ଖଣିମାଫିଆଙ୍କ ଆତଙ୍କ

ଆକ୍ରମଣର ଶିକାର ହେଲେ ମାଇନିଂ ଅଫିସର

ଖୋର୍ଦ୍ଧା,୧୬ା୧(ଏସଏସନିଉଜ)ଖୋର୍ଦ୍ଧାରେ ବେଆଇନ ଖଣି ଖନନ ଉପରେ ରାତି ଅଧିଆ ଚଢ଼ଉ ପାଇଁ ଯାଇଥିବା ବେଳେ ଖୋର୍ଦ୍ଧାର ମାଇନିଂ ଅଫିସର ଜଗନ ବେହେରାଙ୍କ ଉପରେ ମାଫିଆମାନେ ସଂଗଠିତ ଆକ୍ରମଣ କରିଛନ୍ତି। ଖୋର୍ଦ୍ଧା ଆଦର୍ଶ ଥାନା ଜକରା ଖଣି ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହିଭଳିଘଟଣା ଘଟିଛି ।ମାଫିଆଙ୍କ ମାଡ଼ରେ ମାଇନିଂ ଅଫିସର ଗୁରୁତର ଆହତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି।ଆଦର୍ଶ ଥାନାଜକରା ଅଞ୍ଚଳରେ ଦୁଇଟା ଜେସିବିରେ ବେଆଇନ୍ ଭାବେ ଖଣି ଖନନ ହୋଇ ଚାରିଟା ହାଇୱାରେ ଖଣିଜ ଦ୍ରବ୍ୟ ଚାଲାଣ ଚାଲିଥିବାର ଖବରପାଇ ବିଳମ୍ଭିତରାତିରେ ଥାନାକୁ ଖବର ଦେଇଘଟଣାସ୍ଥଳକୁ ଏକ କାର ଯୋଗେ ଯାଇଥିଲେ ।ସେଠାରେ ପହଁଚିବାପରେ ମାଫିଆମାନେ ଆର୍ତକିତଭାବେ ଆକ୍ରମଣ କରିଥିଲେ ।

 

Comments (0)
Add Comment