Browsing category

ଅପରାଧ

ଫୁଲବାଣୀରେ ମାତିଛି ପାଗଳକୁକୁର

ଫୁଲବାଣୀ,୨୧।୧୨(ଏସଏସ ନିଉଜ)ଫୁଲବାଣୀରେ ପାଗଳ କୁକୁର କାମୁଡ଼ାରେ ୨୦ରୁ ଅଧିକ ଆହତ ହୋଇଛନ୍ତି।ସହରର ବିଭିନ୍ନ ସାହିରେ ଗୋଡ଼ାଇ କାମୁଡ଼ିଛି ପାଗଳ କୁକୁର।କୁକୁର କାମୁଡ଼ାରେ ଆହତ ହୋଇ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।ପାଗଳ କୁକୁରକୁ ନେଇ ଏବେ ସେହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ଭିଜିଲାନ୍ସ ପଞ୍ଝାରେ ମୁଖ୍ୟ ଯୋଗାଣଅଧିକାରୀ

ଭୁବନେଶ୍ୱର,୨୧।୧୨(ଏସଏସ ନିଉଜ)ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସଚଢ଼ାଉ କରିଛି । ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ସରକାରୀ ବାସଭବନ, ଘର ସମେତ ୮ଟି ସ୍ଥାନରେ ଚଢ଼ାଉ ଚାଲିଛି । ଭୁବନେଶ୍ୱର ଓ ଗଂଜାମରେ ଏକକାଳୀନ ଚଢ଼ାଉ ଜାରି ରହିଛି । ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଚଢ଼ାଉ କରୁଛି ଭିଜିଲାନ୍ସ । ଭୁବନେଶ୍ୱରର ପାଣ୍ଡରା, ଚନ୍ଦ୍ରଶେଖରପୁର, ଲକ୍ଷ୍ମୀସାଗରରେ ଥିବା ଘର ଓ ବ୍ରହ୍ମପୁରର ପୈତୃକ […]

ବ୍ରାଉନସୁଗର ବିକ୍ରିବେଳେ ମାଡିବସିଲା STF

ଭୁବନେଶ୍ୱର,୧୯।୧୨(ଏସଏସ ନିଉଜ)କେନ୍ଦୁଝରରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି।ଗୋଡ଼ିଆଘାଟିରୁ ୧ କିଲୋ ୮୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି।NH-49 କଡ଼ରେ ବିକ୍ରିବେଳେ ମାଡି଼ ବସିଲା କ୍ରାଇମବ୍ରାଞ୍ଚର STF ।ଘଟଣାରେ ଗିରଫ ଅଭିଯୁକ୍ତ ହେଉଛନ୍ତି ରାଜେନ୍ଦ୍ର ମାଝୀ।୨୦୨୦ରୁ ଏବେ ଯାଏ ୭୪କିଲୋ ବ୍ରାଉନସୁଗର ଜବତ କରିଛି STF।

ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୧୯।୧୨(ଏସଏସ ନିଉଜ)ଚୌଦ୍ବାରରେ ବସ୍‌ କଣ୍ଡକ୍ଟର ମୃତ୍ୟୁ ମାମଲାରେନିଶ୍ଚଳପ୍ରଧାନଙ୍କ ମୃତ୍ୟୁ ନେଇ ବଡ଼ ଖୁଲାସା ହୋଇଛି।ନିଶ୍ଚଳଙ୍କ ମୃତ୍ୟୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ଥିଲା।ନିଶ୍ଚଳଙ୍କୁ ଜିଅନ୍ତା ଜାଳି ଦେଇଥିଲେ ଅଭିଯୁକ୍ତ।ପରକ୍ରିୟା ପ୍ରୀତିକୁ ନେଇ ହୋଇଥିଲା ହତ୍ୟା।ହତ୍ୟା ଅଭିଯୋଗରେ ପତ୍ନୀ ଓ ପୁରୁଷ ବନ୍ଧୁ ଗିରଫ।ପ୍ରେମିକ ସହ ମିଶି ପତ୍ନୀ ରଚିଥିଲେ ହତ୍ୟା ଷଡଯନ୍ତ୍ର।୧ ତାରିଖରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିଲା ମୃତଦେହ।

ଜେଲରୁ ବାହାରିଲେ ଅର୍ଚ୍ଚନା

  ଭୁବ‌ନେଶ୍ବର,୧୨।୧୨(ଏସଏସନିଉଜ)ଝାରପଡ଼ା ଜେଲରୁ ୧୪ ମାସ ପରେ ବାହାରିଲେ ଅର୍ଚ୍ଚନା ନାଗ।ବହାରିବାପରେ ତାଙ୍କୁ ନେବା ଲାଗି ସ୍ବାମୀ ଜଗବନ୍ଧୁ ଚାନ୍ଦ ଝାରପଡ଼ା ଜେଲକୁ ଆସିଥିଲେ।କୋର୍ଟଙ୍କ ସମସ୍ତ ନିୟମକୁ ପାଳନ କରିବାସହ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ଜେଲ୍‌ରୁ ବାହାରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ କହିଛନ୍ତି

