Browsing category

ଅପରାଧ

ବଦଳିଲେ ଜେଲର

ବାରଙ୍ଗ,୨୭।୭(ଏସଏସନିଉଜ)ଜାମୁଝରିସ୍ଥିତ ବିଜୁ ପଟ୍ଟନାୟକ ମୁକ୍ତାକାଶ କାରଶ୍ରମର ଜେଲର ଅଶୋକ କୁମାର ବେହେରାଙ୍କର ଏଠାରୁ ଦିଗପହଣ୍ଡି ଉପକାର ଗରକୁ ବଦଳି ହୋଇଛି ।ତାଙ୍କ ସ୍ଥାନରେ ଦିଗପହଣ୍ଡି ଜେଲର ଅମିୟ ବେହେରାଙ୍କର ବିଜୁପଟନାୟକ ମୁକ୍ତାକାଶ କାରାଶ୍ରମକୁ ବଦଳି ହୋଇଛି ।ଏନେଇ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇବାପରେ କାରାଶ୍ରମର କଏଦୀମାନଙ୍କ ମଧ୍ଯରେ ଉତ୍ସାହ ପରିଲକ୍ଷିତ ହୋଇଛି ।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

ଶିଶୁକନ୍ୟା ଅପହରଣ ଅଭିଯୋଗ

ପୁରୀ,୨୭ା୭(ଏସଏସନିଉଜ) ପୁରୀ ବେଳାମାର୍ଗରୁ ୩ବର୍ଷର ଜଣେ ଶିଶୁକନ୍ୟାକୁ ଜଣେ ମହିଳା ବୁଧବାର ସନ୍ଧ୍ୟାରେ ଏକ କାର୍‌ରେ ଅପହରଣ କରାଯାଇଥିବାର ସଞ୍ଜୟ ମଲ୍ଲିକ ନାମକ ବ୍ୟକ୍ତି ବଳିଆପଣ୍ଡା ଥାନାରେ ଅଭିଯୋଗ ହୋଇଛି। ସଞ୍ଜୟ ହୋଟେଲ ସି-ଭିୟୁ ‌ସମ୍ମୁଖରେ ବେଳାମାର୍ଗରେ ଏକ ପଇଡ଼ ଦୋକାନ କରିଛନ୍ତି। ଏକ କଳାରଙ୍ଗର କାରରେ ବସିଥିବା ଜଣେ ମହିଳାଆସି ପଇଡ ମାଗିଥିଲେ ।ପଇଡଟି ନେଇ ୯ ବର୍ଷର ବଡ଼ ଝିଅ ଓ ୩ ବର୍ଷର ଶିଶୁ କନ୍ୟା ଯାଇଥିଲେ ।ପଇଡରୁ ନାଳି କାଢିବାକୁ କହି […]

ମହାନଦୀକୁ ଡେଇଁଲେ ଯୁବକ

ସମ୍ବଲପୁର,୨୭ା୭(ଏସଏସନିଉଜ) ମହାନଦୀକୁ ଡେଇଁ ଯୁବକ ନିଖୋଜ ହୋଇଛନ୍ତି ଗୋବିନ୍ଦତୋଲା ଅଞ୍ଚଳର ଜଣେ ଯୁବକ । ଭୋର ସମୟରେ ଏହି ଅଘଟଣ ଘଟିଛି। ଟାଉନ ଥାନା ଅନ୍ତର୍ଗତ ଚାଉରପୁର ବ୍ରିଜ ଉପରୁ ପାଣିକୁ ଡେଇଁ ଯୁବକ ନିଖୋଜ ହୋଇଥିବାର ଜଣାପଡିଛି ।ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି ।

