Browsing category

ଅପରାଧ

ପରକୀୟାପ୍ରୀତିରୁ ହତ୍ୟା

ଦେବଗଡ଼ . ୨୭ା୧୨(ଏସଏସନିଉଜ)ଉମାକାନ୍ତ ବାଗ ହତ୍ୟାକାଣ୍ଡର ପର୍ଦ୍ଦାଫାସକଲା ଲଇମୁରାପୋଲିସ ।ଜଙ୍ଗଲରୁ ମୃତ ଉମାକାନ୍ତଙ୍କ ହାଡ଼ ଏବଂ ପାଉଁଶ ଜବତ କରିଛି ପୋଲିସା ପରକୀୟାପ୍ରୀତିରୁ ଉମାକାନ୍ତଙ୍କୁ ହତ୍ୟା କରିଥିଲେ ସ୍ତ୍ରୀ ଓ ଭିଣୋଇ ବୋଲି ପୋଲିସ ଆଗରେ ସ୍ୱିକାର କରିଛନ୍ତି ।ହତ୍ୟା କରିବାପରେ ଜଙ୍ଗଲରେ ନିଆଁଲଗାଇ ପୋଡ଼ି ଦେଇଥିଲେ ।ଅଭିଯୁକ୍ତ ସ୍ତ୍ରୀ ଓ ଭିଣୋଇଙ୍କୁ ଗିରଫ କରିଛି ଲଇମୁରା ପୋଲିସାଘଟଣାପରେ ଗତମାସ ୨୭ରୁ ନିଖୋଜ ଥିଲେ ଉମାକାନ୍ତ । ଏସଂକ୍ରାନ୍ତରେ ଥାନାରେ ଅଭିଯୋଗ ହେବାପରେ ପୋଲିସ ପକ୍ଷରୁ ଛାନଭିନ […]

ବନ୍ଧାହେଲେ ଅଭିନେତା

ଭୁବନେଶ୍ବର,୨୬ା୧୨(ଏସଏସନିଉଜ) ବ୍ଲକିଂବେଳେ ପୁଲିସକୁ ଆକ୍ରମଣକରିବା ଘଟଣାରେ ଭରତପୁରଥାନା ପୋଲିସ ଅଭିନେତା ବିରଞ୍ଚିନାରାୟଣନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ବିଳମ୍ଭିତରାତିରେ ବିରଞ୍ଚି କାର ଯୋଗେ ଫେରୁଥିବାବେଳେ ଷ୍ଟୁଡିଓ ଛକ ନିକଟରେ ପୋଲିସ ଅଟକାଇଥିଲା ।କାରକୁ ଯାଂଚ କରିବାକୁ କହିବାରୁ ସେ ପୋଲିସକୁ ଅସହଯୋଗ କରିବା ସହ କାରରୁ ଓହ୍ଲାଇନଥିଲେ ।କିଚିସମୟପରେ କାରରୁ ଓହ୍ଲାଇ ପୁଲିସକୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ।ଏହିଘଟଣାରେ ପୋଲିସ ତାଙ୍କୁ ଥାନାକୁ ନେଇ ପଚରାଉଚରା କରିବାସହ ଏକ ମାମଲା ରୁଜୁକରି ତାଙ୍କୁ କୋର୍ଟଚାଲାଣ କରିଛି। […]

ନାକ କାମୁଡ଼ି ଛିଣ୍ଡାଇଲା ନିଶାସକ୍ତ ପୁଅ

ଯାଜପୁର,୨୬ା୧୨(ଏସଏସନିଉଜ)ମଦ୍ୟପ ପୁଅ ରାଗିଯାଇ ବାପାର ନାକ କାମୁଡ଼ି ଛିଡ଼ାଇ ଦେବାସହ ଦୁଇଜଣ ପଡ଼ୋଶୀଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି ।ଏହିଭଳିଘଟଣା ଯାଜପୁରରୋଡ ଥାନା ଅନ୍ତର୍ଗତ ରାଉତରାପୁର ଗ୍ରାମରେ ଘଟିଛି । ବିଭୂତି ପ୍ରଚୁର ମଦ୍ୟପାନକରି ଘରକୁ ଫେରି ପଡ଼ୋଶୀଙ୍କୁ ଗାଳିଗୁଲଜ କରିଥିଲା।ଏହିଘଟଣାକୁ ବାପାଶତ୍ରୁଘ୍ନ ବିରୋଧ କରିବାରୁ ଉତ୍‌କ୍ଷିପ୍ତ ହୋଇ ପୁଅ ବିଭୂତି ବାପାଙ୍କୁ ମାଡ଼ ମାରି ନାକକୁ କାମୁଡ଼ି ଦେଇଥିଲା। ଏହାସହ ୨ଜଣ ପଡୋଶୀଙ୍କୁଆକ୍ରମଣ କରି ରକ୍ତାକ୍ତ କରିଥିଲା। ପୋଲିସ ଏକ ମକଦ୍ଦମାରୁଜୁ କରି ବିଭୂତିକୁ ଗିରଫକରି କୋର୍ଟଚାଳଣ […]

