Browsing category

ଅପରାଧ

ଥାନାପାଖରୁ ଟେକିନେଲେ

ମେଣ୍ଢାଶାଳ,୪ା୧(ଏସଏସନିଉଜ)ଗୁରୁବାର ରାତିରେ ଚନ୍ଦକାଥାନାପାଖରୁ ଏକ କାରରେ ଆସି ଜଣେ ଯୁବକକୁ ଅପହରଣ କରିନେଇ ଥିବାର ଜଣାପଡିଛି ।ଅପହରଣର ଶିକାର ହୋଇଥିବା ଯୁବକ ହେଉଛନ୍ତି ଏହିଥାନା ଅଧିନସ୍ଥ ଦାରୁଠେଙ୍ଗଗ୍ରାମର ଆଶିଷ ରଞ୍ଜନ ବେହେରା(୨୨)।ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଅପହରଣ କରାଯାଇଥିବାର ଅନୁମାନ କରାଯାଉଥିବାବେଳେ ସାଙ୍ଗରେ ଥିବା ଆଶିଷଙ୍କ ସାଙ୍ଗ ଅଲ୍ପକେ ବର୍ତିଯାଇଛନ୍ତି ।ଘଟଣାପରେ ସାଙ୍ଗ ଜଣଙ୍କ ଥାନାରେ ଜଣାଇବାପରେ ପୋଲିସ ତଦନ୍ତ ଆରମ୍ଭ କରିବାସହ ଆଶିଷକୁ ପାତ୍ରପଡା ଅଂଚଳରୁ ଉଦ୍ଧାର କରି ଥାନାକୁଆଣି ପଚରାଉଚରା ଆରମ୍ଭ କରିଛି ।ତେବେ ଅପହରଣକାରୀଙ୍କୁ […]

କ୍ଷମା ମାଗିଲେ ବିଧାୟକ

ଭୁବନେଶ୍ୱର,୪ା୧(ଏସଏସନିଉଜ) ଏନସିପିରବିଧାୟକ ଜିତେନ୍ଦ୍ର ଆହ୍ୱାଡ୍ ଗତବୁଧବାର ମହାରାଷ୍ଟ୍ରର ଶିରଡିରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭଗବାନ ଶ୍ରୀରାମଙ୍କୁ ମାଂସାହାରୀ ବୋଲି ମନ୍ତବ୍ୟ ଦେଇଥିଲେ ।ମହାରାଷ୍ଟ୍ରର ନେତା ଜିତେନ୍ଦ୍ର ଆହ୍ୱାଡ୍ ଭଗବାନ ଶ୍ରୀରାମଙ୍କୁ ମାଂସାହାରୀ କହିଥିଲେ । ନେତାଙ୍କ ଏଭଳି ମନ୍ତବ୍ୟ ପରେ ମହାରାଷ୍ଟ୍ରରେ ରାଜନୀତି ସରଗରମ ହୋଇଛି।ଏନସିପି (ଶରଦ ପାୱାର ଗୋଷ୍ଠୀ)ର ବିଧାୟକ ଜିତେନ୍ଦ୍ର ଆହ୍ୱାଡ୍ ଗତବୁଧବାର ମହାରାଷ୍ଟ୍ରର ଶିରଡିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏଠାରେ ସେ ଭଗବାନ ଶ୍ରୀରାମଙ୍କୁ ମାଂସାହାରୀ ବୋଲି କହିଥିଲେ ।ସେ […]

ମହିଳାଙ୍କୁ ମାଡମାରି ଗିରଫହେଲେ ପଡୋଶୀ

ମେଣ୍ଢାଶାଳ,୩ା୧(ଏସଏସନିଉଜ)ଚନ୍ଦକାଥାନାଅଧିନସ୍ଥ ସିମିଳିପାଟଣା ଗ୍ରାମରେ ପ୍ରାଚୀର ଭଙ୍ଗାକୁନେଇ ଦୁଇପଡୋଶୀଙ୍କ ମଧ୍ୟରେ ହୋଇଥିବା ଗଣ୍ଡୋଗଳ ଘଟଣାରେ  ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଳଣ କରିଛି ।ଗିରଫହୋଇଥିବା ବ୍ୟକ୍ତି ହେଉଛନ୍ତି ସିମିଳିପାଟଣାର କେଦାର ରଣସିଂ । ପ୍ରକାସ ଯେ, କେଦାରରଣସିଂ ଓ ନିରୁପମାରାଉତ ଉଭୟ ପଡୋଶୀ ଅଟନ୍ତି । ଗତ୧୭ତାରିଖରେ କେଦାର ଏକ ଗାଡିନେଇ ମହିଳାଙ୍କ ଘରଆଗରେ ଥିବା ପ୍ରାଚୀରକୁଭାଙ୍ଗିଦେଇଥିଲେ ।ମହିଳାଜଣଙ୍କ ବୁଧବାର ଘରକୁଫେରି କେଦାରଙ୍କ ପାଖକୁଯାଇ ପ୍ରାଚୀରଭାଙ୍ଗିବାନେଇ ପଚାରିଥିଲେ । ଏଥିରେ କେଦାର ରାଗିଯାଇ ମହିଳାଙ୍କୁ ଗୋଟିଏ ଠେଙ୍ଗାରେ ଆକ୍ରମଣକରି […]

