ଓଲଟିଲା ଅଟୋ:,ଚାଲିଗଲା ଜୀବନ

ବାଲେଶ୍ବର,୧୬ା୧(ଏସଏସନିଉଜ) ସୋର-ଅନନ୍ତପୁର ରାସ୍ତା କମାଣପୁରଠାରେ ଏକ ଅଟୋ ଭାରସାମ୍ୟ ହରାଇ ଓଲଟିବା ଫଳରେ ଘଟଣାସ୍ଥଳରେ ଅଟୋ ଚାଳକ କଳମଙ୍ଗା ଗ୍ରାମର ଭଗବାନ ପାଣିଗ୍ରାହୀ ଙ୍କ ମୃତ୍ୟୁ ହେବାସହ ବସିଥିବା ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ଆଜି ସକାଳେ ଭଗବାନ ଅଟୋରେ ଜଣେ ଯାତ୍ରୀଙ୍କୁ ନେଇ ସୋର ଅଭିମୁଖେ ଆସୁଥିବାବେଳେ ସୋର ଅନନ୍ତପୁର ରାସ୍ତା କମାଣପୁର ଦାଣ୍ଡକାଳୀ ମନ୍ଦିର ସମ୍ମୁଖରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଚାଳକ ଜଣଙ୍କ ଚାପି ହୋଇଥିବା ବେଳେ ବସିଥିବା ଯାତ୍ରୀ ହରିହର ଜେନା ଗୁରୁତର ଭାବେ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ଭଗବାନଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

Comments (0)
Add Comment