କବାଟ ଭାଙ୍ଗି ଲୁଟି ନେଲେ

ରାୟଗଡ଼ା,୨୪।୧୨(ଏସଏସନିଉଜ) ଘରର କବାଟ ଭାଙ୍ଗି ଲୁଟି ନେଲେ ଟଙ୍କା ସହ ସୁନା। ଟାଉନ ଥାନା ସାଇପ୍ରିୟାନଗର ରେ ଜଣଙ୍କ ଘରୁ ଚୋରି ହୋଇଥିବାର ଅଭିଯୋଗ ହୋଇଛି। ୭୫ ହଜାର ଟଙ୍କା ସହ ସୁନା , ରୁପା ଅଳଙ୍କାର ଚୋରି ଅଭିଯୋଗ ହୋଇଛି।

ବିଲଭିତରରେ ପଶିଲା ଏସିଡଟ୍ୟାଙ୍କର

ବାଲେଶ୍ୱର,୨୪।୧୨(ଏସଏସ ନିଉଜ)ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଭଗତପୁର ନିକଟରେ ବିଲ ଭିତରରେ ଓଲଟିପଡ଼ିଲା ଏସିଡ ଟ୍ୟାଙ୍କର। ଏସିଡ ଟ୍ୟାଙ୍କରଟି ଭଗତପୁର ଗାଁରେ ଥିବା ଏକ ଚିଙ୍ଗୁଡ଼ି ପ୍ଲାଣ୍ଟକୁ ଯାଉଥିଲା। ଚାଳକଙ୍କ କହିବା ଅନୁସାରେ ଏହି ଟ୍ୟାଙ୍କରରେ ହାଇଡ୍ରୋକ୍ଲୋରାଇଡ ଏସିଡ ଯାଉଥିଲା। ପରେ ସେଥିରୁ ଗ୍ୟାସ ଲିକ କରୁଥିବା ବେଳେ ପାଖ ଅଞ୍ଚଳରେ ଧୂଆଁମୟ ହୋଇଯାଇଥିଲା। ଯାହାଫଳରେ ସ୍ଥାନୀୟଲୋକେ ଭୟଭୀତ ହୋଇଯାଇଛନ୍ତି।

ଟ୍ରକ୍‌କୁ ପିଟିଲା ଟ୍ରକ୍‌

ଆନନ୍ଦପୁର,୨୪।୧୨(ଏସଏସ ନିଉଜ) ଟ୍ରକ୍‌କୁ ପିଟିଲା ଆଉ ଏକ ଟ୍ରକ୍‌।ଯାହାଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି।ଏନ୍‌ଏଚ୍‌ ୨୦ ଘସିପୁରା ଥାନା ବେଲବାହାଳି ନିକଟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାପରେ ଟ୍ରକ୍‌ରେ ଚାପିହୋଇ ରହିଗଲେ ଡ୍ରାଇଭର।ଦୀର୍ଘସମୟ ପରେ ଗୁରୁତର ଅବସ୍ଥାରେ ଟ୍ରକ୍‌ ଡ୍ରାଇଭର ଉଦ୍ଧାର।ଘଟଣାସ୍ଥଳରୁ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଫେରାର ସୂଚନା

