Browsing category

ଅପରାଧ

ମହିଳାଙ୍କୁ ମାଡମାରି ଗିରଫହେଲେ ପଡୋଶୀ

ମେଣ୍ଢାଶାଳ,୩ା୧(ଏସଏସନିଉଜ)ଚନ୍ଦକାଥାନାଅଧିନସ୍ଥ ସିମିଳିପାଟଣା ଗ୍ରାମରେ ପ୍ରାଚୀର ଭଙ୍ଗାକୁନେଇ ଦୁଇପଡୋଶୀଙ୍କ ମଧ୍ୟରେ ହୋଇଥିବା ଗଣ୍ଡୋଗଳ ଘଟଣାରେ  ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଳଣ କରିଛି ।ଗିରଫହୋଇଥିବା ବ୍ୟକ୍ତି ହେଉଛନ୍ତି ସିମିଳିପାଟଣାର କେଦାର ରଣସିଂ । ପ୍ରକାସ ଯେ, କେଦାରରଣସିଂ ଓ ନିରୁପମାରାଉତ ଉଭୟ ପଡୋଶୀ ଅଟନ୍ତି । ଗତ୧୭ତାରିଖରେ କେଦାର ଏକ ଗାଡିନେଇ ମହିଳାଙ୍କ ଘରଆଗରେ ଥିବା ପ୍ରାଚୀରକୁଭାଙ୍ଗିଦେଇଥିଲେ ।ମହିଳାଜଣଙ୍କ ବୁଧବାର ଘରକୁଫେରି କେଦାରଙ୍କ ପାଖକୁଯାଇ ପ୍ରାଚୀରଭାଙ୍ଗିବାନେଇ ପଚାରିଥିଲେ । ଏଥିରେ କେଦାର ରାଗିଯାଇ ମହିଳାଙ୍କୁ ଗୋଟିଏ ଠେଙ୍ଗାରେ ଆକ୍ରମଣକରି […]

ପୁଲିସ ପଞ୍ଝାରେ ପାହାଡ଼ିଗ୍ୟାଙ୍ଗ

ଭୁବନେଶ୍ବର,୪ା୧(ଏସଏସନିଉଜ) ରାଜଧାନୀରେ ଆତଙ୍କ ଖେଳାଇଥିବା ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରୁ ଆସିଥିବା ତିନିପାହାଡ଼ି ଗ୍ୟାଙ୍ଗକୁ କ୍ୟାପିଟାଲ୍ ଥାନା ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି ।ସେମାନେ ହେଲେ ଝାଡ଼ଖଣ୍ଡ ତିନିପାହାଡ଼ ଅଞ୍ଚଳର ‌ଶେର୍‌ଶାହା କୁମାର ମାହାତୋ, ଭୁଲୁ କୁମାର ନୁଣିଆ.ରାହୁଲ ନୁଣିଆ, ଛୋଟୁ ରାୟ,ଛୋଟେଲାଲ୍ ମାହାତୋ.ପଶ୍ଚିମବଙ୍ଗ ବର୍ଦ୍ଧମାନ ,ଅଞ୍ଚଳର ସୋନୁ ନୁଣିଆ.ସୁବାସ ନୁଣିଆ, ଓ ସୋନୁ.କୁମାର ନୁଣିଆା ପୁଲିସ ସେମାନଙ୍କଠାରୁ ନଗଦ ୧.୩ଲକ୍ଷ ଟଙ୍କା, ୨୨ଟି ମୋବାଇଲ୍ ଫୋନ, ୨୨ଟି ସିମ୍ କାର୍ଡ ଓ ଅନେକ ଗୁରୁତ୍ବପୂର୍ଣ୍ଣ ଜିନିଷ […]

ବିକଶିତ ଭାରତ ସଂକଳ୍ପରଥକୁ ଭଙ୍ଗାରୁଜା

ଭଦ୍ରକ ,୪ା୧(ଏସଏସନିଉଜ) ଗତକାଲି ଧାମନଗର ବ୍ଲକ୍ ଚୁଡାକୁଟିଠାରେ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାର ପ୍ରଚାର ପାଇଁ ପରିଭ୍ରମଣ କରୁଥିବା ବିକଶିତ ଭାରତ ସଂକଳ୍ପ ରଥକୁ କେତେକ ଦୁର୍ବୃତ୍ତ ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ ପୁଲିସ ରଞ୍ଜିତ ସାମଲ ଓ ଶ୍ରୀକାନ୍ତ ଦାସ ନାମକ ୨ଯୁବକଙ୍କୁ ଅଟକ ରଖିଛି। ବୁଧବାର ଅପରାହ୍ନରେ ଚୁଡାକୁଟି ମେଳଣ ପଡିଆରେ କେନ୍ଦ୍ର ସରକାରଙ୍କ ବିକଶିତ ଭାରତ କାର‌୍ୟ୍ୟକ୍ରମର ଏକ ସଭା ଚାଲିଥିଲା। ଏଥିରେ ଧାମନଗର ବିଧାୟକ ସୂର‌୍ୟ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞଙ୍କ ସମେତ ବହୁ […]

