Browsing category

ଅପରାଧ

ଛିନ୍‌ତାଇ ରାକେଟ୍‌ର ୪ ଗିରଫ

ଜୟପୁର,୩୧।୮(ଏସଏସନିଉଜ) ଧରାପଡ଼ିଲା ଚେନ୍‌ ସ୍ନାଚିଂ ରାକେଟର ଗ୍ୟାଙ୍ଗର ୪ଜଣିଆ ସଦସ୍ୟ।କୋରାପୁଟ, ଜୟପୁର ଓ ନବରଙ୍ଗପୁରରେ ସ୍ନାଚିଂ କରୁଥିଲେ।୩ ଟାଉନ ଥାନା ପୋଲିସର ମିଳିତ ଅପରେସନ୍‌ରେ ଧରାପଡ଼ିଲେ।୩ ଲୁଟେରାଙ୍କଠାରୁ ସୁନା କିଣିଥିବାବ୍ୟକ୍ତି ମଧ୍ୟ ଗିରଫ ହୋଇଛନ୍ତି।ଲୁଟ୍‌ ସୁନାକୁ ଫାଇନାନ୍ସ ସଂସ୍ଥାରେ ବନ୍ଧକ ଦେଇ ଦେଢ଼ ଲକ୍ଷ ଆଣିଥିବାର ଜଣାପଡିଛି।

ରାଜନଗରରେ ପୁଣି ଟାଣିନେଲା କୁମ୍ଭୀର

ଭୁବନେଶ୍ୱର,୩୧।୮(ଏସଏସନିଉଜ)ବ୍ରାହ୍ମଣୀନଦୀ କୂଳରେ ମଇଁଷି ଚରାଉଥିବା ବେଳେ ରାଜପୁର ଗାଁର ଭାସ୍କର ରାଉତଙ୍କୁ ଟାଣି ନେଲା କୁମ୍ଭୀର। ପୂର୍ବରୁ ୨ମାସ ମଧ୍ୟରେ ୪ଜଣଙ୍କୁ ଟାଣି ନେଇଛି କୁମ୍ଭୀର।ଗ୍ରାମବାସୀଙ୍କ ଦ୍ୱାରା ଖୋଜା ଖୋଜି ଜାରୀ ଆରମ୍ଭ ହୋଇଥିଲେ ମଧ୍ୟ ଭାସ୍କରଙ୍କ ଅଦ୍ୟାବଧି ପତା ମିଳିପାରିନାହିଁ।

ବୋଲେରୋକୁ ଘୋଷାରି ନେଲା ଟ୍ରେନ

ପାରାଦୀପ,୨୯।୮(ଏସଏସ ନିଉଜ) ବୋଲେରୋକୁ ୩୦ ମିଟର ଘୋଷାରି ନେଲା ଟ୍ରେନ୍‌।ବନ୍ଦର ନିଷିଦ୍ଧାଞ୍ଚଳ ଏମସିଏଚପି କ୍ୟାଣ୍ଟିନ ନିକଟରେ ଦୁର୍ଘଟଣା ଘଟିଛି।ଯାହାଫଳରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ବୋଲେରୋରେ ଥିବା ସମସ୍ତ କର୍ମଚାରୀ।

ସରକାରୀକ୍ୱାର୍ଟର୍ସରୁ କନେଷ୍ଟବଳଙ୍କ ଝୁଲନ୍ତାମୃତଦେହ ଉଦ୍ଧାର

ଭଦ୍ରକ,୨୭ା୮(ଏସଏସନିଉଜ)ତିହିଡ଼ି ଥାନାରେ କାର‌୍ୟ୍ୟରତ ତୋଫାନ କୁମାର ପାତ୍ରନାମକ କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ସରକାରୀ କ୍ୱାର୍ଟର୍ସରୁ ଉଦ୍ଧାର କରାଯାଇଛି।ଖବରପାଇ ଘଟଣାସ୍ଥଳରେ ତିହିଡ଼ି ପୁଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।ପ୍ରାୟ ଦେଢ଼ବର୍ଷହେବ ତୋଫାନ ତିହିଡ଼ିଥାନାରେ ଯୋଗଦେଇଥିବାସହ ସରକାରୀ କ୍ୱାର୍ଟର୍ସରେ ଏକୁଟିଆ ରହୁଥିଲେ। ସେ ବିଳମ୍ଭିତରାତିରେ ଡିଉଟି ସାରି କ୍ୱାର୍ଟର୍ସକୁ ଯାଇଥିଲେ। ପଡ଼ୋଶୀ ଝରକା ବାଟେ ଆଜି ସକାଳେ ତୋଫାନ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ତେବେ କେଉଁକାରଣ […]

