Browsing category

ଅପରାଧ

ଗଛରେ ଝୁଲୁଛନ୍ତି ପ୍ରେମୀଯୁଗଳ

ଲକ୍ଷ୍ମୀପୁର,୧୩ା୧(ଏସଏସନିଉଜ) ଗଛରୁ ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛିାଦଶମନ୍ତପୁର ଥାନା ଝଡ଼ିପାଇ ଗାଁର ଆମ୍ବତୋଟାରୁ ମୃତଦେହ ଉଦ୍ଧାର ହୋଇଥିବାବେଳେ ଯୁବତୀଙ୍କ ଓଢଣୀରେ ଝୁଲୁଛି ଦୁଇମୃତଦେହ । ମୃତକଦ୍ୱୟ ଝଡ଼ିପାଇ ଗାଁର ବୋଲି ଜଣାପଡିଥିବାବେଳେ ଦୁଇ ଯୁବକଯୁବତୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବାର ସୂଚନା ମିଳିଛି ।ବିବାହ ଲାଗି ପରିବାର ଲୋକେ ରାଜି ନହେବାରୁ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି ।

ଛୁଆକୁ ବଞ୍ଚାଇବାକୁଯାଇ ଜଳିଗଲା ମାଆ

କାମାକ୍ଷାନଗର , ୧୩ା୧(ଏସଏସନିଉଜ)ଛୁଆକୁ ବଞ୍ଚାଇବାକୁ ଯାଇ ଜଳିଯାଇଛି ମାଆାଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଚୁଲିରେ ପାଣି ଗରମ କରୁଥିବା ବେଳେ ନିଆଁ ଲାଗି ମାଆ ଗୁରୁତର ଆହତ ହୋଇଥିଲେ ।ଭୁବନଥାନା କୃଷ୍ଣପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି ।ଚୁଲିରେ ପାଣି ଗରମ କରୁଥିବା ବେଳେ ଛୁଆ ପଡ଼ିଯାଇଥାଆନ୍ତା ।ଛୁଆକୁ ଟାଣି ଆଣୁଥିବା ବେଳେ ଶାଢ଼ିରେ ନିଆଁଲାଗିଯିବାରୁ ଜଳିଯାଇଥିଲେ ।ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲରୁ ଢେଙ୍କାନାଳକୁ ସ୍ଥାନାନ୍ତର କରାଯାଇଥିବାର ଜଣାପଡିଛି […]

ମନ୍ତ୍ରୀଙ୍କ ଗାଡିକୁ ଧକାଦେଲା ମାଲବାହୀ ଭ୍ୟାନ୍‌

ବଲାଙ୍ଗିର,୧୨।୧(ଏସଏସନିଉଜ) ମନ୍ତ୍ରୀ ଟୁକୁନୀ ସାହୁଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି।ବଲାଙ୍ଗିରରୁ ଫେରିଲା ବେଳେ ବଡ଼ମାଲ ଫପ୍ସି ଛକରେ ଦୁର୍ଘଟଣା ଘଟିଥିଲା।ମନ୍ତ୍ରୀଙ୍କ କାର୍‌କୁ ଧକ୍କା ଦେଇଥିଲା ଏକ ମାଲବାହୀ ଭ୍ୟାନ୍‌।ମନ୍ତ୍ରୀଙ୍କ କାର କ୍ଷତିଗ୍ରସ୍ତ ହୋଇଥିବାବେଳେ ମନ୍ତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି।

ଦୁର୍ଘଟଣା ଜଣେମୃତ , ଜଣେ ଗୁରୁତର

ଆନନ୍ଦପୁର,୧୨।୧(ଏସଏସନିଉଜ) ରାସ୍ତା ଡିଭାଇଡରରେ ପିଟି ହୋଇ ଓଲଟିପଡିଲା କାର୍‌।କାର୍‌ରେ ଥିବା ଜଣେ ମୃତ ଓ ଅନ୍ୟଜଣେ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି।ହସନପୁର ଟୋଲ୍‌ ଗେଟ୍‌ ନିକଟ ଡିଭାଇଡରରେ ପିଟି ହୋଇଯାଇଥିଲା।ମୃତକ ସ୍ଥାନୀୟ ଘଟଗାଁ ଅଞ୍ଚଳର ହୋଇଥିବାବେଳେ ପାରାଦୀପ ରୁ ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଚୋର ଚିହ୍ନେଇବ ଗୁଗଲ ମ୍ୟାପିଂ