ଦିନରେ ଭିକ,ରାତିରେ ଚୋରୀ

ଭଦ୍ରକ ,୨୩ା୧୨(ଏସଏସନିଉଜ)ଚୋରୀକରିବାର ନୁଆତରିକାକୁ ଆପଣେଇଥିଲେ ।ଦିନରେ ଭିକ ମାଗି ଘର ଚିହ୍ନଟ କରିବା ସହ ଚିହ୍ନଟ କରିଥିବା ଘରକୁ ରାତିରେ ଟାର୍ଗେଟ କରି ଚୋରୀ କରୁଥିଲେ ।କେବଳ ଏତିକିନୁହେଁ ଆବଶ୍ୟକତାକୁଦେଖି ଏମାନେ ଗୃହକର୍ତାକୁ ମଧ୍ୟ ଆକ୍ରମଣ କରିବାକୁ ମଧ୍ୟ ପଛାଉନଥିଲେ ।ଏହିଭଳିଘଟଣା ସାବରଙ୍ଗଥାନା ଅଧିନସ୍ଥ ଚଣ୍ଡିଗାଁରେ ଘଟିଥିବାର ଅଭିଯୋଗ ମଧ୍ୟ ଥାନାକୁ ଆସିଥିଲା ।ଶେଷରେ ପୋଲିସ ହାତରେ ୫ଜଣ ଚୋର ସହ ଚୋରୀ ସୁନାଅଳଙ୍କାରକୁ ବିକୁଥିବା ଜଣେ ଦୋକାନୀଙ୍କୁ ଧରିବା ସହ ସେମାନଙ୍କୁ କୋର୍ଟଚାଳଣ କରିଛି ପୋଲିସ […]

ଏୟାରପୋର୍ଟରେ ବିରଳସାପ

ଭୁବନେଶ୍ୱର,୨୩ା୧୨(ଏସଏସନିଉଜ) ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଏୟାରପୋର୍ଟରୁ ବିରଳ ପ୍ରଜାତିର ସାପ ଉଦ୍ଧାର ହୋଇଛି ।ବ୍ୟାଙ୍କ୍‌କରୁ ମୁମ୍ବାଇ ଆସିଥିବା ଜଣେ ଯାତ୍ରୀଙ୍କ ବ୍ୟାଗ୍‌ରୁ ଏହି ସାପକୁ ଉଦ୍ଧାର କରାଯାଇଛି ।ଯାତ୍ରୀ ଜଣଙ୍କ ବେଆଇନ୍ ଭାବରେ ବିସ୍କୁଟ୍ ଓ କେକ୍ ପେଟିରେ ସାପଗୁଡ଼ିକୁ ଆଣିଥିବାର ଯାଂଚବେଳେ ଜଣାପଡିଥିଲା ।

କ୍ରେଡିଟ୍ କାର୍ଡରେ ୮କୋଟି ଗୋଲ୍‌

ଭୁବନେଶ୍ୱର,୨୩ା୧୨(ଏସଏସନିଉଜ) କ୍ରେଡିଟ୍ କାର୍ଡ ମାଧ୍ୟମରେ ୮ କୋଟି ଟଙ୍କା ଠକେଇ ଅଭିଯୋଗରେ ୫ଜଣ ଗିରଫ ହୋଇଛନ୍ତି ।ଏହାସହ ୪୫୦ଟି କ୍ରେଡିଟ୍ ଓ ଡେବିଟ୍ କାର୍ଡ ସହ ୪ଟି କିଓସ୍କ ମେସିନ୍ ଜବତ ହୋଇଛି ।ନଗଦ ୭ ଲକ୍ଷ ଟଙ୍କା ସହ ଏକାଧିକ ବ୍ୟାଙ୍କ ପାସବୁକ୍ ମଧ୍ୟ ଜବତ ହୋଇଛି ।ନକଲି ଡକ୍ୟୁମେଣ୍ଟ ଦେଇ ଅନ୍ୟ ନାଁରେ କ୍ରେଡିଟ୍ କାର୍ଡ କରୁଥିଲେ ଠକ ।ଏସବୁ କ୍ରେଡିଟ୍ କାର୍ଡକୁ ବିଭିନ୍ନ ହସ୍ପିଟାଲରେ ବ୍ୟବହାର କରୁଥିଲେ ।ହସ୍ପିଟାଲ ବିଲିଂଏଜେଣ୍ଟ ସହ ମିଶି […]

ଧରାପଡ଼ିଲେ ଏଟିଏମ୍‌ ଲୁଟେରାଗ୍ୟାଙ୍ଗ

ବଲାଙ୍ଗିର,୨୧।୧୨(ଏସଏସନିଉଜ)ଆନ୍ତଃରାଜ୍ୟ ଏଟିଏମ୍‌ ଲୁଟେରା ଗ୍ୟାଙ୍ଗକୁ ଧରିଲା ପୋଲିସ।୬ ଜଣିଆ ରାଜସ୍ଥାନୀ ଗ୍ୟାଙ୍ଗ ଗିରଫ ହେବାସହ ସେମାନଙ୍କଠାରୁ ୬ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି।ଏମାନେ ଓଡ଼ିଶା, ତେଲେଙ୍ଗାନା, ଛତିଶଗଡ଼, ମଧ୍ୟପ୍ରଦେଶରେ ସକ୍ରିୟ ଥିଲେ।ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟ୍‌ କରୁଥିଲା ଗ୍ୟାଙ୍ଗ।