ରାସ୍ତାରୁ ଅପହରଣ ଉଦ୍ୟମ ପଣ୍ଡ

କୋଣାର୍କ,୨।୧(ଏସଏସନିଉଜ)ଜଣେ ବ୍ୟକ୍ତିଙ୍କୁ ହାତଗୋଡ଼ ବାନ୍ଧି ଉଠାଇନେବା ଉଦ୍ୟମ ବିଫଳ ହୋଇଛି।ବଢେଇଛକ ନିକଟରେ ସ୍ଥାନୀୟ ଲୋକ ଦେଖିଦେବାରୁ ଛାଡ଼ି ପଳାଇଲେ ।ଉଦ୍ଧାର ହୋଇଥିବା ବ୍ୟକ୍ତି ସ୍ଥାନୀୟ ଭାଣପୁର ଗାଁର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ବୋଲି ସୂଚନା ମିଳିଛି।ଉଦ୍ଧାରପରେ ସଂପୃକ୍ତ ବ୍ୟକ୍ତିଙ୍କୁ ପୁରୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।କିଏ ଓ କେଉଁ ଉଦ୍ଦେଶ୍ୟରେ ଉଠାଇ ନେଉଥିଲେ ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନଥିବାର ଜଣାପଡିଛି।

Comments (0)
Add Comment