ଅଧା ରହିଗଲା ଜଗାଦର୍ଶନ

ଭୁବନେଶ୍ୱର,୧୨।୧୨(ଏସଏସନିଉଜ)ଜଗାଦର୍ଶନ ପାଇଁ ପଶ୍ଚିମବଙ୍ଗରୁ ଓଡି-୦୫ ଜେଡ ୭୨୦୭ ନମ୍ବର କାରରେ ୪ଜଣ ଆସୁଥିଲେ।କିଏ ଜାଣିଥିଲା କରରେ ବାଟରେ ଅଘଟଣ ଘଟିବ।ଭୋର ସମୟରେ ଭଦ୍ରକ ଜିଲ୍ଲା ରାଣୀତାଲ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା।କାରଟି ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା।ଅନ୍ୟ ୩ଜଣ ଗୁରୁତରଙ୍କୁ ସ୍ଥାନୀୟ ଲୋକେ ମାନେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବାକୁ ନେବା ସମୟରେ ଆଉ ଜଣଙ୍କର ଜୀବନ ଚାଲିଯାଇଥିଲା।ସଂକଟାପନ୍ନ ଅବସ୍ଥାରେ […]

ବିସ୍ଫୋରଣରେ ୨ଯବାନ ଗୁରୁତର

  ଭୁବନେଶ୍ବର,୧୧।୧୦(ଏସଏସନିଉଜ)ଆଇଡି଼ ବିସ୍ଫୋରଣରେ ୨ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି।ଛତିଶଗଡ଼ ସୁକ୍‌ମାରେ ଆଇଡି ବିସ୍ଫୋରଣ ଘଟିଛି।ଫଳରେ ୨ଜଣ ଯବାନ ଗୁରୁତର ହୋଇଛନ୍ତି। ସିଆର୍‌ପିଏଫ୍‌ ଓ କୋବ୍ରା ବାଟାଲିଅନକୁ ମାଓବାଦୀମାନେ ଟାର୍ଗେଟ୍‌ କରିଥିଲେ। ସାଲାଟଙ୍ଗ ନିକଟରେ ବିସ୍ଫୋରଣ ଘଟାଇଥିଲେ ମାଓବାଦୀ ।ଗୁରୁତର ୨ ଜଣ ଯବାନଙ୍କୁ ରାୟପୁର ଏୟାରଲିଫ୍ଟ କରିବାକୁ ଉଦ୍ୟମ ହୋଇଛି।

ATMରୁ ଲୁଟ୍

ଭୁବନେଶ୍ବର,୧୧।୧୦(ଏସଏସନିଉଜ)ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ନିକଟ SBI ଏଟିଏମ୍‌ରୁ ଲୁଟ୍‌ ହୋଇଛି। ଲିଙ୍ଗରାଜ ମନ୍ଦିର ନିକଟ ହାଟସାହିରେ ଥିବା ଏଟିଏମ୍‌ରୁ ଲୁଟ୍‌ କରାଯାଇଥିବା ବେଳେ ଗ୍ୟାସ୍‌ କଟରରେ କାଟି ପ୍ରାୟ ୧୫ ଲକ୍ଷ ଟଙ୍କା ଲୁଟି ଥିବା ସୂଚନା ମିଳିଛି। ଖବର ପାଇ ଘଟଣାସ୍ଥଳରେ ଲିଙ୍ଗରାଜଥାନା ପୋଲିସ ପହଁଚି ଛାନ୍‌ଭିନ୍‌ ଆରମ୍ଭ କରିଛି।

୨ଜୀବନ ନେଲେ ମହୁମାଛି

କାମାକ୍ଷାନଗର,୧୧।୧୦(ଏସଏସନିଉଜ) ମହୁମାଛି ଆକ୍ରମଣରେ ୨ଜଣଙ୍କର ଜୀବନ ଯାଇଛି। କାଦୁଆ ଗାଁର ୨ ଜଣ ବିଲରୁ ଫେରିଲା ବାଟରେ ମହୁମାଛି ଆକ୍ରମଣ କରିଥିଲା। ମହୁମଛିଙ୍କ ଆକ୍ରମଣ ଏତେ କଷ୍ଟଦାୟକ ଥିଲା ଯେ ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ଘଟିଥିଲା।

ନିଜକୁ ଜାଳିଦେଲେ ଛାତ୍ରୀ

ଆସିକା,୧୧।୧୧(ଏସଏସନିଉଜ) ନିଜକୁ ଜାଳିଦେଲେ ନାବାଳିକା କଲେଜ ପଢ଼ୁଆ ଛାତ୍ରୀ। ଭେଟନଇ ଗାଁରେ ପେଟ୍ରୋଲ ଢାଳିହୋଇ ନିଆଁ ଲଗାଇ ଦେଲେ। ଘଟଣାସ୍ଥଳରେ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ କାହିଁକି ଏପରି କଲେ ତାହା ଅସ୍ପଷ୍ଟ ରହିଛି।ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଂଚି ଛାନଭିନ୍‌ ଆରମ୍ଭ କରିଛି।