Browsing category

ଅପରାଧ

ମୋବାଇଲ ନେବାବେଳେ ଧରିଲା ପୋଲିସ

ବାରଙ୍ଗ,୨।୧(ଏସଏସନିଉଜ) ନୂଆବର୍ଷରେ ନନ୍ଦନକାନନରେ ପ୍ରବଳ ଗହଳିର ସୁଯୋଗରେ ପକେଟ ମାର କରୁଥିବା ଜଣେ ନାବାଳକକୁ ଗିରଫ କରି ପୋଲିସ ମଙ୍ଗଳବାର ଦିନ କୋର୍ଟଚାଳଣ କରିଛି। ପ୍ରକାଶ ଯେ,ନୂଆବର୍ଷରେ ନନ୍ଦନକାନନଠାରେ ପ୍ରବଳ ଗହଳିର ସୁଯୋଗ ନେଇ, ପର୍ଯ୍ୟଟକଙ୍କ ନିକଟରୁ ମୋବାଇଲ ଚୋରୀ କରୁଥିବା ସମୟରେ ପୁଲିସ ସମ୍ପୃକ୍ତ ନାବାଳକଙ୍କୁ କାବୁ କରିଥିବା ବେଳେ ଅନ୍ୟ ବୟସ୍କ ସଦସ୍ୟ ମାନେ ଘଟଣାସ୍ଥଳରୁ ଖସିଯିବାରେ ସକ୍ଷମ ହୋଇଥିଲେ । ଛାନଭିନ ସମୟରେ ପୁଲିସ ନାବଳକଙ୍କ ନିକଟରୁ ଏକ ଚୋରା ମୋବାଇଲଫୋନ ଜବତ […]

ମାରିଦେଲା ସାଙ୍ଗ!

  ଖୋର୍ଦ୍ଧା,୨।୧(ଏସଏସନିଉଜ) ଜଙ୍କିଆଥାନା ଅନ୍ତର୍ଗତ ଶଗଡ଼ଭଙ୍ଗା ଗ୍ରାମରେ ସାମାନ୍ୟବଚସାକୁ କେନ୍ଦ୍ର କରି ଜଣେସାଙ୍ଗ ନିଜସାଙ୍ଗକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।ଏହି ଘଟଣାରେ ଶଗଡ଼ଭଙ୍ଗା ଗ୍ରାମର ରଶ୍ମିରଞ୍ଜନବଳିଆରସିଂ ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ଜଙ୍କିଆପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନାଅନୁଯାୟୀ ରଶ୍ମିରଞ୍ଜନ ଓ ସୋମନାଥ ଉଭୟ ଭଲ ସାଙ୍ଗ ଥିବାବେଳେ ୭ବର୍ଷହେଲା ଯାତ୍ରାପାର୍ଟିରେ କାମ କରୁଥିଲେ।ନୂଆବର୍ଷରେ ଉଭୟ ଗାଁକୁ ଫେରି ଥିବାବେଳେ ସାମାନ୍ୟକଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଓ ପରେ ରଶ୍ମିରଞ୍ଜନକୁ ସୋମନାଥ କୁ ହତ୍ୟାକରି […]

ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା ୨ମୃତ

ସାଲେପୁର,୨।୧(ଏସଏସନିଉଜ) ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ଜଣେ ମହିଳା ଓ ୨ ଜଣ ପୁରୁଷଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ଜଣ ଆହତ ହୋଇଛନ୍ତି।ନିଶ୍ଚିନ୍ତକୋଇଲି କଟରପଡ଼ା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।କେନ୍ଦ୍ରାପଡ଼ାରୁ କଟକ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିଲା।ଆହତଙ୍କ ମଧ୍ୟରୁ ୪ ଜଣ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବାବେଳେ ଅନ୍ୟ ଆହତଙ୍କୁ ନିଶ୍ଚିନ୍ତକୋଇଲି ମେଡିକାଲରେ ଭର୍ତ୍ତି କରାଯାଇଛି।ମୃତକଙ୍କ ପରିବାର ପ୍ରତି ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।ପ୍ରତି ମୃତକଙ୍କ ପରିବାର ପିଛା ୩ ଲକ୍ଷ ଟଙ୍କା ଲେଖାଏଁ […]

