ବାଙ୍କୀ, ୮ା୧(ଏସଏସନିଉଜ) ଦୀର୍ଘଦିନର ବ୍ୟବଧାନପରେ ପୁଣି ଚନ୍ଦକା-ଡମପଡା ଅଭୟାରଣ୍ୟର ହାତୀ ବାଙ୍କୀ-ବାରଙ୍ଗରାସ୍ତାର ଭଗିପୁର ଅଂଚଳରେ ଆତଙ୍କ ଖେଳାଇଛନ୍ତି ।ଆଜି ବଢିଭୋରସମୟରେ ଆଠଗଡ଼ ସୁକାଶନ ଜଙ୍ଗଲରୁ ମହାନଦୀ ପାରି ହୋଇ ଚନ୍ଦକା-ଡମପଡା ଅଭୟାରଣ୍ୟକୁ ଫେରିବା ବେଳେ କିଛି ସମୟପାଇଁ ଉପ୍ତାତ କରିଛନ୍ତି ।ଭଗିପୁର ଅଞ୍ଚଳରେ ହୋଇଥିବା ଚାଷଜମିରେ ପଶି ବ୍ୟାପକ ପନିପରିବା ଖାଇବା ସହ ଦଳିମକଚି ନଷ୍ଟ କରିଦେଇଛନ୍ତି ।ଭୋର ସମୟରେ ବାଙ୍କୀ କଟକ ମୁଖ୍ୟ ରାସ୍ତାରେ ୧ଘଣ୍ଟା ଧରି ଆତଙ୍କ ଖେଳାଇଥିଲେ ହାତୀ ପଲ୍ଲ । ଯାହାଫଳରେ ବାଙ୍କୀ କଟକ ମୁଖ୍ୟରାସ୍ତାରେ କିଛିସମୟପାଇଁ ଯାତାୟାତ ଠପ ହୋଇପଡିଥିଲା ।ଖବରପାଇ ଘଟଣାସ୍ଥଳରେ ଡମପଡା ଭଗିପୁର ବନ ବିଭାଗ କର୍ମଚାରୀ ପହଁଚି ହାତୀ ଘଉଡେଇବା ପରେ ହାତୀ ପଲ୍ଲ ଚନ୍ଦକା-ଡମପଡା ଅଭୟାରଣ୍ୟକୁ ଫେରିଥିଲେ ।