୟୁବରଣ କରିଛନ୍ତି।ପୋଖରୀବନ୍ଧ ନିକଟ ଢେପଗୁଡ଼ାରେ ଅଘଟଣ ଘଟିଛି। ଟ୍ରକ୍ ଓଲଟିପଡି ୨ ବାଇକ୍ ଆରୋହୀଙ୍କ ଉପରେ ପଡ଼ିଯାଇଥିଲା।ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୃତକ, ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି।
କୋରାପୁଟ,୫।୨(ଏସଏସନିଉଜ)କୋରାପୁଟ ଲମତାପୁଟ ଛାତ୍ରୀବାସର ଘଟଣା।ଗତକାଲିର ରାତି ଖାଦ୍ୟ ଖାଇ ଅଚାନକ ଅସୁସ୍ଥ ହୋଇପଡି ଥିଲେ ଛାତ୍ରୀ।ଯାହାଫଳରେ ୫୦ ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଥିବାବେଳେ ଓ ୧୦ଜଣ ଗୁରୁତର ହୋଇଛନ୍ତି।ସମସ୍ତ ଅସୁସ୍ଥ ଛାତ୍ରୀ ଲମତାପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।
ଭୁବନେଶ୍ୱର,୫।୨(ଏସଏସନିଉଜ)ପାକିସ୍ତାନରେ ଚାଲିଛି ବଡ଼ ନାଟକ ।ଆତଙ୍କବାଦୀ ହାଫିଜ ସୟିଦ ଜେଲ୍ରେ ରହି ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ସୟିଦର ସଂଗଠନ ବା ନୂଆ ପାର୍ଟି-MML।ଦଳର ନାଁ ପାକିସ୍ତାନ ମର୍କାଜି ମୁସଲିମ ଲିଗ୍।MML ସହ ଲସ୍କର ବା JuDର ସଂପର୍କ ରହିଛି।ଦଳର ଅଧିକାଂଶ ପ୍ରାର୍ଥୀ ସୟିଦର ସଂପର୍କୀୟ ବୋଲି ଜଣାପଡିଛି।ନିର୍ବାଚନ ଲଢୁଛନ୍ତି ସୟିଦର ପୁଅ ଓ ଜ୍ବାଇଁ।୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହେଉଛନ୍ତି ସୟିଦ।ଦୁଇ ଦିନ ପରେ ପାକିସ୍ତାନର ସାଧାରଣ ନିର୍ବାଚନ ହେବାକୁ ଯାଉଛି।
ଭୁବନେଶ୍ବର,୪ା୨(ଏସଏସନିଉଜ) ଫିରିଙ୍ଗିଆଥାନା ଆଇଆଇସି ରମେଶ ପ୍ରଧାନଙ୍କ ବିରୋଧରେ ଜଣେ ମହିଳା ଏସଆଇ ଆଣିଛନ୍ତି ଦୁଷ୍କର୍ମ ଅଭିଯୋଗ । ପୂର୍ବରୁ ମହିଳା ଏସଆଇଙ୍କ ଅଭିଯୋଗପରେ ପୋଲିସ ମାମଲା ରୁଜୁ କରିନଥିବା ବେଳେ ଏନେଇ ମହିଳା ଏସଆଇ ଜାତୀୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ ।କମିଶନଙ୍କ ନିର୍ଦ୍ଦେଶ ପରେ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ କ୍ରାଇମବ୍ରାଞ୍ଚରେ ଏକ ମାମଲା ରୁଜୁ କରାଯିବା ସହ ଏହାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇଛି । କ୍ରାଇମ୍ […]
