ପୁରୀମେନକେନାଲ ନେଉଛି ଜୀବନ

ବାରଙ୍ଗ,୭ା୮(ଏସଏସନିଉଜ) ପୁରୀମେନକେନାଲରେ ଗାଧୋଉଥିବାବେଳେ ସୋମବାରସକାଳେ ଜଣେ ୧୬ବର୍ଷର ନାବାଳକ ବୁଡି ମୃତ୍ୟୁବରଣ କରିଛି ।ମୃତ୍ୟୁବରଣ କରିଥିବା ଯୁବକ ହେଉଛନ୍ତି ନରାଜଗ୍ରାମର ସ୍ୱର୍ଗତରଘୁନାଥ ସାହୁଙ୍କର ଏକମାତ୍ର ପୁଅ ବିଭୁତିସାହୁ ।
ପ୍ରକାସଯେ,ବାପାମାଆଙ୍କର ଏକମାତ୍ର ପୁଅ ବିଭୁତି ବାପାଙ୍କ ଦେହାନ୍ତପରେ ପାଠପଢା ସାରି ଘରଚଳାଇବା ପାଇଁ ସିଆଇଏସଏଫ ପାଖରେ ଥିବା ଏକ ହୋଟେଲରେ କାମ କରୁଥିଲା ।ହୋଟେଲରୁ ଯାହାପାରିଶ୍ରମିକ ମିଳୁଥିଲା ସେଥିରେ ମାଆ ଓ ନିଜେ ଚଳିଯାଉଥିଲେ ।ସୋମବାର ସକାଳେ ହୋଟେଲରେ କାମକରୁଥିବା ଅନ୍ୟଜଣେ ସାଙ୍ଗ ସହ ପୁରୀମେନକେନାଲକୁ ଗାଧୋଇବାକୁ ଆସିଥିଲା ।ଗୋଡିସାହିବ୍ରିଜତଳେ ପୁରୀମେନ କେନାଲରେ ବିଭୁତି ଗାଧୋଉଥିବା ବେଳେ ତାର ସାଙ୍ଗଟି ଦୁରରେ ରହିଥିଲା ।ଏହିସମୟରେ ଅସାବଧାନତା ଯୋଗୁ ବିଭୁତିର ଗୋଡ ପାଣିରେ ଖସିଯିବାରୁ ସେବୁଡିଯାଇଥିଲା ।ଏହାଦେଖି ତାରସାଙ୍ଗ ବିଭୁତିକୁ ଉଦ୍ଧାର କରିବାପାଇଁ ପାଖରେ ଥିବା ଗାମୁଛା ପକାଇଥିଲେ ମଧ୍ୟ ସଫଳ ହୋଇନଥିଲା ।ପାଟିଶୁଣି ପାଖରେ ଥିବା ଅନ୍ୟ ଯୁବକ ମାନେ ଆସି ଥିବାବେଳକୁ ବିଭୁତି ବୁଡିଯାଇଥିଲା ।ଖବରପାଇ ଗୋଡିସାହିଫାଣ୍ଡି ପୋଲିସ ସହ ବାରଙ୍ଗରୁ ଏକ ଦମକଳଆସି ଖୋଜାଖୋଜିକରି ପ୍ରାୟ୪୫ ମିନଟର ବ୍ୟବଧାନରେ ପରେ ବିଭୁତିକୁ ପାଣିରୁ ଉଦ୍ଧାର କରିଥିଲେ ।ବିଭୁତିକୁ ଚିକିତ୍ସା ପାଇଁ ପୋଲିସ କଟକ ବଡମେଡିକାଲକୁ ନେଇଥିବା ବେଳେ ଡାକ୍ତରସେଠାରେ ମୃତ୍ୟୁ ଘୋଷଣା କରିଥିଲେ ।ପୋଲିସ ୬/୨୩କେଶ ନମ୍ବରରେ ଏକ ଅପମୃତ୍ୟୁମାମଲା ରୁଜୁକରି ମୃତଦେହକୁ ବ୍ୟବଛେଦ କରି ପରିବାରକୁ ହସ୍ତାନ୍ତର କରିଛି ।ଅନ୍ୟପଟେ ଏକମାତ୍ର ପୁଅକୁ ହରାଇ ମାଆ ଦୁଃଖରେ ଭାଙ୍ଗିପଡିଛି ।

Comments (0)
Add Comment