ଭୁବନେଶ୍ୱର,୧୦।୧(ଏସଏସନିଉଜ)ଚୋର ଚିହ୍ନେଇବ ଗୁଗଲ ମ୍ୟାପିଂ।ଏଣିକି ଗୁଗଲ ମ୍ୟାପିଂ ଦ୍ବାରା ଚିହ୍ନଟ ହେବେ ଅଭିଯୁକ୍ତ।ଅପରାଧ ନିୟନ୍ତ୍ରଣର ନୂଆ ଉପାୟ ଆଣିବାକୁ ଯାଉଛି କମିଶନରେଟ୍ ପୋଲିସ।ଗୁଗଲ ଆପ୍ଲିକେସନରେ କ୍ରାଇମ ମ୍ୟାପିଂ ଟେକନିକ୍ ଆପଣେଇବ।ବିଭିନ୍ନ ଟେଲିକମ ସଂସ୍ଥାର ସାହାଯ୍ୟ ନେବ ପୋଲିସ।ପ୍ରଥମ ପର୍ଯ୍ୟାୟରେ ସ୍ନାଚିଂ ଓ ଲୁଟ୍ ଘଟଣାକୁ ଗୁରୁତ୍ବ ଦିଆଯିବ ବୋଲିପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ଦେଇଛନ୍ତି।

ଆତ୍ମସମର୍ପଣ କଲେ ଉଙ୍ଗି

ମାଲକାନଗିରି,୧୦।୧(ଏସଏସନିଉଜ)ମାଲକାନଗିରି ଏସ୍‌ପିଙ୍କ ନିକଟରେ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଥିବାର ଜଣାପଡିଛି।ମାଓବାଦୀ ଉଙ୍ଗି ମାଡ୍‌ଭି , ଓଡ଼ିଶା ଓ ଛତିଶଗଡ଼ରେ ବହୁ ହିଂସାରେ ଜଡ଼ିତ ଥିବାବେଳେ ଉଙ୍ଗି ନାଁରେ ଉଭୟ ରାଜ୍ୟର ବିଭିନ୍ନ ଥାନାରେ ୪୮ଟି ମାମଲା ରହିଛି।ଉଙ୍ଗିକୁ ଧରାଇ ଦେବା ଲାଗି ଲକ୍ଷେ ଟଙ୍କା ପୁରସ୍କାର ଘୋଷଣା ମଧ୍ୟ ହୋଇଥିଲା।

ନାବାଳିକାଙ୍କ ଝୁଲନ୍ତା ମୃତଦେହ

ସୁନ୍ଦରଗଡ଼,୧୦।୧(ଏସଏସନିଉଜ)ଜଙ୍ଗଲରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।ଦୁଷ୍କର୍ମ ପରେ ନାବାଳିକାଙ୍କୁ ମାରି ଗଛରେ ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।ଜଣେ ଅଭିଯୁକ୍ତକୁ ଅଟକ ରଖି ବଡ଼ଗାଁ ଥାନା ପୋଲିସର ଜେରା ଆରମ୍ଭ କରିଛି।କାଲିଠୁ ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ।

ଘନକୁହୁଡ଼ି ପାଇଁ ଚାଲିଗଲା ଜୀବନ

ଭୁବନେଶ୍ୱର,୧୦।୧(ଏସଏସନିଉଜ)ଘନ କୁହୁଡ଼ିରେ ବାଇକ୍‌ ଧକ୍କା ହୋଇ ଜଣଙ୍କର ଜୀବନ ଚାଲିଯାଇଛି।ପିପିଲିର ଖଣ୍ଡିଆଗିରି ଗାଁନିକଟ ପୋଲରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।ଘନ କୁହୁଡ଼ି ଯୋଗୁଁ ପୋଲରେ ପିଟି ହୋଇଯାଇଥିଲା ବାଇକ୍‌ ।ଗୁରୁତର ଅବସ୍ଥାରେ ଜଣେ ବାଇକ୍‌ ଆରୋହୀଙ୍କୁ କଟକ ସ୍ଥାନାନ୍ତର କରାଯାଇ ଥିବାବେଳେ ଆଜି ସକାଳେ ଦୁର୍ଘଟଣାସ୍ଥଳରୁ ଅନ୍ୟ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।ମୃତକ ଗତରାତିରେ ଘଟିଥିବା ବାଇକ୍‌ ଦୁର୍ଘଟଣାର ଆରୋହୀ ବୋଲି ସନ୍ଦେହ କରାଯାଉଛି।