ଗାଁକୁ ପଶିଆସିଲା ଭାଲୁ ଓ ବିଲୁଆ

ଭଦ୍ରକ,୪ା୧(ଏସଏସନିଉଜ) ଗାଁ ଭିତରକୁ ଏକ ଭାଲୁ ଓ ଶିଆଳ ପଶିଆସି ଆତଙ୍କ ଖେଳାଇଥିଲା ।ତାହାବୁଡରେ ଯିଏ ପଡିଲା ତାହାର ନିସ୍ତାର ମଧ୍ୟ ମିଳିନଥିଲା ।ଭଦ୍ରକର ତିହିଡ଼ି ଓ ବାଲେଶ୍ବର ନୀଳଗିରିରେ ୮ ଜଣ ଏମାନଙ୍କ ଆକ୍ରମଣର ଶିକାର ହୋଇଛନ୍ତି ।ତିହିଡ଼ି ବ୍ଲକ୍ ଶ୍ୟାମସୁନ୍ଦରପୁର ପଞ୍ଚାୟତ ତଳଦୁମୁକା ଗାଁର କମଳାକାନ୍ତ ନାୟକ ଶୌଚ ହେବାକୁ ଯାଇଥିବା ବେଳେ ଏକ ଶିଆଳ ତାଙ୍କୁ ଆକ୍ରମଣ କରି ତାଙ୍କ ଗୋଡ଼ ହାତକୁ କାମୁଡି ଖଣ୍ଡିଆଖାବରା କରିଦେଇଥିଲା ।ସେହିପରି ଗ୍ରାମର ଉମାମଣି ବାରିକ […]

ସିରିଜ ଦୁର୍ଘଟଣା- ୪୦ ଆହତ

ଢେଙ୍କାନାଳ.୪ା୧(ଏସଏସନିଉଜ)କାମାକ୍ଷାନଗରରେ ଘଟିଛି ସିରିଜ୍ ଦୁର୍ଘଟଣା ।ଏଥିରେ ଏକ ପିକନିକ୍ ବସ୍ ଦୁର୍ଘଟଣାଗସ୍ତ ହେବାରୁ ୪୦ ଜଣ ଆହତ ହୋଇଛନ୍ତି । ହାଇୱାକୁ ବସ୍ ଧକ୍କା ଦେବା ପରେ ବସ୍‌କୁ ପିଟିଲା ଆଉ ଏକ ଟ୍ରକ୍ ।ମହାବୀରରୋଡ ଥାନା ଭେଜିଆ ଛକରେ ଏହି ସିରିଜ୍ ଦୁର୍ଘଟଣା ଘଟିଛି । ଉଭୟ ଗାଡ଼ିର ଡ୍ରାଇଭର ସହ ବସ୍‌ରେ ଥିବା ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିସ୍‌ାପାଇଁ ତାଳଚେର ମେଡିକାଲରେ ଭର୍ତ୍ତି କରାଯାଇଛି । ଚଣ୍ଡିଖୋଲ ଅଂଚଳରୁ […]

ଘାଟିରେ ଜଳିଗଲେ ଟ୍ୟାଙ୍କର ଡ୍ରାଇଭର

ମୟୁରଭଞ୍ଜ,୪ା୧(ଏସଏସନିଉଜ) ବାଙ୍ଗିରିପୋଷି ଦୁଆରଶୁଣି ଘାଟିରେ ଦୁର୍ଘଟଣା ଘଟିଛି । ତେଲ ବୋଝେଇ ଟ୍ୟାଙ୍କର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାଫଳରେ ଜିଅନ୍ତା ଜଳିଯାଇଛନ୍ତି ଟ୍ୟାଙ୍କର ଡ୍ରାଇଭର । ଅନ୍ୟ ଜଣଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ କର୍ମଚାରୀ ଉଦ୍ୟମ କରୁଛନ୍ତି । ଆଜି ସକାଳୁ ମୟୁରଭଞ୍ଜ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରେ ଏହି ଦୁର୍ଘଟଣା ଘଟିଛି। ଏକ ତୈଳ ବୋଝେଇ ଟ୍ୟାଙ୍କର ଏବଂ ଏକ କଣ୍ଟେନର ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ […]