ଭଦ୍ରକରେ ଚାଞ୍ଚଲ୍ୟ

ଭଦ୍ରକ,୨୭ା୭(ଏସଏସନିଉଜ) ପାରିବାରିକ କଳହରୁ ନାବାଳକ ପୁଅସହ ମିଶି ସ୍ତ୍ରୀସ୍ୱାମୀକୁ ଛୁରି ଭୁସି ହତ୍ୟା କରିବା ଭଳି ଘଟଣା ଭଦ୍ରକରେ ଚାଞ୍ଚଲ୍ୟ ସୃଷ୍ଟିକରିଛି ।ଭଦ୍ରକ ଗ୍ରାମାଞ୍ଚଳଥାନା ବାଣିତିଆପଞ୍ଚାୟତ ମହଲାସାହିରେ ଏହି ଅଘଟଣ ଘଟିଛି । ବାଣିତିଆ ପଞ୍ଚାୟତ ମହଲା ସାହିର ମଞ୍ଜୁଲତାଙ୍କୁ ବାହା ହୋଇ ସୁରେଶଲାଲ ଘରଜ୍ବାଇଁ ଭାବେ ରହୁଥିଲା।ଗତକାଲିରାତିରେ କୈାଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ କଳହ ତୀବ୍ର ରୂପ ନେଇଥିଲା। ମଞ୍ଜୁଲତା ନାବାଳକ ପୁଅ ସହାୟତାରେ ସ୍ୱାମୀସୁରେଶକୁ ଛୁରିରେ ଭୁସି ଦେବାରୁ ଘଟଣାସ୍ଥଳରେ ସୁରେଶର ମୃତ୍ୟୁ […]

ଭିଜିଲାନ୍ସ ଜାଲରେ କନିଷ୍ଠଯନ୍ତ୍ରୀ

ଡେଲାଙ୍ଗ,୨୫ା୭(ଏସଏସନିଉଜ)ଜଣେ ଠିକାଦାରଙ୍କଠାରୁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଡେଲାଙ୍ଗବ୍ଲକ୍‌ର କନିଷ୍ଠଯନ୍ତ୍ରୀ ରଜନୀକାନ୍ତମାଝି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଅଙ୍ଗନବାଡ଼ି କେନ୍ଦ୍ର ବିଲ୍ ପାସ୍ କରାଇଦେବା ପାଇଁ ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିଲେ ।ତାଙ୍କ ନିକଟରୁ ଟଙ୍କା ଜବତ କରିବା ସହ ଭିଜିଲାନ୍ସ ଏକ ମାମଲା ରୁଜୁକରି ତଦନ୍ତଚଳାଇଥିବା ସୂଚନା ମିଳିଛି।ଡେଲାଙ୍ଗବ୍ଲକର ରେଞ୍ଚପଞ୍ଚାୟତ ଅଧୀନ ପିଢ଼ପାଟଣା ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣପାଇଁ ୭ଲକ୍ଷଟଙ୍କା ମଞ୍ଜୁର ହୋଇଥିଲା। ଏହି ଗୃହନିର୍ମାଣ କରୁଥିବା ଠିକାଦାରଙ୍କ ଫାଇନାଲ୍ ବିଲ୍ ପାସ୍ କରିଦେବା ପାଇଁ କନିଷ୍ଠ ଯନ୍ତ୍ରୀ ଲାଞ୍ଚ […]

