Browsing category

ଅପରାଧ

ଅସ୍ତ୍ରବିରତି ପ୍ରସ୍ତାବ ଖାରଜ

ଭୁବନେଶ୍ୱର,୮।୧୨(ଏସଏସନିଉଜ)ଗାଜାରେ ତୁରନ୍ତ ଅସ୍ତ୍ରବିରତି ପାଇଁ ହୋଇଥିବା ପ୍ରସ୍ତାବ ଖାରଜ ହୋଇଛି।ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରସ୍ତାବ ଖାରଜ ହୋଇଛି। ଆମେରିକାର ଭିଟୋ ପ୍ରୟୋଗ ଯୋଗୁଁ ପ୍ରସ୍ତାବ ଖାରଜ।ଇସ୍ରାଏଲ-ହମାସ ମଧ୍ୟରେ ଅସ୍ତ୍ରବିରତି ପାଇଁ UAE ପ୍ରସ୍ତାବ ଦେଇଥିଲା।୧୩ ଦେଶର ସଦସ୍ୟ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିଲେ।ଏକମାତ୍ର ଦେଶ ବ୍ରିଟେନ ଏହି ଭୋଟ ଦାନରୁ ବିରତି ରହିଥିଲା। ଇସ୍ରାଏଲକୁ ସମର୍ଥନ କରି ଆମେରିକା ଭିଟୋ ପ୍ରୟୋଗ କରିଥିଲା।ଯୁଦ୍ଧ ପାଇଁ ହମାସକୁ ଦାୟୀ କରି ଆମେରିକାର ଭିଟୋ ପ୍ରୟୋଗ।

ଯବାନଙ୍କୁ ପିଟିପିଟି ହତ୍ୟା, ୫ ଗିରଫ

ଖଲ୍ଲିକୋଟ,୮।୧୨(ଏସଏସନିଉଜ)ଯବାନଙ୍କୁ ପିଟିପିଟି ହତ୍ୟା ଘଟଣାରେ ୫ଜଣଙ୍କୁ ଗିରଫ କରିଛି ପୋଲିସ।ଆଳିପଲ୍ଲୀଗାଁର ୫ ଜଣଙ୍କୁ ଗିରଫକଲା ଚମାଖଣ୍ଡି ଥାନା ପୋଲିସ।ପୂର୍ବ ଶତ୍ରୁତାରୁ ଯବାନ ଦିଲ୍ଲେଶ୍ବର ପାତ୍ରଙ୍କୁ ହତ୍ୟା କରାଯାଇଥିଲା।ଗଣେଶ ପୂଜା ଭସାଣି ଓ କ୍ରିକେଟ ଖେଳକୁ ନେଇ ଶତ୍ରୁତା ହୋଇଥିଲା। ୩ ତାରିଖରେ ଦିଲ୍ଲେଶ୍ବରଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଥିଲା। ୬ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।

ଶୋଇବାଘରେ ମହିଳାଙ୍କୁ ବିଭସ୍ ହତ୍ୟା ଘଟଣାରେ ୩ଅଟକ

ବାରଙ୍ଗ,୭।୧୨(ଏସଏସନିଉଜ)ବାରଙ୍ଗଥାନା ଅଧିନସ୍ଥ ମଧୁପୁର ଗ୍ରାମରେ ମଙ୍ଗଳବାର ବିଳମ୍ଭିତ ରାତିରେ ସୁଚିତ୍ରା ସାହୁ ନାମକ ମହିଳାଙ୍କୁ ଶୋଇବା ଘରେ ବିଭସ୍‌ଭାବେ ହତ୍ୟା କରାଯାଇଥିବା ଘଟଣାରେ ପୋଲିସ ବୁଧବାର ୩ଜଣଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି। ପ୍ରକାସଯେ, ମଧୁପୁର ଗ୍ରାମର ଚତୁର୍ଭୁଜସାହୁଙ୍କ ପୁଅ ସରୋଜ ମଙ୍ଗଳବାର ରାତିରେ ନଥିବାରୁ ଘରେ ବୋହୁପାଖରେ ଶାଶୁ ସୁଚିତ୍ରା ଶୋଇଥିଲେ।ଅଧାରାତିରେ ଶାଶୁଙ୍କ ପାଖରୁ ଉଠି ବୋହୁ ଅନ୍ୟ ଘରକୁ ପଳାଇଆସିଥିଲେ। ଶଶୁର ଦାଣ୍ଡପଟ ଘରେ ଶୋଇଥିଲେ।ସକାଳେ ଶାଶୁଙ୍କର ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶୋଇବାଘରୁ […]

