ଅର୍ଦ୍ଧନିର୍ମିତ ଘରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କନ୍ଧମାଳ,୨୧ା୧(ଏସଏସନିଉଜ) ପଣସପୋଡ଼ି ଗ୍ରାମରୁ ବୁଡ଼ୁ ଓରଫ ପ୍ରଶାନ୍ତ ପୂଜାରୀ ନାମକ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଜଣେ ମିସ୍ତ୍ରୀ କାମକରୁଥିବା ପୂଜାରୀ ଗତକାଲି ସନ୍ଧ୍ୟାରେ ବୁଲୁଥିବାର କିଛିଲୋକ ଦେଖିବାକୁ ପାଇଥିଲେ। କିନ୍ତୁ ସନ୍ଧ୍ୟା ସାଢ଼େ ୭ଟା ପରେ ଆଉ ତାଙ୍କର ଦେଖା ମିଳି ନଥିଲା। ଆଜି ସକାଳୁ ଏକ ଅର୍ଦ୍ଧନିର୍ମିତ ଘରୁ ତାର ଶବ ମିଳିଛି। ତାର ବେକ ମୁହଁରେ ଶକ୍ତ ଆଘାତ ରହିଛି।ଧାରୁଆ ଅସ୍ତ୍ରରେ ତାଙ୍କୁ କେହି ହତ୍ୟା କରିଥିବାର ସନ୍ଦେହ କରାଯାଉଛି ।ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି

Comments (0)
Add Comment