୪୦ଲିଟର ଦେଶୀମଦ ସହ ସ୍କୁଟି ଜବତ

ମେଣ୍ଢାଶାଳ,୨୩ା୬(ଏସଏସନିଉଜ) ଚନ୍ଦକାଥାନା ପୁଲିସ ବେଆଇନ ଦେଶୀମଦ ବିକ୍ରୟ କରୁଥିବା ଅଭିଯୋଗରେ ସୁର୍ଯ୍ୟଦିଗି ନାମକ ବ୍ୟକ୍ତିଙ୍କୁ ଗିରଫ କରି୨୦୯/୨୩କେଶନଂରେ ଏକ ମକଦ୍ଦମାରୁଜୁକରି ଶୁକ୍ରବାରଦିନ କୋର୍ଟଚାଳଣ କରିଛନ୍ତି ।ପୋଲିସ ତାଠାରୁ ୪୦ଲିଟରଦେଶୀମଦକୁ ଜବତ କରିଛନ୍ତି ।ବିଶେଷସୁତ୍ରରୁ ଖବରପାଇ ଥାନାରପେଟ୍ରୋଲିଙ୍ଗ ଟିମ୍ ଡେରାସ ଡ୍ୟାମରୁ ନୋଧୁରା ମଧ୍ୟରେ ଥିବା କାଳୁ ଫାର୍ମହାଉସ ନିକଟରେ ଚଢଉ କରିବା ସହ ସର୍ବସାଧାରଣରେ ବେଆଇନ ଦେଶୀ ମଦ ବିକ୍ରି ଅଭିଯୋଗ ସୁର୍ଯ୍ୟଦିଗିକୁ ଗୁରୁବାର ରାତିରେ ଗିରଫ କରିଥିଲେ ।ପୋଲିସ ୪୦ଲିଟରଦେଶୀମଦ ସହ ଓଡି୩୩-ଏବି-୭୮୦୫ନଂ ବାଇକକୁ ଜବତ କରିଛି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Comments (0)
Add Comment