ବନ୍ଧୁକଲଗାଇ ଲୁଟିଲେ

କାରକୁ ଜାଳିଦେଲେ

ବାଲିପାଟଣା,୬ା୮(ଏସଏସନିଉଜ)ଡ୍ରାଇଭରକୁ ବନ୍ଧୁକଦେଖାଇ ମନିପର୍ସ ଛଡାଇନେବାସହ ତାଙ୍କ କାରକୁ ପୋଡିଦେଇଛନ୍ତି ଦୁର୍ବୁତ ।ଏହିଭଳିଘଟଣା ବାଲିପାଟଣାଥାନାଅଧିନସ୍ଥ ବଦଳା ପଣ୍ଡୁଆ ସାହି ଗ୍ରାମମୁଣ୍ଡରେ ଦେଖିବାକୁ ମିଳିଛି । ବଦଳା ପଣ୍ଡୁଆସାହିଗ୍ରାମର ଅଜିତକୁମାରସ୍ୱାଇଁ ନାମକ ବ୍ୟକ୍ତି ଓଡି ୦୨ ବିଏକ୍ସ ୪୫୪୩ନଂକାର ଯୋଗେ ଗତକାଲି ବିଳମ୍ଭିତରାତିରେ ଘରକୁ ଫେରୁଥିଲେ ।ଏହିସମୟରେ ଗାଁମୁଣ୍ଡରେ ଦୁଇଜଣ ଗାଡିଆଗରେ ଛିଡାହୋଇଥିଲେ ।ଗାଡିଟି ରହିବାକ୍ଷଣି ଦୁର୍ବୁତମାନେ ଅଜିତଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ମୋବାଇଲ ଏବଂ ପର୍ସ ଛଡ଼ାଇ ନେଇଥିଲେ। ଗାଡିଚାବି ଅଜିତ ନଦେବାରୁ ସେମାନେ ତାଙ୍କମୁହଁଙ୍କୁ ବିଷାକ୍ତ ସ୍ପ୍ରେ ପକାଇ କେନାଲ ନିକଟରେ ଗହୀରରେ ଫିଙ୍ଗି ଦେଇଥିଲୋଏହାପରେ କାରଟି ଷ୍ଟାଟ ନହେବାରୁ ଗାଡିଟିକୁ ନିଆଁ ଲଗାଇ ଜାଳି ଦେଇଥିଲେ ।ଆଜି ସକାଳେ ସ୍ଥାନୀୟଲୋକମାନେ ଅଜିତଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିବାପରେ ଅଜିତ ବାଲିପାଟଣାଥାନାକୁଯାଇ ଲିଖିତ ଅଭିଯୋଗ କରିଥିଲେ ।

Comments (0)
Add Comment