ବିଷପିଇ ଆତ୍ମହତ୍ୟା କଲେ ଯୁବତୀ

ବାରଙ୍ଗ ୨।୧୨ (ଏସଏସନିଉଜ )ଚନ୍ଦକା ଥାନା ଅଧୀନସ୍ତ କଣ୍ଟାବାଡ଼ ଝୁମୁକା ଆଦିବାସୀ ସାହିରେ ଜଣେ ଯୁବତୀ ବିଶପାନ କରି ଆତ୍ମହତ୍ୟା କରିଛି। ପୋଲିସ ସୂଚନା ମୁତାବକ ଶୁକ୍ରବାର ସାନ୍ଧ୍ୟରେ ଝୁମୁକାରେ ଫୂଟବଲ ଖେଳ ହେଉଥିଲା କ୍ଷ ଖେଳ ଦେଖିବା ପାଇଁ ଗାଁ ଲୋକଙ୍କ ସହ ସେଠିକାର ମହିଳା. ପୁରୁଷ ଓ ପିଲାମାନେ ଯାଇଥିଲେ।ପ୍ରତିମାବେରୁଆ (୧୬ )ନାମକ ଯୁବତୀ ଖେଳ ଦେଖୁଥିଲେ ।ରାତିହେବାରୁ ବାପା ଜଟ ବେରୁଆ ଝିଅକୁ ଘରକୁ ଯିବାପାଇଁ କହିବାରୁ ଝିଅ ରାଜି ହୋଇନଥିଲେ।ଏହାକୁନେଇ ବାପାଝିଅ […]

ଅଧା ରହିଗଲା ତାରିଣୀଦର୍ଶନ

  ଘଟଗାଁ,୧।୧୨(ଏସଏସନିଉଜ) ତାରିଣୀଦର୍ଶନ ପାଇଁ ଯାଉଥିବାବେଳେ ଚାଲିଗଲା ୮ଜଣଙ୍କ ଜୀବନ।ଅଧା ରହିଗଲା ମାଙ୍କ ମଙ୍ଗଳଆଳତି ଦର୍ଶନ।ଆଜି ସକାଳେ ଘଟଗାଁ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।୮ଜଣ ପ୍ରାଣହରାଇଥିବାବେଳେ ୮ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାବେଳେ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ପଠାଯାଇଛି। ଏଣେ ଅନ୍ୟ ୫ ଗୁରୁତରଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାପରେ ଡ୍ରାଇଭର୍ ଫେରାର ହୋଇଯାଇଛି। ପ୍ରକାଶଯେ, ଗଞ୍ଜାମଜିଲ୍ଲା ସାନଖେମୁଣ୍ଡି ଅନ୍ତର୍ଗତ ପୁଡାମାରି ଗାଁରୁ ଏକ […]

ଛାତଡେଇଁ ଚମ୍ପଟ୍‌ ମାରିଲେ ଜେଇ

ଭୁବନେଶ୍ୱର,୩୦।୧୧(ଏସଏସନିଉଜ)ଭିଜିଲାନ୍ସ ଜାଲରେ ଭୁବନେଶ୍ୱର RWS&Sର କନିଷ୍ଠ ଯନ୍ତ୍ରୀ କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀ।ସୁନୀଲଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଥିବାବେଳେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ ରେଡ୍‌ ଚାଲିଛି। ଭୁବନେଶ୍ୱର ଓ ଗଞ୍ଜାମର ୫ଟି ସ୍ଥାନରେ ଚାଲିଛି ରେଡ୍‌।ଭିଜିଲାନ୍ସ ରେଡ୍‌ ବେଳେ ଘର ଛାତ ଡେଇଁ ଚମ୍ପଟ୍‌ ମାରିଲେ ଜେଇ। ଭୁବନେଶ୍ୱର ଜାଗମରା ସ୍ଥିତ ଘରେ ଭିଜିଲାନ୍ସ ପହଞ୍ଚିବା କ୍ଷଣି ଖସିଗଲେ। ଜେଇ ସୁନୀଲ ପାଢ଼ୀ ଘର ଛାତକୁ ଯାଇ ପଡ଼ିଶା ଛାତକୁ […]

