Browsing category

ଅପରାଧ

୨୦ ଫୁଟ୍ ତଳକୁ ଖସିଲା କାର୍

ସୁନ୍ଦରଗଡ଼,୧୯ା୧୧(ଏସଏସନିଉଜ) ମହୁଲପଦା ଥାନାର ନଗରିଆ ପୋଲ ତଳକୁ ଭାରସମ୍ୟ ହରାଇ ଏକ କାର ଖସିପଡିଛି ।କାରଟି ପ୍ରାୟ ୨୦ ଫୁଟ ତଳକୁ ଖସିପଡିଥିବାରୁ ଜଣେ ଆହତ ହୋଇଥିବାବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ହେଲେ କେନ୍ଦୁଝର କାଦଡ଼ିଆର ଅଜିତ ମହାନ୍ତ ଓ ଡ୍ରାଇଭର ଓମକାର ବେହେରା । ଉଭୟଙ୍କୁ ରାଉରକେଲା ଚିକିସ୍‌ାପାଇଁ ଆରଜିଏଚକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝରରୁ ରାଉରକେଲା ଅଭିମୁଖେ ଯାଉଥିବା ବେଳେ କାରଟି ଦୁର୍ଘଟଣାଗସ୍ତ ହୋଇଥିଲା ।ଖବରପାଇ […]

ଜଳିଗଲା ୫ବସ୍‌

ଭୁବନେଶ୍ୱର,୧୨ା୧୧(ଏସଏସନିଉଜ) ରବିବାର ଅପରାହ୍ନରେ ତମାଣ୍ଡୋ ଅଞ୍ଚଳରେ ଏକ ଗ୍ୟାରେଜରେ ମରାମତି ପାଇଁ ରଖାଯାଇଥିବା ଥିବା ୫ଟି ବସ୍ ଜଳି ଯାଇଛି। ଗ୍ୟାରେଜ୍‌ରେ ଓଲଡିଂ କାମ ଚାଲିଥିବା ବେଳେ ବସ୍‌ରେ ନିଆଁ ଲାଗିଥିବା ସୂଚନା ମିଳିଛି ।ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ଉଦ୍ୟମରେ ନିଆଁକୁ ଆୟତ୍ତ କରିଥିଲେ ।ତେବେ ନିଆଁଲାଗିବାର ପକୃତ କାରଣ ଜଣାପଡିନାହିଁ ।

ପୁଅକୁ ବଂଚାଇବାକୁଯାଇ ଦୀପାବଳିରେ ଲିଭିଗଲା ବାପାର ଜୀବନ

ବାରଙ୍ଗ,୧୨ା୧୧(ଏସଏସନିଉଜ) ଦୀପାବଳିରେ ପୁଅକୁ ବଞ୍ଚେଇବାକୁ ଯାଇ ଚାଲିଯାଇଛି ବାପାର ଜୀବନ । ଏଭଳି ଏକ ଦୁଃଖଦ ଘଟଣା କଟକ ଜିଲ୍ଲା ନରାଜ ଗାଁ କୈବର୍ତ୍ତସାହି କାଠଯୋଡି ନଦୀଘାଟରେ ଘଟିଛି ।ଘଟଣାପରେ ଭାଙ୍ଗିପଡିଛନ୍ତି ପରିବାରଲୋକ । ମୃତବ୍ୟକ୍ତି ଜଣକ ହେଉଛନ୍ତି ନରାଜଗାଁ ତେଲି ସାହିର ସରୋଜ ସାହୁ। ପ୍ରକାସ ଯେ, ସରୋଜ ସବୁ ଦିନଭଳି ରବିବାରସକାଳେ କାଠଯୋଡ଼ି ନଦୀକୁ ଗାଧୋଇବାକୁ ଯାଉଥିଲେ। ଦୀପାବଳୀ ଥିବାରୁ ସେ ତାଙ୍କ ସାନ ପୁଅକୁ ନେଇ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ତାଙ୍କ […]

