ଭାଲୁ ନେଲା ବୃଦ୍ଧଙ୍କ ଜୀବନ

ନବରଙ୍ଗପୁର ,୨୧ା୧(ଏସଏସନିଉଜ) ପାପଡାହାଣ୍ଡି ବ୍ଲକ ସିରିସୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଳପୁର ନଦୀ ନିକଟରେ ଭାଲୁ ଆକ୍ରମଣରେ ପାଳପୁର ଗ୍ରାମର ସମଧୁ ଅମନତ୍ୟା (୬୦)ନାମକ ବୃଦ୍ଧଙ୍କର ମୃତ୍ୟୁ ଘଟିଛି ।ବୃଦ୍ଧ ଜଣଙ୍କ ଗତକାଲିରାତିରେ ଗାଁପାଖ ଚାଷଜମିକୁ ଶୋଇବାକୁଯାଉଥିବା ସମୟରେ ପାଳପୁର ନଦୀ ନିକଟରେ ଭାଲୁଟି ଅତର୍କିତ ଭାବେ ଆକ୍ରମଣ କରିଥିଲା।ନିଜ ଜୀବନ ବଂଚାଇବାକୁଯାଇ ଚିତ୍କାର କରିଥିଲେ। କିଛି ଗ୍ରାମବାସୀ ତାଙ୍କ ଚିତ୍କାର ଶୁଣି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ କୋରାପୁଟ ଚିକିତ୍ସାଳୟରେ ତାଙ୍କ ମୃତ୍ୟୁ ଘଟିଥିଲା।

 

Comments (0)
Add Comment