ସ୍ତ୍ରୀର ଜୀବନନେଲା ସ୍ବାମୀ

ଗଞ୍ଜାମ ,୨୭ା୮(ଏସଏସନିଉଜ)ସାନଖେମୁଣ୍ଡିବ୍ଲକ ପାଟପୁର-ଆମ୍ବଠା ରାସ୍ତାପାର୍ଶ୍ବରେ ଥିବା ଏକ ଇଟାଭାଟି ନିକଟରୁ ପଳାଶପୁରର ବାଉରୀସାହିର ସୁଲୋଚନା ଦାସ ନାମକ ମହିଳାଙ୍କ ମୃତଦେହକୁ ପାଟପୁର ଥାନା ପୁଲିସ ଉଦ୍ଧାର କରିଛି ।ତେବେ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସୁଲୋଚନାଙ୍କୁ ସ୍ବାମୀ ରଞ୍ଜନ ହତ୍ୟା କରିଥିବା ଚର୍ଚ୍ଚା ହେଉଛି।ଅନ୍ୟପଟେ ମୃତମହିଳାଙ୍କ ଭାଇଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତ ସ୍ବାମୀକୁ ପୋଲିସ ଥାନାରେ ଅଟକ ପଚରାଉଚରା କରୁଥିବାର ଜଣାପଡିଛି ।

ବାଣବିସ୍ଫୋରଣରେ ଚାଲିଗଲା ୮ଜୀବନ

ଭୁବନେଶ୍ୱର, ,୨୭ା୮(ଏସଏସନିଉଜ)ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଦତ୍ତାପୁକୁର ଅଞ୍ଚଳରେ ଥିବା ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏଥିରେ ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଥିବାର ଜଣାପଡିଛି ।ବିସ୍ଫୋରଣର ଏତେ ପ୍ରଚଣ୍ଡ ଥିଲା ଯେ ଘରର ଛାତ ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ଯାଇଛି । ଘର ଭିତରେ ଆଉ କିଛି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର‌୍ୟ୍ୟ ଚାଲିଥିବାର ଜଣାପଡିଛି ।ଆହତମାନଙ୍କୁ ବାରାସାଟଡାକ୍ତରଖାନାକୁ ଚିକିତ୍ସା […]

ଝିଅକୁ ଗ୍ରହଣକଲାନାହିଁ ଜନ୍ମକଲା ମାଆ

ବାରଙ୍ଗ,୨୬ା୮(ଏସଏସନିଉଜ)ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବିବାହ କରିବାକୁ ବାଧ୍ୟ କରିବାରୁ ସେ ରାଜିନହେବାରୁ ତାକୁ ମାନସିକ ଓ ଶାରରୀକ ଜନ୍ତ୍ରଣା ଦେବାଭଳି ସଙ୍ଗିନ ଅଭିଯୋଗ ଆସିଛି ।ବାରଙ୍ଗର ଏକ ପ୍ରତିଷ୍ଠିତ ସରକାରୀ ବିଦ୍ୟାଳୟରେ ଅଧୟନକରୁଥିବା ଛାତ୍ରୀ ଜଣଙ୍କ ତାର ପରିବାରଲୋକ ଦେଉଥିବା ମାନସିକ ନିର‌୍ୟ୍ୟାତନା ଦେଉଥିବା କଥାକୁ ଶନିବାର ଦିନଶ୍ରେଣୀଶିକ୍ଷକଙ୍କ ପାଖରେ ବଖାଣିବାସହ ସୁରକ୍ଷା ମାଗିଛି ।ପରେ ପ୍ରଧାନଶିକ୍ଷୟତ୍ରୀଙ୍କ ହସ୍ତକ୍ଷେପ ପରେ ବିଦ୍ୟାଳୟପରିଚାଳନାକମିଟି ଉପସ୍ଥିତିରେ ଛାତ୍ରୀର ପରିବାରଲୋକଙ୍କୁ ଡକାଯାଇ ପକୃତ ସତ୍ୟାସତ୍ୟ ଅନୁଧ୍ୟାନ କରାଯାଇଛି ।ଛାତ୍ରୀର ଜନ୍ମଦାତା ମାଆ […]