କୋଲକାତାରୁ ପାରାଦୀପ ଆସୁଥିବା ବସ୍‌ରେ ନିଆଁ

ଭୁବନେଶ୍ୱର,୧୧ା୧୧(ଏସଏସନିଉଜ)କଲିକାତାରୁ ପାରାଦୀପ ଆସୁଥିବା ଏକ ବସ୍‌ରେ ନିଆଁ ଲାଗି କେନ୍ଦ୍ରାପଡା ଜିଲ୍ଲା ନୋଳିଆ ଗାଁ ପୁଷ୍ପାଞ୍ଜଳି ଦାସ ନାମକ ,ମହିଳାଙ୍କ ମୃତ୍ୟୁ ହୋଇଛି । ନିଆଁ ଲାଗିଥିବା ବସ୍‌ରେ ୩୮ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୩୧ ଜଣ ଓଡ଼ିଶାର ଥିବାବେଳେ ସେଥିମଧ୍ୟରେ କେନ୍ଦ୍ରାପଡାର ୧୬, ଯାଜପୁରର ୬ ଓ ପାରାଦୀପର ୨ ଜଣ ଯାତ୍ରୀ ରହିଥିଲେ ।ଅଗ୍ନିକାଣ୍ଡ ପରେ ଆହତମାନଙ୍କୁ ଉଦ୍ଧାର କରାଯାଇ ମେଦିନାପୁର ମେଡିକାଲ୍ କଲେଜ ଆଣ୍ଡ୍ ହସ୍ପିଟାଲ୍ ଓ ଖଡପୁର ଗ୍ରାମୀଣ […]

ମାଟିତଳୁ ମୃତଦେହ ଉଦ୍ଧାର

ଫୁଲବାଣୀ,୧୧ା୧୧(ଏସଏସନିଉଜ)ମାଟିତଳୁ ଜଣେ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି ।ଫିରିଙ୍ଗିଆଥାନା କରଡ଼ାଜଙ୍ଗଲରୁ ନାବାଳିକାର ମୃତଦେହ ଉଦ୍ଧାର କରିଛି ପୋଲିସ ।ମୃତନାବାଳିକା ନୟାଗଡ଼ଜିଲ୍ଲା ନୂଆଗାଁଥାନା ଅଞ୍ଚଳର ବୋଲି ସୂଚନା ମିଳିଛି ।ନାବାଳିକାକୁ କିଏ ଓ କାହିଁକି ହତ୍ୟା କରି ପୋତିଲେ ତାହା ଜଣାପଡିନଥିବାବେଳେ ପୋଲିସ ତଦନ୍ତ ଆରମ୍‌ଭ କରିଛି ।ପୋଲିସ ଏହି ଘଟଣାରେ -ନାବାଳିକାର ୨ ସମ୍ପର୍କୀୟ ଭାଇଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି ।  

ବାଣ ବଜାରରେ ଅତର୍କିତ ଚଢ଼ାଉ

ଭୁବନେଶ୍ୱର ,୧୧ା୧୧(ଏସଏସନିଉଜ) ରାଜଧାନୀରେ ବାଣ ବଜାରରେ ଚଢ଼ାଉ କରିଛି ପୋଲିସ । ରାଜଧାନୀ ଭୁବନେଶ୍ୱରରେ ବାଣ ବିକ୍ରି ଉପରେ କଡ଼ା ନଜର ରଖିଛି ପୋଲିସ । ସମସ୍ତ ନିୟମ ପାଳନ ହେଉଛି ନା ନାହିଁ ଜାଣିବାକୁ ଚାଲିଛି ଯାଞ୍ଚ ।ପ୍ରଦୂଷଣ ବୋର୍ଡ , ଅଗ୍ନିଶମ ବିଭାଗ ଓ ପୋଲିସର ମିଳିତ ଯାଞ୍ଚ କରାଯାଉଛି ।ୟୁନିଟ-୧ ହାଟରେ ଥିବା ବାଣ ଦୋକାନରେ ଯାଞ୍ଚ କଡ଼ାକଡ଼ି କରାଯାଇଥିବାବେଳେ ଅଗ୍ନି ନିର୍ବାପକ ବ୍ୟବସ୍ଥା , ସବୁଜ ବାଣ ବିକ୍ରି ହେଉଛି ନା […]

ଯୌନ ପିପାସୁକୁ ବାନ୍ଧିଲା ପୁଲିସ

ସୋର,୧୧ା୧୧(ଏସଏସନିଉଜ)ଜଙ୍ଗଲରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଜଙ୍ଗଲ ଭିତରକୁ ନେଇ ତାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ସୋର ପୋଲିସ ଯୌନ ପିପାସୁ ବାଇଧର ସିଂ ନାମକ ବ୍ୟକ୍ତିକୁ ଗିରଫ କରିଛି । ଉଦଳାଥାନା ଅନ୍ତର୍ଗତ ରାଢଅଞ୍ଚଳର ଆଦିବାସୀ ଦିବ୍ୟାଙ୍ଗ ଯୁବତୀ ଭିଣୋଇଙ୍କ ଘର ଔପଦାଥାନା ବଡ଼ପୋଖରୀରେ ରହୁଥିଲେ। ଘରେ କେହି ନଥିବାର ସୁଯୋଗରେ ଏହିଥାନା ଅଧିନସ୍ଥ ଗଜଆମ୍ବ ଗ୍ରାମର ବାଇଧର ସିଂ ଯୁବତୀଙ୍କୁ ସୋରରେ ଥିବା ଅନ୍ଧ ମୁକ ଆଶ୍ରୟସ୍ଥଳକୁ ଛାଡିବାକୁ ନେଇଯାଇଥିଲେ ।ଯୁବତୀଙ୍କୁ ମାଣିପୁର ପଂଚାୟତ ଖୁଣ୍ଟା […]

ନୂଆବର୍ଷରେ ନୂଆ ପୁଲିସ ମୁଖିଆ!

ଭୁବନେଶ୍ବର,୧୧ା୧୧(ଏସଏସନିଉଜ) ନୂଆବର୍ଷରେ ଓଡ଼ିଶାବାସୀଙ୍କୁ ନୂଆ ପୁଲିସ ମୁଖିଆ ମିଳିବାର ‌ଆଶା କରାଯାଉଛି। ଆସନ୍ତା ଡିସେମ୍ବର ୩୧ ତାରିଖରେ ଏବେକାର ପୁଲିସ ଡ଼ିଜି ସୁନୀଲ ଵଂଶଲଙ୍କ କାର‌୍ୟ୍ୟକାଳ ଶେଷ ହେବାକୁ ଯାଉଛି।ପରବର୍ତି ପୁଲିସ ଡ଼ିଜି କିଏ ହେବ ତାକୁ ନେଇ ପାୱାର କରିଡ଼ରରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ରାଜ୍ୟସରକାର ଏହାରି ଭିତରେ ନୂଆ ପୁଲିସ ଡ଼ିଜିଙ୍କ ପାଇଁ ୭ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ନାଁ ସୁପାରିସ କରିଛନ୍ତି। ସୂଚନାଯୋଗ୍ୟ, ଆଇପିଏସ୍ ସୁନୀଲ ବଂଶଲ ମୟୂରଭଂଜ ଏସପି […]

ଚାପିଦେଲା ବାଲିବୋଝେଇ ଟ୍ରାକ୍ଟର

ରାୟଗଡା,୧୧ା୧୧(ଏସଏସନିଉଜ) ମୁନିଗୁଡାଥାନା ଅନ୍ତର୍ଗତ ପାଇକ ଡାକୁଲୁଗୁଡ଼ା ଛକ ନିକଟରେ ଟ୍ରାକ୍ଟର ଚାପାରେ ଡାକୁଲୁଗୁଡ଼ା ସଦର ପଞ୍ଚାୟତ ହରିଜନ ସାହିର ମୋଣ୍ଟୁ ନାଗ(୨୫)ନାମକ ଯୁବକଙ୍କର ମୃତ୍ୟୁ ଘଟିଛି । ଓଡ଼ି-୧୮-ଏଚ-୨୭୬୬ନଂ ଟ୍ରାକ୍ଟରଟି କୁଟ୍ରାଗୋଡ଼ ନଦୀରୁ ବାଲି ବୋଝେଇ କରି ବିଷମ କଟକ ଅଭିମୁଖେ ଆସୁଥିବା ବେଳେ ପାଇକ ଡାକୁଲୁଗୁଡ଼ା ଛକ ନିକଟରେ ମୋଣ୍ଟୁ ଉପରେ ମାଡି ଯାଇଥିଲା ।ସ୍ଥାନୀୟ ଲୋକମାନେ ମୋଣ୍ଟୁକୁ ଗୁରୁତର ଅବସ୍ଥାରେ ଉଦ୍ଧାରକରି ବିଷମ କଟକ ଖ୍ରୀଷ୍ଟିଆନ ହସ୍ପିଟାଲରେ ଭର୍ତ୍ତି କରିଥିବାବେଳେ ସେଠାରେ ଡାକ୍ତର ତାଙ୍କର […]

ଓଲଟିଲା ଗ୍ୟାସ ଟ୍ୟାଙ୍କର

ପାରାଦୀପ,୧୦।୧୧(ଏସଏସନିଉଜ) ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ ଟ୍ୟାଙ୍କର।ପାରାଦୀପ-ଚଣ୍ଡିଖୋଲ ରାସ୍ତାର ହାତୀଟାଙ୍କି ନିକଟରେ ଓଲଟିପଡିଛି ଟ୍ୟାଙ୍କର।ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯାତାୟାତ ବନ୍ଦ କରିଛି।ପାରାଦୀପରୁ ଗ୍ୟାସ୍ ଲୋଡ ହୋଇଯିବାବେଳେ ଏହି ଦୁର୍ଘଟଣା ଘଟିଥିଲା।