୬ହଜାର ପାଇଁ ତଣ୍ଟି କାଟିଦେଲେ

ଚନ୍ଦ୍ରଶେଖରପୁର,୨।୧(ଏସଏସନିଉଜ)୬ହଜାର ଟଙ୍କା ପାଇଁ ତଣ୍ଟି କାଟି ଲୁଟିନେଲେ ଲୁଟେରା। ଚନ୍ଦ୍ରଶେଖରପୁର ଥାନା ଡମଣା ଗାଁ ଭିତରେ ଘଟିଛି ଏହିଭଳି ଅଭାବନୀୟଘଟଣା । ଲୁଟେରା ମାନେ ଶିବାନନ୍ଦ ବାରିକଙ୍କ ବେକକାଟି ଲୁଟି ନେଇଛନ୍ତି । ରାତି ପ୍ରାୟ୩ଟା ବେଳେ ସେ ତାଙ୍କ ଛକରେ ଥିବା ଦୋକାନକୁ ଯିବା ପାଇଁ ବାହାରିଥିବା ବେଳେ ଗେଟ୍ ଆଗରୁ ଲୁଟେରା ଲୁଟି ନେଇଥିଲେ। ଶିବାନନ୍ଦ ତାଙ୍କୁ ବିରୋଧ କରିବାରୁ ବେକ କାଟିଦେଇଥିଲେ ।ପରିବାର ଲୋକ ତାଙ୍କୁ ଆହତ ଅବସ୍ଥାରେ ସ୍ଥାନୀୟ ଏକ ଘରୋଇ […]

ରାଜଧାନୀରେ ବିସ୍ଫୋରଣ!

ଭୁବନେଶ୍ୱର,୨।୧(ଏସଏସନିଉଜ)ରାଜଧାନୀରେ ଭୟଙ୍କର ବିସ୍ଫୋରଣ ଘଟିଛି।ବିସ୍ଫୋରଣ ରେ ଝାରପଡା ଅଞ୍ଚଳରେ ଉଡିଛି ଛାତ ଓ ଭାଙ୍ଗିଛି କାନ୍ଥ।ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ।ପୂର୍ବଶତ୍ରୁତାରୁ ବୋମାମାଡ଼ ହୋଇଥିବା ନେଇ ଥାନାରେ ଏତଲା ହୋଇଛି।ସେପଟେ ବୋମାମାଡ଼ ଅଭିଯୋଗକୁ ପୋଲିସ ଖଣ୍ଡନ କରିଛି।ଘର ଭିତରେ ବ୍ୟାପକ ପରିମାଣର ଡିଓଡ୍ରାଣ୍ଟ ଥିବାରୁ ବିସ୍ଫୋରଣ ହୋଇଥିବା ସନ୍ଦେହ କରିଛି ପୋଲିସ।ପାରିପାର୍ଶ୍ବିକ ପରିସ୍ଥିତି ଓ ଘଟଣାସ୍ଥଳକୁ ଯାଇ ଲକ୍ଷ୍ମୀସାଗର ଥାନା ପକ୍ଷରୁ ଛାନଭିନ ଆରମ୍ଭ କରାଯାଇଛି। ବିସ୍ଫୋରଣ ରେ ଝାରପଡା ଅଞ୍ଚଳର କବିରାଜ ସ୍ୱାଇଁ ଆହତ […]

ପୋଖରୀରୁ ମିଳିଲା ଶିଶୁପୁତ୍ରର ମୃତଦେହ

ସୋର,୨।୧(ଏସଏସନିଉଜ)ନିଖୋଜ ହୋଇଥିବା ୩ବର୍ଷର ଶିଶୁପୁତ୍ରର ମୃତଦେହ ଉଧାର ହୋଇଛି।ଘର ନିକଟ ପୋଖରୀରୁ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କରାଯାଇଛି।୪ନମ୍ବର ୱାର୍ଡ ରାୟପୁର ଗାଁରୁ ଗତକାଲି ଶିଶୁପୁତ୍ରଟି ନିଖୋଜ ଥିଲା।ଘର ନିକଟରେ ଖେଳୁଥିବାବେଳେ ନିଖୋଜ ହୋଇଯାଇଥିଲା ଶିଶୁପୁତ୍ର।

