Browsing category

ଅପରାଧ

ହାଇଟେକ୍ ମେଡିକାଲରେ ବିସ୍ଫୋରଣ!

ଭୁବନେଶ୍ୱର,୨୯ା୧୨(ଏସଏସନିଉଜ) ପାଣ୍ଡରା ସ୍ଥିତ ହାଇଟେକ୍ ମେଡିକାଲରେ ଏକ ବିସ୍ଫୋରଣ ଘଟିଥିବାର ଜଣାପଡିଛି । ହସ୍ପିଟାଲ ପରିସରରେ ନିର୍ମାଣ କାମ ଚାଲିଥିବା ବେଳେ ବିସ୍ଫୋରଣ ଘଟିଛି । ଅକ୍ସିଜେନ୍ ସିଲିଣ୍ଡର ଫାଟି ଏହି ବିସ୍ଫୋରଣ ଘଟିବାରୁ ୪ରୁ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଅନୁଯାୟୀ ଏସିରେ ଗ୍ୟାସ୍ ଫିଲିଂ ସମୟରେ ଏହି ବିସ୍ଫୋରଣ ଘଟିଥିଲା ।

ଘରେ ଛାଡିବାକୁ କହି ମହିଳାଙ୍କୁ ଗଣଦୁଷ୍କର୍ମ!

ପାରାଦୀପ,୨୮ା୧୨(ଏସଏସନିଉଜ) ଲକ୍ ଥାନା ଅଞ୍ଚଳରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି ।ଜଣେ ସଂପର୍କୀୟ ଓ ତାଙ୍କ ୨ ବନ୍ଧୁ ମିଶି ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବାର ଅଭିଯୋଗ ଥାନାରେ ହୋଇଛି ।ପାରିବାରିକ ବିବାଦରୁ ଗତକାଲି ମହିଳା ଘର ଛାଡ଼ି ପଳାଇଥିଲେ ।ଖୋଜାଖୋଜି କରି ସଂପର୍କୀୟ ଓ ତାଙ୍କ ୨ ବନ୍ଧୁ ମହିଳାଙ୍କୁ ଠାବ କରିଥିଲେ ।ଠାବ କରି ଘରେ ଛାଡ଼ିଦେବାକୁ କହି ଗଣଦୁଷ୍କର୍ମ କରିଥିବାନେଇ ମହିଳାଜଣଙ୍କ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ।ଅଭିଯୁକ୍ତ ୩ ଜଣଙ୍କୁ ଅଟକ ରଖି ଲକ୍ […]

ବଲାଙ୍ଗିର ମେଡ଼ିକାଲ କଲେଜରେ ଉତ୍ତେଜନା

ବଲାଙ୍ଗିର୨୮ା୧୨(ଏସଏସନିଉଜ)ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଛି ।ହାଉସ୍ ସର୍ଜନ ଛାତ୍ରଙ୍କୁ ଜଣେ ଦୁର୍ବୃତ୍ତର ଆକ୍ରମଣ ପରେ ଏହି ଉତ୍ତେଜନା ଦେଖାଦେଇଛି ।କଲେଜ ନିକଟରେ କେହି ଜଣେ ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।ଏହାକୁ ନେଇ ମେଡ଼ିକାଲ କଲେଜ ଛାତ୍ରମାନେ ହସ୍ପିଟାଲ ଫାଟକରେ ତାଲା ପକାଇ ଆବ୍ଦୋଳନ କରିଛନ୍ତି ।ଆକ୍ରମଣର ଶିକାର ହୋଇଥିବାଛାତ୍ର ଗୁରୁତରଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଥିବାର ଜଣାପଡିଛି ।

