Browsing category

ଅପରାଧ

କାର‌ଭିତରେ କାର‌ମାଲିକଙ୍କ ମୃତଦେହ

ଆସିକା,୨୩।୧୧(ଏସଏସନିଉଜ) କାର୍‌ ଭିତରୁ କାର୍‌ ମାଲିକଙ୍କ ମୃତଦେହ ଉଦ୍ଧାର ହୋଇଛି।ହିଞ୍ଜିଳିଥାନା ସାଁପୁର ଗାଁରେ କାର ଭିତରୁ ମୃତଦେହ ଉଦ୍ଧାର କରିଛି ପୋଲିସ।ନିଜ କାର୍‌ ଭିତରେ କିଭଳି ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ମୃତଦେହ ଜବତ କରି ହିଞ୍ଜିଳି ଥାନା ପୋଲିସର ତଦନ୍ତ ଜାରି ରଖିଛି।

ବାପା ସାପଲଗେଇ ମାଆ ଝିଅଙ୍କୁ ମାରିଛି!

ପୋଲସରା,୨୩।୧୧(ଏସଏସନିଉଜ) ଘରେ ସର୍ପାଘାତରେ ମା ଓ ଝିଅର ମୃତ୍ୟୁ ଘଟଣାର ପର୍ଦ୍ଦାଫାସ୍‌ ହୋଇଛି।ବାପା ସାପ ଲଗେଇ ମାଆଝିଅଙ୍କୁ ମାରିଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି।ନିଜେ ବାପା ଘରକୁ ସାପ ଆଣି ମାଆଝିଅଙ୍କୁ ମାରିଥିବା ସୂଚନା ମିଳିଛି।ପତ୍ନୀ ଓ ଝିଅଙ୍କୁ ହତ୍ୟା ଅଭିଯୋଗରେ କେ. ଗଣେଶ ପାତ୍ରଙ୍କୁ ଗିରଫ କରିଛି ପୋଲିସ।ଗତ ଅକ୍ଟୋବର ୭ରେ କବିସୂର୍ଯ୍ୟନଗର ଅଢ଼େଇବର ଗାଁରେ ହତ୍ୟା ଘଟିଥିଲା।

ଚଢ଼ିଗଲା ଘରୋଇବସ୍ 

  ଭଦ୍ରକ,୨୨ା୧୧(ଏସଏସନିଉଜ) ଅଗରପଡ଼ା ବିଶଲପଟା ଗ୍ରାମରକନକଲତା ଦାସ(୫୫) ନାମକ ମହିଳାଙ୍କ ଉପରେ ବନ୍ତ ଛକରେ ଏକ ଘରୋଇ ବସ ଚଢିଯିବାରୁ ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ହୋଇଛି ।ଖବରପାଇ ପୋଲିସ ଦୁର୍ଘଟଣାଗ୍ରସ୍ଥ ବସ ଓ ଚାଳକକୁ ଅଟକ ରଖିଛି ।ସେହିଭଳିଭାବେ ଏକ ପାଗଳଷଣ୍ଢ ପାଇଁ ଚରମ୍ପା୍ ପଥରଆଡ଼ିର ଶାନ୍ତିଲତା ପଣ୍ଡା(୪୫)ଙ୍କ ଜୀବନ ଚାଲିଯାଇଛି ।ସବୁଦିନଭଳି ଚରମ୍ପା ହାପି ହୋମ ସ୍କୁଲ ନିକଟରେ ସ୍ଥାନୀୟ ବାସିନ୍ଦା ଶାନ୍ତିଲତା ପଣ୍ଡା ଆଜି ସକାଳେ ମର୍ଣ୍ଣିଙ୍ଗୱାକ୍ ସହ ଫୁଲ ତୋଳିବାକୁ ଆସିଥିଲେ ।ଏହି […]

ଭିକାରିମୁକ୍ତ ପାଇଁ ପଦକ୍ଷେପ ନେବ ବିଏମସି

ଭୁବନେଶ୍ୱର,୨୨ା୧୧(ଏସଏସନିଉଜ) ବିଏମ୍‌ସି ଅଧୀନ ଟ୍ରାଫିକ୍ ପୋଷ୍ଟ ନିକଟରେ ଆଉ ଭିକାରୀମାନଙ୍କୁ ଆଉ ଦେଖିବାକୁ ମିଳିବନି ।ପେନ୍‌, କଣ୍ଢେଇ ହେଉ ବା ଅନ୍ୟ ଜିନିଷ ବିକ୍ରି କରିବା ବାହାନାରେ ଭିକାରୀମାନେ ଆଉ ଟ୍ରାଫିକ୍ ସିଗନାଲ୍ ପାଖରେ ରହିପାରିବେ ନାହିଁ।ଏହାକୁ ନମାନି କୈାଣସି ଭିକାରୀ ଟ୍ରାଫିକ ସିଗନାଲ ନିକଟରେ ଭିକ ମାଗନ୍ତି ତାହେଲେ ତାଙ୍କ ବିରୁଦ୍ଧରେ ବିଏମସି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବ ।

