Browsing category

ଅପରାଧ

ଭଙ୍ଗିଦେଲେ ଫଳକ!

ଭୁବନେଶ୍ୱର,୧୨।୬(ଏସଏସନିଉଜ)ପୁଣି ପଦାରେ ପଡ଼ିଲା ଜୟଦେବ ନିର୍ବାଚନ ମଣ୍ଡଳୀର ବିଜେଡି କନ୍ଦଳ।ଭାର୍ଗବୀ ନଦୀରେ ସେତୁ ନିର୍ମାଣ ପାଇଁ ଶିଳାନ୍ୟାସ ଫଳକକୁ ଭଙ୍ଗାଯାଇଛି।ଝିଣ୍ଟିଶାସନ ତେରବାଟିଆରେ ଶିଳାନ୍ୟାସ ପାଇଁ ଲାଗିଥିବା ଫଳକକୁ ଭଙ୍ଗାଯାଇଛି।ବିଧାୟକଙ୍କ ନାଁ ଥିବାରୁ ବିରୋଧୀ ଗୋଷ୍ଠୀ ଭାଙ୍ଗିଥିବା ଅଭିଯୋଗ ହେଉଛି। ବିଜେଡିର ୨ଗୋଷ୍ଠୀ ବିବାଦ ଯୋଗୁଁ ଶିଳାନ୍ୟାସ ପୂର୍ବରୁ ଭାଙ୍ଗିଛି ଫଳକ।

ଭିଜିଲାନ୍ସ ଜାଲରେ ବ୍ୟାଙ୍କ ସହାୟକ

ଭୁବନେଶ୍ୱର,୧୨।୬(ଏସଏସନିଉଜ)ଭିଜିଲାନ୍ସ ଜାଲରେ ପଡିଲେ ବ୍ୟାଙ୍କ ସହାୟକ ପ୍ରଦୀପ କୁମାର ଚନ୍ଦ୍ରକର।ଭବାନୀପାଟଣା ସେଣ୍ଟ୍ରାଲ କୋପରେଟିଭ ବ୍ୟାଙ୍କ କୋମନା ବ୍ରାଞ୍ଚରେ ସେ କାର୍ଯ୍ୟ କରୁଛନ୍ତି । ବ୍ୟାଙ୍କସହାୟକ ଭାବେ କାମ କରୁଥିବା ପ୍ରଦୀପଙ୍କ ଘରେ ରେଡ୍‌ ହୋଇଛି।ଆୟବହିର୍ଭୁତ ସମ୍ପତ୍ତି ଠୁଳଅଭିଯୋଗରେ ରେଡ୍‌ କରୁଛି ଭିଜିଲାନ୍ସ।ନୂଆପଡ଼ାର ୩ଟିସ୍ଥାନରେ ଓ କୋମନାସ୍ଥିତ ବ୍ରାଞ୍ଚ୍‌ରେ ଚଢ଼ାଉ ଚାଲିଛି।

ସିବିଆଇ କବ୍‌ଜାରେ ୫କର୍ମଚାରୀ

ଭୁବନେଶ୍ୱର,୧୨।୬(ଏସଏସନିଉଜ)ବାହାନଗା ରେଳ ଦୁର୍ଘଟଣା ମାମଲାର ସିବିଆଇ ତଦନ୍ତ ଆରମ୍ଭ କରିଛି।ସିବିଆଇ କବ୍‌ଜାରେ ରେଳବିଭାଗର ୫ କର୍ମଚାରୀ ଅଛନ୍ତି।ଷ୍ଟେସନ ମାଷ୍ଟର, ବାହାନଗା ଓ ସୋରର ୨ ଟେକ୍ନିସିଆନ,ସିଗ୍ନାଲ ଜେଇ ଓ ସିଗ୍ନାଲ ଇନ୍‌ଚାର୍ଜଙ୍କୁ ପଚରା ଉଚରା କରୁଛି ସିବିଆଇ।

ନିର୍ଦ୍ଦୟୀ ମା ଛୁଆକୁ ନିର୍ଦ୍ଧୁମ ପିଟୁଛି

ବାରଙ୍ଗ,୧୧।୬(ଏସଏସନିଉଜ) ଚାରିବର୍ଷର ଝିଅଟି ମାର ମାଡକୁ ସହିନପାରି ସାହାରା ପାଇଁ ଥାନାକୁ ଆସୁଥିଲା।ଏଥିରେ ରାଗିଯାଇ ମା ଅମାନୁଷିକ ଭାବେ ପୁଣି ମାଡ଼ମାରି ଚାଲିଥିଲେ।ଏହି ଘଟଣା ବାରଙ୍ଗ ମୁଖ୍ୟ ରାସ୍ତା କଡରେ ହୋଇଥିବାରୁ ସେହିବାଟେ ଯାଉଥିବା ଜଣେ ମହିଳା ଭିଡ଼ିଓ କରି ଆନ୍ତର୍ଜାତୀୟ ମାନବାଧିକାର କମିଶନରଙ୍କ ପାଖକୁ ପଠାଇ ଦେଇଥିଲେ।ଏହାପରେ ଓଡ଼ିଶାସଖାର ସଦସ୍ୟମାନେ ଆସି ବାରଙ୍ଗ ଥାନାରେ ଅଭିଯୋଗ କରିବାସହ ନୃଶଂସି ମା କବଳରୁ ପିଲାଟିକୁ ଉଧାରକରିବାକୁ ନିବେଦନ କରିଥିଲେ। ପ୍ରକାଶ ଯେ,ରବିବାର ଦିନ ବାରଙ୍ଗ ମୁଖ୍ୟରାସ୍ତା କଡ଼ରେ […]