ସାବଧାନ! ରାସ୍ତାରେ ବୁଲୁଛି ହାତୀ

ବାଙ୍କୀ, ୮ା୧(ଏସଏସନିଉଜ) ଦୀର୍ଘଦିନର ବ୍ୟବଧାନପରେ ପୁଣି ଚନ୍ଦକା-ଡମପଡା ଅଭୟାରଣ୍ୟର ହାତୀ ବାଙ୍କୀ-ବାରଙ୍ଗରାସ୍ତାର ଭଗିପୁର ଅଂଚଳରେ ଆତଙ୍କ ଖେଳାଇଛନ୍ତି ।ଆଜି ବଢିଭୋରସମୟରେ ଆଠଗଡ଼ ସୁକାଶନ ଜଙ୍ଗଲରୁ ମହାନଦୀ ପାରି ହୋଇ ଚନ୍ଦକା-ଡମପଡା ଅଭୟାରଣ୍ୟକୁ ଫେରିବା ବେଳେ କିଛି ସମୟପାଇଁ ଉପ୍ତାତ କରିଛନ୍ତି ।ଭଗିପୁର ଅଞ୍ଚଳରେ ହୋଇଥିବା ଚାଷଜମିରେ ପଶି ବ୍ୟାପକ ପନିପରିବା ଖାଇବା ସହ ଦଳିମକଚି ନଷ୍ଟ କରିଦେଇଛନ୍ତି ।ଭୋର ସମୟରେ ବାଙ୍କୀ କଟକ ମୁଖ୍ୟ ରାସ୍ତାରେ ୧ଘଣ୍ଟା ଧରି ଆତଙ୍କ ଖେଳାଇଥିଲେ ହାତୀ ପଲ୍ଲ । ଯାହାଫଳରେ […]

ଭୋଜିରେ ଗଣ୍ଡୋଗଳ,୩କୋର୍ଟଚାଳଣ

ବାରଙ୍ଗ,୮ା୧(ଏସଏସନିଉଜ)ରବିବାରଦିନ ବଟାନିକାର୍ଲଗାର୍ଡେନରେ ଭୋଜିକୁନେଇ ଉପୁଜିଥିବା ଗଣ୍ଡୋଗଳ ଘଟଣାରେ ନନ୍ଦନକାନନଥାନା ପୋଲିସ ସୋମବାରଦିନ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଳଣ କରିଛି ।ସେମାନେ ହେଲେ ପଦାସାହି ଭଗବତୀନଗର ଗ୍ରାମର ଦିପକସାମଲ ,କିରଣସାମଲ (ମନୁଆ),ଆନନ୍ଦସାମଲ । ପ୍ରକାସ ଯେ,ରବିବାରଦିନ ବଟାନିକାର୍ଲ ଗାର୍ଡେନରେ କଟକ ଅଂଚଳର ରାଜେନ୍ଦ୍ରସାହୁ, ସାଦ ଅହମଦ , ଦେବଦତ୍ତ ମହାପାତ୍ର ଓ ତାଙ୍କ ସହଯୋଗୀମାନେ ଓ ପଦାସାହି ଭଗବତୀନଗରର ଦିପକସାମଲ ,କିରଣସାମଲ(ମନୁଆ),ଆନନ୍ଦସାମଲ ଓ ତାଙ୍କ ସହଯୋଗୀମାନେ ଭୋଜି କରୁଥିଲେ ।ଭୋଜିକୁ ନେଇ ଉଭୟଗୋଷ୍ଠିଙ୍କ ମଧ୍ୟରେ ବିବାଦ ଓ […]