ସାକ୍ଷୀଗୋପାଳଙ୍କ ଦର୍ଶନସାରି ଫେରିବାବାଟରେ ଚାଲିଗଲା ଜୀବନ

ଜଗତପୁର,୨୨ା୧୧(ଏସଏସନିଉଜ) ସତ୍ୟବାଦୀସ୍ଥିତ ସାକ୍ଷୀଗୋପାଳ ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବାଇକ୍ ଆରୋହୀ ଦଂପତିଙ୍କ ଉପରେ ଚଢ଼ିଯାଇଥିଲା ଟ୍ରକ୍‌। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୪ବର୍ଷର ଶିଶୁପୁତ୍ର ଆହତ ହୋଇଥିବା ବେଳେ ତାର ବାପା- ଅନିରୁଦ୍ଧ ଜେନା (୪୦) ଓ ମା ରିତାଲି ଜେନା (୩୫) ଙ୍କର ମୃତ୍ୟୁ ହୋଇଛି। ମୃତ ଅନିରୁଦ୍ଧଙ୍କ ଘର କଟକ ଜିଲ୍ଲା ସାଲେପୁର ଥାନା ଅଧୀନ ମହଣ ପଞ୍ଚାୟତର ପୂରଣଗ୍ରାମରେ ।ଅନିରୁଦ୍ଧ ନିଜ ସ୍ତ୍ରୀ ଓ ୪ ବର୍ଷ ବୟସର ଶିଶୁପୁତ୍ରକୁ ନେଇ […]

ଠକିଦେଲେ ଜମିବେପାରୀ

ବାରଙ୍ଗ,୨୨ା୧୧(ଏସଏସନିଉଜ)ଜମିଯୋଗଦେଇବାକୁ କହି ୨୦ଲକ୍ଷ ନେଇ ଜମିନଦେବା ଅଭିଯୋଗରେ ନନ୍ଦନକାନନ ଥାନା ପୁଲିସ ବୁଧବାରଦିନ ଜଣେ ଜମିବେପାରୀକୁ ଗିରଫ କରି କୋର୍ଟଚାଳଣ କରିଛି ।ଜମିବେପାରୀ ଜଣଙ୍କ ହେଉଛନ୍ତି ନନ୍ଦନକାନନଥାନା ଅଧିନସ୍ଥ ରଘୁନାଥପୁରଗ୍ରାମର ଶିଖରଚଣ୍ଡିସାହିର ଆଲୋକକୁମାରରାଉତ(୪୩) । ପ୍ରକାସ ଯେ,ଆଲୋକ ରଘୁନାଥପୁର ଗାଁ ମୁଣ୍ଡରେ ଏକ ଜମିବେପାର କାର୍ଯ୍ୟାଳୟ କରି ପ୍ଲଟିଂକରି ଜମିବେପାର କରୁଛନ୍ତି । ସରୋଜ କୁମାର ରାଉତ ନାମକ ବ୍ୟକ୍ତି ଜମିକିଣିବା ଉଦ୍ଦେଶ୍ୟରେ ଆଲୋକ ସହ ଯୋଗାଯୋଗ କରିଥିଲେ ।ପରେ ଆଲୋକ ତାଙ୍କୁ ଏକ ଜମି ଦେଖାଇବା […]

ବିପୁଳ ପରିମାଣର ଜର୍ଦ୍ଦା ଜବତ

ଭଦ୍ରକ,୨୧ା୧୧(ଏସଏସନିଉଜ) ଭଦ୍ରକର ପୁରୁଣା ବଜାର ଥାନା ପୁଲିସ ହେଲା ସାହି ଅଂଚଳରେ ଚାଲୁଥିଲା ନକଲି ଜର୍ଦ୍ଦା କାରବାର ଓ ତିଆରିକରି ବିକ୍ରି କରୁଥିବାର ଖବର ପାଇ ଚଢଉ କରିଥିଲା ।ତେବେ କୈାଶଳକ୍ରମେ ନକଲି ଜର୍ଦ୍ଦା ତିଆରି କରୁଥିବା ଲୋକମାନେ ଫେରାର ହୋଇଯାଇଥିବାବେଳେ ୧ କୁଇଣ୍ଟାଲ ୨୦୦ ଗ୍ରାମ ନକଲି ଜର୍ଦ୍ଦା ଓ କିଛି ସରଞାମକୁ ଜବତ କରିବା ସହ ଏକ ଅଟୋ କୁ ମଧ୍ୟ ପୋଲିସ ଜବତ କରିଛି।ତେବେ ପୁରାଣବଜାର ଅଞ୍ଚକରେ ଆହୁରି ଅନେକ ସ୍ଥାନରେ ଏହି […]

