Browsing category

ଅପରାଧ

ପୋଲିସ ହାତରେ ଧରାପଡିଲା ଡକାୟତିଗ୍ୟାଙ୍ଗ

ସାକ୍ଷୀଗୋପାଳ,୬ା୬(ଏସଏସନିଉଜ)ଏକ ଅଘଟଣ ଘଟିବାପୁର୍ବରୁ ସତ୍ୟବାଦୀ ପୋଲିସ ଏକ ଡକାୟତିଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ।ତେବେ ଏହାର ମାଷ୍ଟରମାଇଣ୍ଡ ଫେରାର ହୋଇଯାଇଥିବାବେଳେ ୪ଜଣଙ୍କୁ ଧରିଛି ପୋଲିସ ।ସେମାନେ ହେଲେ ବାରଘରିଆସାହିର ଲକ୍ଷ୍ମିଧର ପ୍ରଧାନ, ଆଠବାଟିଆ ଗ୍ରାମର ଦିବାକରସ୍ୱାଇଁ, ଦିଲିପକୁମାରସାହୁ, ମହାମାୟା ସାହିର ପ୍ରଦୀପରାଉତ ବୋଲିି ଜଣାପଡିଛି ।ସେମାନଙ୍କଠରୁ ବିଅରବୋତଲ,ଛୁରୀ,କଟୁରୀ,ଲୁହାରଡ ଓ ଖେଳଣା ବନ୍ଧୁକକୁ ପୋଲିସ ଜବତ କରିଛି ।ତେବେ ଏହି୪ଜଣଙ୍କ ନାମରେ ସତ୍ୟବାଦୀ ଥାନାରେ ପୁର୍ବରୁ ବହୁ କେଶ ଥିବାର ଜଣାପଡିଛି ।ବକୁଳବନ ନିକଟରେ ୫ଜଣ ଯୁବକ ମିଳିତଭାବେ […]

ବିଜେପିନେତାଙ୍କ ଫ୍ଲାଟରେ ଆତ୍ମହତ୍ୟା!

ଭୁବନେଶ୍ୱର,୬।୬(ଏସଏସନିଉଜ)ବିଜେପିନେତା ପ୍ରଦୀପ ପୁରୋହିତଙ୍କ ଫ୍ଲାଟରେ ହୋଇଛି ଆତ୍ମହତ୍ୟା।ପ୍ରଦୀପଙ୍କ ଭୁବନେ ଶ୍ୱରସ୍ଥିତ ଫ୍ଲାଟରେ ଘଟିଛି ଏହି ଘଟଣା। ଆତ୍ମହତ୍ୟା କରିଛନ୍ତି ପ୍ରଦୀପଙ୍କ ଡ୍ରାଇଭର ଧନୁର୍ଜୟ ପାଣ୍ଡେ । ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।ତେବେ ଅଦ୍ୟାବଧି କାରଣ ଅସ୍ପଷ୍ଟ ରହିଛି।ଖବର ପାଇ ପୋଲିସ ଆସି ତଦନ୍ତ ଆରମ୍ଭ କରିଛି।

ହତ୍ୟାକରି ନଦୀକୂଳରେ ପକାଇଲେ ମୃତଦେହ

କଟକ,୬।୬(ଏସଏସନିଉଜ)ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ତ ଲୁଣାନଦୀ ବନ୍ଧରେ ଯବକଙ୍କୁ ନିର୍ମମ ହତ୍ୟା କରାଯାଇଥିବାର ଦେଖିବାକୁ ମିଳିଛି।ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର୍ ହୋଇ ଯାଇଛନ୍ତି।କିଛି ଅଚିହ୍ନାବ୍ୟକ୍ତି ଯୁବକଙ୍କୁ ହତ୍ୟା କରି ଲୁଣାନଦୀ କୂଳରେ ମୃତଦେହ ପକାଇ ଫେରାର ହୋଇ ଯାଇଛନ୍ତି। ମୃତକ ଜଣକ ହେଲେ ସ୍ଥାନୀୟ ଅଞ୍ଚଳର ସନ୍ତୋଷ କୁମାର ଦାସ (୪୦ ବର୍ଷ)। ତାଙ୍କ ଘର ନିଶ୍ଚିନ୍ତକୋଇଲି ବ୍ଲକ୍ ବୁହାଳୋ ପଞ୍ଚାୟତ ପଙ୍କପାଳ ଗ୍ରାମରେ। ସନ୍ତୋଷ ଜଣେ ଟ୍ରାକ୍ଟର ଡ୍ରାଇଭର।ତାଙ୍କ ନାମରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଛି। […]

ହାଇୱା ନେଲା ଜୀବନ!

