ମୁକୁଳା ପାଣିଟାଙ୍କିରୁ ମିଳିଲା ମୃତଦେହ

ବାରଙ୍ଗ,୫ା୯(ଏସଏସନିଉଜ)ରଘୁନାଥପୁର ଗାଁମୁଣ୍ଡରେ ଥିବାଏକ ଖୋଲାପାଣିଟାଙ୍‌କିରୁ ଭାସୁଥିବା ଅବସ୍ଥାରେ ଏକ ମୃତଦେହକୁ ଉଦ୍ଧାର କରିଛି ନନ୍ଦନକାନନଥାନାପୋଲିସ । ମୃତକ ହେଉଛନ୍ତି କେଉଁଝର ଆନନ୍ଦପୁରର ମାର୍ଶାପାଳ ଗାଁରପିତାମ୍ବରମୁର୍ମୁ(୫୮) ।ପିତାମ୍ବର ତାର ଅନ୍ୟଜଣେ ସାଥି ସୁନାରାମ ସୁରେନ ସହିତ ରଘୁନାଥପୁର ଗାଁମୁଣ୍ଡରେ ନିର୍ମାଣଧିନ ଅଟାଳିକାରେ କାମକରିବାକୁ ଶୁକ୍ରବାରଦିନ ଗାଁରୁ ଆସିଥିଲା ।କିନ୍ତୁ ସୋମବାରରାତିରେ ସେ ରହୁଥିବା କ୍ୟାମ୍ପରେ ତାଙ୍କର ଦେଖାନମିଳିବାରୁ ତାଙ୍କପୁଅ ମାଧବକୁ ସୁନାରାମ ଜଣାଇଥିଲେ ।ମାଧବ ମଙ୍ଗଳବାର ଦିହିପହରରେ ପହଁଚିବାପରେ ମୁକୁଳାପାଣିଟାଙ୍କିରେ ଭସୁଥିବା ମୃତଦେହ ତାଙ୍‌କ ବାପାଙ୍କର ବୋଲି ଚିହ୍ନଟ କରିଥିଲେ ।ଖବରପାଇ ନନ୍ଦନକାନନଥାନାପୋଲିସ ପହଁଚି ମୃତଦେହକୁ ଜବତ କରିବା ସହ ମୃତ୍ୟୁର ପକୃତ କାରଣ ଜାଣିବାପାଇଁ ଉଦ୍ୟମ କରିଛି ।ତେବେ ମୁକୁଳା ଡ୍ରେନରେ ପିତାମ୍ବର ନିଜେ ପଡିଛନ୍ତି ନା ତାଙ୍କୁକେହି ପକାଇଛି ନା ସେ ଆତ୍ମହତ୍ୟା କରିଛନ୍ତିି ତାହା ଅଦ୍ୟାବଧି ଅସ୍ପଷ୍ଟ ରହିଛି ।

 

Comments (0)
Add Comment