ବିଧାୟକ ଉଦଘାଟନ କଲେ

ନୀଳଗିରି,୨୮ା୧୨(ଏସଏସନିଉଜ) ବିଧାୟକଙ୍କ ସାମ୍ନାରେ ଶିଳାନ୍ୟାସଫଳକକୁ ଭାଙ୍ଗିଦେଲେ ସରପଞ୍ଚାଶିଳାନ୍ୟାସଫଳକରେ ନାଁ ନଥିବାରୁ ପ୍ରତିବାଦରେ ଭାଙ୍ଗିଦେଇଥିଲୋନୀଳଗିରି ଗରଡିହି ପଞ୍ଚାୟତ କଳାକାଦଗାଁରେ ଏହିଭଳି ପଲିଟିକାଲ ହାଇଡ୍ରାମା ଦେଖିବାକୁ ମିଳିଥିଲା ।କଳାକାଦରୁ ଆମ୍ବଝର ସଂଯୋଗ କରୁଥିବା ରାସ୍ତାର ଏହାହେଉଛି ଶିଳାନ୍ୟାସ ଫଳକ ।ପୁର୍ବନିର୍ଦ୍ଧାରିତ ସମୟାନୁସାରେ ଶିଳାନ୍ୟାସ ପାଇଁ ପହଞ୍ଚିଥିଲେ ବିଧାୟକ ସୁକାନ୍ତ ନାୟକ ।ଫଳକ ଉପରେ ବସିଥିଲେ ସ୍ଥାନୀୟ ସରପଞ୍ଚାତାଙ୍କୁ କାହିଁକି ଡକାଯାଇନି ବୋଲି କହି ବିଧାୟକଙ୍କୁ ପ୍ରଶ୍ନ କରିଥିଲେ ।ସରପଞ୍ଚ ସେମିତି ଫଳକ ଉପରେ ବସିଥିବା ବେଳେ ଶିଳାନ୍ୟାସ କରିଥିଲେ ବିଧାୟକାବିଧାୟକ […]

ଜଳିଗଲା ବସ୍‌-ଚାଲିଗଲା୧୩ ଜୀବନ

ଭୁବନେଶ୍ୱର,୨୮ା୧୨(ଏସଏସନିଉଜ)ଗତକାଲି ବିଳମ୍ବିତ ରାତିରେ ମଧ୍ୟପ୍ରଦେଶର ଗୁନାରେ ଏକ ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗି ସମ୍ପୂର୍ଣ୍ଣ ଭାବେ ଜଳିଯିବାରୁ ଘଟଣାସ୍ଥଳରେ ୧୩ ଜଣଙ୍କ ମୃତ୍୍ୟୁ ଘଟବାସହ ୧୭ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ଚିକିସ୍‌ା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏକ ଡମ୍ଫର ସହ ବସ୍‌ଟି ମୁହାଁମୁହିଁ ଧକ୍କା ହେବାପରେ ବସ୍‌ଟିରେ ନିଆଁ ଲାଗିଯାଇଥିଲା । ବସ୍‌ଟିରେ ପ୍ରାୟ ୩୦ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ସୌଭାଗ୍ୟ ବସତଃ ୪ଜଣ ମୁକୁଳିଯାଇଛନ୍ତି । […]

ରଘୁକୁ ପୋଲିସର ଗୁଳି

ଭୁବନେଶ୍ୱର,୨୮ା୧୨(ଏସଏସନିଉଜ) ବାଲିଯାତ୍ରାପଡ଼ିଆ ନିକଟରେ ପୋଲିସ-ଅପରାଧୀ ମୁହାଁମୁହିଁ ହୋଇଛନ୍ତି ।ପୋଲିସ ପିଛା କରିବା ବେଳେ ରଘୁ ପୋଲିସ ଉପରକୁ ଗୁଳିମାଡ଼ କରିଥିଲା ।ପୋଲିସର ପାଲଟା ଗୁଳିମାଡ଼ରେ ରଘୁ ଆହତ ହୋଇଥିବାବେଳେ ତାର ଜଣେ ସହଯୋଗୀ କୈାଶଳକ୍ରମେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ।ରଘୁ ନିକଟରୁ ବନ୍ଧୁକ ଜବତ କରିଛି ମଞ୍ଚେଶ୍ବରଥାନା ପୋଲିସ ।ରଘୁ ନାଁରେ ୧୫ଟି ଥାନାରେ ଡକାୟତି ସହ ରାହାଜାନି ମାମଲା ରହିଥିବାର ପୋଲିସ ତଦନ୍ତବେଳେ ଜାଣିବାକୁ ପାଇଛି ।