ପୁଲିସ ପଞ୍ଝାରେ ପାହାଡ଼ିଗ୍ୟାଙ୍ଗ

ଭୁବନେଶ୍ବର,୪ା୧(ଏସଏସନିଉଜ) ରାଜଧାନୀରେ ଆତଙ୍କ ଖେଳାଇଥିବା ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରୁ ଆସିଥିବା ତିନିପାହାଡ଼ି ଗ୍ୟାଙ୍ଗକୁ କ୍ୟାପିଟାଲ୍ ଥାନା ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି ।ସେମାନେ ହେଲେ ଝାଡ଼ଖଣ୍ଡ ତିନିପାହାଡ଼ ଅଞ୍ଚଳର ‌ଶେର୍‌ଶାହା କୁମାର ମାହାତୋ, ଭୁଲୁ କୁମାର ନୁଣିଆ.ରାହୁଲ ନୁଣିଆ, ଛୋଟୁ ରାୟ,ଛୋଟେଲାଲ୍ ମାହାତୋ.ପଶ୍ଚିମବଙ୍ଗ ବର୍ଦ୍ଧମାନ ,ଅଞ୍ଚଳର ସୋନୁ ନୁଣିଆ.ସୁବାସ ନୁଣିଆ, ଓ ସୋନୁ.କୁମାର ନୁଣିଆା ପୁଲିସ ସେମାନଙ୍କଠାରୁ ନଗଦ ୧.୩ଲକ୍ଷ ଟଙ୍କା, ୨୨ଟି ମୋବାଇଲ୍ ଫୋନ, ୨୨ଟି ସିମ୍ କାର୍ଡ ଓ ଅନେକ ଗୁରୁତ୍ବପୂର୍ଣ୍ଣ ଜିନିଷ […]

ବିକଶିତ ଭାରତ ସଂକଳ୍ପରଥକୁ ଭଙ୍ଗାରୁଜା

ଭଦ୍ରକ ,୪ା୧(ଏସଏସନିଉଜ) ଗତକାଲି ଧାମନଗର ବ୍ଲକ୍ ଚୁଡାକୁଟିଠାରେ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାର ପ୍ରଚାର ପାଇଁ ପରିଭ୍ରମଣ କରୁଥିବା ବିକଶିତ ଭାରତ ସଂକଳ୍ପ ରଥକୁ କେତେକ ଦୁର୍ବୃତ୍ତ ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ ପୁଲିସ ରଞ୍ଜିତ ସାମଲ ଓ ଶ୍ରୀକାନ୍ତ ଦାସ ନାମକ ୨ଯୁବକଙ୍କୁ ଅଟକ ରଖିଛି। ବୁଧବାର ଅପରାହ୍ନରେ ଚୁଡାକୁଟି ମେଳଣ ପଡିଆରେ କେନ୍ଦ୍ର ସରକାରଙ୍କ ବିକଶିତ ଭାରତ କାର‌୍ୟ୍ୟକ୍ରମର ଏକ ସଭା ଚାଲିଥିଲା। ଏଥିରେ ଧାମନଗର ବିଧାୟକ ସୂର‌୍ୟ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞଙ୍କ ସମେତ ବହୁ […]

ଗାଁକୁ ପଶିଆସିଲା ଭାଲୁ ଓ ବିଲୁଆ

ଭଦ୍ରକ,୪ା୧(ଏସଏସନିଉଜ) ଗାଁ ଭିତରକୁ ଏକ ଭାଲୁ ଓ ଶିଆଳ ପଶିଆସି ଆତଙ୍କ ଖେଳାଇଥିଲା ।ତାହାବୁଡରେ ଯିଏ ପଡିଲା ତାହାର ନିସ୍ତାର ମଧ୍ୟ ମିଳିନଥିଲା ।ଭଦ୍ରକର ତିହିଡ଼ି ଓ ବାଲେଶ୍ବର ନୀଳଗିରିରେ ୮ ଜଣ ଏମାନଙ୍କ ଆକ୍ରମଣର ଶିକାର ହୋଇଛନ୍ତି ।ତିହିଡ଼ି ବ୍ଲକ୍ ଶ୍ୟାମସୁନ୍ଦରପୁର ପଞ୍ଚାୟତ ତଳଦୁମୁକା ଗାଁର କମଳାକାନ୍ତ ନାୟକ ଶୌଚ ହେବାକୁ ଯାଇଥିବା ବେଳେ ଏକ ଶିଆଳ ତାଙ୍କୁ ଆକ୍ରମଣ କରି ତାଙ୍କ ଗୋଡ଼ ହାତକୁ କାମୁଡି ଖଣ୍ଡିଆଖାବରା କରିଦେଇଥିଲା ।ସେହିପରି ଗ୍ରାମର ଉମାମଣି ବାରିକ […]