ଭିଜିଲାନ୍ସ ହାତରେ ଲାଞ୍ଚୁଆ GRS

କଳାହାଣ୍ଡି,୨୩।୧୧(ଏସଏସନିଉଜ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜିଆରଏସ୍‌। ଜୟପାଟଣା ବ୍ଲକ ବଡ଼କର୍ଲାକୋଟ GRSଙ୍କୁ ଧରିଲା ଭିଜିଲାନ୍ସ। ୧୫ହଜାର ଲାଞ୍ଚ ନେବାବେଳେ GRS ମାର୍ଗେରେଟ୍ ପାଣିଗ୍ରାହୀ ଧରାପଡ଼ିଲେ। ଜବ୍‌ କାର୍ଡଧାରୀଙ୍କଠାରୁ ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ।

ବୋହିନେଲେ ଟମାଟୋ

କୁଚିଣ୍ଡା,୨୩।୧୧(ଏସଏସନିଉଜ) ଦୁର୍ଘଟଣାଗ୍ରସ୍ତ ଟ୍ରକରୁ ଟମାଟୋ ବୋହିନେଲେ ଲୋକେ।ଜମନକିରା ବ୍ଲକ NH ୫୩ ଆମ୍ବଲାଙ୍ଗ ପିଠାମାରେନ୍‌ ନିକଟରେ ଘଟିଥିବା ଦୁର୍ଘଟଣା ପରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି।ଭାରସାମ୍ୟ ହରାଇ ଟ୍ରକ ଓଲଟିବାରୁ ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଛନ୍ତି।ଦୁର୍ଘଟଣା ପରେ ଡ୍ରାଇଭର ଓ ହେଲପରକୁ ଲୋକମାନେ ଉଦ୍ଧାର ନକରି ଟମାଟୋ ବୁହାରେ ଲାଗିପଡିଥିବାର ଦେଖିବାକୁ ମିଳିଥିଲା।

ଛାତରୁପଡି ଜଣେ ଗୁରୁତର,୧୧ଅଚେତ

ରାୟଗଡ଼ା,୨୩।୧୧(ଏସଏସନିଉଜ)ସ୍କୁଲ ଛାତରୁ ପଡି ଦଶମ ଶ୍ରେଣୀ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି।ବାରିଝୋଲା ସ୍ଥିତ ଏକ ଘରୋଇ ବିଦ୍ୟାଳୟ ଛାତରୁ ପଡ଼ି ଗୁରୁତର ହେଲେ ଛାତ୍ର।ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଦେଖି ଅଚେତ ହୋଇଗଲେ ଆଉ ୧୧ ଛାତ୍ରଛାତ୍ରୀ।ଗୁରୁତର ଛାତ୍ରୀଙ୍କୁ ବିଶାଖାପାଟଣା ଓ ଅନ୍ୟ ୧୧ ଜଣଙ୍କୁ ଚିକିତ୍ସା ପାଇଁ ରାୟଗଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି।

ପଞ୍ଚମ ମହଲାରେ ନିଆଁ

ଭୁବନେଶ୍ୱର,୨୩।୧୧(ଏସଏସନିଉଜ)ଭୁବନେଶ୍ୱର ତମାଣ୍ଡୋ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଛି। ତମାଣ୍ଡୋ ପଞ୍ଚାୟତ ଅଫିସ ନିକଟରେ ଅଗ୍ନିକାଣ୍ଡ ହୋଇଛି।ପଞ୍ଚାୟତଅଫିସ ପାଖରେ ଥିବା ଏକ ଘରୋଇ କଲେଜରେ ନିଆଁ ଲାଗିଛି।କଲେଜର ପଞ୍ଚମ ମହଲାରେ ସର୍ଟସର୍କିଟରୁ ନିଆଁ ଲାଗିଥିବା ସୂଚନା ମିଳିଛି।ଅଗ୍ନିକାଣ୍ଡରେ ୨ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ଚିକିତ୍ସା ପାଇଁ ମେଡିକାଲରେ ଭର୍ତି କରାଯାଇଛି।