ସାକ୍ଷୀଗୋପାଳଙ୍କ ଦର୍ଶନସାରି ଫେରିବାବାଟରେ ଚାଲିଗଲା ଜୀବନ

ଜଗତପୁର,୨୨ା୧୧(ଏସଏସନିଉଜ) ସତ୍ୟବାଦୀସ୍ଥିତ ସାକ୍ଷୀଗୋପାଳ ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବାଇକ୍ ଆରୋହୀ ଦଂପତିଙ୍କ ଉପରେ ଚଢ଼ିଯାଇଥିଲା ଟ୍ରକ୍‌। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୪ବର୍ଷର ଶିଶୁପୁତ୍ର ଆହତ ହୋଇଥିବା ବେଳେ ତାର ବାପା- ଅନିରୁଦ୍ଧ ଜେନା (୪୦) ଓ ମା ରିତାଲି ଜେନା (୩୫) ଙ୍କର ମୃତ୍ୟୁ ହୋଇଛି। ମୃତ ଅନିରୁଦ୍ଧଙ୍କ ଘର କଟକ ଜିଲ୍ଲା ସାଲେପୁର ଥାନା ଅଧୀନ ମହଣ ପଞ୍ଚାୟତର ପୂରଣଗ୍ରାମରେ ।ଅନିରୁଦ୍ଧ ନିଜ ସ୍ତ୍ରୀ ଓ ୪ ବର୍ଷ ବୟସର ଶିଶୁପୁତ୍ରକୁ ନେଇ ବାଇକ୍‌ରେ ପୁରୀଜିଲ୍ଲା ସାକ୍ଷୀଗୋପାଳରେ ଠାକୁରଙ୍କ ଦର୍ଶନ କରି କଟକ-ଚାନ୍ଦବାଲିରୋଡ଼ ଦେଇ ଘରକୁ ଫେରୁଥିଲେ। ନୃସିଂହବଜାରଠାରେ ଏକ ଅଜଣାଟ୍ରକ୍ ଧକ୍କା ଦେଇଥିଲା।

Comments (0)
Add Comment