କଟକ,୬।୬(ଏସଏସନିଉଜ)ମଙ୍ଗଳବାର ଦିହିପହର ରେ ଧଳାପଥରର ପମାଵତି ଗାଁ ମୁଣ୍ଡରେ ସଡକ ଦୁର୍ଘଟଣା ଘଟିଛି।ଏଥିରେ ଏକ ସ୍କୁଟି ଚାଳକଙ୍କ ଜୀବନ ଚାଲିଯାଇଛି।ସ୍କୁଟି ଚାଳକ ଜଣଙ୍କ କୌଣସି କାମରେ ଭୁବନେଶ୍ୱର ଆସୁଥିବା ବେଳେ ପଛପଟରୁ ଏକ ହାଇୱା ଧକାଦେଇ ପଳାଇ ଯାଇଥିଲେ।ଯାହାଫଳରେ ଘଟଣାସ୍ଥଳରେ ଯୁବକର ମୃତୁ ଘଟିଥିଲା।ଦୁର୍ଘଟଣା ପରେ ଅଂଚଳରେ ଉତେଜନା ଦେଖାଦେଇଛି।

ସହକାରୀଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସଚଢଉ

ସୁନ୍ଦରଗଡ଼,୬ା୬(ଏସଏସନିଉଜ) ସୁନ୍ଦରଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରାଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢଉ ଚାଲିଛି ।ଭିଜିଲାନ୍ସ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଅଫିସ , ଲେଫ୍ରିପଡ଼ା ଅଫିସ ଓ ସରକାରୀ ବାସଭବନ, ସୁନ୍ଦରଗଡ଼ର କେନ୍ଦୁପଡ଼ାରେ ଥିବା ଭଡ଼ା ଘର, ଭଦ୍ରକ ବନ୍ତରେ ଥିବା ପୈତୃକ ଘର, ଭଦ୍ରକ ସିନ୍ଦୋଳରେ ଥିବା ଶ୍ବଶୁର ଘର ଓ ବନ୍ତ ଛକରେ ଥିବା ତାଙ୍କ […]

କଇଁଜିରାରେ ଭାଲୁ

ସୁକିନ୍ଦା, ୬ା୬(ଏସଏସନିଉଜ) ଆମ୍ବଖାଇବା ନିଶାରେ ଭାଲୁଟି ଜଙ୍ଗଲରୁବାହାରି ଗାଁଆଡକୁ ଅସିଥିଲା ।କିନ୍ତୁ ରାତି ହୋଇଯିବାରୁ ଆଉ ଜଙ୍ଗଲକୁ ଫେରିପାରିନଥିଲା ।ଯାହାକୁନେଇ ସୁକିନ୍ଦା ବ୍ଲକର ଓଳିଆ ପଞ୍ଚାୟତ କଇଁଜିରା ଗ୍ରାମରେ ଗ୍ରାମବାସୀମାନେ ଆତଙ୍କିତ ହୋଇପଡିଛନ୍ତି ।ଗ୍ରାମବାସୀ ହୋହଲ୍ଲା କରି ଘଉଡ଼ାଇବାକୁ ଉଦ୍ୟମ କରିବାରୁ ଭାଲୁଟି ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲରେ ଲୁଚିଯାଇଥିଲା। ତେବେ ଖବରପାଇ ସକାଳେ ବନବିଭାଗ ଘଟଣାସ୍ଥଳରେ ପହଁଚି ଭାଲୁଟିର ଗତିବିଧିଉପରେତିକ୍ଷଣ ଦୃଷ୍ଟିରଖିଛି ।

ଦାଣ୍ଡଦୁଆରେ ହାତୀ

ନିରାକାରପୁର,୬ା୬(ଏସଏସନିଉଜ) ଆଜି ଭୋର ସମୟରେ ଦାଣ୍ଡଦୁଆରେ ହାତୀଆକ୍ରମଣରେ ଦଲକ ଗ୍ରାମର ଦେବରାଜ ହରିଚନ୍ଦନ ନାମକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।ଦେବରାଜ ବଡ଼ିଭୋରୁ ଉଠି ଦାଣ୍ଡ ଦୁଆରକୁ ଆସିଥିବାବେଳେ ହାତୀ ସମ୍ମୁଖରେ ପଡ଼ିଯାଇଥିଲେ।ଯାହାଫଳରେ ହାତୀ ଆକ୍ରମଣରେ ତାଙ୍କର ଘଟଣାସ୍ଥଳରେ ଜୀବନ ଚାଲିଯାଇଥିଲା । ଏବେସୁଦ୍ଦା ବନକର୍ମଚାରୀମାନେ ଘଟଣାସ୍ଥଳକୁ ନଆସିଥିବାରୁ ଗ୍ରାମରେ ଉତ୍ତେଜନା ଦେଖାଦେଇଛି ।

ଏକ୍ସପାରୀ ଔଷଧ ନେଲା ଜୀବନ !