ଟ୍ରକ୍ ସହ ଜିଅନ୍ତା ଜଳିଗଲେ ଡ୍ରାଇଭର

ସମ୍ବଲପୁର,୨୬ା୭(ଏସଏସନିଉଜ) ଜମନକିରାଥାନା ୫୩ନମ୍ବର ଜାତୀୟ ରାଜପଥ ବଡ଼କୁଣ୍ଡେସରାଠାରେ ୧୪ଚକିଆ କୋଇଲା ବୋଝେଇ ଟ୍ରକ ଏବଂ ୪୦୭ ଗାଡ଼ି ମଧ୍ୟରେ ମୁହାମୁହିଁ ଧକ୍କା ହୋଇଛି।ଫଳରେ ଦୁଇଟିଟ୍ରକ ଓଲଟି ପଡ଼ିଥିବାବେଳେ ଟ୍ରକରୁ ବାହାରି ନପାରି ୪୦୭ଗାଡ଼ି ସହ ଜିଅନ୍ତା ଜଳିଯାଇଛନ୍ତି ଡ୍ରାଇଭର। ମୃତଡ୍ରାଇଭରଙ୍କ ପରିଚୟ ଅସ୍ପଷ୍ଟ ରହିଥିବାବେଳେ ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଅନ୍ୟପଟେ ଗୁରୁତର ଅବସ୍ଥାରେ ୪୦୭ର ହେଲ୍ପରଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଯାଇଛି ।

୨୦ଗ୍ରାମ ବ୍ରାଉନସୁଗାର ଜବତ

ମେଣ୍ଢାଶାଳ,୨୫ା୭(ଏସଏସନିଉଜ) ମଙ୍ଗଳବାର ସକାଳେ ଭୁବନେଶ୍ୱର ଅବକାରୀବିଭାଗ ପକ୍ଷରୁ ଚଢାଉ କରାଯାଇ ଚନ୍ଦକାଥାନା ଅଧିନସ୍ଥ ଘଙ୍ଗାପାଟଣାଗାଁପାଖରୁ ୨୦ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିବା ସହ ଘଙ୍ଗାପାଟଣାଗାଁର ବିରେନ୍ଦ୍ରବିଶ୍ୱାଳ ନାମକ ବ୍ୟକ୍ତିକୁ ଗିରଫ କାରଯାଇଛିାବିରେନ୍ଦ୍ର ବ୍ରାଉନସୁଗାର ଧରି ଗାଁମୁଣ୍ଡରେ ବିକ୍ରି ଉଦ୍ଦେଶ୍ୟରେ ଗ୍ରାହକଙ୍କୁ ଅପେକ୍ଷା କରିଥିଲା । କୈାଣସିସୁତ୍ରରୁ ଖବରପାଇ ଅବକାରୀବିଭାଗର ଅଧିକାରୀମାନେ ସେହିସମୟରେ ଚଢଉ କରିଥିଲେ ।ଚଢଉ ବେଳେ ବିରେନ୍ଦ୍ର ପାଖରୁ ବ୍ରାଉନସୁଗାରକୁ ଜବତ କରିଥିଲେ ଅବକାରୀବିଭାଗ ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

ସ୍ତ୍ରୀ ଓ ପୁଅକୁ ତଣ୍ଟିଚିପି ମାରିଦେଲା ମଦ୍ୟପବାପା

ଭଦ୍ରକ,୨୫ା୭(ଏସଏସନିଉଜ) ତେସିଙ୍ଗା ପଞ୍ଚାୟତର କୁଶଗଡ଼ିଆଗାଁରେ ମଦ୍ୟପ ଯୁବକ ଉମେଶ ନାୟକ ଯିଏକି ଜଣେ ଟ୍ରକଚାଳକ ସିଏ ନିଜ ପତ୍ନୀ ଓ ପୁଅକୁ ତଣ୍ଟିଚିପି ହତ୍ୟା କରିଥିବାର ଜଣାପଡିଛି ।ସେ ନେରଡ଼ା ପଞ୍ଚାୟତ ଗୋଧି ଗ୍ରାମର କାଞ୍ଚନବାଳାଙ୍କୁ ପ୍ରେମ ବିବାହ କରିଥିଲା। ସେମାନଙ୍କର ଗୋଟିଏ ପୁଅ ଅଛି । ପତ୍ନୀ ଓ ପୁଅ ସହ ଉମେଶ କୁଶଗଡ଼ିଆସ୍ଥିତ ଏକ ଭଡ଼ାଘରେ ରହୁଥିଲା।ମଦ୍ୟପାନ କରୁଥିବାରୁ ବିଭିର୍ଣକାରଣ ନେଇ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଗତକାଲି ଉମେଶ ମଦ ପିଇ ଘରକୁ […]