ଚୈାଦ୍ୱାର,୧ା୨(ଏସଏସନିଉଜ)ଘନକୁହୁଡି ଯୋଗୁ ଯାତ୍ରୀବାହୀବସଟି ଦୁର୍ଘଟଣାଗ୍ରସ୍ଥ ହୋଇଛି ।ଆଜି ବଢିଭୋଇ ସମୟରେ ଏହିଭଳି ଘଟଣା ଚୈାଦ୍ୱାରଥାନା ଅଧିନସ୍ଥ ନୁଆପାଟଣା ନିକଟରେ ଘଟିଛି ।ଓଡି୦୫ବିକେ୫୪୭୫ନଂ ଲକ୍ଷ୍ମୀନାମକ ଘରୋଇବସଟି ଦେବଗଡଅଂଚଳରୁ ଭୁବନେଶ୍ୱକୁ ୪୦ଜଣଯାତ୍ରୀନେଇ ଆସୁଥିବାବେଳେ ନୁଆପାଟଣା କଫିବାରଛକନିକଟରେ ଘନକୁହୁଡି ଯୋଗୁ ରାସ୍ତାର ଡିଭାଇଡରରେ ପିଟିହୋଇଯାଇଥିଲା ।ଏତେଯୋରେ ମାଡ ହୋଇଥିଲା ଯେ,ଗାଡିର ଚକ ବାହାରିପଡିଥିଲା ।ବସରେ ଥିବା ୪୦ଜଣ ଯାତ୍ରୀମାନଙ୍କ ମଧ୍ୟରୁ ୨୧ଜଣ ଆହତହୋଇଥିବାବେଳେ ସ୍ଥାନୀୟଲୋକଙ୍କଠାରୁ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଆହତମାନଙ୍କୁ ଉଦ୍ଧାର କରି ଚିକିସ୍ାପାଇଁ ପଠାଇଥିଲା ।
ବ୍ରହ୍ମପୁର,୨୬ା୧(ଏସଏସନିଉଜ) ବନ୍ଧୁକ ଧରି ଗୁଳି କରିଦେବେ କହି ଆତଙ୍କ ଖେଳାଇଥିବା ଯୁବକକୁ ସ୍ଥାନୀୟ ଲୋକମାନେ ଧରି ପୋଲିସକୁ ହସ୍ତାନ୍ତର କରିଛନ୍ତି ।ଏହି ଘଟଣା ଖଲିକୋଟ ଥାନା ଲଙ୍ଗଳେଶ୍ୱର ଗାଁ ୧୬ ନମ୍ବର ଜାତୀୟ ରାଜପଥରେ ଦେଖିବାକୁ ମିଳିଛି।ଦୀର୍ଘ ସମୟଧରି ଯୁବକଜଣଙ୍କ ଆତଙ୍କ ଖେଳାଇବାପରେ ସ୍ଥାନୀୟଲୋକମାନେ ଯୁବକକୁ କୈାଶଳକ୍ରମେ ଧରିପୋଲିସକୁ ସୁଚନା ଦେଇଥିଲେ ।ପରେ ଭେଜିପୁଟ ଫାଣ୍ଡି ପୋଲିସ ଆସି ଯୁବକକୁ ଫାଣ୍ଡିକୁ ନେଇ ପଚରାଉଚରା କରିବା ସହ ଯାଂଚ କରି ବନ୍ଧୁକଟି ଖେଳନା ବୋଲି ଜାଣିବାକୁ ପାଇଥିବାର […]
ସୁନ୍ଦରଗଡ଼,୨୬ା୧(ଏସଏସନିଉଜ) କୁଣ୍ଡରାଘାଟିରେ ଏକ ଟ୍ରକରେ ହଠାତ ନିଆଁ ଲାଗିଯାଇଛି । ସଟ ସର୍କିଟ ଯୋଗୁଁ ଟ୍ରକ୍ ଜଳିଯାଇଥିବା ସନ୍ଦେହ କରାଯାଉଥିବାବେଳେ ଏମସିଏଲରୁ କୋଇଲା ବୋଝେଇ କରି ଆସୁଥିବାବେଳେ ଘାଟିରେ ଏହିଭଳି ଅଘଟଣ ଘଟିଥିବାର ଜଣାପଡିଛି ।ଖବରପାଇ ହେମଗିରଥାନା ପୋଲିସ ସହ ଦମକଳବାହିନୀ ଘଟଣାସ୍ଥଳରେ ପହଁଚି ନିଆଁ ଲିଭାଇବାକୁ ଉଦ୍ୟମ ଆରମ୍ଭ କରିଥିବାର ଜଣାପଡିଛି ।