ସିରିଜ ଦୁର୍ଘଟଣା- ୪୦ ଆହତ

ଢେଙ୍କାନାଳ.୪ା୧(ଏସଏସନିଉଜ)କାମାକ୍ଷାନଗରରେ ଘଟିଛି ସିରିଜ୍ ଦୁର୍ଘଟଣା ।ଏଥିରେ ଏକ ପିକନିକ୍ ବସ୍ ଦୁର୍ଘଟଣାଗସ୍ତ ହେବାରୁ ୪୦ ଜଣ ଆହତ ହୋଇଛନ୍ତି । ହାଇୱାକୁ ବସ୍ ଧକ୍କା ଦେବା ପରେ ବସ୍‌କୁ ପିଟିଲା ଆଉ ଏକ ଟ୍ରକ୍ ।ମହାବୀରରୋଡ ଥାନା ଭେଜିଆ ଛକରେ ଏହି ସିରିଜ୍ ଦୁର୍ଘଟଣା ଘଟିଛି । ଉଭୟ ଗାଡ଼ିର ଡ୍ରାଇଭର ସହ ବସ୍‌ରେ ଥିବା ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିସ୍‌ାପାଇଁ ତାଳଚେର ମେଡିକାଲରେ ଭର୍ତ୍ତି କରାଯାଇଛି । ଚଣ୍ଡିଖୋଲ ଅଂଚଳରୁ […]

ଘାଟିରେ ଜଳିଗଲେ ଟ୍ୟାଙ୍କର ଡ୍ରାଇଭର

ମୟୁରଭଞ୍ଜ,୪ା୧(ଏସଏସନିଉଜ) ବାଙ୍ଗିରିପୋଷି ଦୁଆରଶୁଣି ଘାଟିରେ ଦୁର୍ଘଟଣା ଘଟିଛି । ତେଲ ବୋଝେଇ ଟ୍ୟାଙ୍କର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାଫଳରେ ଜିଅନ୍ତା ଜଳିଯାଇଛନ୍ତି ଟ୍ୟାଙ୍କର ଡ୍ରାଇଭର । ଅନ୍ୟ ଜଣଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ କର୍ମଚାରୀ ଉଦ୍ୟମ କରୁଛନ୍ତି । ଆଜି ସକାଳୁ ମୟୁରଭଞ୍ଜ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରେ ଏହି ଦୁର୍ଘଟଣା ଘଟିଛି। ଏକ ତୈଳ ବୋଝେଇ ଟ୍ୟାଙ୍କର ଏବଂ ଏକ କଣ୍ଟେନର ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ […]

ରାସ୍ତାରୁ ଅପହରଣ ଉଦ୍ୟମ ପଣ୍ଡ

କୋଣାର୍କ,୨।୧(ଏସଏସନିଉଜ)ଜଣେ ବ୍ୟକ୍ତିଙ୍କୁ ହାତଗୋଡ଼ ବାନ୍ଧି ଉଠାଇନେବା ଉଦ୍ୟମ ବିଫଳ ହୋଇଛି।ବଢେଇଛକ ନିକଟରେ ସ୍ଥାନୀୟ ଲୋକ ଦେଖିଦେବାରୁ ଛାଡ଼ି ପଳାଇଲେ ।ଉଦ୍ଧାର ହୋଇଥିବା ବ୍ୟକ୍ତି ସ୍ଥାନୀୟ ଭାଣପୁର ଗାଁର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ବୋଲି ସୂଚନା ମିଳିଛି।ଉଦ୍ଧାରପରେ ସଂପୃକ୍ତ ବ୍ୟକ୍ତିଙ୍କୁ ପୁରୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।କିଏ ଓ କେଉଁ ଉଦ୍ଦେଶ୍ୟରେ ଉଠାଇ ନେଉଥିଲେ ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନଥିବାର ଜଣାପଡିଛି।

ଗାଁରେ ପଶିଲେ ହାତୀପଲ

କେନ୍ଦୁଝର,୨।୧(ଏସଏସନିଉଜ) ପାଟଣାରେଞ୍ଜ ତାଟିହୁଡ଼ା ସାହିଗାଁରେ ରାତିରେ ପଶିଲା ହାତୀପଲ।ହାତୀପଲ ଗାଁରେ ପଶି ୨ଟିଘର ଭାଙ୍ଗିଦେବା ସହ ଫସଲ ନଷ୍ଟ ମଧ୍ୟ କରିଛନ୍ତି।ହାତୀପଲ ଭୟରେ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇପଡିଛନ୍ତି ।