ମୋବାଇଲ ପାଇଁ ବାପାମାକୁ ପନିକିଚୋଟ

ବାଲେଶ୍ବର,୧୬ା୧(ଏସଏସନିଉଜ)ବାପାବୋଉ ଖାଉଥିବା ସମୟରେ ବଡଝିଆ ମୋବାଇଲରେ କଥାହେବାକୁନେଇ ବାପାମାଆ ବିରକ୍ତ ହେବାରୁ ଜନ୍ମଦେଇଥିବା ଝିଅର ପନିକିଚୋଟରେ ଗୁରୁତରଆହତ ହୋଇଛନ୍ତି ।ଏହିଭଳିଘଟଣା ସୋର ଥାନା ସରସଙ୍ଖ ପଞ୍ଚାୟତ ହାତିଗଡ଼ିଆ ଗ୍ରାମରେ ଘଟିଛି ।ଗତକାଲି ରାତିରେ ରଞ୍ଜିତ ଓ ତାଙ୍କ ସ୍ତ୍ରୀ ବୁଦୁନି ଖାଇବାକୁ ବସିଥିବା ବେଳେ ତାଙ୍କ ବଡ଼ ଝିଅ କୁନି ସିଂ ମୋବାଇଲରେ କଥା ହେଉଥିବାରୁ ମା ବିରକ୍ତ ହୋଇ ସାନ ଝିଅକୁ ପ୍ରଶଂସା କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଝିଅ କୁନି ତାଙ୍କୁ ଏକ ପନିକିରେ ଆକ୍ରମଣ କରିଥିଲେ । ପରେ ସ୍ତ୍ରୀକୁ ବଞ୍ଚାଇବାକୁ ଯାଇଥିବା ରଞ୍ଜିତ ମଧ୍ୟ ଝିଅର ପନିକି ଚୋଟର ଶିକାର ହୋଇ ଗୁରୁତର ଭାବେ ଆହତ ହୋଇଥିଲେ।ଯାହାଫଳରେ ବାପାଙ୍କ ପେଟ ଓ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ବେଳେ ମାଙ୍କ ହାତ ଓ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା।ଖବରପାଇ ପୋଲିସ ଉଭୟଙ୍କୁ ଉଦ୍ଧାର କରି ଚିକିସ୍‌ାପାଇଁ ସୋର ଡାକ୍ତରଖନାରେ ଭର୍ତ୍ତି କରିଛି ।

Comments (0)
Add Comment