ଡକାୟତି ପୂର୍ବରୁ ଧରିଲା ପୋଲିସ

ଜଟଣୀ,୧୦।୬(ଏସଏସନିଉଜ) ଗତକାଲି ସନ୍ଧ୍ୟାରେ ଜଟଣୀ ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଥାନା ପାଟ୍ରୋଲିଂଟୀମ ଥାନା ପରିସରଭୁକ୍ତ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ ।ଏହି ସମୟରେ ବେଲପଡା ମଶାଣି ପଡିଆ ହନୁମାନମନ୍ଦିର ନିକଟରେ ତପୁ ଓରଫ ଚନ୍ଦ୍ରକାନ୍ତ ହରିଚନ୍ଦନ ଓ ତାର ସହଯୋଗୀ ପିସ୍ତଲ ରଖିବା ସହ ମୋଟର ସାଇକେଲ ଉପରେ ବସି ଅପରାଧିକ ଷଡଯନ୍ତ୍ର କରୁଥିବା ନେଇ ସୂଚନା ପାଇଥିଲେ । ପାଟ୍ରୋଲିଂ ଟୀମ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ପଦନପୁର ତଳସାହିର ତପୁ ଓରଫ ଚଦ୍ରକାନ୍ତ ହରିଚାନ୍ଦନଙ୍କୁ ଗିରଫ […]

ଭାରସାମ୍ୟହରାଇ ଓଲଟିଲା କାର

ବାରଙ୍ଗ, ୧୦।୬ (ଏସଏସନିଉଜ) ଗୋଡିସାହି ଫାଣ୍ଡି ଅନ୍ତର୍ଗତ ଷଣ୍ଡପୁରରୁ ନରାଜ ବ୍ୟାରେଜକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଭାରସାମ୍ୟ ହରାଇ ଧକ୍କା ଦେଲା ପରେ ଓଲଟିପଡିଛି କାର। ଶନିବାର ସଂଧ୍ୟାରେ ସଣ୍ଢପୁରରୁ ନିରାଜ ଅଭିମୁଖେ ଦୃତଗତିରେ ଯାଉଥିବା ଓଡି ୦୫ ଏଟି ୮୭୨୮ କାରଟି ଭାରସାମ୍ୟ ହରାଇବା ପରେ ଏକ ବିଦ୍ୟୁତ ଖୁଣ୍ଟ ରେ ଧକ୍କାଦେଇ ଘଟଣା ସ୍ଥଳରେ ଓଲଟି ପଡିଥିଲା। ସ୍ଥାନୀୟ ଲୋକେ ଦୁର୍ଘଟଣା ଗ୍ରସ୍ତ କାର ଭିତରୁ ଆହତମାନଙ୍କୁ ଉଦ୍ଧାର କରିଥିଲେ।ଆହତ ମାନଙ୍କ ମଧ୍ୟରୁ […]

ଦୁର୍ଗନ୍ଧକୁ ନେଇ ହଟିଲା ଦ୍ବନ୍ଦ୍ବ

ଭୁବନେଶ୍ୱର,୯ା୬(ଏସଏସନିଉଜ)ବାହାନଗାରେ ଟ୍ରେନ ବଗିରୁ ବାହାରୁଥିବା ଦୁର୍ଗନ୍ଧକୁନେଇ ଉପୁଜୁଥିବା ଦ୍ୱନ୍ଦଜଣାପଡିଛି । ବଗିରୁ ଦୁର୍ଗନ୍ଧ ବାହାରୁଥିବାରୁ ସେଥିରେ ଆହୁରି ମୃତଦେହ ଥିବା ଅଭିଯୋଗ କରିଥିଲେ ସ୍ଥାନୀୟଲୋକାପ୍ରଶାସନର ଉପସ୍ଥିତିରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ବଗିରୁ ଅଣ୍ଡା କଢା଼ଯାଇଛିା ଟ୍ରେନ୍ ବଗିରୁ ପାଖାପାଖି ୩ଟନ ପଚାସଢା ଅଣ୍ଡା ବାହାର କରାଯାଇଛି ।

