ଘନକୁହୁଡ଼ି ପାଇଁ ଚାଲିଗଲା ଜୀବନ

ଭୁବନେଶ୍ୱର,୧୦।୧(ଏସଏସନିଉଜ)ଘନ କୁହୁଡ଼ିରେ ବାଇକ୍‌ ଧକ୍କା ହୋଇ ଜଣଙ୍କର ଜୀବନ ଚାଲିଯାଇଛି।ପିପିଲିର ଖଣ୍ଡିଆଗିରି ଗାଁନିକଟ ପୋଲରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।ଘନ କୁହୁଡ଼ି ଯୋଗୁଁ ପୋଲରେ ପିଟି ହୋଇଯାଇଥିଲା ବାଇକ୍‌ ।ଗୁରୁତର ଅବସ୍ଥାରେ ଜଣେ ବାଇକ୍‌ ଆରୋହୀଙ୍କୁ କଟକ ସ୍ଥାନାନ୍ତର କରାଯାଇ ଥିବାବେଳେ ଆଜି ସକାଳେ ଦୁର୍ଘଟଣାସ୍ଥଳରୁ ଅନ୍ୟ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।ମୃତକ ଗତରାତିରେ ଘଟିଥିବା ବାଇକ୍‌ ଦୁର୍ଘଟଣାର ଆରୋହୀ ବୋଲି ସନ୍ଦେହ କରାଯାଉଛି।

Comments (0)
Add Comment