ବାରଙ୍ଗ,୧୩ା୬(ଏସଏସନିଉଜ) ଷ୍ଟୋନ ଅପରେସନ ପାଇଁ ଆସି ଶେଷରେ ଆଖିବୁଜିଲା ଯୁବକ । ଏଭଳି ଅଭିଯୋଗ କରିଛନ୍ତି ପରିବାର ଲୋକେ । ଡାକ୍ତର ମାନଙ୍କର ଚିକିତ୍ସା ରେ ଅବହେଲା ଓ ପରିବାରକୁ କୈାଣସି ସୁଚନା ମଧ୍ୟ ଦେଇନଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ମିଛ ସତ କହି ଭୁଆଁ ବୁଲାଉ ଥିଲେ ବୋଲି କହିଛନ୍ତି ମୃତ ଯୁବକ ଙ୍କ ଭାଇ । ଏଭଳି ଘଟଣା ଚନ୍ଦକା ଅଞ୍ଚଳରେ ଦେଖିବାକୁ ମିଳିଛି । ଯାହାକୁ ନେଇ ମଙ୍ଗଳବାର ଦିନ ଚନ୍ଦକା ପିତାପଲ୍ଲି ମୁଖ୍ୟ ରାସ୍ତାରେ ଶବ ରଖି କ୍ଷତିପୂରଣ ଦାବି କରି ୫ ଘଣ୍ଟା ପାଖାପାଖି ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ ।ଘଟଣା ସ୍ଥଳରେ ପୋଲିସ ପହଁଚି ବୁଝାସୁଜା କରିଥିଲେ ମଧ୍ୟ ଉତ୍ୟକ୍ତ ଲୋକମାନେ ପୋଲିସର କଥା ଶୁଣିୁନଥିଲେ ।ପରେ ଜଟଣୀ ବିଧାୟକ ଓ ପୁର୍ବତନ ବିଧାୟକ ଘଟଣା ସ୍ଥଳରେ ପହଁଚିବାସହ କ୍ଷତିପୁରଣ ବାବଦରେ ଡାକ୍ତରଖାନା ଅଧିକାରୀସହ ସହ ଆଲୋଚନା କରିବାର ପ୍ରତିଶୃତିଦେବାପରେ ରାସ୍ତା ଅବରୋଧ ଉଠିଥିଲା ।
ପ୍ରକାସ ଯେ, କୁଜିମହଲ ଗ୍ରାମର ଅନିଲ ସାହୁ ନାମକ ବ୍ୟକ୍ତିଙ୍କର ପେଟରେ ଯନ୍ତ୍ରଣା ହେବାରୁ ଗତ୭ତାରିଖରାତିରେ କଂଟାବାଡ ନିକଟରେ ଥିବା ସ୍ପର୍ଶ ମେଡିକାଲରେ ଚିକିତ୍ସା ପାଇଁ ଭର୍ତି ହୋଇଥିଲେ ।ଅନୀଲଙ୍କର ଥିବା ସ୍ୱାସ୍ଥ୍ୟବୀମା କାର୍ଡ ସାହାର୍ଯ୍ୟରେ ଚିକିତ୍ସା ଚାଲିଥିଲା ।ଗତ ଦୁଇଦିନ ତଳେ ଅଧିକ ପରୀକ୍ଷା ଆବଶ୍ୟକତା ଥିବାର ଦର୍ଶାଯାଇ ଅନୀଲଙ୍କୁ
ଶହିଦନଗରରେ ଥିବା ସ୍ପର୍ଶ ମେଡିକାଲର ଅନ୍ୟଏକ ସାଖାକୁ ଅଣାଯାଇଥିଲା ।ସେଠାରେ ପରୀକ୍ଷାପରେ ପୁନର୍ବାର କଂଟାବାଡସ୍ଥିତ ମେଡିକାଲକୁ ଅନୀଲକୁ ଅଣାଯାଇ ଆଇସିୟୁରେ ରଖାଯାଇଥିଲା ।ସ୍ୱାସ୍ଥ୍ୟବିମା କାର୍ଡମାଧ୍ୟମରେ ୧ଲକ୍ଷ୮୦ହଜାରେ ଟଙ୍କା ଖର୍ଚ୍ଚ ହୋଇଯାଇଥିବାବେଳେ ପୁନର୍ବାର ମେଡିକାଲ ପକ୍ଷରୁ ଟଙ୍କା ପୈଠପାଇଁ କୁହାଯାଇଥିଲା ।ତେବେ ଆଇସିୟୁକୁ୍ ଯାଇ ଅନୀଲକୁ ଦେଖିବାକୁ ପରିବାର ଲୋକ ଚାହିଁଥିଲେ ମଧ୍ୟ ସୁଯୋଗ ଦିଆଯାଇ ନଥିଲା ।ମଙ୍ଗଳବାରଦିନ ଜବରଦସ୍ତ ପରବାର ସଦସ୍ୟ ଅଇସିୟୁକୁ୍ଯାଇ ଅନୀଲ ମୃତ୍ୟୁବରଣ କରିଥିବାର ଜାଣିବାକୁ ପାଇଥିଲେ ବୋଲି ମୃତକଙ୍କ ପରିବାର ଓ ସର୍ମ୍ପକିୟଭାଇ ଗୌରାଙ୍ଗ ବେହେରା ଅଭିଯୋଗ କରିଛନ୍ତି ।ଏହି ଖବର ଜଣାପଡିବା ପରେ କୁଜିମହଲ ଗ୍ରାମରେ ଉତେଜନା ଦେଖାଦେଇଥିଲା । ଗ୍ରାମବାସୀ ମାନେ ଆସି ମେଡିକାଲରୁ ମୃତଦେହଆଣି ଚନ୍ଦକା ପିତାପଲ୍ଲୀ ରାସ୍ତାକୁ ଅବରୋଧ କରିଥିଲେ ।ମୃତକଙ୍କ ପରିବାରକୁ ୨୦ଲକ୍ଷଟଙ୍କା କ୍ଷତିପୁରଣ ଓ ମୃତକଙ୍କ ପ୍ରତି ଅବହେଳା କରିଥିବା ମେଡିକାଲ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ କଂଟାବାଡ ଗାଁପାଖରେ ରାସ୍ତାରୋକ କରିଥିଲେ ।