ଗୋରୁବୋଝେଇ ଗାଡିକୁ ନେଇ ପିଟାପିଟି

ବାଲେଶ୍ୱର,୨୮ା୧୨(ଏସଏସନିଉଜ)ଗୋରୁ ବୋଝେଇ ଗାଡି ଅଟକାଇବାକୁନେଇ ପିଟାପିଟି ହୋଇଛନ୍ତି ।ଗୋମାଫିଆଙ୍କ ସହ ଯୁବକଙ୍କ ଗଣ୍ଡଗୋଳରେ ୧୦ରୁ ଅଧିକ ଲୋକ ଆହତ ହୋଇଥିବାର ଜଣାପଡିଛି ।ଏନଏଚ-୬୦ ସଦରଥାନା ଫୁଲାଡିନିକଟରେ ଏହି ଗଣ୍ଡଗୋଳ ଘଟିଛି ।ଝାହାଫଳରେ ରାସ୍ତାରେ ଛିଡା ହୋଇଛି ୨ଟି ଗୋରୁ ବୋଝେଇ ଟ୍ରକ୍ ସହ କାର୍ ।କାର୍‌ର ଆଗକାଚ ଭଙ୍ଗା ଯାଇଥିବାର ଦେଖିବାକୁ ମିଳିଛି ।

ଟ୍ରକକୁ ପଛରୁ ପିଟିଲା ପିକ୍‌ନିକ୍ ବସ୍

ଆନନ୍ଦପୁର,୨୮ା୧୨(ଏସଏସନିଉଜ) ଟ୍ରକକୁ ପଛରୁ ସ୍କୁଲ ପିକ୍‌ନିକ୍ ବସ୍ ପିଟିହେବାରୁ ୨୦ଜଣ ଆହତ ହୋଇଛନ୍ତି ।ଡ୍ରାଇଭର ଓ ଶିକ୍ଷକଙ୍କ ସହ ୧୦ ପିଲା ଆହତହୋଇ ଚିକିସ୍‌ା ନିମନ୍ତେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୨ଜଣ ଗୁରୁତର ଥିବା ଜଣାପଡ଼ିଛି ।୨୦ନଂ ଜାତୀୟରାଜପଥର ଘସିପୁରାଥାନା ଅଧିନସ୍ଥ ଭାଲୁକୁମା ନିକଟରେ ଏହି ଦୁର୍ଘଟଣା ଘଟିଛି ।ବସ୍‌ରେ ୫୦ରୁ ଅଧିକ ସ୍କୁଲ ପିଲା ଥିବା ସୂଚନା ରହିଛି ।ସମ୍ବଲପୁରରୁ ପିକ୍‌ନିକ୍ ସାରି ବାଲେଶ୍ୱର ଫେରିବା ବେଳେ ଏହି ଦୁର୍ଘଟଣା […]

ଗୁଡ଼ି ପାଇଁ ଗାଇଡଲାଇନ୍‌

ବାଲେଶ୍ୱର ,୨୭ା୧୨(ଏସଏସନିଉଜ)ବାଲେଶ୍ୱର ସହରରେ ଗୁଡ଼ି ଉଡ଼ାଇବା ଉପରେ ଲାଗିଲା କଟକଣାା୨ଦିନରେ ଗୁଡ଼ିସୂତାରେ ୨ଜଣ ଆହତ ହେବାପରେ କଟକଣା ଜାରି କରାଯାଇଛି ।ରାସ୍ତାଉପରେ ଗୁଡ଼ି ଉଡ଼ାଇବାକୁ ବରଣ କରାଯିବା ସହ କେବଳ ପଡ଼ିଆରେ ଉଡ଼ାଇବାକୁ କୁହାଯାଇଛି । ଏହାସହ ରାସ୍ତାଉପରେ ଗୁଡ଼ି ଉଡ଼ାଇଲେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।ବାଲେଶ୍ୱର ପୌର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ଚାପିଦେଲା ଟ୍ରକ୍ ,ଚାଲିଗଲା ଜୀବନ

ସମ୍ବଲପୁର, ୨୭ା୧୨(ଏସଏସନିଉଜ) ରେଢ଼ାଖୋଲରେ ୨ ବୁଲେଟ ଆରୋହୀଙ୍କୁ ଚାପିଦେଲା ଟ୍ରକ ।ଏନଏଚ-୫୫ରେ ଏହି ଦୁର୍ଘଟଣା ଘଟିଛି ।ଉଦ୍ୟାନବିଭାଗକାର୍ଯ୍ୟାଳୟ ସାମ୍ନାରେ ଏହି ଦୁର୍ଘଟଣା ଘଟିଥିବାବେଳେ ମୃତକ ୨ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ଏହାକୁନେଇ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଛି ।ଉତ୍ତ୍ୟକ୍ତ ଲୋକମାନେ କ୍ଷତିପୁରଣଦାବୀରେ ଏନ୍‌ଏଚ୍ ଅବରୋଧ କରିଛନ୍ତି ।