ଦିଅରକୁ ବାହାହେଲେ ଭାଉଜ

ସୁବର୍ଣ୍ଣପୁର , ୨୩ା୭(ଏସଏସନିଉଜ) ସ୍ୱାମୀଙ୍କ ସାମ୍ନାରେ ଦିଅର ନାଁରେ ମଥାରେ ସିନ୍ଦୂର ପିନ୍ଧିଛନ୍ତି ସ୍ତ୍ରୀ । ସ୍ୱାମୀଙ୍କ ଉପସ୍ଥିତିରେ ଦିଅର ଭାଉଜଙ୍କର ବିବାହ ହୋଇଛି ।ଏହିଭଳିଘଟଣା ବୀରମହାରାଜପୁରବ୍ଲକ୍ ଅନ୍ତର୍ଗତ ସୁବଳୟାଥାନା ଅଞ୍ଚଳରେ ଘଟିଛି। , ଅନୁଗୁଳଜିଲ୍ଲା ସାମସିଙ୍ଗାଗାଁର ଜଣେଯୁବତୀ ୩ବର୍ଷ ତଳେ ସୁବଳୟାଥାନାଅନ୍ତର୍ଗତ ସାନକିରାସିରାଗାଁର ଜଣେଯୁବକଙ୍କୁ ବୈଦିକରୀତିରେ ବିବାହ କରିଥିଲେ। ଏହାଭିତରେ ଖଣ୍ଡହତାପଞ୍ଚାୟତର ବରଘାଟଗାଁର ସର୍ମ୍ପକିୟ ସ୍ୱାମୀଙ୍କ ମାଉସୀପୁଅ ଭାଇଙ୍କ ସହ ପ୍ରେମସମ୍ପର୍କ ଗଢ଼ିଉଠିଥିଲା। ସପ୍ତାହକତଳେ ଉଭୟ ଘରୁଫେରାର ହୋଇଯାଇଥିଲେ। ପରିବାର ଲୋକେ ସୁବଳୟାଥାନାରେ ଅଭିଯୋଗ ପରେ […]

ହୋଟେଲରେ ଚାଲିଥିଲା ସେକ୍ସରାକେଟ

ଝାରସୁଗୁଡା, ୨୩ା୭(ଏସଏସନିଉଜ)ପଞ୍ଚପଡ଼ାର ପୁରୁଣାଶିବଶକ୍ତିହୋଟେଲରେ ସେକ୍ସ ରାକେଟ ଚାଲିଥିବା ନେଇ ସୂଚନାପାଇ ପୋଲିସ ବିଳମ୍ବିତରାତିରେ ଚଢ଼ାଉ କରିଥିଲା । ଝାରସୁଗୁଡା ଟାଉନଥାନା ପୁଲିସ ଘଟଣାସ୍ଥଳରୁ ୧୩ଜଣ ଯୁବତୀଙ୍କୁ ଉଦ୍ଧାର କରିବାସହ ଦଲାଲସମେତ ୧୪ଜଣଙ୍କୁ ଅଟକ ରଖିଛି । ଉଦ୍ଧାରହୋଇଥିବା ଯୁବତୀମାନେ ବାହାରଜିଲ୍ଲାର ବୋଲି ଜଣାପଡିଛିାପୋଲିସ କଣ୍ଡୋମ, ଉତ୍ତେଜକ ବଟିକା ଭଳି ଆପତ୍ତିକର ଜିନିଷ ମଧ୍ୟ ଜବତ କରିଛି ।ହୋଟେଲରେ ଏସଏଚଜିକେନ୍ଦ୍ର ଚାଲିଥିବା ନେଇ ବୋର୍ଡ ଲଗାଯାଇଥିଲା ।