ଭଙ୍ଗାଗଲା ବାହାନଗା ହାଇସ୍କୁଲଘର

ବାଲେଶ୍ବର,୯ା୬(ଏସଏସନିଉଜ) ଟ୍ରେନ ଦୁର୍ଘଟଣା ପରେ ମୃତଦେହ ରଖାଯାଇଥିବା ବାହାନଗା ହାଇସ୍କୁଲ ଘର ଭଙ୍ଗାଯାଉଛି। ପିଲାମାନେ ଡରୁଥିବାରୁ ସଂପୃକ୍ତ ସ୍କୁଲ ଘରକୁ ଭାଙ୍ଗୁଛି ପ୍ରଶାସନ । ତହସିଲଦାର ଓ ପୁଲିସ ଉପସ୍ଥିତିରେ ଭଙ୍ଗା ଯାଉଛି ସ୍କୁଲଘର। ଶବ ରହୁଥିବାରୁ ଛାତ୍ରଛାତ୍ରୀମାନେ ସ୍କୁଲ ଆସିବାକୁ ଡରୁଥିଲେ । ଭୟ ଦୂରକରି ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆଣିବାକୁ ଉଦ୍ୟମ ଆରମ୍ଭ କରିଛି ପ୍ରସାସନ ।ପୁର୍ବରୁ ଏବିଷୟରେ ଜିଲ୍ଲାପାଳ ଓ ଅଭିଭାବକଙ୍କ ମଧ୍ୟରେ ବୈଠକ ହୋଇଥିଲା ।

ମହିଳାଡାକ୍ତରଙ୍କ ବଦଳି ଦାବିକଲେ ଗ୍ରାମବାସୀ

ମେଣ୍ଢାଶାଳ,୮ା୬(ଏସଏସନିଉଜ)ଚନ୍ଦକାସରକାରୀପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ମହିଳାଡାକ୍ତର ଫାର୍ମାସିଷ୍ଟ ଉପରକୁ ଗରମପାଣିପକାଇବା ସହ ମାଡମାରିବା ଭଳି ସଙ୍ଗିନ ଅଭିଯୋଗ ଆସିଛି ।ଘଟଣାପରେ ମେଣ୍ଢାଶାଳ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରଅଧିକ୍ଷକ ଗୁରୁବାରଦିନ ଆସି ଅନୁଧ୍ୟାନ କରିଫେରିଛନ୍ତି ।ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ସରଗରମ ଚର୍ଚ୍ଚା ଯୋର ଧରିଥିବାବେଳେ ଫାର୍ମାସିଷ୍ଟ ଜଣଙ୍କ ଚିକିତ୍ସିତ ହେଉଛନ୍ତି ।ଗୁରୁବାରଦିନ ସ୍ଥାନୀୟଲୋକମାନେ ମହିଳାଡାକ୍ତରଙ୍କ ବଦଳି ଦାବୀକରି ଡାକ୍ତରଖାନା ଆଗରେ ହୋହାହ୍ଲା କରିଛନ୍ତି । ପ୍ରକାସ ଯେ, ବୁଧବାର ଅପରାହ୍ନରେ ଚନ୍ଦକାସ୍ୱାସ୍ଥ୍ୟ କେନ୍ଦ୍ରରେ କୈ।ଣସି କାରଣକୁ ନେଇ ଡାକ୍ତର ଓ […]

ମୋବାଇଲ ଚୋରି କରିବାକୁ ଆସି ଧରାପଡିଲେ ଯୁବକ

ମେଣ୍ଢାଶାଳ,୬।୬(ଏସଏସନିଉଜ) ଘରେ ଶୋଇଥିବା ବେଳେ ମୋବାଇଲ ଫୋନ ଚୋରି କରିବାକୁ ଆସି ଧରାପଡିଥିବା ଯୁବକକୁ ମଙ୍ଗଳବାର ଦିନ ଚନ୍ଦକା ପୋଲିସ ଗିରଫକରି କୋର୍ଟ ଚାଲଣ କରିଛି।ସିଏ ହେଲେ ମେଣ୍ଢାଶାଳଗ୍ରାମ ତଳସାହିର ସୁକାନ୍ତ ନାୟକ। ପ୍ରକାଶଯେ, ତ୍ରିଲୋଚନ ମହାପାତ୍ର ନାମକ ବ୍ୟକ୍ତି ପରିବାର ସହିତ ମେଣ୍ଢାଶାଳ ଅଞ୍ଚଳରେ ରୁହନ୍ତି । ସୋମବାର ବିଳମ୍ବିତରାତିରେ ପରିବାର ସଦସ୍ୟଙ୍କସହ ଘରେ ଶୋଇଥିବାବେଳେ ସୁକାନ୍ତ ଘରେପଶି ଏକ ମୋବାଇଲ ଫୋନ ଚୋରୀ କରିବା ଲାଗି ଉଦ୍ୟମ କରିବା ବେଳେ ତ୍ରିଲୋଚନ ତାଙ୍କୁ କାବୁ […]