ଗୋରୁବୋଝେଇ ପିକଅପ ଜବତ

ବାରଙ୍ଗ,୨୬।୮(ଏସଏସନିଉଜ)ଶନିବାର ବଡିଭୋର ସମୟରେ ଗୋଚାଳଣ ହେଉଥିବାବେଳେ ନରାଜଗ୍ରାମବାସୀମାନଙ୍କ ହାତରେ ଧରାପଡିଛି ଗୋରୁବୋଝେଇ ପିକଅପଭ୍ୟାନ ।କୈାଶଳକ୍ରମେ ଗୋଚାଲଣକାରୀ ଖସି ପଳାଇଯାଇଥିବାବେଳେ ଗାଡିରେ ଥିବା ୮ଟିଗୋରୁମଧ୍ୟରୁ ଗୋଟିକର ମୃତ୍ୟୁ ଘଟିଛି ।ଏହିଘଟଣା ଶନିବାର ବଢିଭୋର ସମୟରେ ଗୋଡିସାହିଫାଣ୍ଡି ଅଧିନସ୍ଥ ନରାଜ ବଙ୍ଗଳାଛକ ନିକଟରେ ଦେଖିବାକୁ ମିଳିଛି । ଓଆର୦୯ଜେ୮୬୨୭ ନଂ ପିକଅପ ଭ୍ୟାନରେ ଗୋରୁ ବୋଝେଇ କରି ଆସୁଥିବାବେଳେ ସ୍ଥାନୀୟ ଗ୍ରାମର କିଛି ଯୁବକ ଦେଖିବାକୁ ପାଇଥିଲେ ।ଏହାପରେ ସଙ୍ଗବଦ୍ଧ ହୋଇ ଯୁବକମାନେ ପିକଅପଭ୍ୟାନକୁ ରୋକିବା କ୍ଷଣି ଗାଡିଚାଳକ ସହ […]

ଝିଆରୀକୁର୍ଦୁବ୍ୟବହାର, ଦାଦାକୁଆକ୍ରମଣ

  ଭୁବନେଶ୍ବର,୨୬।୮(ଏସଏସନିଉଜ)ଘରେ ଏକୁଟିଆ ଥିବାର ସୁଯୋଗରେ ଘରେପଶି ଯୁବତୀଙ୍କୁ ର୍ଦୁବ୍ୟବହାର କରିବା ଓ ଏହାକୁ ପ୍ରତିବାଦ କରିବାରୁ ଯୁବତୀଙ୍କ ଦାଦାକୁ ଆକ୍ରମଣ କରି ରକ୍ତାକ୍ତ କରିବାଭଳି ଅଭାବନୀୟ ଘଟଣାରେ ମଞ୍ଚେଶ୍ବର ଥାନା ପୋଲିସ ପଦ୍ମକେଶରୀପୁର ଅଞ୍ଚଳର ଜଗନଦାସ ନାମକ ଯୁବକକୁ ଗିରଫ କରିଛି।ଗୁରୁବାର ସନ୍ଧ୍ୟା ସମୟରେ ରୁଦ୍ରଦାସଙ୍କ ଝିଆରୀ ଘରେ ଏକୁଟିଆ ଥିବା ସମୟରେ ଜଗନ ଓ ତା’ର ସହ‌ଯୋଗୀ ଘରେ ପଶିର୍ଦୁବ୍ୟବହାର କରିଥିଲେ।ଯୁବତୀଜଣଙ୍କ ଏହାକୁ ବିରୋଧ କରି ପାଟି କରିବାରୁ ଦାଦା ରୁଦ୍ର ଧାଇଁ ଆସିଥିଲେ।ଏଥିରେ […]

ଟ୍ରେନ୍‌ରେ ଚାଲାଣବେଳେ ୨୫ଗୋଧି ଉଦ୍ଧାର

  ବାଲେଶ୍ବର,୨୬।୮(ଏସଏସନିଉଜ)ପଶ୍ଚିମବଙ୍ଗକୁ ଖନ୍ତାପଡ଼ା ଅଞ୍ଚଳରୁ ଟ୍ରେନ୍‌ରେ ଚାଲାଣ ହେଉଥିବା ବେଳେ ୨୫ଟି ଗୋଧି,ଗୋଟିଏ କଇଁଛ ଓ ୨ଟି ଡାହୁକପକ୍ଷୀକୁ ଆରପିଏଫ୍‌ ଉଦ୍ଧାର କରିଛି।ଏଥିରେ ସଂପୃକ୍ତ ପଶ୍ଚିମବଙ୍ଗ ମେଦିନୀପୁର ଅଞ୍ଚଳର ସଞ୍ଜୟ ନାୟକ (୨୫)କୁ ଧରି ବନ ବିଭାଗକୁ ହସ୍ତାନ୍ତର କରିଛି। ଅଭିଯୁକ୍ତ ପାଖରୁ ୩୦ଟିଫାଶ ଓ ଦୁଇଟି ବାଟୁଳି ଜବତ କରାଯାଇଛି।ଗତକାଲି ବିଳମ୍ବିତ ରାତିରେ ରୂପ୍‌ସା ରେଳଷ୍ଟେସନ୍‌ କର୍ତ୍ତୃପକ୍ଷଙ୍କଠାରୁ ଖବର ପାଇ ଚାନ୍ଦିପୁର ରେଞ୍ଜ ଅଧିକାରୀ ମାନେ ଧରିଛନ୍ତି।ଉଦ୍ଧାରପରେ ଗୋଧି, କଇଁଛ ଓ ଡାହୁକ ପକ୍ଷୀକୁ କୁଲଡିହା […]