ରାସ୍ତାରୁ ଅପହରଣ ଉଦ୍ୟମ ପଣ୍ଡ

କୋଣାର୍କ,୨।୧(ଏସଏସନିଉଜ)ଜଣେ ବ୍ୟକ୍ତିଙ୍କୁ ହାତଗୋଡ଼ ବାନ୍ଧି ଉଠାଇନେବା ଉଦ୍ୟମ ବିଫଳ ହୋଇଛି।ବଢେଇଛକ ନିକଟରେ ସ୍ଥାନୀୟ ଲୋକ ଦେଖିଦେବାରୁ ଛାଡ଼ି ପଳାଇଲେ ।ଉଦ୍ଧାର ହୋଇଥିବା ବ୍ୟକ୍ତି ସ୍ଥାନୀୟ ଭାଣପୁର ଗାଁର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ବୋଲି ସୂଚନା ମିଳିଛି।ଉଦ୍ଧାରପରେ ସଂପୃକ୍ତ ବ୍ୟକ୍ତିଙ୍କୁ ପୁରୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।କିଏ ଓ କେଉଁ ଉଦ୍ଦେଶ୍ୟରେ ଉଠାଇ ନେଉଥିଲେ ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନଥିବାର ଜଣାପଡିଛି।

ଗାଁରେ ପଶିଲେ ହାତୀପଲ

କେନ୍ଦୁଝର,୨।୧(ଏସଏସନିଉଜ) ପାଟଣାରେଞ୍ଜ ତାଟିହୁଡ଼ା ସାହିଗାଁରେ ରାତିରେ ପଶିଲା ହାତୀପଲ।ହାତୀପଲ ଗାଁରେ ପଶି ୨ଟିଘର ଭାଙ୍ଗିଦେବା ସହ ଫସଲ ନଷ୍ଟ ମଧ୍ୟ କରିଛନ୍ତି।ହାତୀପଲ ଭୟରେ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇପଡିଛନ୍ତି ।

ମୋବାଇଲ ନେବାବେଳେ ଧରିଲା ପୋଲିସ

ବାରଙ୍ଗ,୨।୧(ଏସଏସନିଉଜ) ନୂଆବର୍ଷରେ ନନ୍ଦନକାନନରେ ପ୍ରବଳ ଗହଳିର ସୁଯୋଗରେ ପକେଟ ମାର କରୁଥିବା ଜଣେ ନାବାଳକକୁ ଗିରଫ କରି ପୋଲିସ ମଙ୍ଗଳବାର ଦିନ କୋର୍ଟଚାଳଣ କରିଛି। ପ୍ରକାଶ ଯେ,ନୂଆବର୍ଷରେ ନନ୍ଦନକାନନଠାରେ ପ୍ରବଳ ଗହଳିର ସୁଯୋଗ ନେଇ, ପର୍ଯ୍ୟଟକଙ୍କ ନିକଟରୁ ମୋବାଇଲ ଚୋରୀ କରୁଥିବା ସମୟରେ ପୁଲିସ ସମ୍ପୃକ୍ତ ନାବାଳକଙ୍କୁ କାବୁ କରିଥିବା ବେଳେ ଅନ୍ୟ ବୟସ୍କ ସଦସ୍ୟ ମାନେ ଘଟଣାସ୍ଥଳରୁ ଖସିଯିବାରେ ସକ୍ଷମ ହୋଇଥିଲେ । ଛାନଭିନ ସମୟରେ ପୁଲିସ ନାବଳକଙ୍କ ନିକଟରୁ ଏକ ଚୋରା ମୋବାଇଲଫୋନ ଜବତ […]

ମାରିଦେଲା ସାଙ୍ଗ!

  ଖୋର୍ଦ୍ଧା,୨।୧(ଏସଏସନିଉଜ) ଜଙ୍କିଆଥାନା ଅନ୍ତର୍ଗତ ଶଗଡ଼ଭଙ୍ଗା ଗ୍ରାମରେ ସାମାନ୍ୟବଚସାକୁ କେନ୍ଦ୍ର କରି ଜଣେସାଙ୍ଗ ନିଜସାଙ୍ଗକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।ଏହି ଘଟଣାରେ ଶଗଡ଼ଭଙ୍ଗା ଗ୍ରାମର ରଶ୍ମିରଞ୍ଜନବଳିଆରସିଂ ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ଜଙ୍କିଆପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନାଅନୁଯାୟୀ ରଶ୍ମିରଞ୍ଜନ ଓ ସୋମନାଥ ଉଭୟ ଭଲ ସାଙ୍ଗ ଥିବାବେଳେ ୭ବର୍ଷହେଲା ଯାତ୍ରାପାର୍ଟିରେ କାମ କରୁଥିଲେ।ନୂଆବର୍ଷରେ ଉଭୟ ଗାଁକୁ ଫେରି ଥିବାବେଳେ ସାମାନ୍ୟକଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଓ ପରେ ରଶ୍ମିରଞ୍ଜନକୁ ସୋମନାଥ କୁ ହତ୍ୟାକରି […]