ହାତୀ ପାଇଁ ରାସ୍ତାରୋକ

କଣ୍ଟାମାଳ,୨।୧(ଏସଏସନିଉଜ)ଗତକିଛି ଦିନଧରି ଜଙ୍ଗଲୀ ହାତୀ ଉପଦ୍ରଵ ଯୋଗୁ ଗ୍ରାମବାସୀ ଅତିଷ୍ଠ ହୋଇପଡିଥିଲେ।ହାତୀ ଭୟରେ ଘରୁ ବହାରିବାକୁ ନିରାପଦ ମଣୁନଥିଲେ।ଜଙ୍ଗଲ ବିଭାଗକୁ ଅନୁରୋଧ ପରେ ମଧ୍ୟ ସେମାନେ ନଶୁଣିଲାପରି ରହୁଥିଲେ।ଶେଷରେ ସୁରକ୍ଷା ପାଇଁ ହାତୀ ଉପଦ୍ରବରେ ଅତିଷ୍ଠ ଗ୍ରାମବାସୀମାନଙ୍କ ଦ୍ୱାରା ରାଜରାସ୍ତା ଅବରୋଧ କରାଯାଇଛି।ଯାହାଫଳରେ ମନମୁଣ୍ଡା-ଘଣ୍ଟାପଡା ରାସ୍ତାର ଉଦେପୁର ଛକରେ ଅଞ୍ଚଳବାସୀଙ୍କ ରାସ୍ତା ଅବରୋଧ ଯୋଗୁ ଯାତାୟାତ ଠପ ହୋଇଯାଇଛି।ବାରମ୍ବାର ଅଭିଯୋଗ ପରେ ବି ବନବିଭାଗ ଚୁପ୍ ରହିବାରୁ ତାତିଛନ୍ତି ଲୋକେ।

ଓ୍ବାଟକୋ ଶାଖାରେ ଅଗ୍ନିକାଣ୍ଡ

ବ୍ରହ୍ମପୁର,୨।୧(ଏସଏସନିଉଜ) ଜନସ୍ବାସ୍ଥ୍ୟ ବିଭାଗର ୱାଟକୋ ଶାଖାରେ ଅଗ୍ନିକାଣ୍ଡ ଘଟିଛି।ନିଆଁଲାଗି ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ନଷ୍ଟ ହୋଇଥିବା ଜଣାପଡିଛି।କାର୍ଯ୍ୟଳୟ ସମେତ ଗୁରୁତ୍ବପୂର୍ଣ୍ଣ ବହୁ ପୁରୁଣା ଏବଂ ନୂଆ ଫାଇଲ ପୋଡିଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ସୂଚନା ମିଳିଛି।

ଅଜଣା ଗାଡିନେଲା ଜୀବନ

କୋରାପୁଟ,୨।୧(ଏସଏସନିଉଜ)ଅଜଣା ଗାଡ଼ି ଧକ୍କାରେ ଜଣଙ୍କର ମୃତୁ ଘଟିଛି।ଏହାସହ ଜଣେ ଗୁରୁତର ଆହତ ହୋଇଛନ୍ତି।ବରିଗୁମାରୁ ଜୟପୁର ଯାଉଥିବା ବେଳେ ବାଇକକୁ ଧକ୍କାଦେଇଥିଲା ଅଜଣା ଗାଡ଼ି।ଘଟଣାସ୍ଥଳରେ ଜଣଙ୍କର ମୃତୁ ହୋଇଥିବା ବେଳେ ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଛି।

ଓଲଟିଲା ପିକନିକ୍ ବସ୍

ଗଞ୍ଜାମ ,୩୧ା୧୨(ଏସଏସନିଉଜ) ପୁରୁଷୋତ୍ତମପୁର ବାଲିଆ ଛକନିକଟରେ ଭାରସାମ୍ୟ ହରାଇ ଏକ  ପିକନିକ୍ ବସ୍ ରାସ୍ତା କଡ଼କୁ ଓଲଟିପଡିବାରୁ ଦଶ ରୁ ଉର୍ଦ୍ଧ ଆହାତ ହୋଇଛନ୍ତି ।ଆହତମାନଙ୍କୁ ଚବିକିସ୍‌ାପାଇଁ ପୁରୁଷୋତ୍ତମପୁର ମେଡ଼ିକାଲରେ ଭର୍ତିକରାଯାଇଛି । ଭଦ୍ରକ ଆଞ୍ଚଳର ୪୫ ରୁ ଉର୍ଦ୍ଧ ଯାତ୍ରୀଙ୍କୁ ନେଇ ବସଟି ମା ତାରାତାରିଣୀ ଦର୍ଶନସାରି ଚିଲିକା ଅଭିମୁଖେ ଯାଉଥିବାସମୟରେ ଏହି ଘଟିଛି ଦୁର୍ଘଟଣା ।ବସରେ ଅଧିକାଂଶ କଲେଜପଢୁଆ ଛାତ୍ର ରହିଥିବାର ଜଣାପଡିଛି ।ଖବରପାଇ ପୋଲିସ ଯାତ୍ରୀମାନଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଛି । […]