Browsing category

ଅପରାଧ

ରାତି୧୦ଟାପରେ ଫୁଟିବନାହିଁ ବାଣ

ଭୁବନେଶ୍ୱର,୧୦।୧୧(ଏସଏସନିଉଜ)ଦୀପାବଳି ପାଇଁ ମାର୍ଗଦର୍ଶିକା ଜାରି କଲା କମିସନରେଟ୍ ପୋଲିସ।ରାତି୧୦ଟା ପରେ ଫୁଟିବ ନାହିଁ ବାଣ।ସମସ୍ତେ ସବୁଜବାଣ ଫୁଟାଇବାକୁ ଅପିଲ୍ କରାଯାଇଛି।୧୨୫ ଡେସିବେଲ୍ ଠାରୁ ଅଧିକ ଶବ୍ଦର ବାଣ ଫୁଟାଇବା ଉପରେ କଟକଣା। ବେଆଇନ୍ ବାଣ ଫୁଟାଇବା ରୋକିବାକୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି।

ମାତିଛି କଲରାପତରିଆ ବାଘ

ନୂଆପଡ଼ା,୪।୧୧(ଏସଏସନିଉଜ) ୫ଦିନ ବ୍ୟବଧାନରେ ପୁଣି ମାତିଲା କଲରାପତରିଆ ବାଘ। ଜଣେ ନାବାଳକଙ୍କୁ ଝାମ୍ପି ଖାଇବା ପରେ ଆଜି ଜଣେ ମହିଳାଙ୍କୁ ମାରି ଖାଇଛି କଲରାପତରିଆ ବାଘ। ନୂଆପଡ଼ା ସଦର ରେଞ୍ଜ ଧରମବନ୍ଧା ସେକ୍ସନରେ ଏଭଳି ଆତଙ୍କ ଖେଳାଇଛି ବାଘ।ଯାହାକୁନେଇ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।ଗତକାଲି ସିଲିଆରିବାହାରା ଗାଁର ଜଣେ ମହିଳା ଜଙ୍ଗଲକୁ ଯାଇ ଆଉ ଫେରିନଥିଲେ ।ଆଜି ମହିଳାଙ୍କୁ ବାଘ ମାରି ଖାଉଥିବା ଲୋକେ ଦେଖିଥିଲେ ।ଗତ ୩୦ତାରିଖରେ ବାଘଟି ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ କଟିଙ୍ଗପାଣି ଗାଁ […]

ପ୍ରଯୋଜକ ଟୁଟୁନାୟକ ଗିରଫ

ଭୁବନେଶ୍ୱର,୪ା୧୧(ଏସଏସନିଉଜ) ଓଡ଼ିଆ ସିନେଜଗତର ଜଣାଶୁଣାପ୍ରଯୋଜକ ଟୁଟୁନାୟକ ଜଣେ ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଫିଲ୍ମହଲରେ ପ୍ରିମିୟର ସମୟରେ ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା ସହ ଦୁର୍ବବ୍ୟବହାର କରିଥିବା ନେଇ ଖାରବେଳଥାନାରେ ଅଭିଯୋଗ ହୋଇଥିଲା । ଆଜି ଟୁଟୁନାୟକ ଥାନାରେ ହାଜତହୋଇଥିବା ବେଳେ ପଚରାଉଚରା ପରେ ପୋଲିସ ତାଙ୍କୁ ଗିରଫ ହୋଇଥିବା ଜଣାପଡିଛି ।  

ରେଞ୍ଜରୋଭର ଦୁର୍ଘଟଣାରେ ଚାଲିଗଲା ଯୁବତୀଙ୍କ ଜୀବନ

କଟକ,୩।୧୧(ଏସଏସନିଉଜ) ଭୁବନେଶ୍ୱରରେ ରେଞ୍ଜରୋଭର ଦୁର୍ଘଟଣାରେ ଗୁରୁତର ଯୁବତୀଙ୍କ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ରାଜଧାନୀର ପାୱାର ହାଉସ ଛକରେ ଗତ ୩୧ ତାରିଖରେଦୁର୍ଘଟଣାରେ ଲୋପାମୁଦ୍ରାସାହୁ ନାମକ ଯୁବତୀ ଗୁରୁତରହୋଇ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଇସିୟୁରେ ରହି ଯୁବତୀଙ୍କୁ ଚିକିତ୍ସା କରାଯାଉ ଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିବାନେଇ ଘୋଷଣା କରିଛନ୍ତି ଡାକ୍ତର।ଗତ ୩୧ତାରିଖରେ ପାୱାର ହାଉସଛକରେ ଏକ ରେଞ୍ଜରୋଭର ଧକ୍କାରେ ବାଇକରେ […]

ନାବାଳକର ହତ୍ୟାକାରୀ ଆଉ ଜଣେ ନାବାଳକ

ଜଟଣୀ୩ା୧୧(ଏସଏସନିଉଜ) ଜଟଣୀଥାନା ବେଣାପଞ୍ଜରୀ ଗଡ଼ସାହି ଗାଁରେ ଘଟିଥିବା ନାବାଳକଛାତ୍ର ହତ୍ୟାକାଣ୍ଡର ରହସ୍ୟ ପୁଲିସ ଉନ୍ମୋଚନ କରିଛି । ପୁଲିସତଦନ୍ତପରେ ମୃତ ଶୁଭମ ସ୍ୱରୂପ ପାଲଟାସିଂହଙ୍କୁ ଅନ୍ୟଜଣେ ଜଣେ ନାବାଳକ ହତ୍ୟା କରିଥିବା ଜାଣିବାକୁପାଇଛିାଅଭିଯୁକ୍ତ ପୂର୍ବରୁ ଶୁଭମଙ୍କବାପା ତଥା ଶିକ୍ଷକ ମନୋଜସାର୍‌ଙ୍କ ପାଖରେ ଟ୍ୟୁସନ୍ ହେଉଥିଲା। ପୁଲିସ ଘଟଣାସ୍ଥଳରୁ ହତ୍ୟାରେବ୍ୟବହୃତ ରକ୍ତଭିଜାଛୁରି, କଲେଜବ୍ୟାଗ୍ ଓ ଚପଲ, ପୋଷାକ ଓ ନୋଟ୍ ବୁକ୍ ଜବତ କରିଛି।ଏହିଆଧାରରେ ନାବାଳକପାଖରେ ପୋଲିସ ପହଁଚି ତାକୁଥାନାକୁଆଣି ପଚରାଉଚରା ପରେ ହତ୍ୟା ଘଟଣା ପୁରା ସାମ୍‌ନାକୁ […]

ଜେଲରେ ଗାୟକ ଦେବେଶ ପତି

ଭୁବନେଶ୍ୱର,୩ା୧୧(ଏସଏସନିଉଜ) ଲଚକ ମଣି ବେବିଲୋ’ ଗୀତଗାଇ ଚହଳ ପକାଇଥିବା ଓ ଚର୍ଚ୍ଚାରେ ରହିଥିବା କଣ୍ଠଶିଳ୍ପୀ ଦେବେଶ ପତିଙ୍କ ବିରୁଦ୍ଧରେ ଭଦ୍ରକର ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ନୟାପଲ୍ଲୀଥାନା ପୁଲିସ ତାଙ୍କୁ ଗିରଫ କରିଥିବାବେଳେ ଏବେସେ ଜେଲରେ ଥିବା ସୂଚନା ମିଳିଛି।ଯୁବତୀଙ୍କ ଅଭିଯୋଗ ମୁତାବକ ସେ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ରହୁଥିଲେ । ବିବାହର ପ୍ରତିଶ୍ରୁତି ଦେଇ ଦେବେଶ ଯୁବତୀଙ୍କ ସହ ଶାରିରୀକ ସଂପର୍କ ରଖିଥିବାସହ ତାଙ୍କଠାରୁ ୫ ଲକ୍ଷରୁ ଅଧିକ ଟଙ୍କା ନେଇଥିବା ସେ ଅଭିଯୋଗରେ ଦର୍ଶାଇଥିଲୋ […]

ସହକାରୀଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ

କଟକ,୩ା୧୧(ଏସଏସନିଉଜ) ଆୟବହିର୍ଭୂତସଂପତ୍ତି ଠୁଳଅଭିଯୋଗରେ ସାଲେପୁର ଗ୍ରାମ୍ୟଉନ୍ନୟନବିଭାଗର ସହକାରୀଯନ୍ତ୍ରୀ ଅର୍ଜୁନକୁମାରସାହୁଙ୍କ ଘର ସମେତ ୮ ଟି ସ୍ଥାନରେ ଏକାକାଳୀନ ଚଢ଼ଉ କରୁଛନ୍ତି ଭିଜିଲାନ୍ସ ଟିମ୍। ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟ୍ ର କ୍ଷମତା ବଳରେ ଭିଜିଲାନ୍ସ ଟିମ୍ ଭୁବନେଶ୍ୱର , କଟକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ୮ ଟି ସ୍ଥାନରେ ଚଢ଼ଉ କରୁଛନ୍ତି । ଭୁବନେଶ୍ୱରର ଖଣ୍ଡଗିରି ବିହାରରେ ଥିବା ତିନି ମହଲା କୋଠା, କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିସ୍ ତହସିଲ ଅନ୍ତର୍ଗତ ସଦାନନ୍ଦପୁର ଗ୍ରାମରେ […]

୭ରେ ହାଜରହେବେ ସୋମାଲିକା

କଟକ,୩ା୧୧(ଏସଏସନିଉଜ) ଆସନ୍ତା ୭ ତାରିଖ ଦିନ ସାଢ଼େ ୩ଟାରେ କଟକଜିଲ୍ଲା ସବ୍-ରେଜିଷ୍ଟ୍ରାର ତଥା ମ୍ୟାରେଜଅଫିସରଙ୍କ କାର‌୍ୟ୍ୟାଳୟରେ ହାଜର ହେବା ପାଇଁ ବିଧାୟକ ବିଜୟଶଙ୍କରଙ୍କ ପୂର୍ବତନବାନ୍ଧବୀ ସୋମାଲିକାଙ୍କୁ ନୋଟିସ୍ ଜାରି କରାଯାଇଛି। ଏହାସହ ସେ ଆଣିଥିବା ଅଭିଯୋଗ ସମ୍ପର୍କିତ ସମସ୍ତ ତଥ୍ୟ ସାଙ୍ଗରେ ନେଇ ଆସିବା ପାଇଁ ମଧ୍ୟ କୁହାଯାଇଛି। ଏହା ସହ ବିଜୟ ଶଙ୍କର ବିବାହ ପାଇଁ ଆବେଦନ କରିଥିବା ବାନ୍ଧବୀଙ୍କୁ ମଧ୍ୟ ହାଜର ହେବା ପାଇଁ କୁହାଯାଇଛି। ଗତ ସେପ୍ଟେମ୍ବର ୨୧ ତାରିଖରେ ବିଜୟ ଶଙ୍କର […]

ନାତି ନେଲା ଜେଜେବାପାଙ୍କ ଜୀବନ!

ରାୟଗଡ଼ା,୩ା୧୧(ଏସଏସନିଉଜ) ନାତିର ମାଡ଼ରେ ଜେଜେବାପାଙ୍କ ମୃତ୍ୟୁ ହୋଇଥିବାଭଳି ଅଭାବନୀୟ ଘଟଣା କାଶୀପୁରଥାନା ପରଜାସିଲା ଗାଁରେ ଘଟିଥିବାର ଦେଖିବାକୁ ମିଳିଛି। ମୃତକ ହେଉଛନ୍ତି ଗୋବର୍ଦ୍ଧନ ନାୟକ।ପୋଲିସ ନାତି ମୋହନକୁ ଅଟକ ରଖି ପଚରାଉଚରା ଜାରି ରଖିଛି।୬୫ ବର୍ଷବୟସ୍କ ଗୋବର୍ଦ୍ଧନ ନାୟକ ପିଣ୍ଢାରେ ବସିଥିବାବେଳେ ନାତି ମୋହନ ଆସି ଟଙ୍କା ମାଗିଥିଲା।ଟଙ୍କାନାହିଁବୋଲି ଗୋବର୍ଦ୍ଧନ କହିବାପରେ ଉତକ୍ଷିପ୍ତ ହୋଇ ମୋହନ ଜେଜେବାପାଙ୍କୁ ମାଡ଼ ମାରିଥିଲା। ସେହି ସମୟରେ ଗୋବର୍ଦ୍ଧନ ନାୟକଙ୍କ ମୁଣ୍ଡ ଏକ ପଥରରେ ବାଜି ଯାଇଥିଲା। ଏହାଫଳରେ ତାଙ୍କର ପ୍ରାଣବାୟୁ […]

ଓଡିଶା-ଆନ୍ଧ୍ରସୀମାରେ ଟ୍ରେନ୍ ଦୁର୍ଘଟଣା

ଭୁବନେଶ୍ୱର,୨୯।୧୦(ଏସଏସନିଉଜ)ଓଡିଶା-ଆନ୍ଧ୍ର ସୀମାରେ ଟ୍ରେନ୍ ଦୁର୍ଘଟଣା ଘଟିଛି ।ରବିବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଆଲମଣ୍ଡା- କାଣ୍ଟାକାପାଲିରେ ଏହି ଦୁର୍ଘଟଣା ଘଟିଛି ।ବିଶାଖାପାଟଣା-ପଲାସା ଓ ବିଶାଖାପାଟଣା-ରାୟଗଡା ଟ୍ରେନ୍ ଦୁର୍ଘଟଣା ହେବା ଯୋଗୁ ୬ ଜଣଙ୍କ ମୃତ୍ୟୁ ଘଟିଥିବାନେଇ ସରକାରୀ ସୂତ୍ରରୁ କୁହାଯାଇଛି। ତେବେ ଆଗକୁ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି ଜଣାପଡିଛି । ବିଜୟନଗରମର ଆଲମଣ୍ଡା-କଣ୍ଟକପାଲି ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଗୋଟିଏ ଟ୍ରେନକୁ ଅନ୍ୟ ଟ୍ରେନଟି ପଛପଟୁ ଧକ୍କା ଦେଇଛି । ଟ୍ରେନ୍ ଧକ୍କା ଦେବା […]