ଦାଦନ ଖଟିବାକୁ ଯାଇ ଫେରିଲାନାହିଁ ପୁଅ

ଗଞ୍ଜାମ,୧୯ା୧୧(ଏସଏସନିଉଜ)ପରିବାରର ଗୁଜରାଣ ମେଂଟାଇବାପାଇଁ ଦାଦନଖଟିବାକୁ ଯାଇଥିଲା ପୁଅ ।କିନ୍ତ ଆଉ ଘରକୁଫେରିଲାନାହିଁ ।ଘରକୁଫେରୁଥିବାର ପରିବାରଲୋକଙ୍କୁ ସୁଚନାଦେଇ ଟ୍ରେନରେ ଆସୁଥଲା ।ପରିବାରଲୋକ ବହୁତ ଖୁସିଥିଲେ ।ହେଲେ ପୁଅ ଟ୍ରେନରେ ଆସୁଥିବାବେଳେ ନିଖୋଜ ହୋଇଯାଇଥିଲେ ।ଏହିଭଳି ଘଟଣା ଆସିକାବ୍ଲକ ହରିଡାପଦର ପଂଚାୟତର କୁମ୍ବାରୀଗ୍ରାମରେ ଘଟିଛି ।ଗ୍ରାମର ଶିକ୍ଷିତଯୁବକ ଜିତେନ୍ଦ୍ର ବେହେରା ପରିବାରର ଦୁଃଖକୁ ସହ୍ୟନକରିପାରି ରୋଜଗାରକରିବାପାଇଁ ଦାଦନଖଟିବାକୁ ଦୁର୍ଗାପୁରକୁ ଗତ୫ବର୍ଷ ହେବ ଯାଇଥିଲେ ।ସେଠାରୁ ଅନ୍ୟକାହାସହ ମିଶି କାମଆଶାରେ ଦିଲ୍ଲୀ ଗୁରୁଗାଁଓ ଯାଇଥିଲେ ।ସେଠାରେ ହତାଶହେବାପରେ ଦିଲ୍ଲୀରେ ଥିବା ଭାଇ […]

ସରପଞ୍ଚଙ୍କୁ ତାଲା

କନ୍ଧମାଳ,୧୯ା୧୧(ଏସଏସନିଉଜ) ଦାରିଙ୍ଗବାଡ଼ି ବ୍ଲକ୍ ସ୍ୟାଙ୍ଗବାଲି ପଞ୍ଚାୟତରେ ଠିକ୍ ଭାବେ ଭତ୍ତା ପ୍ରଦାନ କରାଯାଉ ନଥିବା ଅଭିଯୋଗକରି ହିତାଧିକାରୀମାନେ ସରପଞ୍ଚ ଆନ୍ଦ୍ରୀୟ ପ୍ରଧାନଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ରଖିଥିଲେ ।ଖବରପାଇ ଦାରିଙ୍ଗବାଡ଼ି ଥାନାପୋଲିସ ଓ ତହସିଲଦାର ପଞ୍ଚାୟତକାର୍ଯ୍ୟାଳୟରେ ପହଞ୍ଚି ହିତାଧିକାରୀଙ୍କୁ ବୁଝାସୁଝା କରିଥିଲେ।କିନ୍ତୁ ହିତାଧିକାରୀମାନେ ନିଜ ଜିଦରେ ଅଟଳ ରହିବାରୁ ପଞ୍ଚାୟତ କାର୍ଯ୍ୟନିର୍ବାହୀଅଧିକାରୀ ଆସି ଭତ୍ତା ପ୍ରଦାନ କରିବାପରେ ହିତାଧିକାରୀମାନେ ତାଲା ଖୋଲିଥିଲେ ।

ବାଘର ପାଦଚିହ୍ନ

ଆନନ୍ଦପୁର,୧୯ା୧୧(ଏସଏସନିଉଜ) ପଞ୍ଚୁପଲ୍ଲୀ ଅଞ୍ଚଳରେ ଏକ ବାଘ ବୁଲିବା ନେଇ ଭିଡିଓ ଭାଇରାଲ ହେବା ପରେ ଜଙ୍ଗଲ ବିଭାଗର ଚେତା ପଶିଛି । ଜଙ୍ଗଲବିଭାଗ ପକ୍ଷରୁ ତନାଘନାତଦନ୍ତ ଆରମ୍ଭ କରାଯିବାସହ ବୈତରଣୀ ନଦୀକୂଳ ଏକ ବିଲରୁ ବାଘର ପାଦଚିହ୍ନ ଠାବ ହୋଇଛି। ଏହା ଏକ କଲରାପତରିଆ ବାଘ ବୋଲି ଜଙ୍ଗଲବିଭାଗ ପକ୍ଷରୁ କୁହାଯାଇଛି ।ବାଘଟି ହଦଗଡ଼ ଅଭୟାରଣ୍ୟର କାଠକଟା ଅଞ୍ଚଳରୁ ଚାଲି ଆସିଥିବା ସନ୍ଦେହ କରାଯାଉଥିବାବେଳେ ଭୋରସମୟରେ ନଦୀକୂଳ ବିଲମଧ୍ୟରେ ବାଘଟି ଯାଉଥିବାବେଳେ ତାର ଭିଡିଓ କେହିଜଣେ କରିଥିଲେ […]