ପାରଳାଖେମୁଣ୍ଡି,୬।୬(ଏସଏସନିଉଜ) ଏକ୍ସପାରୀ ଔଷଧ ଖାଇ ଶିଶୁଟିର ଜୀବନ ଯାଇଥିବାର ଅଭିଯୋଗ ଉଠାଇଛନ୍ତି ତାର ପରିବାରଲୋକ । ଅଙ୍ଗନବାଡି ଓ ଆଶାକର୍ମୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ  ଦାବିନେଇ ଶିଶୁର ମୃତଦେହ ରଖି ଯାଜପୁର ଗାଁ ରାସ୍ତାରେ ଧାରଣାରେ ବସିଛନ୍ତି ପରିବାର ଲୋକ । ଏପ୍ରିଲରେ ଅଙ୍ଗନବାଡିରୁ ମିଳିଥିବା ଭିଟାମିନ ବଟିକା ଖାଇଥିଲା ଶିଶୁା ଏହାପରେ ଶିଶୁ ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଥିଲାାକାଲି କଟକ ଶିଶୁ ଭବନରେ ଶିଶୁଟିର ମୃତ୍ୟୁ ହୋଇଥିଲା

ଲାଇନଚ୍ୟୁତହେଲା ମାଲବାହୀ ଟ୍ରେନ୍‌

ଭୁବନେଶ୍ୱର,୫।୬(ଏସଏସନିଉଜ))ବରଗଡ଼ରେ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି।ମେଣ୍ଢାପାଲି ନିକଟରେ ୫ଟି ବଗି ଲାଇନଚ୍ୟୁତ୍‌ ହୋଇଛି। ଡୁଙ୍ଗୁରି ଚୂନପଥର ଖଣିରୁ ଆସିବା ବେଳେ ଦୁର୍ଘଟଣା ଘଟିଛି। ଚୂନପଥର ଖଣିରୁ ସିମେଣ୍ଟ କାରଖାନା ଯାଉଥିଲା ମାଲବାହୀ ଟ୍ରେନ। ଦୁର୍ଘଟଣାରେ କେହି ଆହତ ହୋଇ ନଥିବା ସୂଚନା ମିଳିଛି।

ମୋତେ ୧୬ବର୍ଷ,ବାହାହେବିନି!

ମେଣ୍ଢାଶାଳ,୪।୬(ଏସଏସନିଉଜ) ମୋତେ ୧୬ବର୍ଷ।ମୋର ବାପା ମା ଏ ବୟସରେ ବିବାହ କରିବାକୁ ମୋତେ ବାଧ୍ୟ କରୁଛନ୍ତି ।ମୁଁ ବିବାହ କରିବାକୁ ଚାହୁଁନାହିଁ ବୋଲି ନାବାଳିକା ଜଣଙ୍କ ପୋଲିସ ଆଗରେ ଆସି ଅଭିଯୋଗ କରିଛି।ରବିବାର ସକାଳୁସକାଳୁ ନାବାଳିକାଜଣଙ୍କ ମେଣ୍ଢାଶାଳ ଫାଣ୍ଡିରେ ପହଁଚି ଏହିଭଳି ଅଭିଯୋଗ କରିଥିଲେ।ପୋଲିସ ନାବାଳିକାଙ୍କୁ ଡାକ୍ତରୀ ମାଇନା କରି ସିଡବ୍ଲୁସିକୁ ପଠାଇବା ସହ ନାବାଳିକା ପରିବାରକୁ ଡାକି ପଚରାଉଚରା କରିଛି।ପୋଲିସ ନାବଳିକାର ପରିବାର ଓ ଗ୍ରାମବାସୀମାନଙ୍କ ଠାରୁ ପାଇଥିବା ସୂଚନା ମୁତାବକ ନାବାଳିକା ଜଣଙ୍କ ଜାମୁଝରି […]